Shocking News: ଦିନରେ ଲାଇନ୍ ମ୍ୟାନ୍, ରାତିରେ ହୋଇଯାଉଥିଲେ ହୋମ ଗାର୍ଡ; ଜାଣନ୍ତୁ ପୁରା ଘଟଣା
Advertisement

Shocking News: ଦିନରେ ଲାଇନ୍ ମ୍ୟାନ୍, ରାତିରେ ହୋଇଯାଉଥିଲେ ହୋମ ଗାର୍ଡ; ଜାଣନ୍ତୁ ପୁରା ଘଟଣା

Govt Job News Update: ଦିନରେ ଲାଇନ୍ ମ୍ୟାନ୍ ଆଉ ରାତିରେ ହୋଇଯାଉଥିଲେ ହୋମ ଗାର୍ଡ। ପୁରା ଘଟଣାକ୍ରମ ଜାଣିବା ପାଇଁ ଏହି ଖବର ପଢନ୍ତୁ। 

Shocking News: ଦିନରେ ଲାଇନ୍ ମ୍ୟାନ୍, ରାତିରେ ହୋଇଯାଉଥିଲେ ହୋମ ଗାର୍ଡ; ଜାଣନ୍ତୁ ପୁରା ଘଟଣା

Two Govt Job Together: ପାଠପଢା ସମାପ୍ତ କରିବା ପରେ ଅଧିକାଂଶ ଲୋକ ସରକାରୀ କାର୍ଯ୍ୟ କରିବାକୁ ସ୍ୱପ୍ନ ଦେଖିଥାନ୍ତି। ହେଲେ ଆଜିର ସମୟରେ ସମସ୍ତଙ୍କ ପାଇଁ ସରକାରୀ ଚାକିରି ପାଇବା କଷ୍ଟକର ହୋଇପଡ଼ିଛି। ହେଲେ ଏବେ ଉତ୍ତର ପ୍ରଦେଶର ଗୋରଖପୁର ଜିଲ୍ଲାରୁ ଏପରି ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି, ଯାହା ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ଗୋରଖପୁର ଜିଲ୍ଲାରେ ଜଣେ ବ୍ୟକ୍ତି ଏକା ସାଙ୍ଗରେ ଦୁଇ ଦୁଇଟି ସରକାରୀ ଚାକିରି କରୁଥିଲେ ବୋଲି ଜଣାପଡ଼ିଛି। କେବଳ ସେତିକି ନୁହେଁ ବିଗତ ୮ ବର୍ଷ ଧରି ଉଭୟ ଚାକିରିରୁ ବେଶ ମୋଟା ଅଙ୍କର ବେତନ ପାଉଥିଲେ ସେହି ବ୍ୟକ୍ତି ଜଣଙ୍କ। 

ଗୋରଖପୁର ଜିଲ୍ଲାର (Gorakhpur District) କେମ୍ପିୟାରଗଞ୍ଜ ଅଞ୍ଚଳର (Campirganj Area) ସୋନୌରା ବୁଜର୍ଗ ଗ୍ରାମର ବାସିନ୍ଦା ତାରେକେଶ୍ୱର ସିଂହ ଦିନ ସମୟରେ ବିଦ୍ୟୁତ୍ ନିଗମ (Uttar Pradesh Power Corporation Limited) ସହିତ ହୋଇଥିବା ଚୁକ୍ତିନାମା ଅନୁଯାୟୀ ଲାଇନମ୍ୟାନ୍ (UPPCL Lineman Job) ଭାବରେ କାର୍ଯ୍ୟ କରୁଥିଲେ। ହେଲେ ରାତିରେ ସମୟରେ ତାରକେଶ୍ୱର ସିଂହ ହୋମ ଗାର୍ଡ (Home Guard Uttar Pradesh) ଭାବରେ କାର୍ଯ୍ୟ କରୁଥିଲେ।

ଦୁଇଟି ସରକାରୀ ବିଭାଗ ଆଖିରେ ଧୂଳି ଦେଇଥିଲେ ତାରକେଶ୍ୱର ସିଂହ
ବିଗତ ୮ ବର୍ଷ ଧରି ତାରକେଶ୍ୱର ସିଂହ ଦୁଇଟି ଉତ୍ତର ପ୍ରଦେଶ ସରକାରଙ୍କ ଦୁଇଟି ଦୁଇଟି ବିଭାଗ (Uttar Pradesh Government Departments) ଆଖିରେ ଧୂଳି ପକାଇ ବେତନ ସହିତ ଅନ୍ୟାନ୍ୟ ସୁବିଧା ନେଉଥିଲେ। ଖବର ଅନୁସାରେ, ଦିନ ସମୟରେ ସେ ରାଜ୍ୟ ବିଦ୍ୟୁତ୍ ନିଗମର କେମ୍ପିୟାରଗଞ୍ଜ ବଣ୍ଟନ ଅଞ୍ଚଳରେ ଲାଇନମ୍ୟାନ୍ ଭାବରେ କାର୍ଯ୍ୟ କରୁଥିଲେ। ହେଲେ ରାତି ସମୟରେ ହୋମ ଗାର୍ଡ ଭାବରେ କାର୍ଯ୍ୟ କରୁଥିଲେ। ହେଲେ ସେ କେତେବେଳେ ଶୋଇଥିଲେ ଏବଂ କିପରି ଉଭୟ ଚାକିରି ପରିଚାଳନା କରୁଥିଲେ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡିନାହିଁ।

କିପରି ଜଣାପଡ଼ିଲା ତାରକେଶ୍ୱର ସିଂହଙ୍କ ଠକେଇ?
ଗୋରଖପୁର ଜିଲ୍ଲାର କେମ୍ପିୟାରଗଞ୍ଜ ଅଞ୍ଚଳର ସୋନୌରା ବୁଜର୍ଗ ଗ୍ରାମର ବାସିନ୍ଦା ତାରେକେଶ୍ୱର ସିଂହ ବିଗତ ୮ ବର୍ଷ ଧରି ଦୁଇ ଦୁଇଟି ସରକାରୀ କାର୍ଯ୍ୟ ଅତି ଚତୁରତାର ସହ କରୁଥିଲେ। ହେଲେ ତାଙ୍କ ଦ୍ୱାରା କରାଯାଇଥିବା ଚତୁର କାରନାମା ସମ୍ପର୍କରେ ସେତେବେଳେ ଜଣାପଡ଼ିଲା ଯେତେବେଳେ ପ୍ରମୋଦ ରାୟ ଏବଂ ତାଙ୍କ ନିଜ ଗ୍ରାମର ପରିବାର ସଦସ୍ୟ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ (UP Chief Minister Grievance Cell) ଘଟଣା ସମ୍ପର୍କରେ ଜଣାଇଲେ।

ବିଦ୍ୟୁତ ନିଗମ ଯାଞ୍ଚ କରିଦେଲା ପର୍ଦ୍ଦାଫାଶ
ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଅଭିଯୋଗ ଆସିବା ପରେ ଉତ୍ତର ପ୍ରଦେଶ ବିଦ୍ୟୁତ୍ ନିଗମ ଏହାର ଅନୁସନ୍ଧାନ କରିଥିଲା। ​​ଯେଉଁଥିରେ ତାରେକେଶ୍ୱର ସିଂହଙ୍କ କାରନାମାର ପର୍ଦ୍ଦାଫାଶ ହୋଇଥିଲା ଏବଂ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ବର୍ତ୍ତମାନ ବିଦ୍ୟୁତ୍ ନିଗମ ତାଙ୍କୁ ସେବାରୁ ବହିଷ୍କାର କରିବା ପାଇଁ ପ୍ରସ୍ତୁତି କରୁଛି। ଯେଉଁଥିପାଇଁ ବନାରସ ଡିଭିଜନ ପରିଚାଳନା ନିର୍ଦ୍ଦେଶକଙ୍କ ନିକଟକୁ ଯାଞ୍ଚ ରିପୋର୍ଟ ପଠାଯାଇଛି। ଏହା ସହିତ ଏହି ମାମଲା ସମ୍ପର୍କରେ ରାଜ୍ୟ ହୋମଗାର୍ଡ ବିଭାଗକୁ ମଧ୍ୟ ଅବଗତ କରାଯାଇଛି। ବରଖାସ୍ତ ସହିତ ତାରକେଶ୍ୱର ସିଂହଙ୍କ ବିରୋଧରେ ଠକେଇ ମାମଲା ଦାୟର କରିବାକୁ ମଧ୍ୟ ପ୍ରସ୍ତୁତି ଚାଲିଛି।