ଦିନରେ ପତ୍ନୀ ସହ ଶାରୀରିକ ସମ୍ପର୍କ ରଖି ସ୍ମୃତିଶକ୍ତି ହରାଇଲେ ବ୍ୟକ୍ତି
TGA ହେଉଛି ହଠାତ୍ ସ୍ମୃତିଶକ୍ତି ଚାଲିଯିବର ଏକ ଅସ୍ଥାୟୀ ରୋଗ। ଏହା ଅପସ୍ମାର କିମ୍ବା ଷ୍ଟ୍ରୋକ୍ ଭଳି ଏକ ସାଧାରଣ ସ୍ନାୟୁଗତ ସମସ୍ୟା ନୁହେଁ। ୟୁନିଭରସିଟି ହସ୍ପିଟାଲ୍ ଲିମେରିକର ସ୍ନାୟୁବିଜ୍ଞାନ ବିଭାଗ ଅନୁଯାୟୀ, ଯୌନ ସମ୍ପର୍କ ଯୋଗୁଁ ସ୍ମୃତିଶକ୍ତି ଯାଇପାରେ।
Trending Photos
)
Transient Global Amnesia : ଏକ ବିଚିତ୍ର ଘଟଣା ସାମନାକୁ ଆସିଛି। ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କ ସହ ଅପରାହ୍ନରେ ଶାରୀରିକ ସମ୍ପର୍କ ରଖିବା ପରେ ସ୍ମୃତିଶକ୍ତି ହରାଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଇସ୍ରାଇଲର ୬୬ ବର୍ଷ ବୟସ୍କ ବ୍ୟକ୍ତି ପତ୍ନୀ ସହ ଯୌନ ସମ୍ପର୍କ ରଖିବାର ୧୦ ମିନିଟ ମଧ୍ୟରେ Transient Global Amnesia (TGA)ରେ ପୀଡିତ ହୋଇଥିଲେ ବୋଲି ଇଂଲିସ ମେଡିକାଲ୍ ଜର୍ନାଲ୍ ରିପୋର୍ଟରେ ଦର୍ଶାଯାଇଛି।
ମାୟୋ କ୍ଲିନିକ୍ ଅନୁଯାୟୀ, TGA ହେଉଛି ହଠାତ୍ ସ୍ମୃତିଶକ୍ତି ଚାଲିଯିବର ଏକ ଅସ୍ଥାୟୀ ରୋଗ। ଏହା ଅପସ୍ମାର କିମ୍ବା ଷ୍ଟ୍ରୋକ୍ ଭଳି ଏକ ସାଧାରଣ ସ୍ନାୟୁଗତ ସମସ୍ୟା ନୁହେଁ। ୟୁନିଭରସିଟି ହସ୍ପିଟାଲ୍ ଲିମେରିକର ସ୍ନାୟୁବିଜ୍ଞାନ ବିଭାଗ ଅନୁଯାୟୀ, ଯୌନ ସମ୍ପର୍କ ଯୋଗୁଁ ସ୍ମୃତିଶକ୍ତି ଯାଇପାରେ। ଯୌନ ସମ୍ପର୍କ ପରେ TGAରେ ପୀଡିତ ବ୍ୟକ୍ତି ଜଣକ ହସ୍ପିଟାଲକୁ ଯାଇ ଚିକିତ୍ସିତ ହୋଇଛନ୍ତି। ଏହି ବ୍ୟକ୍ତି ସାତ ବର୍ଷ ପୂର୍ବେ ସମାନ ଲକ୍ଷଣ ଅନୁଭବ କରିଥିଲେ।
Also Read: ଜୟପୁରରେ ଚାଞ୍ଚଲ୍ୟ! ଦୁଇ ଶିଶୁ ସମେତ ଗୋଟିଏ ପରିବାରର ପାଞ୍ଚ ଜଣଙ୍କ ସନ୍ଦେହଜନକ ମୃତ୍ୟୁ
"Recurrent Postcoital Transient Amnesia Associated with Diffusion Restriction" ନାମକ ଏକ ରିପୋର୍ଟରେ ଇସ୍ରାଇଲୀ ବ୍ୟକ୍ତି ଜଣକ କିପରି ଗତ ଦୁଇ ଦିନର ସ୍ମୃତିଶକ୍ତି ହରାଇଛନ୍ତି ତାହା ଦର୍ଶାଯାଇଛି। ରିପୋର୍ଟରେ କୁହାଯାଇଛି, "ଅପରାହ୍ନରେ ସେ ସ୍ମୃତି ଶକ୍ତି ହରାଇବାର ମିନିଟ ପୂର୍ବରୁ ଯୌନ ସମ୍ପର୍କ ରଖିଥିଲେ। ତାଙ୍କ ଫୋନରେ ତାରିଖ ଦେଖିବା ପରେ ସେ ବିବ୍ରତ ହୋଇପଡିଥିଲେ କି ପୂର୍ବ ଦିନ ସେ ତାଙ୍କ ବିବାହ ବାର୍ଷିକୀ ଥିଲା ଆଉ ସେ ତାହାକୁ ଭୁଲି ଯାଇଥିଲେ।"
ବ୍ୟକ୍ତି ଜଣକ କହିଛନ୍ତି ଯେ, ସେ ପୂର୍ବ ଦିନ ତାଙ୍କ ପତ୍ନୀ ଏବଂ ପରିବାର ସହିତ ତାଙ୍କ ବିବାହ ବାର୍ଷିକୀ ପାଳନ କରିଥିଲେ। ସକାଳ ପର୍ଯ୍ୟନ୍ତ ସବୁ ଠିକ୍ ଥିଲା। କିନ୍ତୁ ଅପରାହ୍ନରେ ସେକ୍ସ କରିବା ପରେ ସେଲିବ୍ରେସନର ସ୍ମୃତି ନଥିଲା। ୟୁନିଭର୍ସିଟି ହସ୍ପିଟାଲ ଲିମେରିକର ରିପୋର୍ଟ କହିଛି "ଉକ୍ତ ବ୍ୟକ୍ତି ଜଣକ ତାଙ୍କ ପତ୍ନୀ ଏବଂ ଝିଅଙ୍କୁ ସେହି ସକାଳର ଘଟଣା ତଥା ପୂର୍ବ ଦିନର ଘଟଣା ବିଷୟରେ ବାରମ୍ବାର ପ୍ରଶ୍ନ କରିଥିଲେ। ଅନ୍ୟ କୌଣସି ସ୍ନାୟୁଗତ ଲକ୍ଷଣ ଦେଖାଯାଇ ନଥିଲା ଏବଂ ଜରୁରୀକାଳୀନ ବିଭାଗରେ ପହଞ୍ଚିବା ପରେ ତାଙ୍କର ସ୍ନାୟୁ ପରୀକ୍ଷା ସମ୍ପୂର୍ଣ୍ଣ ସ୍ୱାଭାବିକ ଥିଲା।"
Also Read: Nandankanan Zoo : ଚିତି କାମୁଡାରେ ସିଂହୀ 'ଗଙ୍ଗା'ର ମୃତ୍ୟୁ, ସାପ ସହ ଏମିତି ବ୍ୟବହାର କଲେ
ସାତ ବର୍ଷ ପୂର୍ବେ ଏହି ବ୍ୟକ୍ତିଙ୍କର ସମାନ ଅନୁଭୂତି ଥିଲା। ଡାକ୍ତରଙ୍କ ଅନୁଯାୟୀ ଯୌନ ସମ୍ପର୍କର ୧୦ ମିନିଟ୍ ମଧ୍ୟରେ Amnesiaର ଲକ୍ଷଣ ଦେଖାଦେଇଥିଲା। ବୈଜ୍ଞାନିକମାନେ ସେମାନଙ୍କ ରିପୋର୍ଟରେ କହିଛନ୍ତି ଯେ, ପୂର୍ବ Amnesia ଘଟଣା କେବଳ ଆରମ୍ଭ ଥିଲା। ସେଥିପାଇଁ ତାଙ୍କ ଠାରେ ଅଧିକ କିଛି ଘଟିନଥିଲା ଆଉ କିଛି ସମୟ ପରେ ସବୁ ସ୍ୱଭାବିକ ହୋଇଯାଇଥିଲା। କିନ୍ତୁ ଏଥର ତାଙ୍କୁ ହସ୍ପିଟାଲ ଯିବାକୁ ପଡିଛି।
More Stories