Wedding News: ବିବାହ ବେଳେ ହୋଇଗଲା ହାତାହାତି; ଅଟକିଗଲା ବାହାଘର, ଜାଣନ୍ତୁ ପୁରା ଘଟଣାକ୍ରମ
Advertisement

Wedding News: ବିବାହ ବେଳେ ହୋଇଗଲା ହାତାହାତି; ଅଟକିଗଲା ବାହାଘର, ଜାଣନ୍ତୁ ପୁରା ଘଟଣାକ୍ରମ

Ghaziabad  News:  ଉତ୍ତର ପ୍ରଦେଶ ଗାଜିଆବାଦ ଜିଲ୍ଲାର ଲୋନି ଅଞ୍ଚଳରେ ଘଟିଯାଇଛି ଏଭଳି ଘଟଣା। ବିବାହ ଭୋଜି ଖାଇବା ସମୟରେ କନ୍ୟପକ୍ଷର ଲୋକ ହଠାତ୍ ବରର ଜଣେ ବନ୍ଧୁଙ୍କ ଉପରେ ରସଗୋଲାର ଶିରା ଢାଳି ଦେଇଥିଲେ।  ଏହାକୁ ନେଇ ପରେ କନ୍ୟାପକ୍ଷ ଏବଂ ବରପକ୍ଷ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା।

Wedding News: ବିବାହ ବେଳେ ହୋଇଗଲା ହାତାହାତି; ଅଟକିଗଲା ବାହାଘର, ଜାଣନ୍ତୁ ପୁରା ଘଟଣାକ୍ରମ

Ghaziabad Wedding News: ବିବାହରେ ସମୟରେ କୌଣସି କଥାକୁ ନେଇ ବରପକ୍ଷ ଏବଂ କନ୍ୟପକ୍ଷ ମଧ୍ୟରେ ଝଗଡା କିମ୍ବା ବିବାଦ ହଇଥିବାର ଆପଣ ନିଶ୍ଚିତ ଭାବରେ ଦେଖିଥିବେ। ବେଳେବେଳେ କଥା ଏତେ ଦୂରକୁ ଚାଲିଯାଏ ଯେ ବାହାଘର ମଧ୍ୟ ଭାଙ୍ଗିଯାଏ। ସଦ୍ୟ ଉତ୍ତର ପ୍ରଦେଶ ଗାଜିଆବାଦ ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଘଟଣା। ରସଗୋଲା ପାଇଁ ସୃଷ୍ଟି ହୋଇଥିବା କାରଣରୁ ବାହାଘର ଭାଙ୍ଗିଯିବା ସହ ବର ମଧ୍ୟ ବିବାହ ଛାଡି ଫେରିଯାଇଛି।

ଉତ୍ତର ପ୍ରଦେଶ ଗାଜିଆବାଦ ଜିଲ୍ଲାର ଲୋନି ଅଞ୍ଚଳରେ ଘଟିଯାଇଛି ଏଭଳି ଘଟଣା। ବିବାହ ଭୋଜି ଖାଇବା ସମୟରେ କନ୍ୟପକ୍ଷର ଲୋକ ହଠାତ୍ ବରର ଜଣେ ବନ୍ଧୁଙ୍କ ଉପରେ ରସଗୋଲାର ଶିରା ଢାଳି ଦେଇଥିଲେ।  ଏହାକୁ ନେଇ ପରେ କନ୍ୟାପକ୍ଷ ଏବଂ ବରପକ୍ଷ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ମାମଲା ଏତେ ପରିମାଣରେ ବୃଦ୍ଧି ପାଇଲା ଯେ ବିବାହ ମଞ୍ଚରେ ଉଭୟ ପକ୍ଷ ମଧ୍ୟରେ ହାତାହାତି ହୋଇଥିଲା।  ଏପରିକି ବରର ବନ୍ଧୁ ଏବଂ କନ୍ୟାପକ୍ଷର ଲୋକଙ୍କ ମଧ୍ୟରେ ମାରପିଟ ହୋଇଥିଲା।

ଏହି ବିବାହ ସମାରୋହରେ ବର ନିଜର ବନ୍ଧୁଙ୍କ ସହ ମଞ୍ଚରେ ବସିଥିଲେ। ସମସ୍ତେ କନ୍ୟା ଆସିବାକୁ ଅପେକ୍ଷା କରିଥିଲେ। ବିହାହ ସମାରୋହରେ ଯୋଗ ଦେଇଥିବା ଲୋକ ବାହଘର ଭୋଜି ଖାଇବାରେ ମାତିଥିଲେ। ହେଲେ ବିବାହ କାର୍ଯ୍ୟକ୍ରମ ଚାଲିଥିବା ବେଳେ କନ୍ୟାପକ୍ଷର ଲୋକ କେହି ଜଣେ ଭୁଲରେ ମଞ୍ଚ ଉପରେ ବସିଥିବା ବରର ଜଣେ ବନ୍ଧୁଙ୍କ ଉପରେ ରସଗୋଲାର ଶିରା ଢାଳି ଦେଇଥିଲେ। ଏହାକୁ ନେଇ ଉଭୟ ପକ୍ଷର ମଧ୍ୟରେ ଏକ ହଙ୍ଗାମା ହୋଇଥିଲା ଏବଂ ମଞ୍ଚ ଉପରେ ହାତାହାତି ହୋଇଯାଇଥିଲା। 

ସଙ୍ଗେ ସଙ୍ଗେ ଏହି ଘଟଣା ଏତେ ବଢିଯାଇଥିଲା ଯେ ବର ବରମାଳା ପକାଇ ଫେରିଯାଇଥିଲା। ଏହା ପରେ କନ୍ୟାପକ୍ଷର ଘଟଣା ସମ୍ପର୍କରେ ଥାନାକୁ ଜଣାଇଥିଲେ। ଯେତେବେଳେ ପୋଲିସ ବୁଝାଇବା ପରେ ବର ଫେରି ଆସିଥିଲା ସେତେବେଳେ ଯାଇ ବିବାହ ରୀତିନୀତି ସମ୍ପନ୍ନ ହୋଇଥିଲା।