Viral News: ଲାଜସରମ ପୋଡ଼ି ଖାଇଲେ ଯୁବତୀ, ମେଟ୍ରୋରେ କଲେ ଧୂଆଁଧାର ଡାନ୍ସ, ଭିଡ଼ିଓ ଭାଇରାଲ
Advertisement

Viral News: ଲାଜସରମ ପୋଡ଼ି ଖାଇଲେ ଯୁବତୀ, ମେଟ୍ରୋରେ କଲେ ଧୂଆଁଧାର ଡାନ୍ସ, ଭିଡ଼ିଓ ଭାଇରାଲ

viral News: ଯୁବପିଢୀଙ୍କୁ ପାଗଳ କରିଛି ସୋସିଆଲ ମିଡିଆ (Social Media) । ସୋସିଆଲ ମିଡିଆର ଭୂତ ସେମାନଙ୍କ ମୁଣ୍ତରେ ଏଭଳି ସବାର ହୋଇଛି ଯେ,ଶସ୍ତା ଲୋକପ୍ରିୟତା ହାସଲ କରିବାକୁ ଟିକେ ବି ମଉକା ହାତଛଡା କରୁ ନାହାଁନ୍ତି । କେତେବେଳେ, କେଉଁଠାରେ, କେଉଁ ଅବସ୍ଥାରେ ଅଛନ୍ତି ,ତାହାକୁ ବି ସେମାନେ ଭୁଲି ଯାଆନ୍ତି । ସେମାନଙ୍କର ଗୋଟିଏ କ୍ରେଜ୍ ରିଲ୍ସ ବନାଇବା । ଆଉ ତାହାକୁ ସୋସିଆଲ ମିଡିଆରେ ଅପଲୋଡ କରି ବାଃ ବାଃ ନେବା ।

ସୌଜନ୍ୟ- ସୋସିଆଲ ମିଡ଼ିଆ

Viral News: ଯୁବପିଢୀଙ୍କୁ ପାଗଳ କରିଛି ସୋସିଆଲ ମିଡିଆ (Social Media) । ସୋସିଆଲ ମିଡିଆର ଭୂତ ସେମାନଙ୍କ ମୁଣ୍ତରେ ଏଭଳି ସବାର ହୋଇଛି ଯେ,ଶସ୍ତା ଲୋକପ୍ରିୟତା ହାସଲ କରିବାକୁ ଟିକେ ବି ମଉକା ହାତଛଡା କରୁ ନାହାଁନ୍ତି । କେତେବେଳେ, କେଉଁଠାରେ, କେଉଁ ଅବସ୍ଥାରେ ଅଛନ୍ତି ,ତାହାକୁ ବି ସେମାନେ ଭୁଲି ଯାଆନ୍ତି । ସେମାନଙ୍କର ଗୋଟିଏ କ୍ରେଜ୍ ରିଲ୍ସ ବନାଇବା । ଆଉ ତାହାକୁ ସୋସିଆଲ ମିଡିଆରେ ଅପଲୋଡ କରି ବାଃ ବାଃ ନେବା ।  ସୋସିଆଲ ମିଡିଆରେ ବର୍ତ୍ତମାନ ଏଭଳି ଏକ ଭିଡିଓ ଭାଇରାଲ ହେଉଛି(Viral Video )  । ଯାହାକୁ ଦେଖି ଆପଣ ଚକିତ ହୋଇଯିବେ। ମେଜର  ଡିପି ସିଂ (Major D P Singh ) ନାମକ ଜଣେ ୟୁଜର୍ସ ଏକ ଭିଡିଓ ନିଜ ଟ୍ବିଟର ଆକାଉଣ୍ଟରେ ସେୟାର କରିଛନ୍ତି । 

ଭିଡିଓରେ ଦେଖିବାକୁ ମିଳିଛି ଯେ,ମେଟ୍ରୋରେ ଜଣେ ଯୁବତୀ ଧମାକାଦାର ଡାନ୍ସ କରୁଛନ୍ତି ଆଉ ଜଣେ ତାଙ୍କ ସାଥୀ ତାଙ୍କର ଭିଡିଓ ରେକଡିଂ କରୁଛନ୍ତି । ତେବେ, ଏହି ଘଟଣାଟି ଦିଲ୍ଲୀ ମେଟ୍ରୋର(delhi metro) ବୋଲି କୁହାଯାଉଛି । ମେଟ୍ରୋରେ ଲୋକଙ୍କ ବାରଣ ସର୍ତ୍ତ୍ବ ମଧ୍ୟ ଯୁବତୀ ଜଣକ ଏଭଳି ରିଲ୍ସ ବନେଇଥିଲେ ବୋଲି କୁହାଯାଉଛି । ମେଟ୍ରୋରେ ଏଭଳି ଭିଡିଓ ତିଆରି କରିବାକୁ ଅନେକ ଲୋକେ ବାରଣ କରିଥିବାର ମଧ୍ୟ ଦେଖିବାକୁ ମିଳିଥିଲା। ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ତେବେ, ଏହି ଭିଡିଓ ଦେଖି ଅନେକ ଲୋକେ ଲୋକ ଅଶ୍ଳୀଳ ମନ୍ତବ୍ୟ ମଧ୍ୟ ଦେଇଛନ୍ତି । କମେଣ୍ଟରେ କିଛି ଲୋକେ ଏପରି କହିଛନ୍ତି ଯେ, ଏହାକୁ ଯାତ୍ରା ସହିତ ମାଗଣା ମନୋରଞ୍ଜନ ବୋଲି କୁହାଯାଇପାରିବ । ମେଟ୍ରୋରେ ଘଟୁଥିବା ଏଭଳି କାର୍ଯ୍ୟକଳାପ ଉପରେ (DMRC) ଡିଏମ୍ଆରଏସି  କଡା କାର୍ଯ୍ୟାନୁଷ୍ଠାନ ଦାବି କରିବାକୁ  କରିଛନ୍ତି। ତେବେ, ଏହି ଭିଡିଓଟିକୁ ୧.୨୫ ଲକ୍ଷରୁ ଅଧିକ ଥର ବର୍ତ୍ତମାନ ସୁଧା ଦେଖାସରିଛି । ସୋସିଆଲ ମିଡିଆ ଏବଂ ରିଲର  ଏହି ଟ୍ରେଣ୍ତ ଯୁବପୀଢିଙ୍କୁ ପଥଭ୍ରଷ୍ଟ କରୁଛି ବୋଲି କୁହାଯାଇପାରିବ । 

Also Read : Electrical shock: ବେଳେବେଳେ ଅନ୍ୟକୁ ଛୁଇଁଲେ କାହିଁକି ମାରେ କରେଣ୍ଟ? ଜାଣନ୍ତୁ ଏହା ପଛରେ ବିଜ୍ଞାନ

Also Read : Shocking News: ବାପା ନା ସେ ନର୍କର କୀଟ, ନିଜ ଜନ୍ମକଲା ଝିଅକୁ ବର୍ଷେ ହେବ କରୁଥିଲା ଦୁଷ୍କର୍ମ

ବିଶ୍ୱବାସୀଙ୍କୁ ବନ୍ଧୁତ୍ୱ ସୂତ୍ରରେ ବାନ୍ଧି ରଖିଥିବା ସୋସିଆଲ ମିଡ଼ିଆରେ ଅନେକଙ୍କର ଦିନର ଅଧିକାଂଶ ସମୟ କଟିଯାଉଛି। ଏହାଦ୍ୱାରା ନିଜ ଅଜାଣତରେ ନିଜର କ୍ଷତି ହିଁ ହେଉଛି। ଲାପ୍‌ଟପ୍‌, ଟ୍ୟାବ୍‌, ମୋବାଇଲରେ ନୂଆ ନୂଆ ଆପ୍ଲିକେଶନ ଡାଉନ୍‌ଲୋଡ୍‌ କରି ଦିନରାତି ସେଥିରେ ବୁଡ଼ି ରହୁଛନ୍ତି ଅନେକେ। ବିଶେଷକରି ପାଠପଢୁଆ ପିଲାଙ୍କ ମଧ୍ୟରେ ସୋସିଆଲ ମିଡ଼ିଆ ବ୍ୟବହାର କରିବାର ପ୍ରବଣତା ଅଧିକ। ବିଭିନ୍ନ ସୋସିଆଲ ମିଡ଼ିଆ ଏକ ଅଦୃଶ୍ୟ ଦୁନିଆ। ଏଥିସହ ସଂଯୁକ୍ତ ଏମିତି ବହୁସଂଖ୍ୟକ ଲୋକ ଅଛନ୍ତି, ଯେଉଁମାନେ ବାସ୍ତବରେ ସଂସାରରେ ବି ନାହାନ୍ତି। ସୋସିଆଲ ମିଡ଼ିଆ ଅପବ୍ୟବହାରରୁ ବର୍ତ୍ତିବା ପାଇଁ ଦରକାର କେବଳ ନିଜ ଉପରେ ନିୟନ୍ତ୍ରଣ। କିପରି ଓ କେତେ ସମୟ ବ୍ୟବହାର କଲେ ତାହା ମନ ଓ ସ୍ବାସ୍ଥ୍ୟ ପ୍ରତି ଠିକ୍‌ ରହିବ, ତାହା ନିର୍ଭର କରେ ନିଜର ମାନସିକତା ଉପରେ। ଯେ କୌଣସି ଜିନିଷର ଉଭୟ ସକାରାତ୍ମକ ଓ ନକାରାତ୍ମକ ଦିଗ ରହିଛି। ତେବେ ଏହାକୁ କେଉଁ ଭାବରେ ବ୍ୟବହାର କରିବେ, ତାହା ନିଜର ଦାୟିତ୍ୱ ହେବା ଉଚିତ। ସୋସିଆଲ ମିଡ଼ିଆର ଅପବ୍ୟବହାର ବହୁ ଅସୁବିଧାରେ ପକାଇପାରେ। ତେଣୁ ଭାବିଚିନ୍ତି ଏହାର ଉପଯୋଗ କରିବା ଉଚିତ।