Whatsapp:ଏଣିକି ହ୍ୱାଟ୍ସଅପରେ ଆକ୍ଚିଭ ରହିଲେ ବି ଶୋ କରିବନି ଅନଲାଇନ, ଜାଣନ୍ତୁ କେମିତି କରିବେ ସେଟିଂ
Advertisement

Whatsapp:ଏଣିକି ହ୍ୱାଟ୍ସଅପରେ ଆକ୍ଚିଭ ରହିଲେ ବି ଶୋ କରିବନି ଅନଲାଇନ, ଜାଣନ୍ତୁ କେମିତି କରିବେ ସେଟିଂ

Whatsapp: ହ୍ୱାଟ୍ସଅପରେ ଆକ୍ଟିଭ ରହିବା ସମୟରେ ପ୍ରୋଫାଇଲ ତଳେ ଅନଲାଇନ ଷ୍ଟାଟସ୍‌ ଦେଖାଯାଇଥାଏ। ତେଣୁ ଏହାକୁ ଗୋପନୀୟ ରଖିବା ପାଇଁ ଅନେକ ଦିନରୁ ୟୁଜର୍ସମାନେ ମତ ଦେଇ ଆସୁଥିଲେ। ନିଜର ଗ୍ରାହକ ମାନଙ୍କ ଆଶା ପୂରଣ କରିବା ପାଇଁ ହ୍ୱାଟ୍ସଅପ ଏହାର ବିକଳ୍ପ ନେଇ ଆସିଛି। ଏଣିକି ହ୍ୱାଟ୍ସଅପରେ ଆକ୍ଟିଭ ରହିଲେ ମଧ୍ୟ ଅନ୍ୟ ମାନଙ୍କୁ ଆପଣଙ୍କ ପ୍ରୋଫାଇଲ ଅନଲାଇନ ଶୋ କରିବ ନାହିଁ।

ସୌ(ସୋସିଆଲ ମିଡିଆ)

Whatsapp: ଦୁନିଆର ସବୁଠାରୁ ଲୋକପ୍ରିୟ କମ୍ୟୁନିକେସନ ପ୍ଲାଟଫର୍ମ ହେଉଛି ହ୍ୱାଟ୍ସଅପ୍। ବିଶ୍ୱରେ ବ୍ୟବହୃତ ହେଉଥିବା ବିଭିନ୍ନ ପ୍ରକାରର ମେସେଜିଂ ଆପ୍‌ ମଧ୍ୟରୁ ଏହାର ବ୍ୟବହାରକାରୀଙ୍କ ସଂଖ୍ୟା ସବୁଠାରୁ ଅଧିକ। ତେବେ ହ୍ୱାଟ୍ସଅପରେ ଆକ୍ଟିଭ ରହିବା ସମୟରେ ପ୍ରୋଫାଇଲ ତଳେ ଅନଲାଇନ ଷ୍ଟାଟସ୍‌ ଦେଖାଯାଇଥାଏ। ତେଣୁ ଏହାକୁ ଗୋପନୀୟ ରଖିବା ପାଇଁ ଅନେକ ଦିନରୁ ୟୁଜର୍ସମାନେ ମତ ଦେଇ ଆସୁଥିଲେ। ନିଜର ଗ୍ରାହକ ମାନଙ୍କ ଆଶା ପୂରଣ କରିବା ପାଇଁ ହ୍ୱାଟ୍ସଅପ ଏହାର ବିକଳ୍ପ ନେଇ ଆସିଛି। ଏଣିକି ହ୍ୱାଟ୍ସଅପରେ ଆକ୍ଟିଭ ରହିଲେ ମଧ୍ୟ ଅନ୍ୟ ମାନଙ୍କୁ ଆପଣଙ୍କ ପ୍ରୋଫାଇଲ ଅନଲାଇନ ଶୋ କରିବ ନାହିଁ।

ପୂର୍ବରୁ ୟୁଜର୍ସ ମାନଙ୍କୁ ଏହି ସୁବିଧା ଉପଭୋଗ କରିବା ପାଇଁ ଅନ୍ୟ ଏକ ଥାର୍ଡ ପାର୍ଟି ଆପ୍‌ ବ୍ୟବହାର କରିବା ପାଇଁ ପଡୁଥିଲା। ଏହା ଫଳରେ ଫୋନ ହ୍ୟାକ କିମ୍ବା ଗୋପନୀୟ ତଥ୍ୟ ଲିକ ହେବାର ଭୟ ରହୁଥିଲା। ଏବେ ହ୍ୱାଟ୍ସଅପର ପ୍ରାଇଭେସି ସେଟିଂସ୍‌ରେ ନୂତନ ବିକଳ୍ପ ଦିଆଯାଇଛି, ଯେଉଁଥିରେ ୟୁଜର୍ସ ମାନେ ଅତି ସହଜରେ ନିଜର ଆକ୍ଟିଭ ସମୟକୁ ଗୋପନ ରଖି ପାରିବେ। କିନ୍ତୁ ୟୁଜର୍ସ ମାନଙ୍କୁ ଧ୍ୟାନ ଦେବାକୁ ହେବ ଯେ, ଏହି ଅପ୍‌ସନ୍‌ ଆକ୍ଟିଭ କରିବା ପରେ ସେମାନଙ୍କୁ ଅନ୍ୟ ମାନଙ୍କର ପ୍ରୋଫାଇଲ ମଧ୍ୟ ଅନ୍‌ଲାଇନ୍‌ ଦେଖାଯିବ ନାହିଁ।

ଏହି ସବୁ ସହଜ ଉପାୟ ମାଧ୍ୟମରେ ଆପଣ ନିଜ ହ୍ୱାଟ୍ସଅପ ଆକ୍ଟିଭ ସମୟରେ ଗୋପନ ରଖି ପାରିବେ

1. ପ୍ରଥମେ ଆପଣଙ୍କୁ ହ୍ୱାଟ୍ସଅପର ଲାଟେସ୍ଟ ଭର୍ସନ୍ ଡାଉନଲୋଡ କରିବାକୁ ପଡି଼ବ।

2. ଅପଡେ଼ଟ ହୋଇସାରିବା ପରେ ଆପ୍‌ ଖୋଲି ବାମ ପଟ ଉପରେ ଥିବା ତିନୋଟି ଡ଼ଟ୍‌ ଉପରେ କ୍ଲିକ କରିକି ସେଟିଙ୍ଗ୍ସ ଓପନ୍‌ କରନ୍ତୁ।

3. ଏହାପରେ ପ୍ରାଇଭେସି ଅପ୍‌ସନ୍‌ ଉପରେ କ୍ଲିକ କରିକି (Last Seen and Online) ଉପରେ ଟ୍ୟାପ କରନ୍ତୁ।

4. ଆପଣଙ୍କର (Last Seen ଓ Online ) କିଏ ଦେଖି ପାରିବ ଓ କିଏ ନାହିଁ ଏହା ଆପଣ ନିଜେ ଚୟନ କରି ପାରିବେ। ଏଥିରେ ତଳକୁ ଯାଇ (Nobody) ଅପ୍‌ସନ୍‌ ଉପରେ ଟ୍ୟାପ କରନ୍ତୁ।

5. (Who can see when I am Online ) ଅପ୍‌ସନ୍‌ରେ ଆପଣଙ୍କୁ (Everyone) ଓ (Same as last seen), ଏହି ୨ଟି ବିକଳ୍ପ ଦିଆଯାଇଥିବ, ଯେଉଁଥିରେ ଆପଣଙ୍କୁ ଦ୍ୱିତୀୟ ଅପ୍‌ସନ ଚୟନ କରିବାକୁ ପଡି଼ଥାଏ ।