iPhone 13 Big Billion Day: ଆଇ ଫୋନ ଧରିବାର ସ୍ୱପ୍ନ ହେବ ପୁରଣ: ଅଧା ହୋଇଗଲା ଦର, ଦେଖନ୍ତୁ କଣ ରହିଛି ନିୟମ
Advertisement

iPhone 13 Big Billion Day: ଆଇ ଫୋନ ଧରିବାର ସ୍ୱପ୍ନ ହେବ ପୁରଣ: ଅଧା ହୋଇଗଲା ଦର, ଦେଖନ୍ତୁ କଣ ରହିଛି ନିୟମ

ଫ୍ଲିପକାର୍ଟ ବର୍ତ୍ତମାନ ସୁଦ୍ଧା ଫେଷ୍ଟିଭ ସେଲର ତାରିଖ ଏପର୍ଯ୍ୟନ୍ତ ଘୋଷଣା କରିନାହିଁ। କିନ୍ତୁ ଆମାଜନ ଏହାର ଗ୍ରେଟ୍ ଇଣ୍ଡିଆନ୍ ଫେଷ୍ଟିଭାଲ୍ ସେଲ ଆୟୋଜନ କରୁଥିବା ସମୟରେ ଏହା ଘଟିବାର ସମ୍ଭାବନା ଅଛି। 

iPhone 13 Big Billion Day: ଆଇ ଫୋନ ଧରିବାର ସ୍ୱପ୍ନ ହେବ ପୁରଣ: ଅଧା ହୋଇଗଲା ଦର, ଦେଖନ୍ତୁ କଣ ରହିଛି ନିୟମ

iPhone 13 Big Billion Day: ନୂଆଦିଲ୍ଲୀ: iPhone 14 ସିରିଜ୍ ଲଞ୍ଚ ହେବା ପରେ ଆପଲ୍ iPhone 13ର ମୂଲ୍ୟ ହ୍ରାସ କରିଛି। ବର୍ତ୍ତମାନ ଆନୁଷ୍ଠାନିକ ଭାବରେ ଭାରତରେ iPhone 13 ମୂଲ୍ୟ 69,900 ଟଙ୍କାରୁ ଆରମ୍ଭ ହୋଇଛି, ଯାହା ନୂଆ iPhone 14 ତୁଳନାରେ ୧୦ ହଜାର ଟଙ୍କା କମ୍ ଅଟେ। ଯଦି ଆପଣ iPhone 13 କିଣିବାକୁ ଚାହୁଁଛନ୍ତି, ତେବେ ଫ୍ଲିପକାର୍ଟ ଏହାକୁ ଆଗାମୀ ବିଗ୍ ବିଲିୟନ ଦିନ ବିକ୍ରିରେ ଏକ ବଡ଼ ରିଆତିରେ ବିକ୍ରି କରିବାକୁ ଯାଉଛି।

ତେବେ ଫ୍ଲିପକାର୍ଟ ବର୍ତ୍ତମାନ ସୁଦ୍ଧା ଫେଷ୍ଟିଭ ସେଲର ତାରିଖ ଏପର୍ଯ୍ୟନ୍ତ ଘୋଷଣା କରିନାହିଁ। କିନ୍ତୁ ଆମାଜନ ଏହାର ଗ୍ରେଟ୍ ଇଣ୍ଡିଆନ୍ ଫେଷ୍ଟିଭାଲ୍ ସେଲ ଆୟୋଜନ କରୁଥିବା ସମୟରେ ଏହା ଘଟିବାର ସମ୍ଭାବନା ଅଛି। ଆମାଜନର ଗ୍ରେଟ୍ ଇଣ୍ଡିଆ ଫେଷ୍ଟିଭ୍ ବିକ୍ରୟ ୨୩ ସେପ୍ଟେମ୍ବରରୁ ଆରମ୍ଭ ହେବ।

ଏହି ଇ-କମର୍ସ ପ୍ଲାଟଫର୍ମ iPhone 13, iPhone 12 ଏବଂ iPhone 11 ମଡେଲ ଉପରେ ଅଫର ଦେବାକୁ ଘୋଷଣା କରିଛି। ତେବେ ଆଇ ଫୋନ ୧୩କି ସବୁଠାରୁ କମ ଦର ଭାରତରେ ୬୫ ହଜାର ଟଙ୍କା ରହିଛି। ଫ୍ଲିପକାର୍ଟର ବିଗ୍ ବିଲିୟନ ଡେ ବିକ୍ରୟ ସମୟରେ ଏହାର ମୂଲ୍ୟ ଟିକେ ହ୍ରାସ ପାଇବ ବୋଲି ଆଶା କରାଯାଉଛି। ବିକ୍ରୟ ସମୟରେ ଏହି ଫୋନର ମୂଲ୍ୟ ୫୦ ହଜାରରୁ ୬୦ ହଜାର ଟଙ୍କା ମଧ୍ୟରେ ହେବ ବୋଲି ଆଶା କରାଯାଉଛି। ଏହା ବ୍ୟତୀତ ଫୋନରେ ଏକ୍ସଚେଞ୍ଜ ମଧ୍ୟ ମିଳିପାରିବ ଯାହା ଆଇଫୋନ୍ ମଡେଲର ମୂଲ୍ୟକୁ ଆହୁରି ହ୍ରାସ କରିବ। ଫ୍ଲିପକାର୍ଟ ଗ୍ରାହକଙ୍କୁ ୧୦ ପ୍ରତିଶତ ତତକ୍ଷଣାତ୍ ରିହାତି ପ୍ରଦାନ କରିବାକୁ ଯାଉଛି ଯେଉଁମାନେ ଆକ୍ସିସ୍ ବ୍ୟାଙ୍କ କିମ୍ବା ଆଇସିଆଇସିଆଇ ବ୍ୟାଙ୍କ କ୍ରେଡିଟ୍ କିମ୍ବା ଡେବିଟ୍ କାର୍ଡ ସହିତ ଦେବେ। ତେବେ ପ୍ରକୃତ ଡିଲ୍ ସମ୍ପର୍କରେ ସବିଶେଷ ତଥ୍ୟ ଏପର୍ଯ୍ୟନ୍ତ ସାମ୍ନାକୁ ଆସିପାରିନାହିଁ।

ତେବେ ଫ୍ଲିପକାର୍ଟରେ ଆଇଫୋନର ଦରରେ ବିଗ ଅଫର ଲୋକମାନଙ୍କୁ ଆକୃଷ୍ଟ କରିପାରିବ। ଏଠାରେ କହି ରଖୁ କି ନିକଟରେ ଆଇଫୋନ ଚାର୍ଜର ନ ଦେଇ ଏକ ମାମଲାରେ ଫସିରହିଥିଲା। ବିନା ଚାର୍ଜରରେ iPhone ବିକିବା Apple କମ୍ପାନୀକୁ ମହଙ୍ଗା ପଡ଼ିଥିଲା। ଭେଦଭାବ ନୀତି ଆପଣାଉଥିବା ଅଭିଯୋଗରେ କମ୍ପାନୀ ଉପରେ ବ୍ରାଜିଲ ସରକାର କାର୍ଯ୍ୟାନୁଷ୍ଠାନ ନେଇଥିଲେ। ତତ୍କାଳ ଡିଷ୍ଟ୍ରିବୁଟରକୁ ନିଲମ୍ବନ କରିବା ସହ Apple କମ୍ପାନୀକୁ ୨୦ ଲକ୍ଷରୁ ଅଧକ ଟଙ୍କାର ଜରିମାନା ଲଗାଯାଇଥିଲା। iPhoneର କିଛି ମଡେଲ ବା ଜେନେରେସନରେ ବ୍ୟାଟେରୀ ଚାର୍ଜର ଆସୁନଥିବା ନେଇ ଅଭିଯୋଗ ହୋଇଥିଲା। ମଙ୍ଗଳବାର ବ୍ରାଜିଲ କର୍ତ୍ତୃପକ୍ଷଙ୍କ ତରଫରୁ ଆପଲକୁ ଜରିମାନା ଲଗାଯାଇଥିବା ସୂଚନା ଦେଇଥିଲେ।

ବ୍ରାଜିଲର ନ୍ୟାୟ ଏବ ନାଗରିକ ସୁରକ୍ଷା ମନ୍ତ୍ରାଳୟ ପକ୍ଷରୁ ଆମେରିକୀୟ କମ୍ପାନୀ Appleକୁ ଜରିମାନା ଲଗାଇଥିଲା। ସ୍ଥାନୀୟ ମୂଦ୍ରାନୁସାରେ ଜରିମାନାର ପରିମାଣ ୧୨.୨୮ ମିଲିୟନ ରାଇସ ବା ପ୍ରାୟ ୨୪ ଲକ୍ଷ ଟଙ୍କା ହେବ। ଏହା ସହ iPhone 12 ଓ iPhone 13 ମଡେଲର ବିକ୍ରି ଉପରେ କଟକଣା ଲଗାଯାଇଥିଲା। ଏକ ଅଭିଯୋଗକୁ ଭିତ୍ତି କରି ଗତ ବର୍ଷ ଡିସେମ୍ବରରୁ ଆପଲ ଉପରେ ତଦନ୍ତ କରାଯାଉଥିଲା। କମ୍ପାନୀ ମୋବାଇଲ ସହ କିଛି ଆବଶ୍ୟକୀୟ ଉପକରଣ ଦେଉନଥିବା ଅଭିଯୋଗ ହୋଇଥିଲା।  କମ୍ପାନୀ ନାଁରେ ଉପଭୋକ୍ତା ମାମଲା ରୁଜୁ କରିଥିଲେ।