Chandrayaan 3: ଚନ୍ଦ୍ରାୟନ-୩ ପାଇଁ ସମୟ ଗଣନା ଆରମ୍ଭ, ଅଭିଯାନ ସଫଳ ହେଲେ ମହାକାଶରେ ଚତୁର୍ଥ ମହାଶକ୍ତି ହେବ ଭାରତ
Advertisement
Article Detail0/zeeodisha/odisha1778497

Chandrayaan 3: ଚନ୍ଦ୍ରାୟନ-୩ ପାଇଁ ସମୟ ଗଣନା ଆରମ୍ଭ, ଅଭିଯାନ ସଫଳ ହେଲେ ମହାକାଶରେ ଚତୁର୍ଥ ମହାଶକ୍ତି ହେବ ଭାରତ

Chandrayaan-3 Launch Date: ଜୁଲାଇ ୧୪ ତାରିଖ ଶୁକ୍ରବାର ଚନ୍ଦ୍ରାୟନ-୩ ଉତକ୍ଷେପଣ କରି ଭାରତ ଚନ୍ଦ୍ର ଆଡକୁ ତୃତୀୟ ଥର ଲାଗି ଅଗ୍ରସର ହେବ। ଏହି ମିଶନ ଅଧୀନରେ ଲ୍ୟାଣ୍ଡର୍ ବିକ୍ରମ ୨୩ କିମ୍ବା ୨୪ ଅଗଷ୍ଟରେ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବ। 

 

Chandrayaan 3: ଚନ୍ଦ୍ରାୟନ-୩ ପାଇଁ ସମୟ ଗଣନା ଆରମ୍ଭ, ଅଭିଯାନ ସଫଳ ହେଲେ ମହାକାଶରେ ଚତୁର୍ଥ ମହାଶକ୍ତି ହେବ ଭାରତ

Chandrayaan-3 Launch Mission: ଜୁଲାଇ ୧୪ ତାରିଖ ଶୁକ୍ରବାର ଦିନ ୨:୩୦ ସମୟରେ ପ୍ରକ୍ଷେପଣ ହେବ ଚନ୍ଦ୍ରାୟନ-୩। ଏହି ଅଭିଯାନନ ଅଧୀନରେ ଲ୍ୟାଣ୍ଡର୍ ବିକ୍ରମ ୨୩ କିମ୍ବା ୨୪ ଅଗଷ୍ଟରେ ଚନ୍ଦ୍ର ପୃଷ୍ଠରେ ଅବତରଣ କରିପାରେ। ଚନ୍ଦ୍ରାୟନ-୩ ଉତକ୍ଷେପଣ ପାଇଁ ମଙ୍ଗଳବାର ଏହାର ରିହର୍ସାଲ ଅନୁଷ୍ଠିତ ହୋଇଥିଲା। ଚନ୍ଦ୍ରାୟାନ-୩ ଉତକ୍ଷେପଣ ପାଇଁ ଜୁଲାଇ ୧୩ ତାରିଖ ଗୁରୁବାର ଠାରୁ ଆରମ୍ଭ ହୋଇଯାଇଛି ସମୟ ଗଣନା। ଶ୍ରୀହାରିକୋଟାସ୍ଥିତ ସତୀଶ ଧାୱନ ସ୍ପେସ୍ ସେଣ୍ଟରରେ ମିଶନ୍ ପ୍ରସ୍ତୁତି ବିଶ୍ଳେଷଣ ସମାପ୍ତ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂସ୍ଥା ମଧ୍ୟ ଚନ୍ଦ୍ରାୟନ-୩ ଉତକ୍ଷେପଣ ଲାଗି ଅନୁମତି ଦେଇସାରିଛି। 

ଜୁଲାଇ ୧୪ ତାରିଖ ଶୁକ୍ରବାର ଚନ୍ଦ୍ରାୟନ-୩ ଉନ୍ମୋଚନ ସହିତ ଭାରତ ଚନ୍ଦ୍ର ଆଡକୁ ତୃତୀୟ ଥର ଲାଗି ପାଦ ବଢାଇବ। ଏହି ମିଶନ ଅଧୀନରେ ଲ୍ୟାଣ୍ଡର୍ ବିକ୍ରମ ୨୩ କିମ୍ବା ୨୪ ଅଗଷ୍ଟରେ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବ। ଏଥିରେ ମିଳିଥିବା ସଫଳତା ଭାରତକୁ ବିଶ୍ୱର ଚତୁର୍ଥ ସ୍ପେସ୍ ସୁପର ପାୱାର୍ ମାନ୍ୟତା ପ୍ରଦାନ କରିବ। ଏପର୍ଯ୍ୟନ୍ତ କେବଳ ଆମେରିକା, ଋଷିଆ ଏବଂ ଚୀନ୍ ଚନ୍ଦ୍ରରେ ସେମାନଙ୍କ ଯାନକୁ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବାରେ ସକ୍ଷମ ହୋଇଛନ୍ତି।

ଚନ୍ଦ୍ରାୟଣ-୨ ଅଭିଯାନରେ  ଜଡିତ ଥିଲା ଲ୍ୟାଣ୍ଡର 
ବର୍ତ୍ତମାନ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ବୈଜ୍ଞାନିକ ସତୀଶ ଧାୱନ ମହାକାଶ କେନ୍ଦ୍ରରେ ସମସ୍ତ ପ୍ରସ୍ତୁତି ଉପରେ ନଜର ରଖିଛନ୍ତି। ଚନ୍ଦ୍ରାୟନ-୩ ଉତକ୍ଷେପଣ ପାଇଁ ମଙ୍ଗଳବାର ଏହାର ରିହର୍ସାଲ ଅନୁଷ୍ଠିତ ହୋଇଥିଲା। ଭାରତ ପୂର୍ବରୁ ଚନ୍ଦ୍ରାୟନ-୧ ଏବଂ ଚନ୍ଦ୍ରାୟନ-୨ ମାଧ୍ୟମରେ ଚନ୍ଦ୍ର କକ୍ଷପଥ ଅଭିଯାନ କାର୍ଯ୍ୟକାରୀ କରିସାରିଛି। ଚନ୍ଦ୍ରଯାନ-୨ ଅଭିଯାନରେ ଏକ ଲ୍ୟାଣ୍ଡର ମଧ୍ୟ ସାମିଲ ହୋଇଥିଲେ। ଯାହା ଚନ୍ଦ୍ର ପୃଷ୍ଠରେ ନିରାପଦରେ ଅବତରଣ କରିବାରେ ବିଫଳ ହୋଇଥିଲା। ଏଥର ଚନ୍ଦ୍ରଯାନ-୩ ଅଭିଯାନରେ ଲ୍ୟାଣ୍ଡର ବିକ୍ରମ ଏବଂ ଏହା ଭିତରେ ଥିବା ରୋଭର ପ୍ରଜ୍ଞାନ ଚନ୍ଦ୍ର ପୃଷ୍ଠରେ ଅବତରଣ କରୁଛନ୍ତି। ଯାହାକୁ ଜୁଲାଇ ୧୪ ତାରିଖ ଶୁକ୍ରବାର  ରକେଟ୍ ଲଞ୍ଚ ଭେଇକିଲ୍ ମାର୍କ-୩ ମାଧ୍ୟମରେ ପୃଥିବୀ ପୃଷ୍ଠରୁ ଉତକ୍ଷେପଣ କରାଯିବ।

ଚନ୍ଦ୍ରାୟନ-୩ ପୃଥିବୀକୁ ୫-୬ ଥର ପରିକ୍ରମା କରିବ
ଉତକ୍ଷେପଣ ପରେ ଚନ୍ଦ୍ରାୟନ-୩ ପୃଥିବୀକୁ ଦୀର୍ଘ ବୃତ୍ତାକାର ପଥରେ ୫-୬ ଥର ପରିକ୍ରମା କରିବ। ଏହି ସମୟ ମଧ୍ୟରେ ଏହା ୧୭୦ କିଲୋମିଟର ପର୍ଯ୍ୟନ୍ତ ପୃଥିବୀର ନିକଟତର ହେବ ଏବଂ ୩୬,୫୦୦ କିଲୋମିଟର ପର୍ଯ୍ୟନ୍ତ ଯିବ। ଏହା ଏହାକୁ ଆଗାମୀ ମାସେ କିମ୍ବା ଏହା ଠାରୁ ଅଧିକ ଯାତ୍ରା କରିବାକୁ ଆବଶ୍ୟକ କରୁଥିବା ବେଗ ପ୍ରଦାନ କରିବ। ଯାହା ଚନ୍ଦ୍ରର ୧୦୦ କିଲୋମିଟର ଉଚ୍ଚ କକ୍ଷପଥରେ ପହଞ୍ଚିବ। ଚନ୍ଦ୍ରରେ ମଧ୍ୟ ଏଲିପଟିକାଲ୍ କକ୍ଷପଥ ତିଆରି କରିବା ପରେ ଏକ ସ୍ଥିର ସ୍ଥିତି ହାସଲ କରିବ। ଏହା ପରେ ଏହା ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ ପ୍ରକ୍ରିୟା ଆରମ୍ଭ କରିବ।

ପ୍ରପୁଲସନ୍ ମଡ୍ୟୁଲ୍ ୧୬ ମିନିଟ୍ ପରେ ଅଲଗା ହେବ

ପୃଥିବୀ ପଷ୍ଠରୁ ଉତକ୍ଷେପଣ ହେବାର ପ୍ରାୟ ୧୬ ମିନିଟ୍ ପରେ, ଏହି ଅଭିଯାନର ପ୍ରପୁଲସନ୍ ମଡ୍ୟୁଲ୍ ରକେଟ୍ ଠାରୁ ଅଲଗା ହୋଇ ଚନ୍ଦ୍ରାୟନ୍-୩ ସହିତ ରହିବ। ପରବର୍ତ୍ତୀ ସମୟରେ ଏହି ମଡ୍ୟୁଲ୍ ଚନ୍ଦ୍ର ଆଡକୁ ଗତି କରିବ। ଏହା ଚନ୍ଦ୍ର ପୃଷ୍ଠରେ ଲ୍ୟାଣ୍ଡର ଅବତରଣ କରିବା ପାଇଁ ଏବଂ ଏହାକୁ ନିଜ ଠାରୁ ଅଲଗା କରିବା ପାଇଁ ଏହା ଚନ୍ଦ୍ରର କକ୍ଷ ପଥରେ ପହଞ୍ଚିବ।

ଜୁଲାଇ ୧୪ ତାରିଖ ଶୁକ୍ରବାର କାହିଁକି ପ୍ରକ୍ଷେପଣ ହେବ ଚନ୍ଦ୍ରାୟନ-୩? 
ବର୍ଷର ଏହି ସମୟରେ ପୃଥିବୀ ଏବଂ ଚନ୍ଦ୍ର ଅନ୍ୟ ସମୟ ଅପେକ୍ଷା ନିକଟତର ହେବ। ସମାନ କାରଣ ପାଇଁ ଚନ୍ଦ୍ରାୟଣ-୨ ମଧ୍ୟ ୨୦୧୯ ଜୁଲାଇ ୨୨ ତାରିଖରେ ଲଞ୍ଚ କରାଯାଇଥିଲା। 

ଚନ୍ଦ୍ରାୟନ-୩ କାହିଁକି ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରୁଛି?
ଭାରତୀୟ ବୈଜ୍ଞାନିକ ଚନ୍ଦ୍ରାୟନ-୩ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। କାରଣ ଚନ୍ଦ୍ରର ଉତ୍ତର ମେରୁ ଅପେକ୍ଷା ଦକ୍ଷିଣ ମେରୁରେ ଜଳ ପାଇବାର ସମ୍ଭାବନା ଅଧିକ।

 

Trending news