Odisha Train Accident: ବାଲେଶ୍ୱରରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ପଛରେ କ’ଣ ରହିଛି କାରଣ? ଉଠୁଛି ଏହି ୧୦ଟି ବଡ଼ ପ୍ରଶ୍ନ
Advertisement

Odisha Train Accident: ବାଲେଶ୍ୱରରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ପଛରେ କ’ଣ ରହିଛି କାରଣ? ଉଠୁଛି ଏହି ୧୦ଟି ବଡ଼ ପ୍ରଶ୍ନ

Coromandel Express Derail: ବାଲେଶ୍ୱରରେ ୨ ଜୁନ୍ ସନ୍ଧ୍ୟା ୭ଟା ସମୟରେ ୩ଟି ଟ୍ରେନ୍ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୨୮୮ ଜଣଙ୍କର ମୃତ୍ୟୁ ହୋଇଛି । ୯୦୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି ।

ସୌ: ସୋସିଆଲ ମିଡିଆ

Odisha Train Accident: ଗତକାଲି ଅର୍ଥାତ ଶୁକ୍ରବାର ଦିନ ରାତିରେ ବାଲେଶ୍ୱରରେ ଏକ ଭୟାନକ ଟ୍ରେନ୍ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣା ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଘଟିଥିଲା । ବାଲେଶ୍ୱରର ବାହାନଗା ଠାରେ ଏକ ଯାତ୍ରୀବାହୀ ଟ୍ରେନ୍ କରମଣ୍ଡଳ ଶାଲିମାର ଏକ୍ସପ୍ରେସ ଛିଡା ହୋଇଥିବା ଏକ ମାଲବାହି ଟ୍ରେନକୁ ଧକ୍କା ଦେବାପରେ ପରେ ଟ୍ରାକ ତଳକୁ ଖସି ପଡିଥିଲା ଓ ଅନ୍ୟ ଏକ ଟ୍ରେନ ୟସୱନ୍ତପୁର-ହାଓଡା ସୁପରଫାଷ୍ଟ ଟ୍ରାକ ତଳକୁ ଖସି ପଡିଥିବା କୋଚକୁ ଧକ୍କା ଦେଇ ଦ୍ରୁଘଟଣା ଗ୍ରସ୍ତ ହୋଇଥିଲା । ରେଳ ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ବର୍ତ୍ତମାନ ସୁଦ୍ଧା ୨୮୮ ରେ ପହଞ୍ଚିଛି। ଏହା ସହିତ ୯୦୦ ରୁ ଅଧିକ ଲୋକ ଆହତ ହୋଇଥିବା ଖବର ରହିଛି । ଦୀର୍ଘ ୧୫ ଘଣ୍ଟା ପରେ ବର୍ତ୍ତମାନ ବାଲେଶ୍ୱରରେ ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି ।

ପୋଲିସ ମୃତଦେହର ପୋଷ୍ଟମର୍ଟମ କରୁଛି ଓ ସେମାନଙ୍କ ସମ୍ପର୍କୀୟଙ୍କୁ ପରିଚୟ ପତ୍ର ଦେଖାଇବା ପରେ ସେମାନେ ମୃତଦେହକୁ ଅନ୍ତିମ ସଂସ୍କାର ପାଇଁ ସରକାର ସେମାନଙ୍କୁ ହସ୍ତାନ୍ତର କରୁଛନ୍ତି । ଟ୍ରେନ୍ ଦୁର୍ଘଟଣା ଯୋଗୁଁ ରାଜ୍ୟରେ ଦିନେ ଜାତୀୟ ଶୋକ ଘୋଷଣା କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାହୁଲ ଗାନ୍ଧୀ, ମମତା ବାନାର୍ଜୀ, ଜେପି ନାଡ୍ଡାଙ୍କ ସମେତ ଅନେକ ନେତା ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ।

ଦୁର୍ଘଟଣାକୁ ନେଇ ବର୍ତ୍ତମାନ ଉଠୁଛି ଏହି ୧୦ଟି ବଡ ପ୍ରଶ୍ନ
ଏଭଳି ପରିସ୍ଥିତିରେ ଏହି ଟ୍ରେନ୍ ଦୁର୍ଘଟଣାକୁ ନେଇ ୧୦ଟି ବଡ ପ୍ରଶ୍ନ ଉଠିଛି । ଯାହାର ଉତ୍ତରରେ ବାଲେଶ୍ୱର ଦୁର୍ଘଟଣାର କାରଣ ଲୁଚି ରହିଛି । ରେଳମନ୍ତ୍ରୀ ଅଶ୍ୱିନି ବୌଷ୍ଣବଙ୍କୁ ଏହି ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ ପଡିବ ।

> ପୂର୍ବରୁ ଟ୍ରାକରେ କିଛି ତ୍ରୁଟି ଥିଲା କି?
> ଟ୍ରାକଗୁଡିକର ଦୈନିକ ଯାଞ୍ଚରେ କୌଣସି ଅବହେଳା ହୋଇଥିଲା କି?
> ଟ୍ରାକ୍ ସହିତ କୌଣସି ଟ୍ୟାମ୍ପରିଂ କରାଯାଇଥିଲା କି?
> ଅଧିକ ବେଗ ଯୋଗୁଁ ଟ୍ରେନ୍ ଲାଇନ ଚ୍ୟୁତ୍ ହୋଇଥିଲା ​​କି?
> ଟ୍ରେନ୍ ଗୁଡିକ ଆଣ୍ଟି କଲିଜନ୍ ସିଷ୍ଟମ୍ (କବଚ୍) ସହିତ ଫିଟ୍ ହୋଇଥିଲା କି?
> ଯଦି କବଚ ଥିଲା ତେବେ ଧକ୍କା କିପରି ହେଲା?
> ଜିପିଏସ୍ ମନିଟରିଂରେ ଟ୍ରେନ୍ ଦୁର୍ଘଟଣା କାହିଁକି ଚିହ୍ନଟ ହେଲା ନାହିଁ?
> ଷ୍ଟେସନ ପାଖରେ ଥିଲା, ତେବେ ଟ୍ରେନର ଗତି କାହିଁକି ଏତେ ଦ୍ରୁତ ଗତିରେ ଥିଲା?
> ଦୁରୋନ୍ତ ଏକ୍ସପ୍ରେସର ସ୍ୱୟଂଚାଳିତ ବ୍ରେକିଂ ସିଷ୍ଟମ ବିଫଳ ହୋଇଥିଲା କି?
> ରେଳବାଇରେ କୌଣସି ଫାଟ ଥିଲା ନା ଟ୍ରାକର ପ୍ଲେଟ୍ ଢିଲା ଥିଲା?

ଏହା ବି ପଢନ୍ତୁ: Odisha Train Accident: ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣା କ'ଣ ରହିଛି କାରଣ? ଯାନ୍ତ୍ରିକ ତ୍ରୁଟି ନା ମାନବୀୟ ଭୁଲ୍? ପ୍ରାରମ୍ଭିକ ରିପୋର୍ଟରେ ହେଲା ଖୁଲାସା

ଏହା ବି ପଢନ୍ତି: Odisha Train Accident: ଛାତିଥରା ଟ୍ରେନ ଦୁର୍ଘଟଣା ପାଇଁ ବନ୍ଦ ହେଲା ଗୋଆର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ