Top 10 News Headlines: ଦିନଯାକର ୧୦ ବଡ଼ ଖବର
trendingNow,recommendedStories0/zeeodisha/odisha1874954

Top 10 News Headlines: ଦିନଯାକର ୧୦ ବଡ଼ ଖବର

Top 10 News Headlines | 16 September 2023 | ସଂକ୍ଷେପରେ ପଢ଼ନ୍ତୁ ଦିନଯାକର ୧୦ ବଡ଼ ଖବର

 

Top 10 News Headlines: ଦିନଯାକର ୧୦ ବଡ଼ ଖବର

Top 10 News Headlines 16 September 2023: Naveen Patnaik inaugurates Netaji Bus Terminal in Cuttack: ଲୋକାର୍ପିତ ହେଲା କଟକ ନେତାଜୀ ବସ୍ ଟର୍ମିନାଲ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଲୋକାର୍ପଣ କରିଛନ୍ତି । ପ୍ରାୟ ୯୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ରାଜ୍ୟର ଏହି ଅତ୍ୟାଧୁନିକ ବସ୍‌ ଟର୍ମିନାଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଦିନ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି । 

One Nation-one Election: ୨୩ ସେପଟେମ୍ବରରେ ‘ୱାନ ନେସନ ୱାନ ଇଲେକସନ’ର ପ୍ରଥମ ବୈଠକ ଅନୁଷ୍ଠିତ ହେବ । ପୂର୍ବତନ ରାଷ୍ଟ୍ରପତି ତଥା ୱାନ ନେସନ ୱାନ ଇଲେକନସନ କମିଟିର ଅଧ୍ୟକ୍ଷ ରାମନାଥ କୋବିନ୍ଦ ଏନେଇ ସୂଚନା ଦେଇଛନ୍ତି । ଆଜି ଭୁବନେଶ୍ୱର ଆସିଥିବା ବେଳେ ସେ ଏହା କହିଛନ୍ତି । ପୂର୍ବତନ ରାଷ୍ଟ୍ରପତି ଏକ ଘରୋଇ ୟୁନିଭରସିଟିର କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିବା ବେଳେ ଏହି ସୂଚନା ଦେଇଛନ୍ତି ।

Odisha Assembly Speaker's Election: ବିରୋଧୀ ଦଳର ଦାବି ଆଗରେ ମୁଣ୍ଡ ନୁଆଁଇ ସରକାର ବାଚସ୍ପତି ନିର୍ବାଚନକୁ ଗୋଟିଏ ଦିନ ଘୁଞ୍ଚାଇଛନ୍ତି। ଆସନ୍ତା ୨୧ ତାରିଖକୁ ବାଚସ୍ପତି ନିର୍ବାଚନ ଲାଗି ତାରିଖ ସ୍ଥିର ହୋଇଥିଲା । ଏଥିଲାଗି ୧୮ ତାରିଖରେ ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ରହିଛି । ଏବେ ନାମାଙ୍କନ ଦାଖଲରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। କିନ୍ତୁ ନିର୍ବାଚନ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ୨୨ ତାରିଖରେ ବିଧାନସଭା ଅଧିବେଶନ ଆରମ୍ଭ ପୂର୍ବରୁ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ। ଯଦି ଏକାଧିକ ପ୍ରାର୍ଥୀ ରହନ୍ତି, ତେବେ  ନିର୍ବାଚନ ହେବ। 

INDIA Alliance State Govt stopped advertising to Biased Media: ୧୪ ଟିଭି ଆଙ୍କର ଙ୍କୁ ‘ପକ୍ଷପାତୀ ସାମ୍ବାଦିକ’ ଆଖ୍ୟା ଦେଇ ସେମାନଙ୍କ ଶୋ' କୁ ବର୍ଜନ କରିବା ପରେ ଏବେ ଭାରତୀୟ ଜାତୀୟ ବିକାଶମୂଳକ ସମାବେଶୀ ମେଣ୍ଟ ‘ଇଣ୍ଡିଆ’ ମେଣ୍ଟର ସଦସ୍ୟ ଥିବା ୧୧ ରାଜ୍ୟର ସରକାର "ପକ୍ଷପାତୀ ମିଡିଆ" କୁ ବିଜ୍ଞାପନ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଟିଏମ୍‍ସି ସାଂସଦ ତଥା ‘ଇଣ୍ଡିଆ’ ମେଣ୍ଟର ସଦସ୍ୟ ମହୁଆ ମଇତ୍ରା ଏ ସମ୍ପର୍କରେ ସୋସିଆଲ ମିଡ଼ିଆ ଏ ସମ୍ପର୍କରେ ବିଷୟରେ ଟ୍ୱିଟରରେ ସୂଚନା ଦେଇ ‘ଖେଲା ହୋବେ’ ବୋଲି ଘୋଷଣା କରିଛନ୍ତି। 

Parliament Special Session 2023: ଦେଶର ନୂତନ ସଂସଦ ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରୀମଣ୍ଡଳର କ୍ୟାବିନେଟ ମନ୍ତ୍ରୀଙ୍କୁ ଆବଣ୍ଟିତ ହୋଇଛି ନୂତନ କାର୍ଯ୍ୟାଳୟ। ସଂସଦର ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ ବିଭିନ୍ନ ମନ୍ତ୍ରଣାଳୟର ମନ୍ତ୍ରୀଙ୍କୁ ନୂତନ ଭବନରେ ସେମାନଙ୍କ କାର୍ଯ୍ୟାଳୟ ଆବଣ୍ଟନ କରାଯାଇଛି। ଏହି ଆବଣ୍ଟନରେ ବରିଷ୍ଠ କ୍ୟାବିନେଟ ମନ୍ତ୍ରୀଙ୍କୁ ତଳ ମହଲାରେ କାର୍ଯ୍ୟାଳୟ ଦିଆଯାଇଛି। ଏହି କ୍ରମରେ ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର, ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ.ଜୟଶଙ୍କର, ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋଏଲ, ଆଦିବାସୀ କଲ୍ୟାଣ ମନ୍ତ୍ରୀ ଅର୍ଜୁନ ମୁଣ୍ଡା, ମହିଳା ଏବଂ ଶିଶୁ କଲ୍ୟାଣ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ନୂତନ ସଂସଦ ଭବନରେ ସେମନଙ୍କୁ ନୂତନ କାର୍ଯ୍ୟାଳୟ ଆବଣ୍ଟିତ ହୋଇଛି।

No Forceful donation in puja season: ପାର୍ବଣ ସମୟରେ ଚାନ୍ଦା ନାଁରେ ଦାଦା ବଟିକୁ ନା' । ବଟି ଆଦାୟ କରୁଥିବା ଲୋକଙ୍କ ବିରୁଦ୍ଧରେ ହେବ କାର୍ଯ୍ୟାନୁଷ୍ଠାନ । ଏନେଇ ଦୃଢ଼ ପଦକ୍ଷେପ ନେବ କମିସନରେଟ ପୋଲିସ । କେହି ବଟି ମାଗିଲେ 7077798111 ନମ୍ବରରେ ମ୍ୟାସେଜ କରିପାରିବେ ବୋଲି ଭୁବନେଶ୍ଵର ଡିସିପି ପ୍ରତୀକ ସିଂଙ୍କ ସୂଚନା ଦେଇଛନ୍ତି । 

Hirakud Dam authorities open 4 more gates: ହୀରାକୁଦ ଡ୍ୟାମର ୨୬ଟି ଗେଟ୍ ଖୋଲିବା ପରେ ମହାନଦୀ ଅବବାହିକାର ତଳି ଅଞ୍ଚଳରେ ବନ୍ୟା ଆଶଙ୍କା ଦେଖାଦେଇଛି । ଯାହାଫଲରେ ସମ୍ବଲପୁରରୁ ସୋନପୁରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ଓ ବୌଦ୍ଧ ଜିଲ୍ଲାର ପ୍ରାୟ ୪୦ଟି ଗାଁ ପାଣି ଘେରରେ ରହିଛି । ତେବେ ଆଗକୁ ହୀରାକୁଦର ଆଉ ଅଧିକ ଗେଟ୍ ଖୋଲିବନାହିଁ ଓ ରାଜ୍ୟରେ ଏବେ ବନ୍ୟା ସ୍ଥିତି ନାହିଁ ବୋଲି ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ।

CWC Meeting in Telangana: ହାଇଦ୍ରାବାଦରେ ଚାଲିଥିବା କଂଗ୍ରେସ ୱାର୍କିଂ କମିଟି (ସିଡବ୍ଲ୍ୟୁଡିସି) ବୈଠକରେ ମଲ୍ଲିକାର୍ଜୁନ୍ ଖଡ୍ଗେ କେନ୍ଦ୍ର ସରକାର ଓ ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି । କଂଗ୍ରେସର ଜାତୀୟ ସଭାପତି ଜି-୨୦ ଆୟୋଜନ ପାଇଁ ହୋଇଥିବା ଖର୍ଚ୍ଚକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି, ରୋଟେସନ ଦ୍ୱାରା ମିଳିଥିବା ଜି-୨୦ ଅଧ୍ୟକ୍ଷତାର ଆୟୋଜନ ପାଇଁ ୪ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି ଓ ବର୍ତ୍ତମାନ ରୋଟେସନରେ ଏହାର ଅଧ୍ୟକ୍ଷତା ବ୍ରାଜିଲକୁ ମିଳିସାରିଛି ।

Babar Shaheen Fight​: ଗତ ଗୁରୁବାର ଦିନ ଏସିଆ କପରେ ଶ୍ରୀଲଙ୍କା ସୁପର-୪ ରେ ପାକିସ୍ତାନକୁ ପରାସ୍ତ କରି ଫାଇନାଲରେ ସ୍ଥାନ ହାସଲ କରିଛି । ପାକିସ୍ତାନକୁ ଶ୍ରୀଲଙ୍କା ଠାରୁ DLS ନିୟମ ଅନୁସାରେ ୨ ୱିକେଟରେ ପରାସ୍ତ ହୋଇଥିଲା । ଏହି ପରାଜୟ ସହିତ ପାକିସ୍ତାନର ଏସିଆ କପ୍ ଫାଇନାଲ ଖେଳିବାର ସ୍ୱପ୍ନ ଭାଙ୍ଗିଯାଇଥିଲା । ବର୍ତ୍ତମାନ ଡ୍ରେସିଂ ରୁମରୁ ଖବର ଆସିଛି ଯେ ଦଳର ଖେଳାଳିମାନେ ହାରିବା ପରେ ପରସ୍ପର ସହ ଝଗଡା କରିଥିଲେ । ବାସ୍ତବରେ ଦଳର ଅଧିନାୟକ ବାବର ଆଜମ ଓ ଶାହିନ୍ ଆଫ୍ରିଦିଙ୍କ ମଧ୍ୟରେ ଡ୍ରେସିଂ ରୁମରେ କିଛି କଥାକୁ ନେଇ ଝଗଡ଼ା ହୋଇଥିଲା, ରିଜୱାନଙ୍କୁ ଏଥିରେ ହସ୍ତକ୍ଷେପ କରି ସେମାନଙ୍କୁ ଶାନ୍ତ କରିଥିଲେ ।

Asia Cup 2023: India Vs Sri Lanka, ଏସିଆ କପ୍ ୨୦୨୩ ରେ ଶ୍ରୀଲଙ୍କା ବିପକ୍ଷରେ ଖେଳାଯିବାକୁ ଥିବା ଟାଇଟଲ୍ ମ୍ୟାଚ୍ ପୂର୍ବରୁ ଭାରତୀୟ ଦଳ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି । ବାସ୍ତବରେ ଭାରତର ଶକ୍ତିଶାଳୀ ଅଲରାଉଣ୍ଡର ଅକ୍ଷର ପଟେଲ ଆହତ ହୋଇଛନ୍ତି । ଅଲରାଉଣ୍ଡର ୱାଶିଂଟନ୍ ସୁନ୍ଦରଙ୍କୁ କଲମ୍ବୋକୁ ତାଙ୍କ ବ୍ୟାକଅଫ୍ ଖେଳାଳି ଭାବରେ ଦଳରେ ସାମିଲ କରାଯାଇଛି ।

 

Trending news