Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର...
Trending Photos
)
1.ଭାରତ-କାନାଡ଼ା ସମ୍ପର୍କ ତିକ୍ତ: ଖଲିସ୍ତାନ ଆତଙ୍କବାଦୀ ହରଦୀପ ସିଂ ପନ୍ନୁଙ୍କ ହତ୍ୟା ଘଟଣାକୁ ନେଇ କାନାଡ଼ା ଏବଂ ଭାରତ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି। ଆମେରିକା ପକ୍ଷରୁ କାନାଡ଼ାର ଦାବିକୁ ସମର୍ଥନ କରାଯାଇନଥିଲେ ମଧ୍ୟ ଏହାର ପ୍ରମାଣରେ ଭାରତର ସହଯୋଗ ଲୋଡ଼ା ଯାଇଛି। ଏପରିକି କାନାଡ଼ା ଏ ବିଷୟରେ ଆବଶ୍ୟକ ଗୁଇନ୍ଦା ତଥ୍ୟ ଭାରତକୁ ପ୍ରଦାନ କରିଥିବା କୁହାଯାଇଛି। ଅପରପକ୍ଷେ ଭାରତ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି। ଏ ଘଟଣାରେ କୌଣସି ନିର୍ଦ୍ଦିଷ୍ଟ ଗୁଇନ୍ଦା ତଥ୍ୟ ମିଳି ନଥିବା କହିଛି ଭାରତ।
2.ଖଲସ୍ତାନୀ ଆତଙ୍କୀ ପନ୍ନୁ ଓ ନିଜ୍ଜରଙ୍କ ସମ୍ପତ୍ତି ଜବତ: ଶିଖ୍ ଫର ଜଷ୍ଟିସ୍ ର ମୁଖ୍ୟ ଗୁରପାତୱନ୍ତ ସିଂହ ପନ୍ନୁ ଓ ହରଦୀପ ସିଂହଙ୍କ ଭାରତରେ ଥିବା ସମ୍ପତ୍ତି ଜବତ ହୋଇଛି। କାନାଡ଼ା ଓ ବିଦେଶରେ ଭାରତ ବିରୋଧୀ ତତ୍ତ୍ୱକୁ ଉସ୍କାଇବା ଏବଂ ମତ ପ୍ରଚାର କରିବା ଅଭିଯୋଗରେ ତାଙ୍କ ସମ୍ପତ୍ତି ଜବତ କରାଯାଇଛି। ୨୦୧୯ରେ ପନ୍ନୁଙ୍କ ସଂଗଠନକୁ ବ୍ୟାନ୍ କରାଯାଇଥିଲା। ଏବେ ଜାତୀୟ ସୁରକ୍ଷା ଏଜେନ୍ସି ( ଏନ୍ଆଇଏ) ପକ୍ଷରୁ ଏ ଦୁଇଜଣଙ୍କ ସମ୍ପତ୍ତି ଜବତ କରାଯାଇଛି।
3.ଚନ୍ଦ୍ରରେ ପଡ଼ିଲାନି ବିକ୍ରମ ଛାପ: ଚନ୍ଦ୍ରଯାନ-୩ ମିଶନରେ ଭାରତ ପକ୍ଷରୁ ଚନ୍ଦ୍ରର ଦକ୍ଷିଣ ମେରୁରେ ପ୍ରଥମ କରି ଅବତରଣ କରିଥିବା ଲ୍ୟାଣ୍ଡର ବିକ୍ରମର କୌଣସି ଛାପ ଚନ୍ଦ୍ରପୃଷ୍ଠରେ ପଡ଼ି ପାରି ନାହିଁ। ଯଦିଓ ଏହାର ପାଦରେ ସ୍ପଷ୍ଟ ଭାବେ ଇସ୍ରୋର ଚିହ୍ନ ସହ ଜାତୀୟ ପ୍ରତୀକ ରହିଥିଲା କିନ୍ତୁ ତାହା ଚନ୍ଦ୍ରପୃଷ୍ଠରେ ସ୍ପଷ୍ଟ ଭାବେ ପଡ଼ିପାରି ନାହିଁ। ଏହା ଏକ ନୂଆ ତଥ୍ୟ ସାମ୍ନାକୁ ଆଣୁଛି ଏବଂ ଏ ବିଷୟରେ ଗବେଷଣା ଜାରି ରହିଛି ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି।
4. ଆଜିଠୁ ପୁରୀ- ରାଉରକେଲା ବନ୍ଦେ ଭାରତ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁରୀରୁ ଦ୍ୱିତୀୟ ବନ୍ଦେ ଭାରତ ଟ୍ରେନ୍ ଉଦ୍ଘାଟନ କରିବେ। ଭିଡିଓ କନ୍ଫରେନ୍ସିଂ ଜରିଆରେ ଏହି କାର୍ଯ୍ୟକ୍ରମ ହେବ। ଏହା ରାଜ୍ୟର ଦ୍ୱିତୀୟ ବନ୍ଦେ ଭାରତ ଟ୍ରେନ୍। ଆଗରୁ ହାୱଡ଼ା ଅଭିମୁଖେ ଏକ ବନ୍ଦେ ଭାରତ ଚଳାଚଳ କରୁଛି। ସାଢ଼େ ପାଞ୍ଚ ଘଣ୍ଟା ସମୟରେ ଏହି ଟ୍ରେନ୍ ପୁରୀରୁ ରାଉରକେଲା ପହଞ୍ଚିବ। ଓଡ଼ିଶାର ଦ୍ୱିତୀୟ ବନ୍ଦେ ଭାରତ ସହ ଆଜି ଭାରତରେ ୯ଟି ବନ୍ଦେ ଭାରତ ଟ୍ରେନ୍କୁ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିବେ। ସାଢ଼େ ବାରଟା ସମୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।
5.ଅକ୍ଟୋବର ୧ରୁ ପ୍ରବଳ ବର୍ଷା: ଆଜିଠୁ ବର୍ଷା ପରିମାଣ କମିବା ସମ୍ଭାବନା ଥିଲେ ମଧ୍ୟ ଆସନ୍ତା ସପ୍ତାହରେ ପ୍ରବଳ ବର୍ଷା ଆଶଙ୍କା କରାଯାଇଛି। ବଙ୍ଗାପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା କାରଣରୁ ଅକ୍ଟୋବର ୧ ତାରିଖରୁ ରାଜ୍ୟରେ ପ୍ରବଳ ବର୍ଷା ଆଶଙ୍କା କରିଛି ପାଣିପାଗ ବିଭାଗ। ସେପ୍ଟେମ୍ବର ୨୯ ତାରିଖରେ ଆଣ୍ଡାମାନ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ କ୍ରମଶଃ ଘନୀଭୂତ ହୋଇ ଅବପାତ ରୂପ ନେଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି।
6.ସରପଞ୍ଚଙ୍କ କ୍ଷମତାକୁ ଅଧିକାରୀଙ୍କ ହଡ଼ପ: ରାଜ୍ୟ ସରକପଞ୍ଚ ମହାସଂଘ ଗୁରୁତର ଅଭିଯୋଗ ଆଣିଛି। ନିର୍ବାଚିତ ଲୋକପ୍ରତିନିଧି ହୋଇ ମଧ୍ୟ ସେମାନଙ୍କୁ ଅଧିକାରୀ ମାନେ ନାଲି ଆଖି ଦେଖାଉଥିବା ଅଭିଯୋଗ ହୋଇଛି। ସମ୍ବିଧାନ ତାଙ୍କୁ ଦେଇଥିବା କ୍ଷମତାକୁ ଅଧିକାରୀମାନେ ହଡ଼ପ କରି ନେଇଥିବା ଅଭିଯୋଗ ହୋଇଛି। ଏ ବାବଦରେ ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ବାରମ୍ବାର ଲିଖିତ ଅଭିଯୋଗ ସତ୍ତ୍ୱେ କୌଣସି କାର୍ଯ୍ୟାନୁଷ୍ଠାନ ନ ନିଆଯିବାରୁ ମହାସଂଘ ପକ୍ଷରୁ ଆନ୍ଦୋଳନ ଆରମ୍ଭ କରାଯାଇଛି।
7.ଟ୍ରେନରେ ନିଆଁ: ତିରୁଚିରାପଲ୍ଲୀ ଏବଂ ଶ୍ରୀ ଗଙ୍ଗାନଗର ମଧ୍ୟରେ ଚଳାଚଳ କରୁଥିବା ହମସଫର ଏକ୍ସପ୍ରେସ ରେ ଅଗ୍ନିକାଣ୍ଡ ହୋଇଛି। ଶନିବାର ଦିନ ଗୁଜୁରାଟ ଭାଲସାଦ ଜିଲ୍ଲାରେ ଟ୍ରେନ୍କୁ ନିଆଁ ଲାଗିଥିଲା। ଏ ଖବର ଜଣାପଡ଼ିବ ପରେ ଯାତ୍ରୀମାନେ ଜୀବନ ବଞ୍ଚାଇବା ଲାଗି ଉଦ୍ୟମ ଆରମ୍ଭ କରିଥିଲେ। କିନ୍ତୁ କିଛି ସମୟ ପରେ ସବୁକିଛି ଆୟତ୍ତକୁ ଆଣାଯାଇ ପାରିଥିଲା।
8.ଅଣାୟତ୍ତ ସାଇବର ଠକ: ଦିନକୁ ଦିନ ବଢ଼ିଚାଲିଛି ସାଇବର ଅପରାଧ। ଓଡ଼ିଶାରେ ଗୋଟିଏ ପରେ ଗୋଟିଏ ମାମଲା ସମ୍ନାକୁ ଆସୁଛି। ଚାକିରି ପ୍ରଲୋଭନ, କ୍ରିପ୍ଟୋ ନିବେଶ, ଘରେ ବସି ରୋଜଗାର ଏପରି ଅନେକ ପ୍ରକାରର ଏସ୍ଏମ୍ଏସ୍ ବା ହ୍ୱଟ୍ସଆପ୍ ମେସେଜ୍ ଦ୍ୱାରା ଠକେଇ କରୁଥିବା ଅଭିଯୋଗରେ ୨ ଦିନରେ ୪୦ ଲକ୍ଷ ଟଙ୍କା ଭୁବନେଶ୍ୱରରୁ ଲୁଟାଯାଇଥିବା ସାଇବର ଥାନାରେ ଅଭିଯେଗ ହୋଇଛି। ସେହିପରି କଟକରେ ଜଣେ ମହିଳା ବ୍ୟାଙ୍କ ଅଧିକାରୀଙ୍କଠାରୁ ୧୧ ଲକ୍ଷ ୮୦ ହଜାର ଟଙ୍କା ଲୁଟାଯାଇଥିବା ଅଭିଯୋଗ ହୋଇଛି।
9.‘ରମେଶ’କୁ ନେଇ ଜେଲ୍ ଅଡ଼ୁଆାରେ: ଝାରପଡ଼ା ଜେଲ୍ କର୍ତ୍ତୃପକ୍ଷ ‘ରମେଶ ଜେନା’ ନାମ ଧାରୀ ଦୁଇ ଅଭିଯୁକ୍ତଙ୍କୁ ନେଇ ଅଡ଼ୁଆରେ ପଡ଼ିଛନ୍ତି। ଜଣଙ୍କ ନାଁରେ କୋର୍ଟ ଜାମିନ ଦେଇଥିବା ବେଳେ ଆଉ ଜଣଙ୍କୁ ମୁକଳାଇ ଦେଇଥିବା ଅଭିଯୋଗ ହୋଇଛି। ଏହାପୁଣି ଖୋଦ୍ ଆାଇଜି ଗରିବ ସାହୁ ତଦନ୍ତ ପରେ ଜଣାଇଛନ୍ତି। ଗତ ୨୦ ତାରିଖରେ ଝାରପଡ଼ା ଅଞ୍ଚଳର ପୂର୍ଣ୍ଣଚନ୍ଦ୍ର ଜେନାଙ୍କ ପୁଅ ରମେଶ ଜେନାଙ୍କୁ ଜାମିନ ଦେବା ପାଇଁ କୋର୍ଟ ଆଦେଶ ଦେଇଥିଲେ। ସେ ଠକେଇ ଅଭିଯୋଗରେ ଆସିଥିଲେ। କିନ୍ତୁ ତାଙ୍କ ବଦଳରେ ଲକ୍ଷ୍ମୀଧର ଜେନାଙ୍କ ପୁଅ ରମେଶ ଜେନା ଯିଏକି ଦୁଷ୍କର୍ମ ଅଭିଯୁକ୍ତ ତାଙ୍କୁ ଜେଲ୍ କର୍ତ୍ତୃପକ୍ଷ ମୁକୁଳାଇ ଦେଇଥିବା ଜଣାପଡ଼ିଛି।
10. ଫେରିଲା ଚିଟ୍ଫଣ୍ଡ ମାମଲା: ୯ ବର୍ଷ ପରେ ପୁଣିଥରେ ସି’ ଶୋର ଚିଟ୍ଫଣ୍ଡ ଦୁର୍ନୀତି ମାମଲା ଫରିଛି। ସିବିଆଇ ପକ୍ଷରୁ ପୂର୍ବତନ ବିଧାୟକ ପ୍ରଭାବତ ବିଶ୍ୱାଳ ଏବଂ ତାଙ୍କ ପତ୍ନୀ ଲକ୍ଷ୍ମୀ ବିଳାସିନୀଙ୍କ ବିରୁଦ୍ଧରେ ଚାର୍ଜଶିଟ୍ ଦାଖଲ କରିଛି ସିବିଆଇ। ଠକେଇ, ଜାଲିଆତି ଓ ଷଢ଼ଯନ୍ତ୍ର ଦଫା ତାଙ୍କ ବିରୁଦ୍ଧରେ ଲାଗିଛି। ଏ ବାବରେ ସିବିଆଇ କୋର୍ଟରେ ଉପସ୍ଥିତ ହୋଇ ମାମଲା ସମ୍ପର୍କରେ ଅବଗତ ହେବା ପରେ ଶ୍ରୀ ବିଶ୍ୱାଳ ଏବଂ ତାଙ୍କ ପତ୍ନୀ ମାମଲା ଶୁଣାଣୀ ଆରମ୍ଭ କରିବାକୁ କୋର୍ଟଙ୍କୁ କହିଥିବା ସୂଚନା ମିଳିଛି।