Top 10 News Headlines: ଦିନ ଯାକର ପ୍ରମୁଖ ୧୦ ଖବର
trendingNow,recommendedStories0/zeeodisha/odisha1884694

Top 10 News Headlines: ଦିନ ଯାକର ପ୍ରମୁଖ ୧୦ ଖବର


Top 10 News Headlines Odisha: ଆଜି ଦିନ ତମାମ ରାଜ୍ୟ ତଥା ଦେଶରେ ଘଟିଯାଇଛି ଅନେକ ଛୋଟ ବଡ଼ ଘଟଣା। ଆସନ୍ତୁ ସଂକ୍ଷେପରେ ସେହି ଖବର ବିଷୟରେ ଜାଣିବା।  

 

Top 10 News Headlines: ଦିନ ଯାକର ପ୍ରମୁଖ ୧୦ ଖବର

Top 10 News Headlines Odisha

1.Chandrababu Naidu Arrested: ଏଫ୍ଆଇଆର୍ ବାତିଲ୍ କରିବାକୁ ହୋଇଥିବା ଆବେଦନ ମାମଲାରେ ହାଇକୋର୍ଟ ଦେଇଥିବା ରାୟ ବିରୋଧରେ ସୁପ୍ରିମକୋର୍ଟ ଠାରେ ପହଞ୍ଚିଛନ୍ତି ପୂର୍ବତନ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ। ରାଜ୍ୟରେ ହୋଇଥିବା ଦକ୍ଷତା ବିକାଶ ଦୁର୍ନୀତି ମାମଲାରେ ତାଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ଏଫ୍ଆଇଆର୍ ବାତିଲ୍ କରିବାକୁ ତେଲୁଗୁ ଦେଶମ ପାର୍ଟି ମୁଖ୍ୟ ତଥା ଆନ୍ଧ୍ର ପ୍ରଦେଶ ବିରୋଧି ଦଳ ନେତାଙ୍କ ପକ୍ଷରୁ ହୋଇଥିବା ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଆନ୍ଧ୍ର ପ୍ରଦେଶ ହାଇକୋର୍ଟ। ରାଜ୍ୟରେ ହୋଇଥିବା ଦକ୍ଷତା ବିକାଶ ଦୁର୍ନୀତି ମାମଲାରେ ସେପ୍ଟେମ୍ବର ୯ ତାରିଖରେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରିଥିଲା ଆନ୍ଧ୍ର ପ୍ରଦେଶ ପୋଲିସ। 

2.Humsafar Express Train Fire Gujarat: ସେପ୍ଟମ୍ବର ୨୩ ତାରିଖ ଶନିବାର ଗୁଜୁରାଟ ଭାଲସାଦ ଜିଲ୍ଲାରେ ହୋଇଯାଇଛି ଏକ ବଡ଼ ଧରଣର ଅଗ୍ନିକାଣ୍ଡ। ତିରୁଚିରାପଲ୍ଲୀ ଏବଂ ଶ୍ରୀ ଗଙ୍ଗାନଗର ମଧ୍ୟରେ ଚଳାଚଳ କରୁଥିବା ହମସଫର ଏକ୍ସପ୍ରେସ ରେ ଅଗ୍ନିକାଣ୍ଡ ହୋଇଥିବାର ଖବର ଆସିଛି। ଏହି ଟ୍ରେନ୍ ରେ ନିଆଁ ଲାଗିବାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଯେଉଁଥିରେ ଦେଖିବାକୁ ମିଳୁଛି ଯେ ଟ୍ରେନ ବଗି ଭିତରୁ ଧୂଆଁ ବାହାରୁଛି। ହମସଫର ଏକ୍ସପ୍ରେସ୍ ରେ ନିଆଁ ଲାଗିବା ସମ୍ପର୍କରେ ଜଣାପଡ଼ିବ ପରେ ଦୌଡ଼ାଦୌଡ଼ି ଭଳି ପରସ୍ଥିତି ଉପୁଜିଥିଲା। ହେଲେ ଆଶ୍ୱସ୍ତିର ବିଷୟ ଯେ ଏହା ଏହି ସମୟ ମଧ୍ୟରେ କୌଣସି ଧନ ଜୀବନ ନଷ୍ଟ ହୋଇନାହିଁ। 

3.Internet Service Restored in Manipur From Today: ବିଗତ କିଛି ମାସ ଧରି ଜାତିଗତ ହିଂସାର ନିଆଁରେ ଜଳି ଉଠିଥିବା ମଣିପୁରରେ ପରିସ୍ଥିତି ଏବେ ସୁଧୁରିବାରେ ଲାଗିଛି। ଧିରେ ଧିରେ ମଣିପୁର ବାସିନ୍ଦାଙ୍କ ସାଧାରଣ ଜୀବନ ଯାତ୍ରା ସ୍ୱାଭାବିକ ହେବାରେ ଲାଗିଛି। ଏଭଳି ପରିସ୍ଥିତିରେ ସେଠାରେ ଲଗାଯାଇଥିବା ସରକାରୀ ପ୍ରତିବନ୍ଧକକୁ କୋହଳ କରାଯିବା ଆରମ୍ଭ କରାଯାଇଛି। ଜାତିଗତ ହିଂସା କାରଣରୁ ମାସ ମାସ ଧରି ବନ୍ଦ ରହିଥିବା ଇଣ୍ଟରନେଟ୍ ସେବା ପୁନର୍ବାର ଚାଲୁ କରିବାକୁ ଘୋଷଣା କରିଛନ୍ତି ମଣିପୁର ସରକାର। ଏକ ସାମ୍ବାଦିକ ସମ୍ମିଳନୀରେ ମଣିପୁର ମୁଖ୍ୟମନ୍ତ୍ରୀ ଏନ.ବିରେନ ସିଂହ ନିଜେ ଏ ସମ୍ପର୍କରେ ଘୋଷଣା କରିଛନ୍ତି।

4.Chandryaan 3 Mission: ଚନ୍ଦ୍ରର ଦକ୍ଷିଣ ମେରୁରେ ବିକ୍ରମ ଲ୍ୟାଣ୍ଡର୍ ଏବଂ ପ୍ରଜ୍ଞାନ ରୋଭର ସହିତ ସମ୍ପର୍କ ସ୍ଥାପନ କରିବାକୁ ଇସ୍ରୋ ପକ୍ଷରୁ ପ୍ରୟାସ ଜାରି ରହିଛି। ଯଦିଓ ଏ ପର୍ଯ୍ୟନ୍ତ ଯୋଗାଯୋଗ ହୋଇ ପାରିନାହିଁ। ସେପ୍ଟମ୍ବର ୨୨ ତାରିଖ ଶୁକ୍ରବାର ଚନ୍ଦ୍ର ପୃଷ୍ଠରେ ଦିନ ହେବା ଆରମ୍ଭ ହୋଇଛି। ସେପ୍ଟେମ୍ବର ୨୨ ତାରିଖରେ ଚନ୍ଦ୍ର ପୃଷ୍ଠରେ ସୂର୍ଯ୍ୟୋଦୟ ହେବା ପରେ ଉଭୟ ଲ୍ୟାଣ୍ଡର୍ ଏବଂ ରୋଭର କାମ କରିବ ବୋଲି ଆଶା କରାଯାଉଛି। ଏହାକୁ ପୃଥିବୀ ପୃଷ୍ଠରୁ କାର୍ଯ୍ୟକ୍ଷମ କରାଯାଇ ପାରିବ ନାହିଁ। ଲ୍ୟାଣ୍ଡର ଏବଂ ରୋଭର ସହ ସୋଲାର ପ୍ୟାନେଲ ସଂଯୁକ୍ତ ହୋଇଛି। ଏହି ସୋଲାର ପ୍ୟାନେଲ ସହାୟତାରେ ଏହାକୁ ଶକ୍ତି ମିଳିବ। ଶକ୍ତି ମିଳିବା ପରେ ଉଭୟେ କାମ କରିବା ଆରମ୍ଭ କରିବେ। ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସଙ୍କେତ ଗ୍ରହଣ କରାଯାଇ ନାହିଁ। ଯଦିଓ ପ୍ରୟାସ ଜାରି ରହିଛି, ଉଭୟ ଲ୍ୟାଣ୍ଡର ଏବଂ ରୋଭର ସ୍ୱୟଂଚାଳିତ ଭାବରେ ପୁନର୍ଜୀବିତ ହେବ।

5. Low Pressure in October 2023: ଚଳିତ ବର୍ଷ ଅକ୍ଟୋବର ମାସ ଆରମ୍ଭରେ ଲଘୁଚାପ ହେବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ। ସେପ୍ଟେମ୍ବର ୨୯ ତାରିଖରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଥିବା ବେଳେ ଅକ୍ଟୋବର ପହିଲାରୁ ଲଘୁଚାପର ପ୍ରଭାବ ଦେଖିବାକୁ ମିଳିବ। ଆସନ୍ତା ୨୯ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ନେଇ ଜଣାଇଛି ପାଣିପାଗ ବିଭାଗ। ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ଏହାର ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଉତ୍ତର ଆଣ୍ଡାମାନ ସାଗର ପାର୍ଶ୍ଵବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ସମଗ୍ର ରାଜ୍ୟରେ ବର୍ଷା ହେବ ବୋଲି ପୂର୍ବନୁମାନ କରିଛି ପାଣିପାଗ। 

6. Odisha BJP Meeting: ରାଜ୍ୟର ୫୦ ହଜାର ଗ୍ରାମରେ ଦଳୀୟ ସଭା ଆୟୋଜନ କରିବ ବିଜେପି। ସଂସଦରେ ମହିଳା ସଂରକ୍ଷଣ ବିଲ୍ ପାସ୍ ହେବା ପ୍ରସଙ୍ଗ ସମ୍ପର୍କରେ ଗାଁ ଗାଣ୍ଡାରେ ଲୋକଙ୍କ ନିକଟରେ ପହଞ୍ଚିବ ରଜ୍ୟର ମୁଖ୍ୟ ବିରୋଧି ଦଳ। ରାଜ୍ୟର ୫୦ ହଜାର ଗ୍ରାମରେ ଛୋଟ ଧରଣର ସଭା ସମିତି କରାଯିବା ସହିତ କ୍ୟାମ୍ପେନ ମୁଡ୍ ରେ ପ୍ରଚାର କରିବା ପାଇଁ ଆହ୍ଵାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ହୋଇଥିବା ଏକ ଉତ୍ସବରେ ଯୋଗ ଦେଇ ଏହି ଆହ୍ୱାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ।

7. Cyber Fraud Case Sambalpur: ସାଇବର ଠକେଇରୁ ବର୍ତ୍ତି ଯାଇଛନ୍ତି ବର୍ତ୍ତିଗଲେ ଭିସୁଟ ପ୍ରଫେସର। ପ୍ରାୟ ୯୮ ହଜାର ଟଙ୍କା ସାଇବର ଠକେଇରୁ ବର୍ତ୍ତି ଯାଇଛନ୍ତି ସମ୍ବଲପୁର ବୁର୍ଲା ଭିସୁଟ ପ୍ରଫେସର ସୁଧାଂଶୁ ଶେଖର ଦାସ। କିଛିଦିନ ତଳେ ତାଙ୍କୁ ନକଲି ପାସପୋର୍ଟ ଏବଂ ଡ୍ରଗସ ଚୋରା ମାମଲାରେ ତାଇୱାନ ଚାଲାଣ ହୋଇଇଛି। ଏହି ଘଟଣାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ସେଥିପାଇଁ ତାଙ୍କ ଆକାଉଣ୍ଟ ୨ ବର୍ଷ ପର୍ଯ୍ୟନ୍ତ ଫ୍ରିଜ କରାଯିବା ସହ ପୋଲିସ କେସ ମଧ୍ୟ ହେବ। ତାଙ୍କୁ ପ୍ରଥମେ ୯୮ ହଜାର ଟଙ୍କା ଦେଲେ ସେମାନେ ସେହି ଘଟଣାକୁ ଚାପି ଦେବେ। ଟଙ୍କା ମାଗିବା ପରେ ସନ୍ଦେହ ହେବାରୁ ସେ ସେହି ଠକାମୀରୁ ବର୍ତ୍ତିଯାଇଥିବା କହିଥିଲେ ପ୍ରଫେସର ଦାସ। ଏନେଇ ହୋଇଥିବା ସମସ୍ତ ବାର୍ତ୍ତାଳାପ ମୁମ୍ବାଇରୁ skype ମାଧ୍ୟମରେ ପରିଚାଳିତ ହେଉଥିବା ଜଣାପଡ଼ିଛି।

8. Vishwakarma Puja Award Paradip: ବିଶ୍ବକର୍ମା ପୂଜାରେ ପୁରସ୍କାର ବିତରଣ ଉତ୍ସବରେ ହାଟ୍ରିକ୍ ମାରିଛି ଓଡିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ। ପ୍ରାୟ ୮ ଦିନ ବ୍ୟାପୀ ଚାଲୁଥିବା ବିଶ୍ୱ ପ୍ରସିଦ୍ଧ ପାରାଦୀପ ବିଶ୍ୱକର୍ମା ପୂଜା ଉତ୍ସବର ଶୁକ୍ରବାର ଷଷ୍ଠ ସନ୍ଧ୍ୟାରେ ସୂଚନା କେନ୍ଦ୍ର ଠାରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଚଳିତ ପୂଜାରେ ସର୍ବପରି ଶାନ୍ତି ଶୃଙ୍ଖଳା, ଆଲୋକ ସାଜସଜା ଓ ବାହ୍ୟ ସାଜସଜା ବର୍ଗରେ ଓଡିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ ପ୍ରଥମ ପୁରସ୍କାର ପାଇଥିଲା ବେଳେ ଶାନ୍ତିଶୃଙ୍ଖଳା ଏବଂ ବାହାର ସାଜସଜା ତଥା ମୂର୍ତ୍ତି ତଥା ଭିତର ସାଜସଜାରେ ଡମ୍ପର ମାଲିକ ସଙ୍ଘ ଦ୍ଵିତୀୟ ସ୍ଥାନ ପାଇଛି। ସେହିପରି ଭାରତୀୟ ବନ୍ଦର ମଜଦୂର ସଙ୍ଘ ମୂର୍ତ୍ତି ଏବଂ ଅଭ୍ୟନ୍ତରୀଣ ସାଜସଜାରେ ଦ୍ଵିତୀୟ, ଆଲୋକ ସାଜସଜ୍ଜାରେ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ବିଭିନ୍ନ ବିଭାଗରେ ପାରାଦୀପ ପୋର୍ଟ ଆଣ୍ଡ ଡକ ମଜଦୂର ୟୁନିଅନ, ପାରାଦୀପ ବନ୍ଦର ବିଦ୍ୟୁତ ବିଭାଗ, ବନ୍ଦର ଇଂଜିନିୟରିଙ୍ଗ ବିଭାଗ ପୁରସ୍କୃତ ହୋଇଥିଲେ।

9. Meri Mati Mera Desh Campaign: "ମୋ ମାଟି ମୋ ଦେଶ", ଭାରତ ମାଆ ମାଟିର ମହକ ଗୌରବ ଯୁଗ ଯୁଗର ଉଜ୍ବଳ ଗରିମାକୁ ଆହୁରି ପରିବ୍ୟାପ୍ତ କରିବା ପାଇଁ କେନ୍ଦ୍ର ସରକାରଙ୍କ ଏହି ମହନୀୟ ଯୋଜନା ସମଗ୍ର ଭାରତ ବାସୀଙ୍କ ମଧ୍ୟରେ ଖେଳାଇ ଦେଇଛି ଦେଶ ପ୍ରେମର ଅପୂର୍ବ ଶ୍ରୀହରଣ। ଏହି ଅବସର ରେ କଟକ ସହରର ବଢେଇ ସାହି ସ୍ଥିତ ବାସ୍ତରି ମଠ ନିକଟରୁ ଏକ ଶୋଭାଯାତ୍ରା ଭାରତୀୟ ଜନତା ପାର୍ଟି ପକ୍ଷରୁ ବାହାର କରାଯାଇ ଘରକୁ ଘର ବୁଲି ପବିତ୍ର ମାଟି ସଂଗ୍ରହ କରାଯାଇଛି । ଆଯା ଦିକା ଅମୃତ ମହୋତ୍ସବ କାଳରେ ଆୟୋଜିତ ଏହି ସ୍ବତନ୍ତ୍ର କାର୍ଯ୍ୟ କ୍ରମ ସାଧାରଣ ଜନତାଙ୍କ ମନ ପ୍ରାଣ ହୃଦୟରେ ସଞ୍ଚରିତ କରିଛି ମାତୃ ଭୂମି ପାଇଁ ମମତାର ଜୁଆର। ଏଥିରେ ବିଜେପିର ନାରୀ ନେତ୍ରୀ ସ୍ମୃତି ପଟନାୟକ, ଲକ୍ଷ୍ମୀଧର ପ୍ରଧାନ,ଲିଙ୍ଗରାଜ ପୃଷ୍ଟି ଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଜନ ସାଧାରଣଙ୍କ ସମେତ ବହୁ ବରିଷ୍ଠ ବିଜେପି ନେତୃ ବୃନ୍ଦ ଅଂଶ ଗ୍ରହଣ କରିଥିଲେ। 

10. Golamunda Block Chairman Arrested: ପ୍ରଧାନମନ୍ତ୍ରୀ ଫସଲବୀମା ହେରଫେର ମାମଲାରେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଗିରଫ। କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା କେଗାଁ ଥାନା ଅନ୍ତର୍ଗତ କ୍ଷେତ୍ର ମୋହନ ବାଗଙ୍କ ରିପୋର୍ଟ କୁ ଆଧାର କରି ମକରାଗୁଡାର ଚାଷୀଙ୍କ ନାମରେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ୨୫ ଲକ୍ଷ ଟଙ୍କାରୁ ଅଧିକ ଠକେଇ ଅଭିଯୋଗରେ ନୂଆପଡା ପୋଲିସ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦଙ୍କୁ ଗିରଫ କରିଛି। ଗତକାଲି ରାୟପୁର ଯାଉଥିବା ସମୟରେ ତାଙ୍କୁ ଗିରଫ କରିଛି ପୋଲିସ। ଧର୍ମଗଡ଼ ଉପଖଣ୍ଡ ଡାକ୍ତରଖାନାରେ ସ୍ୱାସ୍ଥ୍ୟ ପରୀକ୍ଷା ପରେ ହାଜତ ପଠାଯାଇଥିବା ଧର୍ମଗଡ଼ ପୋଲିସ ପକ୍ଷରୁ କୁହାଯାଇଛି।

 

 

Trending news