Viral News: ପ୍ରେମ ପାଇଁ ମହାଭାରତ, ପ୍ରେମିକ ଛାଡି ଦେଲା ବୋଲି...
Advertisement

Viral News: ପ୍ରେମ ପାଇଁ ମହାଭାରତ, ପ୍ରେମିକ ଛାଡି ଦେଲା ବୋଲି...

Viral News: ଆଗକୁ ଆସୁଛି ଭାଲେଣ୍ଟାଇନ୍ସ ଡେ । ପ୍ରେମୀ ଯୁଗଳଙ୍କ ପାଇଁ ଏହି ଦିନଟି ଖୁବ୍ ଖାସ୍ । ହେଲେ ପ୍ରେମ ଦିବସ ପୂର୍ବରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବ । ପ୍ରେମ ପାଇଁ ମହାଭାରତ । ପ୍ରେମିକ ଛାଡି ପଳାଇଲା ବୋଲି ପୋଲିସକୁ ଫୋନ କରି ନିଜର ମନର ବେଦନା ଜଣାଇଲେ ଯୁବତୀ । ଏହାକୁ ଶୁଣିବାକୁ ଆପଣ ଆଶ୍ଚର୍ଯ୍ୟ ଲାଗୁଥାଇପାରେ କିନ୍ତୁ କଥାଟି ସତ। ଘଟଣାଟି ଚୀନର ବୋଲି କୁହାଯାଉଛି ।

ସୌଜନ୍ୟ- ସୋସିଆଲ ମିଡିଆ

ଚୀନର ଜଣେ ଯୁବତୀଙ୍କୁ ତାଙ୍କ ପ୍ରେମିକ ଧୋକା ଦେଇ ଛାଡି ଚାଲିଗଲେ । ଆଉ ଏନେଇ ଭାଙ୍ଗି ପଡିଲେ ଯୁବତୀ । ଏ-ନେଇ ସେ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ। ଏବଂ ପ୍ରେମିକ ତାଙ୍କୁ ଛାଡି ପଳାଇଲା ବୋଲି ମାମଲା ରୁଜୁ କରିବାକୁ ମଧ୍ୟ କହିଥିଲେ। ପ୍ରେମରେ ଧୋକା ପାଇଥିବା ଯୁବତୀ ଜଣକ ପୋଲିସ ଆଗରେ ଏଭଳି ଦାବି ରଖିଥିଲେ ଯେ,ଯାହା ଚୀନ୍ ଗଣମାଧ୍ୟମରେ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି। ଯୁବତୀ ଜଣକ
ଦାବି ରଖିଥିଲେ ଯେ, 'ପ୍ରେମିକକୁ ଖୋଜିକି ଆଣ ମୋ ପାଖକୁ' ।  

ସାଉଥ ଚାଇନା ମର୍ନିଂ ପୋଷ୍ଟ ଅନୁଯାୟୀ(South China Morning Post),ଏ-ହି ମାମଲା ପୂର୍ବ ଚୀନ୍‌ର ଜେଜିଆଙ୍ଗ ପ୍ରଦେଶ(East China's Zhejiang province) ର ଅଟେ। ଯେଉଁଠାରେ ଜଣେ ଯୁବତୀ ପୋଲିସକୁ ଫୋନ ଯୋଗେ କହିଥିଲେ ଯେ, ତାଙ୍କ ପ୍ରେମିକା ତାଙ୍କୁ ଛାଡି ଅନ୍ୟତ୍ର ପଳାଇ ଯାଇଛି। ଆପଣମାନେ ତାଙ୍କୁ ଖୋଜିକି ମୋ ପାଖକୁ ଫେରାଇ ଆଣନ୍ତୁ। ଗତ ୬ ବର୍ଷ ଧରି ମୁଁ ତାଙ୍କ ସହ ସମ୍ପର୍କରେ ଥିଲି,  ।  ପ୍ରେମିକ କାହିଁକି  ତାଙ୍କ ସହ ବ୍ରେକ୍ ଅଫ କଲା ତାହାର ତଦନ୍ତ କରିବାକୁ ମଧ୍ୟ ପୋଲିସକୁ କହିଥିଲେ। 

Also Read : Valentine Day: ପ୍ରେମ ସପ୍ତାହ ଆରମ୍ଭ ହେବା ପୂର୍ବରୁ ଏହି ସରକାର ନେଲେ ବଡ ନିଷ୍ପତ୍ତି, ରାଜ୍ୟରେ ବାଣ୍ଟିବେ ମାଗଣା କଣ୍ତୋମ

Also Read : Cyber Crime: ଦେଶରେ ବଢିଛି ସାଇବର କ୍ରାଇମ୍, ଜାଣନ୍ତୁ ବର୍ଷ ୨୦୨୨ରେ କେତୋଟି ସରକାରୀ ୱେବସାଇଟ୍ ହ୍ୟାକ୍ ହୋଇଛି ?

ଯେତେବେଳେ ପୋଲିସ ଅଧିକାରୀ ଫୋନ କଲ ଯୋଗେ ଯୁବତୀଙ୍କୁ ପଚାରିଲେ ଯେ, 'ତାଙ୍କୁ ଖୋଜିବା ଆବଶ୍ୟକ କି? ଏଥିରେ ଯୁବତୀ ଉତ୍ତର ଦେଇଥିଲେ ଯେ, ସେ ମୋତେ କାହିଁକି ଛାଡି ପଳାଇଲା,ତାହା ମୁଁ ଜାଣିବାକୁ ଚାହୁଁଛି । ଏହା ପରେ ପୋଲିସ ଅଧିକାରୀ ପଚାରିଥିଲେ- ଯେତେବେଳେ ସେ ତୁମକୁ ପ୍ରତାରଣା କରି ଚାଲିଗଲେ, ଯଦି ଆମେ ତାଙ୍କୁ ଖୋଜି ଆପଣଙ୍କ ପାଖକୁ ଆଣିବୁ,ସେତେବେଳେ କଣ ଆପଣ ପୁଣି ଥରେ ତାଙ୍କ ସହ ରିଲେସନସିପରେ ରହିବେ କି ? ଏବଂ ଯଦି ସେ ଆପଣଙ୍କୁ ପୁଣି ଥରେ ଛାଡିକି ପଳେଇଲେ । ତେବେ ଆପଣ କ'ଣ କରିବେ ? ଆପଣଙ୍କ ଫୋନରୁ ତାଙ୍କ ନମ୍ବର ଡିଲେଟ୍ କରି ଆଗକୁ ବଢନ୍ତୁ ବୋଲି ପୋଲିସ୍ ଜଣକ ଯୁବତୀଙ୍କୁ ଏପରି ବୁଝାଇଥିଲେ। 

ଯୁବତୀ ଓ ପୋଲିସଙ୍କ ଏପରି ବର୍ତ୍ତାଳପ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ୍ ହେବାରେ ଲାଗିଛି । ଏ-ପର୍ଯ୍ୟନ୍ତ ଏହାକୁ ୧୦ ମିଲିୟନରୁ ଅଧିକ ୟୁଜର୍ସ ଭ୍ୟୁ କରିସାରିଲେଣୀ ।  ତେବେ ,ପୋଲିସ ବାବୁଙ୍କ ଏପରି ପରାମର୍ଶକୁ ମଧ୍ୟ ଲୋକେ ଭୁରି ଭୁରି ପ୍ରଶଂସା କରୁଛନ୍ତି ।