Kanyakumari to Kashmir Train: ଖୁବ୍ ଶୀଘ୍ର କନ୍ୟାକୁମାରୀ ଠାରୁ କାଶ୍ମୀର ପର୍ଯ୍ୟନ୍ତ ଚାଲିବ ଟ୍ରେନ
Advertisement
Article Detail0/zeeodisha/odisha2164868

Kanyakumari to Kashmir Train: ଖୁବ୍ ଶୀଘ୍ର କନ୍ୟାକୁମାରୀ ଠାରୁ କାଶ୍ମୀର ପର୍ଯ୍ୟନ୍ତ ଚାଲିବ ଟ୍ରେନ

Indian Railway: ଉଦ୍ଧାମପୁର-ଶ୍ରୀନଗର-ବାରାମୁଲ୍ଲା ରେଳ ସଂଯୋଗ କାର୍ଯ୍ୟ ସମ୍ପୂର୍ଣ ଶେଷ ହୋଇଯିବା ପରେ  ଖୁବ୍ ଶୀଘ୍ର କନ୍ୟାକୁମାରୀ ଠାରୁ କାଶ୍ମୀର ପର୍ଯ୍ୟନ୍ତ ଟ୍ରେନ ସେବା ଆରମ୍ଭ ହୋଇଯିବ।

Kanyakumari to Kashmir Train: ଖୁବ୍ ଶୀଘ୍ର କନ୍ୟାକୁମାରୀ ଠାରୁ କାଶ୍ମୀର ପର୍ଯ୍ୟନ୍ତ ଚାଲିବ ଟ୍ରେନ

Udhampur Srinagar Baramulla Rail Link: ଖୁବ୍ ଶୀଘ୍ର କନ୍ୟାକୁମାରୀ ଠାରୁ କାଶ୍ମୀର ପର୍ଯ୍ୟନ୍ତ ଆରମ୍ଭ ହୋଇଯିବ ରେଳ ସେବା। ଉଦ୍ଧାମପୁର-ଶ୍ରୀନଗର-ବାରାମୁଲ୍ଲା ରେଳ ସଂଯୋଗ କାର୍ଯ୍ୟ ପ୍ରାୟ ଶେଷ ହୋଇଛି। ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଯିବା ପରେ ଲୋକେ ଦେଶର ଯେକୌଣସି କୋଣରୁ ଟ୍ରେନ୍ ଯୋଗେ କାଶ୍ମୀର ଯାତ୍ରା କରିପାରିବେ।

ପ୍ରାୟ ୩୫,୦୦୦ ହଜାର କୋଟି ଟଙ୍କା ବ୍ୟୟରେ ନିର୍ମିତ ଉଦ୍ଧାମପୁର-ଶ୍ରୀନଗର-ବାରାମୁଲ୍ଲା ରେଳ ସଂଯୋଗ ପ୍ରକଳ୍ପର ଗୁରୁତ୍ୱକୁ ବିଚାର କରି ଏହାକୁ ଜାତୀୟ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଭାବରେ ଘୋଷଣା କରାଯାଇଛି। ପ୍ରାୟ ୨୭୨ କିଲୋମିଟର ଲମ୍ବା ରେଳ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି। ଏହି ପ୍ରକଳ୍ପର କାର୍ଯ୍ୟ ପ୍ରାୟ ସମାପ୍ତ ହୋଇଛି। ଆହୁରି ମଧ୍ୟ କଟରା ଠାରୁ ବାନିହାଲ ପର୍ଯ୍ୟନ୍ତ ୧୧1 କିଲୋମିଟର କାମ ଦ୍ରୁତ ଗତିରେ ଚାଲିଛି। ଏହି ୧୧୧ କିଲୋମିଟର ମଧ୍ୟରୁ ପ୍ରାୟ ୯୭ କିଲୋମିଟର ହେଉଛି ଟନେଲ। ଯାହାର ସବୁଠାରୁ ବଡ ଟନେଲ ଲମ୍ବା ହେଉଛି ୧୨.୨୨। ଏହା ବନିହାଲ ଟନେଲ ନାମରେ ଜଣାଶୁଣା। ଏହା ସହିତ ମୋଟ ୩୭ ଛୋଟ ଏବଂ ବଡ ସେତୁ ମଧ୍ୟ ନିର୍ମାଣ କରାଯାଉଛି। ଯେଉଁଥିରେ ବିଶ୍ୱର ସର୍ବୋଚ୍ଚ ଚେନାବ ରେଳ ବ୍ରିଜ ଅନ୍ତର୍ଭୂକ୍ତ ରହିଛି। ହିମାଳୟ ପାଦ ଦେଶରେ ନିର୍ମିତ ଏହି ଚେନାବ ବ୍ରିଜ ଦେଶର ଅନ୍ୟତମ ପ୍ରମୁଖ ସଫଳତା ହେବ। ଏହି ସେତୁ ଏକ ଇସ୍ପାତ ଆର୍ଚ ବ୍ରିଜ୍। ଏହାର କିଛି ବୈଶିଷ୍ଟ୍ୟ ଅଛି ଯାହା ଏହାକୁ ସ୍ୱତନ୍ତ୍ର କରିଥାଏ। 

ଏଫିଲ ଟାୱାର ଠାରୁ ୩୫ ମିଟର ଉଚ୍ଚ ଉଦ୍ଧାମପୁର-ଶ୍ରୀନଗର-ବାରାମୁଲ୍ଲା ରେଳ ସଂଯୋଗ
ଚେନାବ ବ୍ରିଜ୍ ଉଚ୍ଚତା ନଦୀ ଶଯ୍ୟା ଠାରୁ ୩୫୯ ମିଟର। ଯାହା ଫ୍ରାନ୍ସ ରାଜଧାନୀ ପ୍ୟାରିସ ସହରରେ ଅବସ୍ଥିତ ଏଫିଲ ଟାୱାର ଠାରୁ ୩୫ ମିଟର ଉଚ୍ଚ। ଏହାର ମୋଟ ଲମ୍ବା ହେଉଛି ୧୩୧୫ ମିଟର। ଏହି ବ୍ରିଜ ପ୍ରାୟ ୧୨୦ ବର୍ଷ ପର୍ଯ୍ୟନ୍ତ ସେବା ଯୋଗାଇବ। ଘଣ୍ଟା ପ୍ରତି ୧୦୦ କିଲୋମିଟର ବେଗରେ ଟ୍ରେନ୍ ଯାତ୍ରା କରିବା ପାଇଁ ଚେନାବ ବ୍ରିଜ୍ ଡିଜାଇନ୍ କରାଯାଇଛି। ଭୂକମ୍ପ ଜୋନ୍ ଅନୁଯାୟୀ ଏହାକୁ ପ୍ରସ୍ତୁତ କରାଯାଇଛି। ଏହାର ମୁଖ୍ୟ ଖଣ୍ଡ ହେଉଛି ୪୬୭ ମିଟର। ଯାହା ଭାରତୀୟ ରେଳବାଇର ଦୀର୍ଘତମ ଆର୍କ ବ୍ରିଜ୍ ହେବ। 

ଉଚ୍ଚ ଗତିର ପବନକୁ ଦୃଷ୍ଟିରେ ଚେନାବ ବ୍ରିଜ୍ ନିର୍ମାଣ କରାଯାଇଛି। ଏହାର ଡିଜାଇନ୍ ଘଣ୍ଟା ପ୍ରତି ୨୬୬ କିଲୋମିଟର ବେଗରେ ବୋହୂଥିବା ପବନକୁ ସହଜରେ ସହ୍ୟ କରିପାରିବ। ଚେନାବ ବ୍ରିଜ ଠାରେ ୨୭ ହଜାର ଟନ ଠାରୁ ଅଧିକ ଇସ୍ପାତ ବ୍ୟବହାର କରାଯାଇଛି। ବ୍ଲାଷ୍ଟ ଲୋଡ୍ ପାଇଁ ଏହାକୁ ଡିଜାଇନ୍ କରାଯାଇଛି। ଏନେଇ ବିଶ୍ୱ ସ୍ତରୀୟ ୱେଲଡିଂ ବ୍ୟବହୃତ ହୋଇଛି। ଚେନାବ ବ୍ରିଜ୍ ହେଉଛି ଏକ ବ୍ଲାଷ୍ଟ ପ୍ରୁଫ୍ ବ୍ରିଜ୍।

ସୁବିଧା ସହିତ ଅନେକ ଲାଭ ମଧ୍ୟ ମିଳିବ 
ଏହି ସେତୁ ନିର୍ମାଣ ଏବଂ ଉଦ୍ଧାମପୁର-ଶ୍ରୀନଗର-ବାରାମୁଲ୍ଲା ରେଳ ପ୍ରକଳ୍ପର କାର୍ଯ୍ୟ ସମାପ୍ତ ହେବା ପରେ କେବଳ କନ୍ୟାକୁମାରୀ ଠାରୁ କାଶ୍ମୀର ପର୍ଯ୍ୟନ୍ତ ରେଳସେବା ଆରମ୍ଭ ହେବ ନାହିଁ। ଏହାର ଅନେକ ଲାଭ ମଧ୍ୟ ମିଳିବ। ଜାମୁ କାଶ୍ମୀରର ବିଭିନ୍ନ ସ୍ଥାନରେ ନିୟୋଜିତ ସୁରକ୍ଷା ବାହିନୀର ଗତିବିଧି ଏବଂ ସାମଗ୍ରୀ ଯୋଗାଣ ପାଇଁ ଏହି ପ୍ରକଳ୍ପ ଗୁରୁତ୍ୱପୂର୍ଣ୍ଣ। ଏହା ବ୍ୟତୀତ ଦେଶ ତଥା ବିଶ୍ୱର ବିଭିନ୍ନ ସ୍ଥାନରୁ ଆସୁଥିବା ପର୍ଯ୍ୟଟକ ରେଳ ମାଧ୍ୟମରେ ଟ୍ରେନ ଯୋଗେ ସହଜରେ ଜାମୁ କାଶ୍ମୀର ଯାତ୍ରା କରିପାରିବେ।

ବିଶ୍ୱ ପର୍ଯ୍ୟଟନ ଲାଗି ହେବ ଏକ ପ୍ରମୁଖ ଗନ୍ତବ୍ୟସ୍ଥଳ
ପର୍ଯ୍ୟଟନ ପାଇଁ ଚେନାବ ରେଳ ବ୍ରିଜ ଗୁରୁତ୍ୱକୁ ବିଚାର କରି ଏହାକୁ ବିଶ୍ୱ ପର୍ଯ୍ୟଟନ ସ୍ଥଳୀ ଭାବରେ ଘୋଷଣା କରାଯାଇଛି। ଏହା ବ୍ୟତୀତ ଜାମୁ କାଶ୍ମୀର ତଥା ଦେଶର ଅର୍ଥନୀତିକୁ ବୃଦ୍ଧି କରିବାରେ ଏହି ପ୍ରକଳ୍ପ ବହୁତ ସହାୟକ ହେବ। ଟ୍ରେନ ଯୋଗେ ଯାତ୍ରା କରିବା ଦ୍ୱାରା ସାମଗ୍ରୀର ଗତି ସହଜ ଏବଂ ତୀବ୍ର ହେବ। ଚେନାବ ବ୍ରିଜ ନିର୍ମାଣ ଭାରତୀୟ ଇଞ୍ଜିନିୟରିଂ ଦକ୍ଷତା ଏବଂ ଶକ୍ତିର ଏକ ନିଆରା ଉଦାହରଣ। ଯାହା ରେଳ ସେବା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହି ସେତୁ ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ଏହା କେବଳ ଇଞ୍ଜିନିୟରିଂ ଚମତ୍କାର ହେବ ନାହିଁ। ବରଂ ଜାମୁ କାଶ୍ମୀର ଠାରେ ଯୋଗାଯୋଗ ବ୍ୟବସ୍ଥାକୁ ମଧ୍ୟ ମଜବୁତ କରିବ। ଜାତୀୟ ନିରାପତ୍ତାରେ ମଧ୍ୟ ବିଶେଷ ଅବଦାନ ଦେବ।