Ram Navami: ପବିତ୍ର ରାମନବମୀ: ଆଜିଠୁ ଏହି ରାଶିଙ୍କ ଭାଗ୍ୟରେ ବର୍ଷିବ ଯଶ, ସମ୍ମାନ, ଧନ
Advertisement

Ram Navami: ପବିତ୍ର ରାମନବମୀ: ଆଜିଠୁ ଏହି ରାଶିଙ୍କ ଭାଗ୍ୟରେ ବର୍ଷିବ ଯଶ, ସମ୍ମାନ, ଧନ

Ram Navami: ଆଜି ରାମନବମୀ ଅବସରରେ ଏକାଧିକ ମହାସଂଯୋଗ ଘଟୁଛି। ଆଜି ସୂର୍ଯ୍ୟ ବୁଧ ଓ ଗୁରୁ ମୀନ ରାଶିରେ ଅବସ୍ଥାନ କରୁଛନ୍ତି। ସେହିପରି ଶନିଙ୍କ ସ୍ୱରାଶି କୁମ୍ଭରେ ପ୍ରବେଶ କରୁଛନ୍ତି। ଏହା ବ୍ୟତୀତ ଶୁକ୍ର ଓ ରାହୁ ମେଷ ରାଶିରେ ଅବସ୍ଥାନ କରିଛନ୍ତି। ଗ୍ରହମାନଙ୍କର ଏଭଳି ଅବସ୍ଥିତି କିଛି ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ମହାଭାଗ୍ୟ ଯୋଗସୃଷ୍ଚି ହୋଇଛି। 

Ram Navami: ପବିତ୍ର ରାମନବମୀ: ଆଜିଠୁ ଏହି ରାଶିଙ୍କ ଭାଗ୍ୟରେ ବର୍ଷିବ ଯଶ, ସମ୍ମାନ, ଧନ

Ram Navami: ଭଗବାନ ରାମ ଚୈତ୍ର ଶୁକ୍ଲ ନବମ ତିଥିରେ ଜନ୍ମ ଗ୍ରହଣ କରିଥିଲେ।  ରାମଙ୍କ ଜନ୍ମଦିନକୁ ରାମ ନବମୀ ଭାବେ ପୂରା ଦେଶବାସୀ ପାଳନ କରିଥାନ୍ତି। ଆଜି ମାର୍ଚ୍ଚ ୩୦, ୨୦୨୩ ଗୁରୁବାର ଦିନ, ରାମ ନବମୀ ମହାପର୍ବଙ୍କୁ ସମଗ୍ର ଦେଶରେ ପାଳନ କରାଯାଏ। ଏହା ସହିତ ଏହି ଦିନ ୯ ଦିନିଆ ନବରାତ୍ରୀ ଉପବାସ ପାଳନ କରାଯାଏ। ହଓ୍ୱନ ଏବଂ କନ୍ୟା ପୂଜନ ବେଶ ଆକର୍ଷଣୀୟ ରହିଥାଏ। ଏଥର ରାମ ନବମୀ ଉପରେ ଗ୍ରହ ନକ୍ଷତ୍ରଗୁଡିକର ଏକ ଅତ୍ୟନ୍ତ ଶୁଭ ସଂଯୋଗ ଘଟୁଛି, ଯାହା ଫଳରେ ଜ୍ୟୋତିଷଙ୍କ ମତରେ ବେଶ ଖାସ ରହିଛି। 

ଆଜି ରାମନବମୀ ଅବସରରେ ଏକାଧିକ ମହାସଂଯୋଗ ଘଟୁଛି। ଆଜି ସୂର୍ଯ୍ୟ ବୁଧ ଓ ଗୁରୁ ମୀନ ରାଶିରେ ଅବସ୍ଥାନ କରୁଛନ୍ତି। ସେହିପରି ଶନିଙ୍କ ସ୍ୱରାଶି କୁମ୍ଭରେ ପ୍ରବେଶ କରୁଛନ୍ତି। ଏହା ବ୍ୟତୀତ ଶୁକ୍ର ଓ ରାହୁ ମେଷ ରାଶିରେ ଅବସ୍ଥାନ କରିଛନ୍ତି। ଗ୍ରହମାନଙ୍କର ଏଭଳି ଅବସ୍ଥିତି କିଛି ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ମହାଭାଗ୍ୟ ଯୋଗସୃଷ୍ଚି ହୋଇଛି। ଏହା ବ୍ୟତୀତ ରାମନବମୀ ଅବସରରେ ଏହି ସର୍ବତ୍ର ସିଦ୍ଧି, ଅମୃତ ସିଦ୍ଧି ଯୋଗ, ଗୁରୁ ପୁଷ୍ୟା ଯୋଗ ଓ ରବି ଯୋଗ ମଧ୍ୟ ସୃଷ୍ଟି ହୋଇଛି। ଏହା ବଡ଼ ପ୍ରଭାବ ଦେଶବାସୀଙ୍କ ଜୀବନ ଉପରେ ପଡ଼ିବାକୁ ଯାଉଛି। ଏହାର ସବୁଠାରୁ ଅଧିକ ପ୍ରଭାବ ଏହି ତିନି ରାଶି ଉପରେ ପଡ଼ିବାକୁ ଯାଉଛି। 

ବୃଷ ରାଶି
ବୃଷ ରାଶିର ଲୋକମାନଙ୍କ ପାଇଁ ଆଜି ସବୁଠାରୁ ଅଧିକ ଶୁଭ ଦିନ ରହିଛି। ଲୋକମାନଙ୍କ ସହଯୋଗରେ ସମସ୍ତ କାର୍ଯ୍ୟକୁ ଶେଷ କରିବେ। ବ୍ୟବସାୟରେ ଲାଭ ହେବ। ଆର୍ଥିକ କ୍ଷେତ୍ରରେ ମଧ୍ୟ ବେଶ ସୁଧାର ରହିବ। ଧନ ସମ୍ପତ୍ତି ସହିତ ଜଡ଼ିତ ଅଟକି ଥିବା କାର୍ଯ୍ୟ ଶେଷ ହେବ। ନିବେଶ ପାଇଁ ଉପଯୁକ୍ତ ସମୟ ରହିଛି। 

ତୁଳା ରାଶି: ତୁଳା ରାଶିଙ୍କ ବ୍ୟକ୍ତି ବିଶେଷଙ୍କ ପାଇଁ ଏହି ରାମନବମୀ ବେଶ ଭଲ ସମୟ ଆଣିଦେବ। ଏହି ରାମନବମୀ ବେଶ ଶୁଭ ସାବ୍ୟସ୍ତ ହେବାକୁ ଯାଉଛି। ଆର୍ଥିକ ଲାଭ ହେବ। କ୍ୟାରିୟରରେ ଅନେକ ଉନ୍ନତି ମିଳିବ। ଆତ୍ମବିଶ୍ୱାସ ବଢିବ। ବହୁତ ବଡ଼ ଖୁସି ଖବର ମିଳିପାରେ। ପାରିବାରିକ ଜୀବନରେ ସୁଖଶାନ୍ତି ମିଳିବ। 

ସିଂହ ରାଶି
ସିଂହ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଚଳିତ ବର୍ଷର ରାମନବମୀ ବେଶ ଲାଭଦାୟକ ତଥା ସୁଖଃଦ ରହିବ। ଆର୍ଥିକ ସ୍ଥିତିରେ ଜବରଦସ୍ତ ସୁଧାର ଆସିବ। ପୁରୁଣା ଋଣରୁ ମୁକ୍ତି ମିଳିବ। ଆୟରେ ବୃଦ୍ଧି ଘଟିବ। ନୂଆ ଦିଗରୁ ଆୟ ବଢିବ। ଚିନ୍ତାରୁ ମୁକ୍ତି ମିଳିବ। ଭାଗ୍ୟ ସମ୍ପୂର୍ଣ୍ଣ ଭାବେ ସାଥ ଦେବ।