Kim Jong Un: କିମ ଜୋଙ୍ଗ ନିଖୋଜ! ଉତ୍ତର କୋରିଆରେ ହାଇ ଆଲର୍ଟ ଜାରି
Advertisement

Kim Jong Un: କିମ ଜୋଙ୍ଗ ନିଖୋଜ! ଉତ୍ତର କୋରିଆରେ ହାଇ ଆଲର୍ଟ ଜାରି

Kim Jong Un: ଖବର ମୁତାବକ, ବିରାଟ ସାମରିକ ପରେଡ ପୂର୍ବରୁ କିମ ଜୋଙ୍ଗ ନିଖୋଜ ହୋଇଯାଇଛନ୍ତି । ଏହି ସପ୍ତାହରେ ଉତ୍ତର କୋରିଆର ରାଜଧାନୀ ପ୍ୟୋଙ୍ଗୟାଙ୍ଗରେ ଏକ ସାମରିକ ପରେଡ ଅନୁଷ୍ଠିତ ହେବ । କିମ ଜୋଙ୍ଗ ଏଥିରେ ଯୋଗଦେବାର ଥିଲା । କିନ୍ତୁ ସେ ଗତ ୩୫ ଦିନ ଧରି ସର୍ବସାଧାରଣରେ ଦୃଶ୍ୟମାନ ହୋଇନାହାଁନ୍ତି । 

Kim Jong Un: କିମ ଜୋଙ୍ଗ ନିଖୋଜ! ଉତ୍ତର କୋରିଆରେ ହାଇ ଆଲର୍ଟ ଜାରି

Kim Jong Un: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ (North Korean Dictatorship) କିମ ଜୋଙ୍ଗ ଉନ (Kim Jong Un) ପୁଣି ଥରେ ଚର୍ଚ୍ଚା ଅଛନ୍ତି । ଖବର ମୁତାବକ, ବିରାଟ ସାମରିକ ପରେଡ ପୂର୍ବରୁ କିମ ଜୋଙ୍ଗ ନିଖୋଜ ହୋଇଯାଇଛନ୍ତି । ଏହି ସପ୍ତାହରେ ଉତ୍ତର କୋରିଆର ରାଜଧାନୀ ପ୍ୟୋଙ୍ଗୟାଙ୍ଗରେ ଏକ ସାମରିକ ପରେଡ ଅନୁଷ୍ଠିତ ହେବ । କିମ ଜୋଙ୍ଗ ଏଥିରେ ଯୋଗଦେବାର ଥିଲା । କିନ୍ତୁ ସେ ଗତ ୩୫ ଦିନ ଧରି ସର୍ବସାଧାରଣରେ ଦୃଶ୍ୟମାନ ହୋଇନାହାଁନ୍ତି । 

ଦକ୍ଷିଣ କୋରିଆର ନ୍ୟୁଜ୍ ଚ୍ୟାନେଲ୍ NK ନ୍ୟୁଜକୁ ଦର୍ଶାଇ ଫକ୍ସ ନ୍ୟୁଜ୍ ରିପୋର୍ଟ କରିଛି ଯେ, କିମ ଜୋଙ୍ଗ (Kim Jong Un) ରବିବାର ଅନୁଷ୍ଠିତ କମ୍ୟୁନିଷ୍ଟ ପାର୍ଟି ବୈଠକରେ ମଧ୍ୟ ଯୋଗ ଦେଇନାହାଁନ୍ତି । ଏହା ହେଉଛି ତୃତୀୟ ଥର କିମ ଜୋଙ୍ଗ ଉନ୍ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅନୁପସ୍ଥିତ ଥିଲେ । ଏଭଳି ପରିସ୍ଥିତିରେ ଏବେ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ଆଲୋଚନା ହେଉଛି । 

ଫେବୃଆରୀ ୮ରେ କୋରିଆ ପିପୁଲ୍ସ ଆର୍ମି ପ୍ରତିଷ୍ଠା ହେବାର ୭୫ତମ ବାର୍ଷିକୀ ପାଳନ କରାଯିବ । ଏହି ଦିନ ଦେଶରେ ବଡ଼ ଧରଣର କାର୍ଯ୍ୟକ୍ରମ ଆୟୋଜନ କରାଯିବ । ବର୍ତ୍ତମାନ କିମ ଜୋଙ୍ଗ ଏହି ପ୍ୟାରେଡରେ ଯୋଗଦେବେ କି ନାହିଁ ବଡ଼ ପ୍ରଶ୍ନ । ଦକ୍ଷିଣ କୋରିଆ ଗଣମାଧ୍ୟମ କହୁଛି କିମ ଜୋଙ୍ଗ ଅସୁସ୍ଥ ଅଛନ୍ତି । ତେବେ କିଛି ରିପୋର୍ଟ ଅନୁଯାୟୀ କିମ ଜୋଙ୍ଗ ଉନ ଫେବୃଆରୀ ୮ରେ ଆୟୋଜିତ ହେବାକୁ ଥିବା ସାମରିକ ପରେଡରେ ଯୋଗ ଦେଇପାରନ୍ତି । 

କିମ୍ ଜଙ୍ଗ ଉନଙ୍କ ଅନୁପସ୍ଥିତି ସମ୍ପର୍କରେ ଉତ୍ତର କୋରିଆ ତରଫରୁ ଏପର୍ଯ୍ୟନ୍ତ କୌଣସି ଆଧିକାରୀକ ସୂଚନା ଦେଇ ନ ଥିବାରୁ ଏହି ଦାବି କରାଯାଉଛି । ଏହି ପ୍ୟାରେଡ୍ ସହିତ କିମ ଜଙ୍ଗ୍ ଉନ୍ ନିଜର ପରମାଣୁ କ୍ଷମତା ଆମେରିକା ଓ ଏସିଆର ଅନ୍ୟ ସହଯୋଗୀମାନଙ୍କୁ ଦେଖାଇବ । ଫକ୍ସ ନ୍ୟୁଜ୍ ଅନୁଯାୟୀ ଗତ ସପ୍ତାହରେ ଉତ୍ତର କୋରିଆ ସବୁଠାରୁ ଭାରୀ ପରମାଣୁ ଶକ୍ତି ସହ ଆମେରିକାର ସୈନ୍ୟବାହିନୀର ମୁକାବିଲା କରିବାକୁ ଧମକ ଦେଇଥିଲା ।

୨୦୨୨ ମସିହାରେ ଉତ୍ତର କୋରିଆ ୭୦ରୁ ଅଧିକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରିଛି, ଯେଉଁଥିରେ ପରମାଣୁ ସକ୍ଷମ ଯୁଦ୍ଧ ଅସ୍ତ୍ର ମଧ୍ୟ ଅଛି । ଖବର ଅନୁଯାୟୀ, ଏହି କ୍ଷେପଣାସ୍ତ୍ରଗୁଡିକ ଦକ୍ଷିଣ କୋରିଆରେ ଟାର୍ଗେଟ ଉପରେ ଆକ୍ରମଣ କରିବା କିମ୍ବା ଆମେରିକାର ମୁଖ୍ୟ ଭୂମିରେ ପହଞ୍ଚିବା ପାଇଁ ଡିଜାଇନ୍ କରାଯାଇଛି । ଏହି କାରଣରୁ ଆମେରିକା, ଜାପାନ ଏବଂ ଦକ୍ଷିଣ କୋରିଆ କିମ ଜୋଙ୍ଗ ଉନଙ୍କ ସାମରିକ ଅପରେସନ ଉପରେ କ୍ରମାଗତ ପ୍ରଶ୍ନ କରୁଛନ୍ତି ।

ଅଧିକ ପଢ଼ନ୍ତୁ:-ଧୋନିଙ୍କ ରାଜନୀତିର ଶିକାର ହୋଇଥିଲେ ଏସବୁ ଖେଳାଳି!

କିମ ଜୋଙ୍ଗ ଉନ୍ ହଠାତ୍ ଅନେକ ଥର ନିଖୋଜ ହୋଇସାରିଛନ୍ତି । ୨୦୧୪ରେ ତାଙ୍କୁ ସର୍ବାଧିକ ୪୦ ଦିନ ପର୍ଯ୍ୟନ୍ତ କୌଣସି ସର୍ବସାଧାରଣ ସ୍ଥାନରେ ଦେଖାଯାଇ ନଥିଲା । ୨୦୨୧ ବର୍ଷର ଶେଷରେ ମଧ୍ୟ କିମ ଜୋଙ୍ଗଙ୍କୁ ପ୍ରାୟ ୩୦ ଦିନ ପାଇଁ ଦେଖାଯାଇ ନଥିଲା । ମେ ୨୦୨୧ ଓ ଏପ୍ରିଲ ୨୦୨୦ରେ କିମ ଜୋଙ୍ଗ ଦୀର୍ଘ ସମୟ ଧରି ନିଖୋଜ ଥିଲେ । ତା’ପରେ ମଧ୍ୟ ତାଙ୍କ ଅସୁସ୍ଥତା ବିଷୟରେ କଳ୍ପନାଜଳ୍ପନା କରାଯାଉଥିଲା ।