Old Pension Scheme: ସରକାର ଦେଲେ ବଡ଼ ଖୁସି ଖବର: ଏହି ମାସରେ ଲାଗୁ ହେବ ପୁରୁଣା ପେନସନ୍ ବ୍ୟବସ୍ଥା, ରଦ୍ଦ ହେବ ନୂଆ ପେନସନ୍ ସିଷ୍ଟମ୍!
Advertisement

Old Pension Scheme: ସରକାର ଦେଲେ ବଡ଼ ଖୁସି ଖବର: ଏହି ମାସରେ ଲାଗୁ ହେବ ପୁରୁଣା ପେନସନ୍ ବ୍ୟବସ୍ଥା, ରଦ୍ଦ ହେବ ନୂଆ ପେନସନ୍ ସିଷ୍ଟମ୍!

Old Pension Scheme: ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ କହିଛନ୍ତି ଯେ, ଏହି ମାସରେ ଆମର କ୍ୟାବିନେଟ ଗଠନ ହେବ ଓ ଏହା ପରେ ପ୍ରଥମ କ୍ୟାବିନେଟ ବୈଠକରେ ଆମେ ପୁରୁଣା ପେନସନ ଯୋଜନା କାର୍ଯ୍ୟକାରୀ କରିବୁ । ଏହି ଯୋଜନା ଲାଗୁ ହେବା ଦ୍ୱାରା ଲକ୍ଷ ଲକ୍ଷ କର୍ମଚାରୀଙ୍କୁ ବହୁତ ଲାଭ ମିଳିବ ।

Old Pension Scheme: ସରକାର ଦେଲେ ବଡ଼ ଖୁସି ଖବର: ଏହି ମାସରେ ଲାଗୁ ହେବ ପୁରୁଣା ପେନସନ୍ ବ୍ୟବସ୍ଥା, ରଦ୍ଦ ହେବ ନୂଆ ପେନସନ୍ ସିଷ୍ଟମ୍!

Old Pension Scheme: ପୁରୁଣା ପେନସନ ବ୍ୟବସ୍ଥା (Old Pension Scheme) କାର୍ଯ୍ୟକାରୀ କରିବାକୁ ସାରା ଦେଶରେ ବିତର୍କ ଚାଲିଛି । ଏହି ସମୟରେ ପୁରୁଣା ପେନସନ୍ ବ୍ୟବସ୍ଥାକୁ ନେଇ ବଡ଼ ଖବର ଆସୁଛି । ଦେଶର ଅନେକ ରାଜ୍ୟରେ ପୁରୁଣା ପେନସନ୍ ବ୍ୟବସ୍ଥା ଲାଗୁ କରାଯାଉଛି । ଏଥି ସହିତ ଅନେକ ରାଜ୍ୟରେ ଆଜି ମଧ୍ୟ ନୂତନ ପେନସନ୍ ବ୍ୟବସ୍ଥା (New Pension Scheme) ବାତିଲ କରି ପୁରୁଣା ପେନସନ୍ ବ୍ୟବସ୍ଥାର ପୁଣି ଲାଗୁ କରିବା ପାଇଁ ଦାବି ରହିଛି । ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ (Himachal Pradesh CM) ସୁଖବିନ୍ଦର ସିଂ ସୁଖୁ (Sukhwinder Singh Sukhu) କହିଛନ୍ତି ଯେ, ଏହି ମାସରେ ଆମର କ୍ୟାବିନେଟ ଗଠନ ହେବ ଓ ଏହା ପରେ ପ୍ରଥମ କ୍ୟାବିନେଟ ବୈଠକରେ ଆମେ ପୁରୁଣା ପେନସନ ଯୋଜନା କାର୍ଯ୍ୟକାରୀ କରିବୁ । ଏହି ଯୋଜନା ଲାଗୁ ହେବା ଦ୍ୱାରା ଲକ୍ଷ ଲକ୍ଷ କର୍ମଚାରୀଙ୍କୁ ବହୁତ ଲାଭ ମିଳିବ ।

କ୍ୟାବିନେଟ ଉପରେ ବିଚାର ବ୍ୟକ୍ତ କରି ସୁଖବିନ୍ଦର ସିଂ ସୁଖୁ  (Sukhwinder Singh Sukhu) ତାଙ୍କ ନିଷ୍ପତ୍ତି ସମସ୍ତଙ୍କ ଆଗରେ ଉପସ୍ଥାପନ କରିଛନ୍ତି, ଯାହା ଶୀଘ୍ର ବିସ୍ତାର ହେବ । ଏହାର ତାଲିକା ଆସିବା ମାତ୍ରେ ଏହା କାର୍ଯ୍ୟକାରୀ ହେବ । ୨୦୨୨ ବର୍ଷର ବଜେଟରେ ରାଜସ୍ଥାନ ସରକାର ମଧ୍ୟ ଆଗାମୀ ଆର୍ଥିକ ବର୍ଷରେ ପୁରୁଣା ପେନସନ୍ (Old Pension Scheme) ପୁନଃ ଆରମ୍ଭ କରିବାକୁ ଘୋଷଣା କରିଥିଲେ । ଏହା ସହିତ ଛତିଶଗଡ ରାଜ୍ୟ ସରକାର ମଧ୍ୟ ଏହାକୁ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି । ୨୦୦୪ ମସିହାରେ କେନ୍ଦ୍ର ସରକାର ପୁରୁଣା ପେନସନ୍ ଯୋଜନାକୁ ରଦ୍ଦ କରି ଏହା ବଦଳରେ ଜାତୀୟ ପେନସନ୍ ବ୍ୟବସ୍ଥା ଆରମ୍ଭ କରିଥିଲେ ।

ଅଧିକ ପଢ଼ନ୍ତୁ:-ଟି-20 କ୍ରିକେଟ ଛାଡ଼ିବେ ରୋହିତ ଶର୍ମା ? ସାମ୍ବାଦିକ ସମ୍ମିଳନୀରେ କଲେ ବଡ଼ ଖୁଲାସା

ଅଧିକ ପଢ଼ନ୍ତୁ:-ଆଜିଠୁ ମିଶନ ବିଶ୍ୱକପର ଆରମ୍ଭ, ସୂର୍ଯ୍ୟକୁମାର ଯାଦବଙ୍କ ଟିମ୍ ଇଣ୍ଡିଆର ଚୂଡ଼ାନ୍ତ ଏକାଦଶରୁ କଟିବ ପତା!

ଅଧିକ ପଢ଼ନ୍ତୁ:-ପ୍ରଥମ ଦିନିକିଆରେ କେମିତି ହେବ ଟିମ୍ ଇଣ୍ଡିଆର ଚୂଡ଼ାନ୍ତ ଏକାଦଶ? ରୋହିତ ଶର୍ମା କହିଲେ କିଏ କରିବେ ଓପନିଂ

 

ପୁରୁଣା ପେନସନ୍ (Old Pension Scheme) ବ୍ୟବସ୍ଥାର ଲାଭ ବିଷୟରେ କହିବାକୁ ଗଲେ ଏହାର ସବୁଠାରୁ ବଡ଼ ସୁବିଧା ହେଉଛି ଏହା ଶେଷ ଡ୍ରନ୍ ସ୍ୟାଲେରୀର ଆଧାରରେ ପ୍ରସ୍ତୁତ ହୋଇଥାଏ । ଏହା ବ୍ୟତୀତ  ମୁଦ୍ରାସ୍ଫୀତି ହାର ବଢ଼ିବା ସହିତ ମହଙ୍ଗା ଭତ୍ତା ମଧ୍ୟ ବୃଦ୍ଧି ପାଇଥାଏ । ସରକାର ଯେତେବେଳେ ନୂତନ ବେତନ କମିଶନ ଲାଗୁ କରନ୍ତି, ସେତେବେଳେ ଏଥିରେ ପେନସନ୍ ବୃଦ୍ଧି ହୋଇଥାଏ ।