Uttar Pradesh: ବନ୍ଦେ ମାତରମ୍ ଗାନକୁ ନେଇ ସୃଷ୍ଟି ହେଲା ବିବାଦ; ହାତାହାତି ହୋଇଗଲେ ବିଜେପି-ଏଆଇଏମ୍ଆଇଏମ୍ କର୍ପୋରେଟର
Advertisement

Uttar Pradesh: ବନ୍ଦେ ମାତରମ୍ ଗାନକୁ ନେଇ ସୃଷ୍ଟି ହେଲା ବିବାଦ; ହାତାହାତି ହୋଇଗଲେ ବିଜେପି-ଏଆଇଏମ୍ଆଇଏମ୍ କର୍ପୋରେଟର

Meerut Municipal Corporation: ଶପଥ ଗ୍ରହଣ ସମାରୋହ ବନ୍ଦେ ମାତରମ୍ ଗାନକୁ ନେଇ ସୃଷ୍ଟି ହୋଇଥିଲା ବିବାଦ। ଉତ୍ତର ପ୍ରଦେଶର ମେରଠ ନଗର ନିଗମରେ ଦେଖିବାକୁ ମିଳିଛି ଏଭଳି ଘଟଣା। 

 Uttar Pradesh: ବନ୍ଦେ ମାତରମ୍ ଗାନକୁ ନେଇ ସୃଷ୍ଟି ହେଲା ବିବାଦ; ହାତାହାତି ହୋଇଗଲେ ବିଜେପି-ଏଆଇଏମ୍ଆଇଏମ୍ କର୍ପୋରେଟର

BJP AIMIM Corporator over Vande Mataram: ବନ୍ଦେ ମାତରମ୍ ଗାନକୁ ନେଇ ସୃଷ୍ଟି ହୋଇଛି ବିବାଦ। ସ୍ଥିତି ଏପରି ହୋଇଛି ଯେ ଶପଥ ଗ୍ରହଣ ସମାରୋହରେ ବଡ଼ ଧରଣର ହଙ୍ଗାମା ହୋଇଯାଇଥିଲା। ଉତ୍ତର ପ୍ରଦେଶର ମେରଠ ନଗର ନିଗମ ଠାରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଏହି ଘଟଣାକୁ ନେଇ ମୁହାଁମୁହିଁ ହୋଇଥିଲେ ଶାସକ ବିଜେପି ଏବଂ ବିରୋଧୀ ଏଆଇଏମ୍ଆଇଏମ୍ କର୍ପୋରେଟର। ଏହି ଘଟଣାରେ ଦୁଇ ଜଣ ବିଜେପି କର୍ପୋରେଟର ଗିରଫ ହୋଇଥିବାର କୁହାଯାଉଛି। 

ଗତକାଲି ଉତ୍ତର ପ୍ରଦେଶର (Uttar Pradesh) ମେରଠ ନଗର ନିଗମରେ (Meerut Municipal Corporation) ଅନୁଷ୍ଠିତ ହୋଇଥିଲା ଶପଥ ଗ୍ରହଣ ସମାରୋହ (Meerut Municipal Corporation Oath Ceremony)। ଯେଉଁଠି ନବନିର୍ବାଚିତ କର୍ପୋରେଟର (Meerut Municipal Corporation Newly Elected Corporators) ଶପଥ ଗ୍ରହଣ କରୁଥିଲେ। ହେଲେ ଶପଥ ଗ୍ରହଣ ସମାରୋହରେ ବନ୍ଦେ ମାତରମ୍ (Vande Mataram) ଗାନକୁ ନେଇ ସୃଷ୍ଟି ହୋଇଥିଲା ବିବାଦ।ଏହି ଘଟଣାକୁ ନେଇ ଶପଥ ବେଳେ ମୁହାଁମୁହିଁ ହୋଇଥିଲେ ବିଜେପି-ଏଆଇଏମ୍ଆଇଏମ୍ କର୍ପୋରେଟର (BJP AIMIM Corporator Clash)। ବିବାଦ ଏତେ ବଡିଯାଇଥିଲା ଯେ ଉଭୟ ଦଳର କର୍ପୋରେଟର ହାତାହାତି ହେବାକୁ ପଛେଇ ନଥିଲେ।

ଏନେଇ ଖବର ପାଇବା ମେରଠ ଜିଲ୍ଲା ପ୍ରଶାସନର (Meerut District Administration) ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ସ୍ଥିତିକୁ ନିୟନ୍ତ୍ରଣ କରିବା କର୍ପୋରେଟର ଙ୍କୁ ଘଟଣାସ୍ଥଳରୁ ବାହାର କରିଥିଲେ। ବିଜେପି କର୍ପୋରେଟର (Meerut Municipal Corporation BJP Corporator) ଅଭିଯୋଗ କରିଛନ୍ତି ଯେ, ଯେତେବେଳେ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ବନ୍ଦେ ମାତରମ୍ ଗାନ କରାଯାଉଥିଲା, ସେତେବେଳେ ଏଆଇଏମ୍ଆଇଏମ୍ କର୍ପୋରେଟର (Meerut Municipal Corporation AIMIM Corporator) ସେମାନଙ୍କ ଆସନରୁ ଠିଆ ହୋଇନଥିଲେ। ଏଆଇଏମ୍ଆଇଏମ୍ କର୍ପୋରେଟର ଙ୍କ ଏଭଳି କାର୍ଯ୍ୟକୁ ନେଇ ତାତି ଉଠିଥିଲେ ବିଜେପି କର୍ପୋରେଟର। 

କ'ଣ ଥିଲା ପୁରା ଘଟଣାକ୍ରମ?
ମେରଠ ନଗର ନିଗମର ନବ ନିର୍ବାଚିତ କର୍ପୋରେଟର ତଥା ମେୟର ଙ୍କ ଶପଥ ଗ୍ରହଣ ସମାରୋହ ଚୌଧରୀ ଚରଣ ସିଂହ ବିଶ୍ୱବିଦ୍ୟାଳୟର (Chaudhary Charan Singh University Meerut) ନୂତନ ଅଡିଟୋରିୟମ ଠାରେ ଆୟୋଜିତ ହୋଇଥିଲା। ଶପଥ ଗ୍ରହଣ ସମୟରେ ବିଜେପି କର୍ପୋରେଟର ବନ୍ଦେ ମାତରମ୍ ଗାନ କରିବା ଆରମ୍ଭ କରିଥିଲେ। ହେଲେ ଏହି ସମୟରେ ଏଆଇଏମ୍ଆଇଏମ୍ କର୍ପୋରେଟର ଏହାକୁ ବିରୋଧ କରି ନିଜ ଆସନନରେ ବସି ରହିଥିଲେ। ସେମାନଙ୍କର ଏଭଳି କାମକୁ ଗ୍ରହଣ କରିପାରି ନଥିଲେ ବିଜେପି କର୍ପୋରେଟର। ବିବାଦ ଧୀରେ ଧୀରେ ବଢିବା ସହ କଥା ତୁ-ତୁ, ମେଁ-ମେଁ ଆଡକୁ ଯାଇଥିଲା। ଉଭୟ ଦଳର ସଦସ୍ୟଙ୍କ ମଧ୍ୟରେ ତିକ୍ତତା ବୃଦ୍ଧି ପାଇବା ସହ ପରିସ୍ଥିତି କଥା ହାତାହାତିରେ ଯାଇ ପହଞ୍ଚିଥିଲା। ଏହା ପରେ ଶପଥ ଗ୍ରହଣ ହଲ ଠାରେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା। 

ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ସମ୍ଭାଳିଲା ପ୍ରଶାସନ
ଏନେଇ ଖବର ପାଇବା ପରେ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ଶପଥ ଗ୍ରହଣ ସମାରୋହରେ ଯୋଗ ଦେଇଥିବା ବିଜେପି ରାଜ୍ୟସଭା ସଦସ୍ୟ ଲକ୍ଷ୍ମୀକାନ୍ତ ବାଜପେୟୀ (BJP Rajya Sabha MP Laxmikant Bajpai) କହିଛନ୍ତି ଯେ, ଯଦି ଏଆଇଏମ୍ଆଇଏମ୍ କର୍ପୋରେଟର ବନ୍ଦେ ମାତରମ୍ ଗାନକୁ ନେଇ କୌଣସି ଅସୁବିଧା ଭୋଗୁଥିଲେ, ତାହେଲେ ସେମାନେ ନିରବ ରହିଥାନ୍ତେ। ହେଲେ ଅନାବଶ୍ୟକ ଭାବରେ ମନ୍ତବ୍ୟ ଦେଇ ସେମାନେ ଲୋକଙ୍କୁ ଉତ୍ତେଜିତ କରିଥିଲେ। ଖବର ଅନୁଯାୟୀ ଏଆଇଏମ୍ଆଇଏମ୍ କର୍ପୋରେଟର ବର୍ଜନ କରିଥିଲେ। ଶପଥ ଗ୍ରହଣ ସମାରୋହ ସମୟରେ ବହୁ ସଂଖ୍ୟକ ପୋଲିସ ଫୋର୍ସ ମୁତୟନ ହୋଇଥିବାର କୁହାଯାଉଛି।