Crime News: ଲିଭିଙ୍ଗ ପାର୍ଟନରକୁ ଜିଅନ୍ତା ଜାଳିଦେଲା ପ୍ରେମିକ, ଆଉ ତା'ପରେ...
Advertisement

Crime News: ଲିଭିଙ୍ଗ ପାର୍ଟନରକୁ ଜିଅନ୍ତା ଜାଳିଦେଲା ପ୍ରେମିକ, ଆଉ ତା'ପରେ...

Crime News: ଶ୍ରଦ୍ଧା ହତ୍ୟାକାଣ୍ତ ଘଟଣା ପରେ ପରେ ଦିଲ୍ଲୀରେ(delhi) ନିକ୍କି ହତ୍ୟାକାଣ୍ତ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଖବର ଏଯାଏଁ ଲୋକଙ୍କ ମନରୁ ନ ଯାଉଣୁ ପୁଣି ଏକ ବିଭତ୍ସ ହତ୍ୟାକାଣ୍ତ (Crime News) ଘଟିଛି। ଲିଭିଙ୍ଗ ପାର୍ଟନର (live in partner)ସାଜିଲେ ହତ୍ୟାକାରୀ। ଡ୍ରଗ୍ସ (drugs dispute)ପାଇଁ ନିଜ ପ୍ରେମିକାକୁ ଜୀଅନ୍ତା ଜାଳିଦେଲା ପ୍ରେମିକ( fire by live in partner) । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଉତ୍ତର-ପଶ୍ଚିମ ଦିଲ୍ଲୀର ଅମାନ ବିହାରରେ।

ସୌଜନ୍ୟ- ସୋସିଆଲ ମିଡିଆ

Crime News: ଶ୍ରଦ୍ଧା ହତ୍ୟାକାଣ୍ତ ଘଟଣା ପରେ ପରେ ଦିଲ୍ଲୀରେ(delhi) ନିକ୍କି ହତ୍ୟାକାଣ୍ତ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଖବର ଏଯାଏଁ ଲୋକଙ୍କ ମନରୁ ନ ଯାଉଣୁ ପୁଣି ଏକ ବିଭତ୍ସ ହତ୍ୟାକାଣ୍ତ (Crime News) ଘଟିଛି। ଲିଭିଙ୍ଗ ପାର୍ଟନର (live in partner)ସାଜିଲେ ହତ୍ୟାକାରୀ। ଡ୍ରଗ୍ସ (drugs dispute)ପାଇଁ  ନିଜ ପ୍ରେମିକାକୁ ଜୀଅନ୍ତା ଜାଳିଦେଲା ପ୍ରେମିକ( fire by live in partner) । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଉତ୍ତର-ପଶ୍ଚିମ ଦିଲ୍ଲୀର ଅମାନ ବିହାରରେ।  ଡ୍ରଗ୍ସ ପାଇଁ ଯୁକ୍ତିତର୍କ (drugs dispute) ହେବାରୁ ନିଜର ଲିଭିଙ୍ଗ ପାର୍ଟନରକୁ ଜୀଅନ୍ତା ଜଳାଇଦେଲା ପ୍ରେମିକ ପ୍ରବର( fire by live in partner। ଗୁରୁତର ଅବସ୍ଥାରେ ମହିଳାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି(delhi crime)।  

ଜାଣନ୍ତୁ କ'ଣ ରହିଛି ପୁରା  ଘଟଣାକ୍ରମ:
ମହିଳା ଜଣକ ଉତ୍ତର-ପଶ୍ଚିମ ଦିଲ୍ଲୀର ବଲବୀର ବିହାରର ବାସିନ୍ଦା(delhi woman) । ସେ ଦିର୍ଘ ୬ ବର୍ଷ ତଳେ କୌଣସି କାରଣରୁ ନିଜ ପ୍ରଥମ ସ୍ବାମୀଙ୍କୁ ଛାଡି ପ୍ରେମିକ ମୋହିତ ପାଖରେ ରହୁଥିଲେ।  ସେ ନିଜ ପ୍ରେମିକ ମୋହିତ ସହିତ ଦିର୍ଘଦିନ ଧରି ରହିଆସୁଥିଲେ। ମହିଳାଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି । ପ୍ରଥମ ସନ୍ତାଟି ପ୍ରଥମ ସ୍ବାମୀଙ୍କର ହୋଇଥିବା ବେଳେ ଦ୍ବିତୀୟ ସନ୍ତାନଟି ମୋହିତଙ୍କର ବୋଲି ଜଣାପଡିଛି । ମହିଳା ଜଣକ ଏକ ଜୋତା କାରଖାନାରେ ଶ୍ରମିକ ଭାବେ କାର୍ଯ୍ୟ କରି ଗୁଜୁରାଣ ମେଣ୍ଟାନ୍ତି । ଏବଂ ପ୍ରେମିକ ମୋହିତ ମଧ୍ୟ ମହିଳାଙ୍କ ଟଙ୍କାରେ ଚଳେ। କିନ୍ତୁ ଫେବୃଆରୀ ୧୦ ରେ ବିଳମ୍ବିତ ରାତିରେ ମୋହିତ ଓ ମହିଳା ଡ୍ରଗ୍ସ ସେବନ କରିଥିଲେ। ଏହି କାରଣରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ  ହୋଇଥିଲା । ପରିସ୍ଥିତି ଏପରି ହୋଇଥିଲା ଯେ,ମୋହିତ ଉତ୍ତେଜିତ ହୋଇ ନିଜ ମହିଳାଙ୍କୁ ମାଡ ମାରିବା ସହ ତାଙ୍କ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ପରେ ଘଟଣାସ୍ଥଳରୁ ପଳାଇଯାଇଥିଲେ।

Also Read : Second Marriage: ବିଜେଡିର ଏହି ରାଜନେତା କରିବେ ଦ୍ୱିତୀୟ ବିବାହ, ଏହି ରାଜକୁମାରୀ ପାଲଟିବେ...

Also Read : Nikki Murder Case: ପୋଲିସ ଆଗରେ ସତ ଓଗାଳିଲା ବଏଫ୍ରେଣ୍ତ ସାହିଲ୍, ହତ୍ୟାର ୧୨ ଘଣ୍ଟା ପୂର୍ବରୁ ନିକି ସହ...

ମହିଳା ଜଣକ ଚିକ୍କାର କରିବାରୁ ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ଏବଂ ଗୁରୁତର ଅବସ୍ଥାରେ (SGM Hospital) ଏସଜିଏମ ହସପିଟାଲରେ ଭର୍ତ୍ତି କରିଥିଲେ । କିନ୍ତୁ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ  ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କାରାଯାଇଥିଲେ। ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା।  ମହିଳାଙ୍କ ଅବସ୍ଥା ଖରାପ ଥିବାରୁ ବୟାନ ରେକର୍ଡ ମଧ୍ୟ ସମ୍ଭବ ହୋଇ ନଥିଲା ବୋଲି ପୋଲିସ କହିଛି ।  ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ମହିଳାଙ୍କ ସୋମବାର(ଫେବୃଆରୀ ୨୦)ରେ ମୃତ୍ୟୁ ହୋଇଯାଇଥିଲା। ପୋଲିସ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି। ମୃତ ମହିଳାଙ୍କ ପରିବାର ସଦସ୍ୟଙ୍କ ଅଭିଯୋଗ ଆଧାରରରେ ଅମାନ ବିହାର ପୋଲିସ (Aman Vihar police station) ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୋଲିସ ଅଧିକାରୀ କହିଛନ୍ତି ଯେ, ତଦନ୍ତ ଜାରି ରହିଛି ଖୁବଶିଘ୍ର ଅଭିଯୁକ୍ତକୁ ଗିରଫ କରାଯିବ।

Also Read : Indian Railways: ପୁଣି ୫୦୦ରୁ ଊର୍ଦ୍ଧ୍ୱ ଟ୍ରେନ ବାତିଲ କଲା ରେଳବାଇ, ଜାଣନ୍ତୁ ତାଲିକାରେ ରହିଛି ଓଡ଼ିଶାର କେତୋଟି ଟ୍ରେନ?