Kartik Purnima: ତ୍ରିପୁରାସୁରକୁ ବଧ କରିଥିଲେ ଶିବ, ଜାଣନ୍ତୁ ଆହୁରି ଅନେକ ମହତ୍ତ୍ୱ
Advertisement

Kartik Purnima: ତ୍ରିପୁରାସୁରକୁ ବଧ କରିଥିଲେ ଶିବ, ଜାଣନ୍ତୁ ଆହୁରି ଅନେକ ମହତ୍ତ୍ୱ

କାର୍ତ୍ତିକ ପୂର୍ଣ୍ଣମୀର ମହତ୍ୱ : ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ କାର୍ତ୍ତିକ ମାସ ଶୁକ୍ଲପକ୍ଷ ପୂର୍ଣ୍ଣିମା ତିଥିକୁ କାର୍ତ୍ତିକ ପୂର୍ଣ୍ଣିମା କୁହାଯାଏ। ପୌରାଣିକ କଥାବସ୍ତୁ ଅନୁସାରେ ଏହି ଦିନ ଦେବଦେବ ମହାଦେବ ଶିବ ତ୍ରିପୁରାସୁର ନାମକ ଏକ ଅସୁରକୁ ବଧ କରିଥିଲେ। 

ପ୍ରତିକାତ୍ମକ ଫଟୋ

Kartik Purnima Importance: ଆଜି କାର୍ତ୍ତିକ ପୂର୍ଣିମା। ହିନ୍ଦୁମାନଙ୍କ ପାଇଁ ଏହି ପୁର୍ଣିମାର ମହତ୍ୱ ସର୍ବାଧିକ। କାର୍ତ୍ତିକ ପୁର୍ଣିମା ମଧ୍ୟ ଶିଖ ଧର୍ମଗୁରୁ ନାନକଙ୍କ ଜନ୍ମଦିନ। ତେଣୁ ଶିଖ ଧର୍ମାବଲମ୍ବୀଙ୍କ ପାଇଁ ମଧ୍ୟ ଖାସ ଦିନ ହୋଇଥାଏ। ଚଳିତ ଥରର କାର୍ତ୍ତିକ ପୁର୍ଣିମାର ଏକ ସ୍ୱାତନ୍ତ୍ର୍ୟ ରହିଛି। ଏହି ଦିନର ଜହ୍ନ ସବୁଠାରୁ ବଡ଼ ଭାବେ ଦେଖାଯାଇଥାଏ। କାର୍ତ୍ତିକ ପୂର୍ଣମୀରେ ଚନ୍ଦ୍ର ଠିକ ୧୮୦ ଡିଗ୍ରୀ ଅଂଶରେ ଅବସ୍ଥାନ କରିଥାନ୍ତି। ଏହି ଦିନ ଚନ୍ଦ୍ର କିରଣରେ ପ୍ରଚୁର ପରିମାଣର ସକାରାତ୍ମକ ଶକ୍ତି ରହିଥାଏ। ଏହି ପୂର୍ଣ୍ଣମୀରେ ଉପବାସ ବ୍ରତ ରଖିଲେ ହଜାରେ ଅଶ୍ୱମେଧ ଯଜ୍ଞ ଓ ରାଜସ୍ବୟ ଯଜ୍ଞର ଫଳପ୍ରାପ୍ତି ହୋଇଥାଏ।

କାର୍ତ୍ତିକ ପୂର୍ଣ୍ଣମୀର ମହତ୍ୱ : ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ କାର୍ତ୍ତିକ ମାସ ଶୁକ୍ଲପକ୍ଷ ପୂର୍ଣ୍ଣିମା ତିଥିକୁ କାର୍ତ୍ତିକ ପୂର୍ଣ୍ଣିମା କୁହାଯାଏ। ପୌରାଣିକ କଥାବସ୍ତୁ ଅନୁସାରେ ଏହି ଦିନ ଦେବଦେବ ମହାଦେବ ଶିବ ତ୍ରିପୁରାସୁର ନାମକ ଏକ ଅସୁରକୁ ବଧ କରିଥିଲେ। ଏହି କାରଣରୁ କାର୍ତ୍ତିକ ପୂର୍ଣ୍ଣିମାକୁ ତ୍ରିପୁରା ପୂର୍ଣ୍ଣିମା ବୋଲି ମଧ୍ୟ କୁହାଯାଇଥାଏ। ଏହା ବ୍ୟତୀତ କାର୍ତ୍ତିକ ପୂର୍ଣ୍ଣିମାରେ ହିଁ ଭଗବାନ ବିଷ୍ଣୁ ମତ୍ସ୍ୟ ଅବତାର ଧାରଣ କରିଥିଲେ ବୋଲି ପୁରାଣରେ ବର୍ଣିତ ହୋଇଛି।

ପୁରାଣ ଅନୁଯାୟୀ ବ୍ରହ୍ମ ମୁହୂର୍ତ୍ତରେ ଶଯ୍ୟା ତ୍ୟାଗ କରି ବ୍ରତ ନିମନ୍ତେ ସଂକଳ୍ପ କରିବେ। ଏହିଦିନ ବିଭିନ୍ନ ପବିତ୍ର ଜଳାଶ୍ରୟ, ତୀର୍ଥ ସ୍ଥାନରେ ଥିବା ଜଳାଶ୍ରୟରେ ସ୍ନାନ କରିବାର ପରମ୍ପରା ରହିଛି। ସ୍ନାନ କରିବା ସମୟରେ ଆର୍ଯ୍ୟ ଭୂମିରେ ଥିବା ସମସ୍ତ ତୀର୍ଥ ସ୍ଥାନକୁ ଧ୍ୟାନ କରିବାକୁ ହେବ। ସ୍ନାନ ସରିବାପରେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବେ। ଭଗବାନ ବିଷ୍ଣୁଙ୍କ ପାଇଁ ସତ୍ୟ ନାରାୟଣ କଥା ଆୟୋଜନ କରିବେ। ଏହି ଦିନ ଗରିବଙ୍କ ମଧ୍ୟରେ ଫଳ, ଧାନ, ଚାଉଳ, ଦଳି, ଶୀତବସ୍ତ୍ର ଆଦି ଦ୍ରବ୍ୟ ବିତରଣ କରିବେ। ଶିବଲିଙ୍ଗରେ ଜଳ ଅର୍ପଣ କରି ଶିବ ପଞ୍ଚାକ୍ଷର ମନ୍ତ୍ର ଓଁ ନମଃ ଶିବାୟ ଜପ କରିବେ।

ଆହୁରି ମଧ୍ୟ କାର୍ତ୍ତିକ ପୂର୍ଣ୍ଣିମା ମା' ଲକ୍ଷ୍ମୀଙ୍କ ପ୍ରିୟ ଦିନ ଅଟେ। ଏହି ଦିନ ମା' ଲକ୍ଷ୍ମୀଙ୍କୁ ଆରାଧନା କଲେ ଜୀବନରେ ସୁଖ, ସମୃଦ୍ଧି କମ ହୁଏନାହିଁ। ଅଶ୍ୱସ୍ଥ ବୃକ୍ଷ ମା' ଲକ୍ଷ୍ମୀଙ୍କର ବାସସ୍ଥାନ ବୋଲି ବିବେଚନା କରାଯାଏ। ତେଣୁ ଏହି ଦିନ ଅଶ୍ୱସ୍ଥ ବୃକ୍ଷକୁ ଆରାଧନା କରିବା ସହ ଏଠି ଦୀପଦାନ କଲେ ବିଶେଷ ଫଳ ପ୍ରାପ୍ତି ହୋଇଥାଏ।

ଅଧିକ ପଢନ୍ତୁ: Rape Charges on Cricketers: ଦନୁଷ୍କାଙ୍କ ବ୍ୟତୀତ ଏହି ୪ ବଡ଼ କ୍ରିକେଟରଙ୍କ ଉପରେ ଲାଗିସାରିଛି ଦୁଷ୍କର୍ମ ଅଭିଯୋଗ, ଲିଷ୍ଟରେ ଅଛନ୍ତି ଜଣେ ଭାରତୀୟ

ଅଧିକ ପଢନ୍ତୁ: Kartik Purnima Importance: କାର୍ତ୍ତିକ ପୂର୍ଣ୍ଣିମା ଦିନ କରନ୍ତୁ ଏହି କାମ, ଘରେ ହେବ ଧନର ବର୍ଷା

ଅଧିକ ପଢନ୍ତୁ: T20 World Cup 2022: ଷ୍ଟାର୍ ସ୍ପୋର୍ଟସ୍ ବ୍ୟତୀତ ଏଠାରେ ଫ୍ରି'ରେ ଦେଖିପାରିବେ ନକଆଉଟ୍ ମ୍ୟାଚର ଲାଇଭ୍ ପ୍ରସାରଣ, ଦେଖନ୍ତୁ ଶେଡ୍ୟୁଲ୍