Humsafar Express Train Fire: ଅଚାନକ ବଗି ଭିତରେ ଭରିଗଲା ଧୂଆଁ, ଅଗ୍ନିକାଣ୍ଡ ପରେ ହମସଫର ଏକ୍ସପ୍ରେସ ରେ ଖେଳିଗଲା ଆତଙ୍କ
trendingNow,recommendedStories0/zeeodisha/odisha1884624

Humsafar Express Train Fire: ଅଚାନକ ବଗି ଭିତରେ ଭରିଗଲା ଧୂଆଁ, ଅଗ୍ନିକାଣ୍ଡ ପରେ ହମସଫର ଏକ୍ସପ୍ରେସ ରେ ଖେଳିଗଲା ଆତଙ୍କ

Humsafar Express Train Fire Update: ଶନିବାର ତିରୁଚିରାପଲ୍ଲୀ-ଶ୍ରୀ ଗଙ୍ଗାନଗର ହମସଫର ଏକ୍ସପ୍ରେସ୍ ର  ପାୱାର କାର/ବ୍ରେକ ଭ୍ୟାନ କୋଚ୍ ରେ ଅଗ୍ନିକାଣ୍ଡ ହୋଇଥିଲା। ଏହି ଘଟଣା ଗୁଜୁରାଟର ଭାଲସାଦ ଜିଲ୍ଲାର ଚିପୱାଡ ଅଞ୍ଚଳରେ ଘଟିଥିଲା। 

 

 Humsafar Express Train Fire: ଅଚାନକ ବଗି ଭିତରେ ଭରିଗଲା ଧୂଆଁ, ଅଗ୍ନିକାଣ୍ଡ ପରେ ହମସଫର ଏକ୍ସପ୍ରେସ ରେ ଖେଳିଗଲା ଆତଙ୍କ

Humsafar Express Train Fire Today: ସେପ୍ଟମ୍ବର ୨୩ ତାରିଖ ଶନିବାର ଗୁଜୁରାଟ ଭାଲସାଦ ଜିଲ୍ଲାରେ ହୋଇଯାଇଛି ଏକ ବଡ଼ ଧରଣର ଅଗ୍ନିକାଣ୍ଡ। ତିରୁଚିରାପଲ୍ଲୀ ଏବଂ ଶ୍ରୀ ଗଙ୍ଗାନଗର ମଧ୍ୟରେ ଚଳାଚଳ କରୁଥିବା ହମସଫର ଏକ୍ସପ୍ରେସ ରେ ଅଗ୍ନିକାଣ୍ଡ ହୋଇଥିବାର ଖବର ଆସିଛି। ଏହି ଟ୍ରେନ୍ ରେ ନିଆଁ ଲାଗିବାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଯେଉଁଥିରେ ଦେଖିବାକୁ ମିଳୁଛି ଯେ ଟ୍ରେନ ବଗି ଭିତରୁ ଧୂଆଁ ବାହାରୁଛି।

ତିରୁଚିରାପଲ୍ଲୀ-ଶ୍ରୀ ଗଙ୍ଗାନଗର ହମସଫର ଏକ୍ସପ୍ରେସ (Sri Ganganagar–Tiruchirappalli Humsafar Express) ରେ ନିଆଁ ଲାଗିବା ସମ୍ପର୍କରେ ଜଣାପଡ଼ିବ ପରେ ଦୌଡ଼ାଦୌଡ଼ି ଭଳି ପରସ୍ଥିତି ଉପୁଜିଥିଲା। ହେଲେ ଆଶ୍ୱସ୍ତିର ବିଷୟ ଯେ ଏହା ଏହି ସମୟ ମଧ୍ୟରେ କୌଣସି ଧନ ଜୀବନ ନଷ୍ଟ ହୋଇନାହିଁ। 

ଅଗ୍ନିକାଣ୍ଡ ସମ୍ପର୍କରେ କ'ଣ କହିଲା ରେଳବାଇ?
ତିରୁଚିରାପଲ୍ଲୀ-ଶ୍ରୀ ଗଙ୍ଗାନଗର ହମସଫର ଏକ୍ସପ୍ରେସ (Tiruchirappalli-Sri Ganganagar Humsafar Express) ରେ ନିଆଁ ଲାଗିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ପଶ୍ଚିମ ରେଳବାଇ (Western Railway zone) କେନ୍ଦ୍ରୀୟ ଲେକସମ୍ପର୍କ ଅଧିକାରୀ ସୁମିତ ଠାକୁର। ଏନେଇ ରେଳବାଇ ଅଧିକାରୀ ଜଣଙ୍କ କହିଛନ୍ତି ଯେ, ଟ୍ରେନ ନମ୍ବର ୨୨୪୯୮ ପାୱାର କାର/ବ୍ରେକ ଭ୍ୟାନ କୋଚ (Humsafar Express Power Car Brake Van Coach Fire) ମଧ୍ୟରେ ନିଆଁ ଲାଗିଯାଇଥିଲା। ଅଗ୍ନିକାଣ୍ଡ ପରେ ସେହି କୋଚ ସଲଗ୍ନ ଅନ୍ୟ କୋଚ ମଧ୍ୟରୁ ସମସ୍ତ ଯାତ୍ରୀଙ୍କୁ ତୁରନ୍ତ ନିରାପଦରେ ବାହାର କରାଯାଇଥିଲା। ନିଆଁ ଲାଗିବା କାରଣରୁ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ କୌଣସି ଖବର ମିଳିନାହିଁ। ଅଗ୍ନିକାଣ୍ଡ ହୋଇଥିବା କୋଚ୍ କୁ ଏହି ଟ୍ରେନ ଠାରୁ ଅଲଗା କରିବା ପରେ ଏହାକୁ ଏହାର ଗନ୍ତବ୍ୟସ୍ଥଳ ଅଭିମୁଖେ ଯଥାଶୀଘ୍ର ପଠାଯିବ।

ଶନିବାର ଗୁଜୁରାଟ ଭାଲସାଦ ଜିଲ୍ଲାର (Valsad District Gujarat) ଚିପୱାଡ ଅଞ୍ଚଳରେ ଥିବା ହମସଫର ସୁପରଫାଷ୍ଟ ଏକ୍ସପ୍ରେସ ଟ୍ରେନ୍ ରେ ଅଗ୍ନିକାଣ୍ଡ ହୋଇଥିଲା। ଅଚାନକ ଜେନେରେଟର ମଧ୍ୟରେ ନିଆଁ ଲାଗିଥିବରା ଜଣାପଡ଼ିଥିଲା। ଦେଖୁ ଦେଖୁ ନିଆଁ ଜେନେରେଟର ରେ ଲାଗିଥିବା ନିଆଁ ସମଗ୍ର ବଗି ମଧ୍ୟରେ ବ୍ୟାପିଯାଇଥିଲା। ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇବା ମାତ୍ରେ ଟ୍ରେନ ଭିତରେ ରହିଥିବା ସମସ୍ତ ଯାତ୍ରୀଙ୍କୁ ବାହାର କରାଯାଇଥିଲା। ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ତତ୍କାଳ ଉଦ୍ୟମ ଆରମ୍ଭ ହୋଇଯାଇଥିଲା।

କୁହାଯାଉଛି ଯେ ନିଆଁ ପ୍ରଥମେ ଜେନେରେଟର କମ୍ପାର୍ଟମେଣ୍ଟ ମଧ୍ୟରେ ଲାଗିଥିଲା। ଦେଖୁ ଦେଖୁ ଖୁବ୍ ଶୀଘ୍ର ନିଆଁ ଏହାର ଆଖପାଖ ବଗି କୁ ବ୍ୟାପି ଯାଇଥିଲା। ଆଶ୍ୱସ୍ତିର କଥା ଏହା ଯେ ଜେନେରେଟର ବଗି ରୁ ଧୂଆଁ ବାହାରିବା ମାତ୍ରେ ଟ୍ରେନ ରେ ରହିଥିବା ଅନ୍ୟ ସମସ୍ତ ଯାତ୍ରୀଙ୍କୁ ବାହାର କରି ଦିଆଯାଇଥିଲା।

ଜେନେରେଟର ରୁମ ମଧ୍ୟରେ କିପରି ନିଆଁ ଲାଗିଲା ସେ ସମ୍ପର୍କରେ କୌଣସି ସୂଚନା ଏ ପର୍ଯ୍ୟନ୍ତ ମିଳିନାହିଁ। ଟ୍ରେନ ରେ ନିଆଁ ଲାଗିବା ପରେ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଲୋକେ ନିଜ ନିଜର ଜିନିଷପତ୍ର ଧରି ଟ୍ରେନ୍ ରୁ ଓହ୍ଲାଇଥିବାର ଦେଖାଯାଇଥିଲା। ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇବା ମାତ୍ରେ ରେଳବାଇ ଅଧିକାରୀ ଏବଂ କର୍ମଚାରୀଙ୍କ ସହ ଅଗ୍ନିଶମ ବାହିନୀ ଦଳକୁ ଘଟଣାସ୍ଥଳକୁ ପଠାଯାଇଥିଲା। ବହୁ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଥିଲା। 

 

 

Trending news