ବର୍ତ୍ତମାନ ଆଦାନୀ ନୁହେଁ, ଏହି ବ୍ୟକ୍ତି ହେଉଛନ୍ତି ଏସିଆର ସବୁଠାରୁ ବଡ଼ ଧନୀ, ଜାଣନ୍ତୁ ଦୁନିଆରେ ସବୁଠାରୁ ଅଧିକ ଧନ କାହା ପାଖରେ ଅଛି?
Advertisement

ବର୍ତ୍ତମାନ ଆଦାନୀ ନୁହେଁ, ଏହି ବ୍ୟକ୍ତି ହେଉଛନ୍ତି ଏସିଆର ସବୁଠାରୁ ବଡ଼ ଧନୀ, ଜାଣନ୍ତୁ ଦୁନିଆରେ ସବୁଠାରୁ ଅଧିକ ଧନ କାହା ପାଖରେ ଅଛି?

Richest Person in Asia: ପୋର୍ଟରୁ ପାୱାର ପର୍ଯ୍ୟନ୍ତ ବ୍ୟାପିଥିବା ଏକ ବ୍ୟବସାୟିକ ସଂଗଠନର ମୁଖ୍ୟ ଗୌତମ ଆଦାନୀ (Gautam Adani) ବର୍ତ୍ତମାନ ବିଶ୍ୱର ଶ୍ରେଷ୍ଠ ବିଲିୟନେୟାର ତାଲିକାରୁ ବହୁ ତଳକୁ ଖସି ଯାଇଛନ୍ତି । ସେ ଆଉ ବର୍ତ୍ତମାନ ଏସିଆର ସବୁଠାରୁ ବଡ଼ ଧନୀ ବ୍ୟକ୍ତି ହୋଇ ନାହାଁନ୍ତି ।

ସାଙ୍କେତିକ ଛବି

Richest Ranking in Asia: ଗୌତମ ଆଦାନୀଙ୍କ (Gautam Adan) ଠାରୁ ଧନ ଲକ୍ଷ୍ମୀ ଧୀରେ ଧୀରେ ଦୂରେଇ ଯାଉଥିବା ଜଣାପଡୁଛି । ଗତ ଏକ ସପ୍ତାହ ମଧ୍ୟରେ ଆଦାନୀଙ୍କ ସମ୍ପତ୍ତି ହ୍ରାସ ପାଇ ସେ ବିଶ୍ୱର ତୃତୀୟ ଧନୀ ବ୍ୟକ୍ତିରୁ ୧୫ ତମ ସ୍ଥାନକୁ ଖସି ଆସିଛନ୍ତି । ଆସନ୍ତାକାଲିର ଅର୍ଥାତ ବୁଧବାର ଦିନ ତାଙ୍କ ଷ୍ଟକ ହ୍ରାସ ମଧ୍ୟ ତାଙ୍କଠାରୁ ଏସିଆର ସବୁଠାରୁ ବଡ଼ ଧନୀ ବ୍ୟକ୍ତିର ଆଖ୍ୟାକୁ ଛଡ଼ାଇ ନେଇଛି । ଏହି ସମୟରେ ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ (Mukesh Amban) ଏସିଆର ମଧ୍ୟ ସବୁଠାରୁ ବଡ଼ ଧନୀ (Richest Person in Asia) ବ୍ୟକ୍ତି ହୋଇପାରିଛନ୍ତି ।

ପୋର୍ଟରୁ ପାୱାର ପର୍ଯ୍ୟନ୍ତ ବ୍ୟାପିଥିବା ଏକ ବ୍ୟବସାୟିକ ସଂଗଠନର ମୁଖ୍ୟ ଗୌତମ ଆଦାନୀ ବିଶ୍ୱର ଶ୍ରେଷ୍ଠ ବିଲିୟନେୟାର ତାଲିକାରୁ ତଳକୁ ଖସି ଯାଇଛନ୍ତି । ସେ ଆଉ ବର୍ତ୍ତମାନ ଏସିଆର ସବୁଠାରୁ ବଡ଼ ଧନୀ ବ୍ୟକ୍ତି ନୁହଁନ୍ତି । ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ବ୍ୟବସାୟୀ ମୁକେଶ ଅମ୍ବାନୀ ପୁଣି ଥରେ ଭାରତ ଓ ଏସିଆର ସବୁଠାରୁ ବଡ଼ ଧନୀ ବ୍ୟକ୍ତି ହୋଇଛନ୍ତି । ଗତ ବର୍ଷ ଏପ୍ରିଲରେ ଅମ୍ବାନୀ ଆଦାନୀଙ୍କଠାରୁ ପଛରେ ରହିଥିଲେ । ଏକ ସପ୍ତାହ ପୂର୍ବରୁ ଫୋର୍ବସ୍ ବିଲିୟନେୟାର ତାଲିକାରେ ବିଶ୍ୱର ତୃତୀୟ ଧନୀ ବ୍ୟକ୍ତି ଥିବା ଆଦାନୀ ବୁଧବାର ଦିନ ୧୫ ତମ ସ୍ଥାନକୁ ଖସି ଆସିଛନ୍ତି । ଆମେରିକାର ସର୍ଟ ସେଲର ହିନ୍ଦେନବର୍ଗଙ୍କ ରିପୋର୍ଟ ପରେ ଆଦାନୀ ଗ୍ରୁପ୍ କମ୍ପାନୀଗୁଡିକର ସେୟାର କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି ।

ଫୋର୍ବସ୍ ୱେବସାଇଟ୍ ଅନୁଯାୟୀ, ଅମ୍ବାନୀ ୮୩.୭ ବିଲିୟନ ଆମେରିକୀୟ ଡଲାର ସହ ତାଲିକାରେ ନବମ ସ୍ଥାନରେ ରହିଛନ୍ତି । ଗତ ବର୍ଷ ଆଦାନୀଙ୍କ ସମ୍ପତ୍ତି ୪୪ ବିଲିୟନ ଡ଼ଲାରରେ ବୃଦ୍ଧି ପାଇଥିଲା ଓ ଗତ ଏକ ସପ୍ତାହରେ ତାଙ୍କର ସମ୍ପତ୍ତି ଦ୍ରୁତ ଗତିରେ ହ୍ରାସ ପାଇଛି । ସେ ବର୍ତ୍ତମାନ ୭୫.୧ ବିଲିୟନ ଡ଼ଲାରର ସର୍ବଭାରତୀୟ ବିଲିୟନେୟାର ତାଲିକାରେ ୧୫ ତମ ସ୍ଥାନରେ ଅଛନ୍ତି । ଆଦାନୀ ଗ୍ରୁପ କମ୍ପାନୀଗୁଡିକ ଗତ ଏକ ସପ୍ତାହରେ ୯୦ ବିଲିୟନ ଆମେରିକୀୟ ଡଲାର ହରାଇଛନ୍ତି । ଆଦାନୀ ଗ୍ରୁପ ହିନ୍ଦେନବର୍ଗଙ୍କ ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି । ଆପଣଙ୍କୁ କହିରଖୁଛୁ ଯେ ବର୍ନାର୍ଡ ଆର୍ନାଲ୍ଟ ବର୍ତ୍ତମାନ ସୁଦ୍ଧା ଦୁନିଆର ସବୁଠାରୁ ଧନୀ ବ୍ୟକ୍ତିଙ୍କ ମଧ୍ୟରେ ପ୍ରଥମ ସ୍ଥାନରେ ରହିଛନ୍ତି ।

ଷ୍ଟକ୍ ମାର୍କେଟରେ ଆଦାନୀ ଗ୍ରୁପ୍ ର ଆଦାନୀ ଏଣ୍ଟରପ୍ରାଇଜେସ୍, ଆଦାନୀ ଗ୍ରୀନ୍ ଏନର୍ଜି, ଆଦାନୀ ବନ୍ଦର ଓ SEZ, ଆଦାନୀ ଟ୍ରାନ୍ସମିସନ୍, ଆଦାନୀ ଟୋଟାଲ୍ ଗ୍ୟାସ୍, ଆଦାନୀ ପାୱାର, ଆଦାନୀ ୱିଲମାର ଅନ୍ତର୍ଭୁକ୍ତ ରହିଛି । ଆଜିର ବାଣିଜ୍ୟ ବିଷୟରେ କହିବାକୁ ଗଲେ, FPO ପ୍ରତ୍ୟାହାର ପରେ -୪.୩୯% ହ୍ରାସ ସହିତ ଆଦାନୀ ଏଣ୍ଟରପ୍ରାଇଜେସ୍ ସେୟାର ୨୦୩୫.୨୦ ଟଙ୍କାରେ କାରବାର କରୁଛି ।

ଏହା ବି ପଢ଼ନ୍ତୁ: Budget 2023: ବର୍ତ୍ତମାନ ଘରେ ବସି ମହିଳାମାନେ ପାଇପାରିବେ ୧୫,୦୦୦ ଟଙ୍କା, ଏହି ସ୍କିମରେ ନିବେଶ କରିବାକୁ ହେବ ଟଙ୍କା