IND v SA ODI Series: ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ ଘୋଷିତ, ଏହି ଅଭିଜ୍ଞ ଖେଳାଳିଙ୍କୁ ମିଳିଲା ସୁଯୋଗ
Advertisement

IND v SA ODI Series: ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ ଘୋଷିତ, ଏହି ଅଭିଜ୍ଞ ଖେଳାଳିଙ୍କୁ ମିଳିଲା ସୁଯୋଗ

ନୂଆଦିଲ୍ଲୀ: ଆଗାମୀ ଦକ୍ଷିଣ ଆଫ୍ରିକା (South Africa) ବିପକ୍ଷ ସିରିଜ ପାଇଁ ଆଜି ଭାରତୀୟ ଦଳ (Indian Team) ଘୋଷଣା କରାଯାଇଛି। ଦଳର ନେତୃତ୍ୱ ଦାୟିତ୍ୱ ଶିଖର ଧଓ୍ୱନଙ୍କୁ (Sikhar Dhawan) ଦିଆଯାଇଛି। ଶ୍ରେୟସ ଆୟରଙ୍କୁ (Shreyas Ayar) ଉପଅଧିନାୟକ ଭାବେ ଦାୟିତ୍ୱ ବଣ୍ଟନ କରାଯାଇଛି। 

IND v SA ODI Series: ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ ଘୋଷିତ, ଏହି ଅଭିଜ୍ଞ ଖେଳାଳିଙ୍କୁ ମିଳିଲା ସୁଯୋଗ

IND v SA ODI Series: ନୂଆଦିଲ୍ଲୀ: ଆଗାମୀ ଦକ୍ଷିଣ ଆଫ୍ରିକା (South Africa) ବିପକ୍ଷ ସିରିଜ ପାଇଁ ଆଜି ଭାରତୀୟ ଦଳ (Indian Team) ଘୋଷଣା କରାଯାଇଛି। ଦଳର ନେତୃତ୍ୱ ଦାୟିତ୍ୱ ଶିଖର ଧଓ୍ୱନଙ୍କୁ (Sikhar Dhawan) ଦିଆଯାଇଛି। ଶ୍ରେୟସ ଆୟରଙ୍କୁ (Shreyas Ayar) ଉପଅଧିନାୟକ ଭାବେ ଦାୟିତ୍ୱ ବଣ୍ଟନ କରାଯାଇଛି। ଇଶାନ କିଶାନ (Ishan Kishan) ଓ ସଞ୍ଜୁ ସାମସନଙ୍କୁ (Sanju Samson) ଓ୍ୱିକେଟ କିପରର ଦାୟିତ୍ୱ ଦିଆଯାଇଛି।

ସୂଚନାଯୋଗ୍ୟ ଘରୋଇ ମାଟିରେ ଆସନ୍ତା ୬ ତାରିଖରେ ହେବାକୁ ଯାଉଛି ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆ ସିରିଜ ଖେଳିବ ଭାରତ। ଏହି ସିରିଜ ମଧ୍ୟରେ ୩ଟି ଦିନିକିଆ ଖେଳିବ ବୋଲି ଜଣାପଡ଼ିଛି। ଉଭୟ ଟିମ ମଧ୍ୟରେ ଟି୨୦ ସିରିଜ ଖେଳୁଛନ୍ତି। ବରିଷ୍ଠ ଖେଳାଳିଙ୍କ ଅନୁପସ୍ଥିତିରେ ଯୁବକମାନଙ୍କୁ ODI ସିରିଜ୍ ପାଇଁ ସୁଯୋଗ ଦିଆଯାଇଛି।

ତେବେ ଘୋଷଣା କରାଯାଇଥିବା ଦଳରେ ବରିଷ୍ଠମାନଙ୍କୁ ବିଶ୍ରାମ ଦିଆଯାଇଛି। ଦିନିକିଆ ସିରିଜ୍‌ ପାଇଁ ମଧ୍ୟ ପ୍ରଦେଶ ବ୍ୟାଟସମ୍ୟାନ ରଜତ ପାଟିଦାର ଏବଂ ପଶ୍ଚିମବଙ୍ଗର ଦ୍ରୁତ ବୋଲର ମୁକେଶ କୁମାରଙ୍କୁ ପ୍ରଥମ ଥର ଭାରତୀୟ ଦଳରେ ସାମିଲ୍ କରାଯାଇଛି। ମହମ୍ମଦ ଶାମିଙ୍କ ବ୍ୟତୀତ ଟି-୨୦ ବିଶ୍ଵ କପ୍‌ ପାଇଁ ଭାରତର ସମସ୍ତ ରିଜର୍ଭ ଖେଳାଳି ଦୀପକ ଚହର, ଶ୍ରେୟସ ଆୟର ଏବଂ ରବି ବିଷ୍ନୋଇଙ୍କୁ ଦିନିକିଆ ଶୃଙ୍ଖଳା ପାଇଁ ଚୟନ କରାଯାଇଛି।

ଭାରତୀୟ ଦଳ
ଶିଖର ଧାଓ୍ଵନ(ଅଧିନାୟକ), ଶ୍ରେୟସ ଆୟର(ଉପ ଅଧିନାୟକ), ଋତୁରାଜ ଗାଏକଓ୍ଵାଡ, ଶୁଭମାନ ଗିଲ୍, ରଜତ ପାଟିଦାର, ରାହୁଲ ତ୍ରିପାଠୀ, ଇଶାନ କିଷନ(ଓ୍ଵିକେଟ୍ କିପର), ସଞ୍ଜୁ ସାମସନ(ଓ୍ଵିକେଟ୍ କିପର), ଶାହବାଜ ଅହମ୍ମଦ, ଶାର୍ଦ୍ଦୁଳ ଠାକୁର, କୁଲଦୀପ ଯାଦବ, ରବି ବିଷ୍ନୋଇ, ମୁକେଶ କୁମାର, ଅଭେଶ ଖାନ, ମହମ୍ମଦ ସିରାଜ ଏବଂ ଦୀପକ ଚହର।

ସମୟ ଓ ସ୍ଥାନ
ପ୍ରଥମ ଦିନିକିଆ: ଅକ୍ଟୋବର ୬, ଲକ୍ଷ୍ନୌ, ୧ଟା ୩୦
ଦ୍ଵିତୀୟ ଦିନିକିଆ: ଅକ୍ଟୋବର ୯, ରାଞ୍ଚି, ୧ଟା ୩୦
ତୃତୀୟ ଦିନିକିଆ: ଅକ୍ଟୋବର ୧୧, ଦିଲ୍ଲୀ, ୧ଟା ୩୦

ଅଧିକ ପଢନ୍ତୁ: Rajasthan Congress Crisis: 'ସମସ୍ତେ ଜାଣନ୍ତି, ଅମିତ ଶାହଙ୍କ ଘରେ ହୋଇଥିଲା ବିଧାୟକଙ୍କ ବୈଠକ'; ଜାଣନ୍ତୁ କାହିଁକି ଏହା କହିଲେ ଅଶୋକ ଗେହଲୋତ

ଅଧିକ ପଢନ୍ତୁ: Railway Bonus 2022: ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର! ମୋଦି ସରକାର କଲେ ଦୀପାବଳୀ ବୋନସ ଘୋଷଣା, ମିଳିବ ୭୮ ଦିନର ଅତିରିକ୍ତ ଦରମା