Wedding Viral Video: କାର କି ଘୋଡା ଗାଡ଼ି ନୁହେଁ, JCBରେ ଆସିଲା ବର
Advertisement

Wedding Viral Video: କାର କି ଘୋଡା ଗାଡ଼ି ନୁହେଁ, JCBରେ ଆସିଲା ବର

JCB Wedding: ଗୁଜୁରାଟ ନବସାରୀରେ ଏକ ନିଆରା ବିବାହ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । କାରଣ କନ୍ୟାଙ୍କୁ ନେବାକୁ ଜେସିବିରେ ଧରି ଆସିଥିଲା ବର । ଆଉ ବରଙ୍କୁ ଦେଖିବାକୁ ହଜାର ହଜାର ଲୋକଙ୍କ ଏକାଠି ହୋଇଥିଲେ । କାରଣ ଜେସିବିରେ ବର ଆସିବାର କେବେ ଦେଖିନଥିଲେ ଅଞ୍ଚଳବାସୀ । ଯେଉଁଥିପାଇଁ ପ୍ରବଳ ଭିଡ଼ ହୋଇଥିଲା । ତେବେ ବାହାଘର ପ୍ରେସସନର ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓରେ ବର ନାଚୁଥିବାର ମଧ୍ୟ ଦେଖିବାକୁ ମିଳିଛି ।

ସୌଜନ୍ୟ- ସୋସିଆଲ ମିଡିଆ

ଭିଡିଓରେ ଦେଥିବାକୁ ମିଳିଛି ଯେ, ଜେସିବିକୁ ବିଭିନ୍ନ ଫୁଲରେ ସୁନ୍ଦର ଭାବେ ସଜା ଯାଇଛି ।  ମାଟି ଖୋଳା ଯାଉଥିବା ଏହି ମେସିନରେ ବର ମଝିରେ ବସିଥିବା ବେଳେ ସାଙ୍ଗରେ ତାଙ୍କର ସମ୍ପର୍କୀୟମାନେ ମଧ୍ୟ ବସିଛନ୍ତି ।  ଏବଂ ପ୍ରସେସନରେ ଡିଜେ ସାଙ୍ଗକୁ ବାଣ ମଧ୍ୟ ଫୁଟୁଛି । ବରଯାତ୍ରୀ ମଧ୍ୟ ଧମାକାଦାର ଡାନ୍ସ କରୁଛନ୍ତି । ବରଯାତ୍ରୀଙ୍କ ଡ୍ୟାନ୍ସ ଦେଖିବାକୁ ନୁହେଁ, ବରଂ ଜେସିବିରେ ବିବାହ ପାଇଁ ଆସିଥିବା ବରକୁ ଦେଖିବାକୁ ଲୋକଙ୍କର ନାହିଁ ନଥିବା ଭିଡ ଜମିଥିଲା।  ତେବେ ବର ଜଣକ ଗୁଜୁରାଟ ଚିକଲି ତାଲୁକା ଅଞ୍ଚଳର କଲିୟାରି ଗାଁର କେୟୁର ପଟେଲ ବୋଲି ଜଣାପଡିଛି । ତେବେ ଏହି ଭିଡିଓଟିକୁ (Dilip Singh Kshatriya) ଦିଲ୍ଲୀପ ସିଂ ନାମକ ଜଣେ ୟୁଜର୍ସ ନିଜ ଟ୍ବିଟର ହ୍ୟାଣ୍ତେଲରେ ସେୟାର କରିଛନ୍ତି ।  ଏବଂ ଏହି ଭିଡିଓ ଦେଖି  ଦିଲ୍ଲୀପ ମଧ୍ୟ ଏପରି ବିବାହ କରିବ ବୋଲି ନିଷ୍ପତି ନେଇଛନ୍ତି।

Also Read : Shocking News: ଅଜବ ପରମ୍ପରା, ଘରେ କାହାର ମୃତ୍ୟୁ ହେଲେ ଏଠାରେ କଟାଯାଏ ମହିଳାଙ୍କ ଆଙ୍ଗୁଳି

Also Read: Shocking News: ଶୁଆ ପାଇଁ ମାଲିକଙ୍କ ଉପରେ ଲାଗିଲା ୭୪ ଲକ୍ଷ ଟଙ୍କାର ଜରିମାନା ଏବଂ ୨ ମାସ ଜେଲଦଣ୍ଡ

ସେହିପରି ନିକଟରେ ଏଭଳି ଆଉ ଏକ ଘଟଣା ମଧ୍ୟ ରାଜସ୍ଥାନ କୋଟାରେ ଦେଖିବାକୁ ମିଳିଥିଲା। କନ୍ୟାଙ୍କୁ ନେବାକୁ ବର ହେଲିକପ୍ଟର ଧରି ଆସିଥିଲା ।  ବର । ବରଙ୍କ ବାପା ପୁଅ ପାଇଁ ଏହି ହେଲିକପ୍ଟର ବୁକ୍ କରିଥିଲେ । ମିଳିଥିବା ସୂଚନା ମୁତାବକ, ବ୍ୟବସାୟୀ କୃଷ୍ଣ ମୁରାରୀ ପ୍ରଜାପତିଙ୍କ ପୁଅ ସୁନୀଲଙ୍କ ବିବାହ ଇଟାବାର ରେଖାଙ୍କ ସହ ହୋଇଥିଲା । ବରଯାତ୍ରୀଙ୍କ ସହ କୋଟାରୁ ଇଟାବା ଆସିଥିଲେ ସୁନୀଲ । ମୁରାରୀ କହିଛନ୍ତି ମୋର ଇଚ୍ଛା ଥିଲା ପୁଅ ହେଲିକପ୍ଟରରେ ବସି ବର ବେଶରେ ଆସୁ । ଆଉ ଏଥିପାଇଁ ଦିଲ୍ଲୀରୁ ସାଢେ ୭ ଲକ୍ଷ ଟଙ୍କାରେ ହେଲିକପ୍ଟର ବୁକ୍ କରିଥିଲି । ଜିଲ୍ଲା ପ୍ରଶାସନ ଠାରୁ ୨୬ ଓ ୨୭ ତାରିଖ ପାଇଁ ଅନୁମତି ମାଗିଥିଲି । ଆଉ ଏଥିପାଇଁ ଅନୁମତି ମଧ୍ୟ ଦେଇଥିଲା ପ୍ରଶାସନ । ହେଲିକପ୍ଟରରେ ବରଙ୍କ ସହ ତାଙ୍କର ସର୍ମ୍ପକୀୟ ଆସିଥିଲେ । ହେଲିକପ୍ଟରରେ ବର ଆସୁଥିବା ଖବର ଶୁଣି ପଡିଆରେ ଭିଡ ଜମିଥିଲା । ବରଙ୍କୁ ଛାଡି ହେଲିକପ୍ଟର ଚାଲି ଯାଇଥିବା ବେଳେ ଆଜି ପୁଣିଥରେ ବର-କନିଆଁଙ୍କୁ ନେବାକୁ ଇଟାବାରେ ପହଞ୍ଚିଥିଲା ହେଲିକପ୍ଟର ।