Longest Straight Road In The World: ବିଶ୍ୱର ଦୀର୍ଘତମ ସିଧା ରାସ୍ତା ଯେଉଁଠି ନାହିଁ କୌଣସି ବୁଲାଣି, ଜାଣନ୍ତୁ ଏହାର ବିଶେଷତ୍ୱ
Advertisement

Longest Straight Road In The World: ବିଶ୍ୱର ଦୀର୍ଘତମ ସିଧା ରାସ୍ତା ଯେଉଁଠି ନାହିଁ କୌଣସି ବୁଲାଣି, ଜାଣନ୍ତୁ ଏହାର ବିଶେଷତ୍ୱ

Saudi Arabia Highway 10: ସାଉଦି ଆରବର ୧୦ ନମ୍ବର ରାଜପଥର ବିଶେଷତ୍ୱ ହେଉଛି ଏହି ରାସ୍ତା ପ୍ରାୟ ୨୪୦ କିଲୋମିଟର ସମ୍ପୂର୍ଣ୍ଣ ସିଧା ହୋଇରହିଛି। କେତେକ ରିପୋର୍ଟ ଏହାକୁ ୨୫୬ କିଲୋମିଟର ପର୍ଯ୍ୟନ୍ତ ଲମ୍ବା ବୋଲି ମଧ୍ୟ ଉଲ୍ଲେଖ କରିଥାଏ। 

Longest Straight Road In The World: ବିଶ୍ୱର ଦୀର୍ଘତମ ସିଧା ରାସ୍ତା ଯେଉଁଠି ନାହିଁ କୌଣସି ବୁଲାଣି, ଜାଣନ୍ତୁ ଏହାର ବିଶେଷତ୍ୱ

Longest Straight Highway In World: ବିଶ୍ୱର ଏପରି ଏକ ରାସ୍ତା ରହିଛି ଯାହାର ବିଶେଷତ୍ୱ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏହା ସହ ଜଡ଼ିତ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ରାସ୍ତା ପ୍ରାୟ ୨୪୦ କିଲୋମିଟର ଦୂରତା ପର୍ଯ୍ୟନ୍ତ ଏକ ସମାନ୍ତର ସରଳରେଖାରେ ରହିଛି। ଅର୍ଥାତ ଏହି ୨୪୦ କିଲୋମିଟର ମଧ୍ୟରେ କୌଣସି ସ୍ଥାନରେ କୌଣସି ବାଙ୍କ କିମ୍ବା ଉଠାଣୀ ଗଡାଣି ନାହିଁ। ଯେତେବେଳେ ଏହି ରାସ୍ତାରେ ୨୪୦ କିଲୋମିଟର ମଧ୍ୟରେ ଯାତ୍ରା କରିବେ ସେତେବେଳେ ଆପଣଙ୍କ ଗାଡି଼ ଗୋଟିଏ ସରଳରେଖା ଭଳି ଆଗକୁ ଆଗକୁ ବଢି ଚାଲିଥିବ।     

କୌଣସି ବେକ୍ର କିମ୍ବା ଅପ୍-ଡାଉନ୍ ବିନା ରାସ୍ତାରେ ଯିବା ଅନେକ ଦୃଷ୍ଟିକୋଣରୁ ମଜାଦାର ହେବ। ଯାହା ଆପଣଙ୍କୁ ବେଶ ପସନ୍ଦ ଆସିବ। ଏପରି ରାସ୍ତାରେ ଯାତ୍ରା କରିବା ବହୁତ ସହଜ ହେବ। ଯଦି ଆପଣ ମଧ୍ୟ ଏଭଳି ରାସ୍ତାରେ ଯିବା ପାଇଁ ପସନ୍ଦ କରନ୍ତି, ତାହେଲେ ଆପଣଙ୍କ ପାଇଁ ସାଉଦି ଆରବର ୧୦ ନମ୍ବର ରାଜପଥ ଉପଯୁକ୍ତ ହେବ। ଏହି ରାଜପଥର ବିଶେଷତ୍ୱ ହେଉଛି ଏହି ରାସ୍ତା ପ୍ରାୟ ୨୪୦ କିଲୋମିଟର ସମ୍ପୂର୍ଣ୍ଣ ସିଧା ହୋଇରହିଛି। କେତେକ ରିପୋର୍ଟ ଏହାକୁ ୨୫୬ କିଲୋମିଟର ପର୍ଯ୍ୟନ୍ତ ଲମ୍ବା ବୋଲି ମଧ୍ୟ ଉଲ୍ଲେଖ କରିଥାଏ। 

Also Read: Longest Straight Road In The World: ବିଶ୍ୱର ଦୀର୍ଘତମ ସିଧା ରାସ୍ତା ଯେଉଁଠି ନାହିଁ କୌଣସି ବୁଲାଣି, ଜାଣନ୍ତୁ ଏହାର ବିଶେଷତ୍ୱ 

 

ସାଉଦି ଆରବର ୧୦ ନମ୍ବର ରାଜପଥର ଏପରି ଏକ ଅଂଶ ରହିଛି ପ୍ରାୟ ୨୪୦ କିଲୋମିଟର ଲମ୍ବା ଦୂରତା ଏକ ସମାନ୍ତର ସରଳରେଖାରେ ରହିଛି। ଏହା ମଧ୍ୟରେ କୌଣସି ବୁଲାଣି ନାହିଁ। ଏପରିକି ଏହି ରାସ୍ତାରେ କୌଣସି ଉଠାଣି କିମ୍ବା ଗଡାଣି ନାହିଁ। ବିଶ୍ୱର ସବୁଠୁ ଲମ୍ବା ଏବଂ ସିଧା ରାସ୍ତା ହୋଇଥିବାରୁ ଏହାର ନାମ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ ତାଲିକାରେ ସାମିଲ କରାଯାଇଛି। ଏହି ରାସ୍ତା ମୂଳତ ସାଉଦି ଆରବର ରାଜା ଫାହଦଙ୍କ ପାଇଁ ନିର୍ମିତ ହୋଇଥିଲା। ଯିଏ ୧୯୮୨ ମସିହାରୁ ୨୦୦୫ ପର୍ଯ୍ୟନ୍ତ ସାଉଦି ଆରବର ରାଜା ତଥା ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ।

କୁଆଡେ ଯାଏ ସାଉଦି ଆରବର ୧୦ ନମ୍ବର ରାଜପଥ?
ସାଉଦି ଆରବର ୧୦ ନମ୍ବର ଜାତୀୟ ରାଜପଥ ଯାହା ହରାଦ ଠାରେ ୭୫ ନମ୍ବର ଜାତୀୟ ରାଜପଥ ଏବଂ ପଶ୍ଚିମ ସାଉଦି ଆରବ ଠାରେ ୯୫ ନମ୍ବର ଜାତୀୟ ରାଜପଥକୁ ପରସ୍ପର ସହିତ ଯୋଡ଼ିଥାଏ। ୧୦ ନମ୍ବର ରାଡପଥା ହରାଦ ଅଞ୍ଚଳକୁ ଅଲ ବାଥା ସହିତ ସଂଯୋଗ କରିଥାଏ। ତୈଳ ଏବଂ ପ୍ରାକୃତିକ ଗ୍ୟାସ ପାଇଁ ହରାଦ୍ ସମଗ୍ର ବିଶ୍ୱରେ ପ୍ରସିଦ୍ଧ। ସାଧାରଣତ ଏହି ରାଜପଥ ବର୍ତ୍ତମାନ ବିଭିନ୍ନ ସାମଗ୍ରୀର ପରିବହନ ପାଇଁ ବ୍ୟବହୃତ ହୋଇଥାଏ। ଅନ୍ୟପଟେ ଏହି ମାର୍ଗ ଦେଇ ଲୋକେ ସାଉଦି ଆରବ ଠାରୁ ୟୁଏଇ ଯାତ୍ରା କରିଥାନ୍ତି। ଯାହାର ସୀମା ଅଲ ବାଥା ନିକଟରେ ଅବସ୍ଥିତ। ହାରାହାରି ଭାବରେ ଏହି ରାସ୍ତାରେ ଯାତ୍ରା ଶେଷ କରିବାକୁ ପ୍ରାୟ ୨ ଘଣ୍ଟା ସମୟ ଲାଗେ।

Also Read: Longest Highway in World: ବିଶ୍ୱର ସବୁଠାରୁ ଲମ୍ବା ରାଜପଥ; ଯିଏ ଅତିକ୍ରମ କରିଥାଏ ୧୪ ଦେଶ

ନିର୍ମାଣ ହୋଇନଥାଏ ସିଧା ରାସ୍ତା 

ସାଧାରଣତଃ ଅନେକ ଦୂରତା ପର୍ଯ୍ୟନ୍ତ କୌଣସି ଗୋଟିଏ ସିଧା ରାସ୍ତା ନିର୍ମାଣ କରାଯାଏ ନାହିଁ। କାରଣ ଏହା ଦ୍ୱାରା ଗାଡ଼ି ଚାଳକଙ୍କ ଧ୍ୟାନ ରାସ୍ତା ଉପରେ ରହିଥାଏ ଏବଂ ସେମାନେ ଦୁର୍ଘଟଣାର ଶିକାର ହୁଅନ୍ତି ନାହିଁ। ହେଲେ ସାଉଦି ଆରବର ୧୦ ନମ୍ବର ରାଜପଥର ୨୪୦ କିଲୋମିଟର ଅଂଶ ଏକ ବଡ ମରୁଭୂମି ଦେଇ ଯାଇଥାଏ। ଯେଉଁଠାରେ ଜନବସତି ଅନେକ ଦୂର ପର୍ଯ୍ୟନ୍ତ ମଧ୍ୟ ଦୃଶ୍ୟମାନ ହୋଇନଥାଏ। ଏପରିକି ଏହାର ଚାରିପାଖରେ କୌଣସି ଜୀବ ଜନ୍ତୁ ମଧ୍ୟ ଦୃଶ୍ୟମାନ ହୁଅନ୍ତି ନାହିଁ। ଏହି କାରଣରୁ ଏଠାରେ ୨୪୦ କିଲୋମିଟର ଲମ୍ବା ସିଧା ରାସ୍ତା ନିର୍ମାଣ କରିବା ସମ୍ଭବ ହେଲା। ଅବଶ୍ୟ ଏହା ଜାଣିବା ପରେ ଅନେକ ଲୋକ ଏହି ରାସ୍ତାରେ ଗାଡି ଚଳାଇବାକୁ ଚାହୁଁଥିବେ, ହେଲ ପର୍ଯ୍ୟଟକଙ୍କୁ କହିବା କଥା ଯେ ଏହି ରାସ୍ତାରେ ଯାତ୍ରା କରିବାର କିଛି ସମୟ ପରେ ବିରକ୍ତିଭାବ ପ୍ରକାଶ ପାଏ।