ChatGPT: ଆଇଆଇଟି-ୟୁପିଏସସି ପରେ ଅନ୍ୟ ଏକ ପରୀକ୍ଷାରେ ବିଫଳ ହେଲା ଚାଟ୍ ଜିପିଟି, AI ଅପେକ୍ଷା ଭଲ ପ୍ରଦର୍ଶନ କଲେ ପରୀକ୍ଷାର୍ଥୀ
Advertisement

ChatGPT: ଆଇଆଇଟି-ୟୁପିଏସସି ପରେ ଅନ୍ୟ ଏକ ପରୀକ୍ଷାରେ ବିଫଳ ହେଲା ଚାଟ୍ ଜିପିଟି, AI ଅପେକ୍ଷା ଭଲ ପ୍ରଦର୍ଶନ କଲେ ପରୀକ୍ଷାର୍ଥୀ

ChatGPT Performance: ଅନୁସନ୍ଧାନରେ ଅନୁସନ୍ଧାନକାରୀ ଜାଣିବାକୁ ପାଇଛନ୍ତି ଯେ, ଓପନ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଚାଟବୋଟ ଉତ୍ପାଦ ଚାଟ୍ ଜିପିଟି ଅପେକ୍ଷା ପରୀକ୍ଷାର୍ଥୀ ଲିଖିତ ପରୀକ୍ଷାରେ ଉତ୍ତମ ପ୍ରଦର୍ଶନ କରିଛନ୍ତି।

ChatGPT: ଆଇଆଇଟି-ୟୁପିଏସସି ପରେ ଅନ୍ୟ ଏକ ପରୀକ୍ଷାରେ ବିଫଳ ହେଲା ଚାଟ୍ ଜିପିଟି, AI ଅପେକ୍ଷା ଭଲ ପ୍ରଦର୍ଶନ କଲେ ପରୀକ୍ଷାର୍ଥୀ

ChatGPT Exam Question Answer: ବଜାରରେ ଚାଟ୍ ଜିପିଟି ପହଞ୍ଚିବା ପରେ ଅନୁମାନ କରାଯାଉଥିଲା ଯେ, ଏହା ଲକ୍ଷ ଲକ୍ଷ ଲୋକଙ୍କ ଚାକିରି ବିପଦରେ ପଡ଼ିଯିବ। ହେଲେ ଉନ୍ନତ ଜ୍ଞାନକୌଶଳ ଦ୍ୱାରା ବିକଶିତ ହୋଇଥିବା ଚାଟ୍ ଜିପିଟି ଗୋଟିଏ ପରେ ଗୋଟିଏ ଭାରତୀୟ ପରୀକ୍ଷାରେ ବିଫଳ ହେବାରେ ଲାଗିଛି। ଭାରତୀୟ ପ୍ରଦ୍ୟୋଗିକ ସଂସ୍ଥାନ ଦ୍ୱାରା ପରିଚାଳିତ ଆଇଆଇଟି ପରୀକ୍ଷା ହେଉ କିମ୍ବା କେନ୍ଦ୍ରୀୟ ଲୋକ ସେବା ଆୟୋଗ ଦ୍ୱାରା ପରିଚାଳିତ ୟୁପିଏସସି ପରୀକ୍ଷାରେ ବିଫଳ ସାବ୍ୟସ୍ତ ହୋଇଛି ଚାଟ୍ ଜିପିଟି। ଯେଉଁମାନେ ଚାଟ୍ ଜିପିଟି ବ୍ୟବସ୍ଥାକୁ ପ୍ରଶଂସା କରୁଛନ୍ତି ସେମାନଙ୍କ ଲାଗି ଆସିଛି ଏକ ଝଟକା ଦେବା ଭଳି ଖବର। ଅନ୍ୟ ଏକ ପରୀକ୍ଷାରେ    ଓପନ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବିଫଳ ହୋଇଥିବା ଖବର ଆସିଛି। ଯଦି ଗଣମାଧ୍ୟମ ରିପୋର୍ଟ ଉପରେ ନଜର ପକାଯାଏ, ତାହେଲେ ଲିଖିତ ପରୀକ୍ଷାରେ ଚାଟ୍ ଜିପିଟି ପ୍ରଦର୍ଶନ ଦୟନୀୟ ରହିଛି। ଓପନ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ତୁଳନାରେ ପରୀକ୍ଷାର୍ଥୀଙ୍କ ପ୍ରଦର୍ଶନ ପରୀକ୍ଷାରେ ବହୁତ ଭଲ ରହିଥିବା ଜଣାପଡ଼ିଛି। 

 ଅନୁସନ୍ଧାନକାରୀଙ୍କ ହୃଦୟ ଜିତିଲା ଓପନ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ 
ଏହା ସହ ଜଡିତ ଏକ ଅନୁସନ୍ଧାନରେ ଅନୁସନ୍ଧାନକାରୀ ଜାଣିବାକୁ ପାଇଛନ୍ତି ଯେ, ଓପନ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (Open Artificial Intelligence) ଚାଟବୋଟ (ChatBoat) ଉତ୍ପାଦ ଚାଟ୍ ଜିପିଟି (ChatGPT) ଅପେକ୍ଷା ପରୀକ୍ଷାର୍ଥୀ ଲିଖିତ ପରୀକ୍ଷାରେ (Written Examination) ଉତ୍ତମ ପ୍ରଦର୍ଶନ କରିଛନ୍ତି। ହେଲେ ଏହା ସତ୍ତ୍ୱେ ଅନୁସନ୍ଧାନକାରୀ କହିଛନ୍ତି ଯେ ଚାଟ୍ ଜିପିଟି କାର୍ଯ୍ୟଦକ୍ଷତା ପ୍ରଭାବଶାଳୀ ଏବଂ ଏହା ପରିବର୍ତ୍ତନକାରୀ ରହିଛି। ଯାହା ସମସ୍ତଙ୍କ ଶିକ୍ଷା ଗ୍ରହଣ କରିବାର ପଦ୍ଧତିରେ ପରିବର୍ତ୍ତନ ଆଣିବ। ଓପନ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସମ୍ପର୍କରେ ହୋଇଥିବା ଗବେଷଣାରେ ବ୍ରିଘାମ୍ ୟଙ୍ଗ ୟୁନିଭରସିଟି (Brigham Young University), ଯୁକ୍ତରାଷ୍ଟ୍ର ଆମେରିକା ଏବଂ ୧୮୬ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀ ଜଡ଼ିତ ରହିଥିଲେ। ଏହି ଅନୁସନ୍ଧାନ ମାଧ୍ୟମରେ ଅନୁସନ୍ଧାନକାରୀ ଜାଣିବାକୁ ଚାହିଁଥିଲେ ଯେ, ଭାରତୀୟ ପ୍ରଦ୍ୟୋଗିକ ସଂସ୍ଥାନ (Indian Institute of Technology) ଦ୍ୱାରା ପରିଚାଳିତ ଆଇଆଇଟି ପରୀକ୍ଷାରେ (IIT Examination) ଓପନ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପ୍ରଦର୍ଶନ କିପରି ରହୁଛି।  

ପରୀକ୍ଷାରେ ପରୀକ୍ଷାର୍ଥୀଙ୍କୁ ମିଳିଲା ଅଧିକ ମାର୍କ 
ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (Artificial Intelligence) ସହିତ ଜଡିତ ଏହି ଅନୁସନ୍ଧାନ "ଇସୁ ଇନ୍ ଆକାଉଣ୍ଟିଂ ଏଜୁକେସନ୍" (Issues in Accounting Education) ନାମକ ଶୀର୍ଷକରେ ପ୍ରକାଶିତ ହୋଇଛି। ଅନୁସନ୍ଧାନକାରୀ ଜାଣିବାକୁ ପାଇଛନ୍ତି ଲିଖିତ ପରୀକ୍ଷାରେ ଚାଟ୍ ଜିପିଟି ପାଇଥିବା ୪୭.୪ ପ୍ରତିଶତ ମାର୍କ ତୁଳନାରେ ପରୀକ୍ଷାର୍ଥୀ ୭୬.୭ ପ୍ରତିଶତ ମାର୍କ ହାସଲ କରିଛନ୍ତି। ଏହି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବିକଶିତ କରୁଥିବା କମ୍ପାନୀ ଦାବି କରିଛି ଯେ ଏହା ସ୍ୱାସ୍ଥ୍ୟ ଠାରୁ ଆରମ୍ଭ କରି ଶିକ୍ଷା ପର୍ଯ୍ୟନ୍ତ ଏବଂ ବିଷୟବସ୍ତୁ ଠାରୁ ନେଇ ସଫ୍ଟୱେର୍ ପର୍ଯ୍ୟନ୍ତ ଦୁନିଆର ସମସ୍ତ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବ।