T20 World Cup SemiFinal Race: ଭାରତ ପାଇଁ ଏବେ ବି ସହଜ ନୁହେଁ ସେମି ଟିକଟ, ବାଟ ଓଗାଳିବ ପାକିସ୍ତାନ !
Advertisement

T20 World Cup SemiFinal Race: ଭାରତ ପାଇଁ ଏବେ ବି ସହଜ ନୁହେଁ ସେମି ଟିକଟ, ବାଟ ଓଗାଳିବ ପାକିସ୍ତାନ !

ଯାହା ଫଳରେ ପାକିସ୍ତାନ ସେମି ଟିକଟ ଆଶା ପୁଣି ଥରେ ଉଜ୍ଜିବିତ ହୋଇ ପଡ଼ିଛି। ସେପଟେ ଏହି ଫଳ ଦକ୍ଷିଣ ଆଫ୍ରିକାକୁ ଆଉ ଏକ ଝଟକା ଲାଗିଛି। ସମାନ ଢଙ୍ଗରେ ଭାରତୀୟ ଦଳ ପାଇଁ ସେମି ଆଶା ଆଶଙ୍କା ସୃଷ୍ଟି ହୋଇଛି। 

 T20 World Cup SemiFinal Race: ଭାରତ ପାଇଁ ଏବେ ବି ସହଜ ନୁହେଁ ସେମି ଟିକଟ, ବାଟ ଓଗାଳିବ ପାକିସ୍ତାନ !

T20 World Cup SemiFinal Race: ନୂଆଦିଲ୍ଲୀ: ଚଳିତ ଟି୨୦ ବିଶ୍ୱକପର ସେମିଫାଇନାଲ ରେସ ବେଶ ରୋମାଞ୍ଚକର ହୋଇ ପଡ଼ିଛି। ଏହି କ୍ରମରେ ପାକିସ୍ତାନ ପାଇଁ ପୁଣି ଥରେ ସେମିଫାଇନାଲରେ ପ୍ରବେଶ କରିବାର ଉଜ୍ଜିବିତ ହୋଇଛି। ସିଡନୀରେ ଗୁରୁବାର ୩ ନଭେମ୍ବରରେ ଖେଳାଯାଇଥିବା ମ୍ୟାଚରେ ପାକିସ୍ତାନ ପାଇଁ ଆଶିର୍ବାଦ ସାବ୍ୟସ୍ତ ହୋଇଛି। ଫଳରେ ଏହି ମ୍ୟାଚରେ ଡକ ଓ୍ୱର୍ଥ ଲୁଇସ ନିୟମ ଅନୁଯାୟୀ ଦକ୍ଷିଣ ଆଫ୍ରିକାକୁ ୩୩ ରନରେ ପାକିସ୍ତାନ ପରାଜିତ କରିଛି। ଏହା ସହିତ ପାକିସ୍ତାନର ୪ ପଏଣ୍ଟ ହୋଇ ଯାଇଛି। ଯାହା ଫଳରେ ପାକିସ୍ତାନ ସେମି ଟିକଟ ଆଶା ପୁଣି ଥରେ ଉଜ୍ଜିବିତ ହୋଇ ପଡ଼ିଛି। ସେପଟେ ଏହି ଫଳ ଦକ୍ଷିଣ ଆଫ୍ରିକାକୁ ଆଉ ଏକ ଝଟକା ଲାଗିଛି। ସମାନ ଢଙ୍ଗରେ ଭାରତୀୟ ଦଳ ପାଇଁ ସେମି ଆଶା ଆଶଙ୍କା ସୃଷ୍ଟି ହୋଇଛି। 

ପାକିସ୍ତାନ ଉପଅଧିନାୟକ ଶାଦାବ ଖାନଙ୍କ ଜବରଦସ୍ତ ପ୍ରଦର୍ଶନ ଫଳରେ ବିଶ୍ୱକପରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ବିଜୟ ଫଳ ଜାରି ରହିଛି। ସେହିପରି ବିଗତ କିଛି ଟୁର୍ଣ୍ଣାମେଣ୍ଟର ଫଳାଫଳ ଭଳି ଦକ୍ଷିଣ ଆଫ୍ରିକା ବିପକ୍ଷରେ ବିଜୟ ଯାତ୍ରା ଜାରି ରଖିବାରେ ଆଜି ବର୍ଷା ପାକିସ୍ତାନ ପାଇଁ ଆଶିର୍ବାଦ ସାବ୍ୟସ୍ତ ହୋଇଛି। ଆଜି ଖେଳାଯାଇଥିବା ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ପାକିସ୍ତାନ ୧୮୬ ରନ ବିଜୟ ଲକ୍ଷ୍ୟ ଦେଇଥିଲା। ଧାର୍ଯ୍ୟ ବିଜୟ ଲକ୍ଷକୁ ପିଛା କରି ପ୍ରଥମ ତିନି ଓଭରରେ ହିଁ କ୍ୱିଣ୍ଟନ ଡିକକ ଓ ରଇଲି ରୁସୋ ଓ୍ୱିକେଟ ହରାଇଥିଲା ଦକ୍ଷିଣ ଆଫ୍ରିକା। ଉଭୟଙ୍କୁ ଶାହିନ ଶାହ ଆଉଟ କରିଥିଲେ। 

ଯଦିଓ ଦଳ ପାଇଁ ଟେମ୍ବା ବାଭୂମା ଏକ ଜବରଦସ୍ତ ଇନିଂସ ଖେଳିଥିଲା। ୧୯ ବଲରେ ସେ  ୪ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୩୬ ରନ କରିଥିଲେ। ଦଳର ପ୍ରାରମ୍ଭିକ ବିପର୍ଯ୍ୟୟରେ ସୁଧାର ଆଣିଥିଲେ। ତେବେ ଏହି ସମୟରେ ପାକିସ୍ତାନର ସାଦାବ ବାଜି ପଲଟାଇବା ଭଳି ଓଭର ଖେଳିଥିଲେ। ଅଷ୍ଟମ ଓଭରର ପ୍ରଥମ ବଲରେ ବାଭୁମା ଓ ତୃତୀୟ ବଲରେ ଏଡେନ ମାକ୍ରମଙ୍କୁ ଆଉଟ କରି ଦକ୍ଷିଣ ଆଫ୍ରିକା ପାଇଁ ସମସ୍ୟାକୁ ବଢାଇ ଦେଇଥିଲେ। ସେହିପରି ନବମ ଓଭରରେ ବର୍ଷା ହୋଇଥିବା। ସେହି ସମୟରେ ଦକ୍ଷିଣ ଆଫ୍ରିକା ୪ ଓ୍ୱିକେଟ ହରାଇ ୬୯ ରନରେ ଖେଳ ଜାରି ରଖିଥିଲା। 

ବର୍ଷା ପରେ ଯେତେବେଳେ ଖେଳ ଆରମ୍ଭ ହୋଇଥିଲା, ସେତେବେଳେ ୩୦ ବଲରେ ବିଜୟ ପାଇଁ ୭୩ ରନର ଆବଶ୍ୟକ ରହିଥିଲା। ପ୍ରଥମ ଓଭରରେ ହିଁ ହେନରିଖ କ୍ଲାସନ ଓ ଟ୍ରିଷ୍ଟନ ଷ୍ଟବ୍ସ ଦଳୀୟ ସ୍କୋରରେ ୧୪ ରନ ଯୋଡ଼ିଥିଲେ। ପରବର୍ତ୍ତି ଓଭରରେ ଶାହିନଙ୍କ ବଲରେ କ୍ଲାସନ ୨ଟି ଚୌକା ମାରିଥିଲେ। କିନ୍ତୁ ଗୋଟିଏ ବଡ଼ ସଟ ଖେଳିବାକୁ ପ୍ରୟାସ କରି ଆଉଟ ହୋଇଥିଲେ କ୍ଲାସନ। ଏହି ଠାରୁ ଖେଳକୁ ନିଜ ଅକ୍ତିଆରକୁ ନେଇଥିଲେ ପାକିସ୍ତାନୀ ପେସର। ଏହା ସହିତ ଦକ୍ଷିଣ ଆଫ୍ରିକାକୁ ୯ ଓ୍ୱିକେଟ ନେଇ ୧୦୮ ରନରେ ଅଟକାଇବାରେ ସମର୍ଥ ହୋଇଥିଲେ ପାକିସ୍ତାନୀ ପେସର। 

ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ପାକିସ୍ତାନୀ ଦଳ ଏହି ବିଜୟ ସହିତ ସେମିଫାଇନାଲ ଆଶା ଉଜ୍ଜିବିତ ରଖିଛନ୍ତି। କ୍ୟାପଟେନ ବାବର ଆଜାମ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଏଭଳି ନିଷ୍ପତ୍ତି ନେବାର ମୂଳ କାରଣ ରହିଥିଲା କି ବର୍ଷା ପୂର୍ବରୁ ଦଳ ଏଖ ବଡ଼ ସ୍କୋର ଛିଡ଼ା କରିବାରେ ସମର୍ଥ ହେବ। ଏହା ସହିତ ଦକ୍ଷିଣ ଆଫ୍ରିକାକୁ ଚାପରେ ରଖିବାର ସମର୍ଥ ହେବ। ପାକିସ୍ତାନ ପ୍ରଥମ ଓଭରରେ ହିଁ ଏକ ବଡ଼ ଝଟକା ପାଇଥିଲା। ରିଜଓ୍ୱାନ ଆଉଟ ହେବା ସହିତ ଏକ ବଡ଼ ସ୍କୋର କରିବା ଆଶା ଏକ ପ୍ରକାର ନିରାଶାରେ ବଦଳି ଯାଇଥିଲା। କେବଳ ରିଜଓ୍ୱାନ ନୁହନ୍ତି, ବାବର ଆଜମ ଓ ଶାନ ମାସୁଦ ମଧ୍ୟ ଖୁବ କମ ରନରେ ଆଉଟ ହୋଇଥିଲେ। 

ପାକିସ୍ତାନ ସପ୍ତମ ଓଭର ପର୍ଯ୍ୟନ୍ତ ୪ ଓ୍ୱିକେଟ ହରାଇ ୪୩ ରନ କରିଥିଲା। ଏଥି ମଧ୍ୟରୁ ମହମ୍ମଦ ହାରିସ ୧୧ ବଲରୁ ୨୮ ରନ କରିଥିଲା। ଏହି ଯୁବ ଖେଳାଳି ପ୍ରଥମ ପାଇଁ ବିଶ୍ୱକପ ଖେଳିବାର ସୁଯୋଗ ପାଇଛନ୍ତି। ଏକ ଛୋଟ ଇନିଂସ ଖେଳିଥିଲେ ମଧ୍ୟ ଏକ ଦମଦାର ଇନିଂସ ଦଳ ପାଇଁ ଖେଳିଥିଲେ।