Road Accident: ବୁଲିବା ଖୁସି ଥିଲା ଅଳ୍ପ ସମୟ, ଦେଖୁ ଦେଖୁ ଘାଟିରୁ ତଳକୁ ଖସିଗଲା ବସ୍...
Advertisement

Road Accident: ବୁଲିବା ଖୁସି ଥିଲା ଅଳ୍ପ ସମୟ, ଦେଖୁ ଦେଖୁ ଘାଟିରୁ ତଳକୁ ଖସିଗଲା ବସ୍...

Road Accident News In Odia: ଭୟଙ୍କର ସଡ଼କ ଦୁର୍ଘଟଣା (Road Accident)। କେହି କିଛି ଭାବିବା ପୂର୍ବରୁ ଓଲଟପାଲଟ ହୋଇଗଲା ସବୁକିଛି । ଖୁସିବାସିରେ ବୁଲିବାକୁ ଯାଇଥିଲେ। ହେଲେ ସେହି ଖୁସି ବେଶି ସମୟ ପର୍ଯ୍ୟନ୍ତ ରହିଲା ନାହିଁ । ଘାଟିରୁ ବସ୍ (Bus Accident)ଓଲଟି ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି ।

ସୌଜନ୍ୟ- ସୋସିଆଲ ମିଡ଼ିଆ

Road Accident News In Odia: ଭୟଙ୍କର ସଡ଼କ ଦୁର୍ଘଟଣା (Road Accident)। କେହି କିଛି ଭାବିବା ପୂର୍ବରୁ ଓଲଟପାଲଟ ହୋଇଗଲା ସବୁକିଛି । ଖୁସିବାସିରେ  ବୁଲିବାକୁ ଯାଇଥିଲେ। ହେଲେ ସେହି ଖୁସି ବେଶି ସମୟ ପର୍ଯ୍ୟନ୍ତ ରହିଲା ନାହିଁ । ଘାଟିରୁ ବସ୍ (Bus Accident)ଓଲଟି ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି ।  ଆଜି (ରବିବାର) ଅପରାହ୍ନରେ ମୁସୁରୀ-ଡେହରାଡୁନ୍ ରାଜପଥରେ (mussoorie dehradun highway) ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଏ-କ ଯାତ୍ରୀବାହୀ ବସଟି ଘାଟିରୁ ଏକ ଖାଲକୁ ଖସି ପଡିଛି । ସେଠାରେ ଏବେ ସ୍ଥାନୀୟ ଲୋକେ ଏବଂ ପୋଲିସ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି।  ୧୯ ଜଣ ଆହତଙ୍କୁ ଡେହରାଡୁନ୍ ପଠାଯାଇଥିବାବେଳେ କେତେକ ମୁସୁରୀର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ମୁସୁରିର ପାଞ୍ଚ କିଲୋମିଟର ପୂର୍ବରୁ ଏହି ଦୁର୍ଘଟଣା ଘଟିଛି। ବସରେ ପ୍ରାୟ ୪୦ ଜଣ ଲୋକ ଯାତ୍ରା କରୁଥିବା କୁହାଯାଇଛି। ବସ୍ ମେସିନା ଲଜ୍ ବସ୍ ଷ୍ଟାଣ୍ଡରୁ ଡେହରାଡୁନ୍ ଅଭିମୁଖେ ଯାତ୍ରା କରୁଥିଲା। ରବିବାର ମଧ୍ୟାହ୍ନ ପ୍ରାୟ ୧୨ ଟା ସମୟରେ ଏହି ଦୁର୍ଘଟଣା ଘଟିଛି। ବସଟି ଖାଲରେ ପଡ଼ିଯିବାର ଶବ୍ଦ ଶୁଣି ସ୍ଥାନୀୟ ଲୋକ ସାହାଯ୍ୟ ପାଇଁ ଖାଲକୁ ଦୌଡ଼ି ଯାଇଥିଲେ । ପୋଲିସ୍  ଓ ପ୍ରଶାସନକୁ ଖବର ଦେଇଥିଲେ । ତେବେ ଖବର ପାଇଁ ଆଇଟିବିପି, ଏସଡିଆରଏଫ, ଅଗ୍ନିଶମ ଅଧିକାରୀମାନେ ସେଠାରେ ପହଂଚିଥିଲେ। ଏସଡିଏମ ନନ୍ଦନ କୁମାର, ଆଇଟିବିପି ନିର୍ଦ୍ଦେଶକ ପିଏସ ଡାଙ୍ଗୱାଲ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଦୁର୍ଘଟଣାର କାରଣ ପୋଲିସ ଅନୁସନ୍ଧାନ କରୁଛି। କୁହାଯାଉଛି ଯେ ବସ୍ ମୁସୁରୀରୁ ଡେହରାଡୁନ୍ ଫେରୁଥିବାବେଳେ ସେର ଘଟି ନିକଟରେ ୧୦୦ ମିଟର ଗଭୀର ଖାଲରେ ଖସି ପଡିଥିଲା। ଦୁର୍ଘଟଣା ପରେ ଏବେ ସେହି ରାସ୍ତାର ଉଭୟ ପାର୍ଶ୍ୱରେ ଯାନବାହାନର ଏକ ଲମ୍ବା ଧାଡି ଲାଗିଛି।

 

Also Read : Subarnapur News: ବୋହୂକୁ ବଞ୍ଚାଇବାକୁ ଯାଇ ପୁଅଠୁ ଗୁଳି ଖାଇଲା ବାପା, ସଙ୍କଟାପନ୍ନ ଅବସ୍ଥାରେ ମେଡିକାଲରେ ଭର୍ତ୍ତି

Also Read : Kandhamal News: ବିଦ୍ୟାଳୟରେ ଶ୍ରମିକ ହୋଇ କାମ କରୁଥିଲେ ଛାତ୍ର, ଅସାବଧାନତା ହେତୁ ମଳଦ୍ୱାରରେ ପଶିଗଲା ଶାବଳ

ନିକଟରେ ଏଭଳି ଏକ ଭୟଙ୍କର ଦୁର୍ଘଟଣା ଘଟିଥିଲା। ଯେଉଁଥିରେ ଗୋଟିଏ ପରିବାରର ସମସ୍ତ ସଦସ୍ୟ ଅକାଳରେ ଆରପାରିକୁ ଚାଲିଯାଉଛନ୍ତି । ତେବେ ଏପରି ଏକ ଭୟଙ୍କର ଦୁର୍ଘଟଣାରେ ୧୧ ଜଣଙ୍କ ଜୀବନ ଚାଲିଯାଇଛି । ଏଥିସହିତ ୨୦ ଜଣ ଯାତ୍ରୀ ଆହତ ମଧ୍ୟ ହୋଇଛନ୍ତି । ସୂଚନା ମୁତାବକ, ଛତିଶଗଡ଼ରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟି ୧୧ ଜଣ ଲୋକ ପ୍ରାଣ ହରାଇଛନ୍ତି । ଏଥିସହିତ ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଚିକିତ୍ସା ନିମନ୍ତେ ଭାଟାପାରା ଓ ବଲୌଦା ବଜାର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଭାଟାପାରାରେ ବିଳମ୍ବିତ ରାତ୍ରିରେ ଟ୍ରକ-ପିକଅପ ମଧ୍ୟରେ ଧକ୍କା ହେବା କାରଣରୁ ଏହି ଦୁର୍ଘଟଣା ଘଟିଥିଲା ।

ଭାଟାପାରା ଗ୍ରାମୀଣ ଥାନା ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ଏକ୍ ପାରିବାରିକ କାର୍ଯ୍ୟକ୍ରମ ସାରି ଫେରୁଥିବା ପିକଅପକୁ ଦ୍ରୁତଗତିରେ ଆସୁଥିବା ଟ୍ରକ ଧକ୍କା ଦେଇଥିଲା । ଏହି ଦୁର୍ଘଟଣା ସମୟରେ ବଡ଼ ଧରଣର ଶବ୍ଦ ଶୁଣିବାକୁ ମିଳିଥିଲା । ମୃତକଙ୍କ ମଧ୍ୟରେ କିଛି ଶିଶୁ ରହିଥିବା ବେଳେ ପୀଡ଼ିତମାନେ ପରସ୍ପର ସମ୍ପର୍କୀୟ ବୋଲି କୁହାଯାଉଛି । ଖବର ପାଇ ଏସଆଇ ସଞ୍ଜିବ ସିଂହ ରାଜପୁର ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହାପରେ ଆହତ ଓ ମୃତକଙ୍କ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ମୃତକଙ୍କ ସଠିକ୍ ତଥ୍ୟ ଜଣାପଡ଼ି ନଥିଲେ ହେଁ ୧୧ ଜଣ ପ୍ରାଣ ହରାଇଥିବା ବଲୌଦା ଏସପି ଦୀପକ ଝା ସୂଚନା ଦେଇଛନ୍ତି ।