Budget Session: ରାହୁଲ ଗାନ୍ଧୀ ସଂସଦରେ ପହଞ୍ଚିବା ମାତ୍ରେ ଲାଗିଲା ଭାରତ ଯୋଡୋର ସ୍ଲୋଗାନ, ଆପଣ ଦେଖିଛନ୍ତି କି ଏହି Video?
Advertisement

Budget Session: ରାହୁଲ ଗାନ୍ଧୀ ସଂସଦରେ ପହଞ୍ଚିବା ମାତ୍ରେ ଲାଗିଲା ଭାରତ ଯୋଡୋର ସ୍ଲୋଗାନ, ଆପଣ ଦେଖିଛନ୍ତି କି ଏହି Video?

Rahul Gandhi Video: ଆଜି ଦେଶର ଅର୍ଥମନ୍ତ୍ରୀ ସଂସଦରେ ୨୦୨୩-୨୪ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି, ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଯେତେବେଳେ ଏହି ଅଧିବେଶନରେ ଭାଗ ନେବାକୁ ସଂସଦ ଗୃହରେ ପହଞ୍ଚିଥିଲେ, ସେତବେଳେର ଦୃଶ୍ୟ କିଛି ଅଲଗା ଥିଲା ।

ସୌ: ସୋସିଆଲ ମିଡିଆ

Parliament Budget Session: Rahul Gandhi, ଆଜି ଦେଶର ଅର୍ଥମନ୍ତ୍ରୀ ସଂସଦରେ ୨୦୨୩-୨୪ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି, ଏହି ବଜେଟ୍ ଅଧିବେଶନରେ ଭାଗ ନେବାକୁ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ (Rahul Gandhi) ମଧ୍ୟ 'ଭାରତ ଯୋଡା ଯାତ୍ରା' (Bharat Jodo Yatra) ଶେଷ କରିବା ପରେ ସଂସଦ ଗୃହରେ ପହଞ୍ଚିଥିଲେ । ସେ ସଂସଦ ଗୃହରେ ପ୍ରବେଶ କରୁଥିବାବେଳେ ତାଙ୍କ ଦଳର ସାଥୀ ସାଂସଦମାନେ ତାଙ୍କ ସମର୍ଥନରେ 'ଭାରତ ଯୋଡୋ'ର ସ୍ଲୋଗାନ ଦେଇଥିଲେ । ରାହୁଲ ମଙ୍ଗଳବାର ଦିନ ଅର୍ଥାତ ଜାନୁଆରୀ ୩୧ ଶ୍ରୀନଗରରୁ ଦିଲ୍ଲୀ ଫେରିଥିଲେ ।

କଂଗ୍ରେସର ଭରତ ଯୋଡା ଯାତ୍ରା ପ୍ରାୟ ଆରମ୍ଭର ପାଞ୍ଚ ମାସ ପରେ ଅର୍ଥାତ ସୋମବାର ଦିନ (୩୦ ଜାନୁଆରୀ) ରେ ଶେଷ ହୋଇଛି । ପୂର୍ବତନ କଂଗ୍ରେସ ସଭାପତି ଭାରତ ଯୋଡୋ ଯାତ୍ରା ଶେଷ ହେବା ପରେ ଆୟୋଜିତ ଏକ ରାଲିରେ କହିଛନ୍ତି ଯେ ସେ ଏହି ଯାତ୍ରାକୁ ଦଳ ତଥା ନିଜ ପାଇଁ ନୁହେଁ ବରଂ ଦେଶର ଲୋକଙ୍କ ପାଇଁ ବାହାର କରିଥିଲେ । ଏହି ସମୟରେ ତାଙ୍କ ସହ ମଞ୍ଚରେ ଉପସ୍ଥିତ ଥିବା ବିରୋଧୀ ଦଳର ନେତାମାନେ ରାହୁଲ ଗାନ୍ଧୀଙ୍କୁ ଆଶାର କିରଣ ବୋଲି କହିଥିଲେ ।

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି । ଏହି ସମୟରେ ଅନେକ ବଡ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ଦେଶରେ ୩୮ ହଜାରରୁ ଅଧିକ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ ।  ଏକଲବ୍ୟ ସ୍କୁଲ (Eklavya Model Residential Schools) ପାଇଁ ଏହି ଶିକ୍ଷକ ନିଯୁକ୍ତି ପାଇବେ।  ଆସନ୍ତା ଆର୍ଥିକ ୩ ବର୍ଷ ମଧ୍ୟରେ ଏକଲବ୍ୟ ମଡେଲ ଆବାସିକ ସ୍କୁଲ ଗୁଡିକରେ ୩୮ ହଜାର ୮୦୦ ଶିକ୍ଷକ ଓ ସ୍ପୋର୍ସ ଷ୍ଟାପଙ୍କୁ ନିଯୁକ୍ତି ଦିଆଯିବ । 

ବଜେଟ୍ ଉପସ୍ଥାପନ ପୂର୍ବରୁ ମଧ୍ୟ ଆଶା କରାଯାଉଥିଲା ଯେ ୨୦୨୪ ରେ ହେବାକୁ ଥିବା ଲୋକସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାରଙ୍କ ଏହି ଶେଷ ପୂର୍ଣ୍ଣ ବଜେଟ୍ ସାଧାରଣ ଜନତାଙ୍କୁ ଆକର୍ଷିତ କରିବ । ଗୋଟିଏ ପଟେ ଯେଉଁଠାରେ ଟ୍ୟାକ୍ସ ସ୍ଲାବରେ ପରିବର୍ତ୍ତନ କରାଯାଇମଛି, ଅନ୍ୟ ପଟେ କୃଷକ ଠାରୁ ଆରମ୍ଭ କରି ବେପାରୀ ଓ ଶ୍ରମିକ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରର ଲୋକମାନେ ବଜେଟରେ ଆରାମ ପାଇଛନ୍ତି । ମୋଟ ଉପରେ, ସାଧାରଣ ଜନତାଙ୍କ ପକେଟକୁ ଲକ୍ଷ୍ୟ ରଖି ଅର୍ଥମନ୍ତ୍ରୀଙ୍କ ୨୦୨୩-୨୪ ବଜେଟକୁ ଧ୍ୟାନ ଦିଆଯାଇଛି ବୋଲି କୁହାଯାଉଛି ।

ଏହା ବି ପଢ଼ନ୍ତୁ: Budget 2023: ସିଗାରେଟ୍ ମହଙ୍ଗା ଓ ମହିଳାଙ୍କ ଅଳଙ୍କାର ଶସ୍ତା, ବଜେଟରେ ଆଉ ସବୁ କ'ଣ ରହିଛି ମହଙ୍ଗା ଓ ଶସ୍ତା, ଦେଖନ୍ତୁ ପୂରା ଲିଷ୍ଟ