Bangladesh Bus Accident: ଭୀଷଣ ସଡ଼କ ଦୁର୍ଘଟଣା; ଖାଇକୁ ବସ୍ ଖସି ପଡ଼ିବାରୁ ଚାଲିଗଲା ୧୯ ଯାତ୍ରୀଙ୍କ ଜୀବନ, ୨୫ ଆହତ
Advertisement

Bangladesh Bus Accident: ଭୀଷଣ ସଡ଼କ ଦୁର୍ଘଟଣା; ଖାଇକୁ ବସ୍ ଖସି ପଡ଼ିବାରୁ ଚାଲିଗଲା ୧୯ ଯାତ୍ରୀଙ୍କ ଜୀବନ, ୨୫ ଆହତ

ଆଜି ବାଂଲାଦେଶରେ ଏକ ବଡ଼ ସଡ଼କ ଦୁର୍ଘଟଣା (Road Accident) ଘଟିଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଦ୍ରୁତ ଗତିରେ ଆସୁଥିବା ଏକ ବସ୍ ଖାଇରେ ଖସି ପଡ଼ିବାରୁ ଅତି କମରେ ୧୯ ଜଣଙ୍କର ମୃତ୍ୟୁ ଘଟିଛି । ଏହାସହ ୨୫ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଏହି ଘଟଣା ବାଂଲାଦେଶ (Bangladesh) ର ମଦାରୀପୁରରେ ଘଟିଛି । ପୋଲିସ କହିଛି ଯେ, ଏହି ବସ୍

Bangladesh Bus Accident: ଭୀଷଣ ସଡ଼କ ଦୁର୍ଘଟଣା; ଖାଇକୁ ବସ୍ ଖସି ପଡ଼ିବାରୁ ଚାଲିଗଲା ୧୯ ଯାତ୍ରୀଙ୍କ ଜୀବନ, ୨୫ ଆହତ

Bangladesh Bus Accident: ଆଜି ବାଂଲାଦେଶରେ ଏକ ବଡ଼ ସଡ଼କ ଦୁର୍ଘଟଣା (Road Accident) ଘଟିଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଦ୍ରୁତ ଗତିରେ ଆସୁଥିବା ଏକ ବସ୍ ଖାଇରେ ଖସି ପଡ଼ିବାରୁ ଅତି କମରେ ୧୯ ଜଣଙ୍କର ମୃତ୍ୟୁ ଘଟିଛି । ଏହାସହ ୨୫ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଏହି ଘଟଣା ବାଂଲାଦେଶ (Bangladesh) ର ମଦାରୀପୁରରେ ଘଟିଛି । ପୋଲିସ କହିଛି ଯେ, ଏହି ବସ୍ ଏମାଦ ଟ୍ରାନ୍ସପୋର୍ଟର ଥିଲା । ଢାକା ଅଭିମୁଖେ ଯାଉଥିବା ବସ୍ ସକାଳ ପ୍ରାୟ ସାଢ଼େ ସାତଟା ସମୟରେ ମଦାରୀପୁରର ଏକ ଏକ୍ସପ୍ରେସୱେରେ ଅନିୟନ୍ତ୍ରଣ ହୋଇ ଖାଇକୁ ଖସି ପଡ଼ିଥିଲା । ଏହି ଦୁର୍ଘଟଣା (Bus Accident) ରେ ଏପର୍ଯ୍ୟନ୍ତ ୧୯ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୫ ଜଣ ଆହତ ହୋଇଛନ୍ତି । ଏହି ଦୁର୍ଘଟଣା (Bangladesh Bus Accident) ଏତେ ଭୟଙ୍କର ଥିଲା ଯେ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ।

ମଦାରୀପୁର ପୋଲିସ ଅଧୀକ୍ଷକ ମହମ୍ମଦ ମାସୁଦ ଆଲମ କହିଛନ୍ତି ଯେ, ଆହତମାନଙ୍କୁ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେ ଆହୁରି ମଧ୍ୟ କହିଛନ୍ତି, ଏପରି ଲାଗୁଛି କି ଅବହେଳିତ ଭାବରେ ବସ୍ ଡ୍ରାଇଭିଂ ଓ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହି ଦୁର୍ଘଟଣା ଘଟିଛି । ବର୍ତ୍ତମାନ ଏହାର ଅନୁସନ୍ଧାନ କରାଯାଉଛି । ଫରିଦପୁରର ଅଗ୍ନିଶମ ସେବାର ଡେପୁଟି ଆସିଷ୍ଟାଣ୍ଟ ଡାଇରେକ୍ଟର ସିପ୍ଲୁ ଅହମ୍ମଦ କହିଛନ୍ତି ଯେ, ମନେ କରାଯାଉଛି ଯେ ଦ୍ରୁତ ଗତିରେ ଆସୁଥିବା ବସ୍ ର ଚକ ଫାଟି ଯାଇଥିଲା ଓ ଏହା ନିୟନ୍ତ୍ରଣ ହରାଇ ଖାଇରେ ଖସି ପଡ଼ିଲା । ତିନୋଟି ୟୁନିଟ୍ ଅଗ୍ନିଶମ ସେବା ରିଲିଫ୍ କାର୍ଯ୍ୟ କରୁଛି ।

ମଦାରୀପୁର ପୋଲିସ ଅଧୀକ୍ଷକ ମହମ୍ମଦ ମାସୁଦ ଆଲମ ନିଶ୍ଚିତ କରିଛନ୍ତି ଯେ,  ଘଟଣାସ୍ଥଳରେ ୧୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଡାକ୍ତରଖାନାରେ ଆଉ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଛି । ବସ୍‌ରେ ୪୫ ଜଣ ଯାତ୍ରୀ ଓ ତିନିଜଣ କର୍ମଚାରୀ ଥିବା କଥା ମଦାରୀପୁର ଏସପି କହିଛନ୍ତି । ଆହତମାନଙ୍କୁ ଢାକା ମେଡିକାଲ କଲେଜ ସମେତ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାର କାରଣ ଅନୁସନ୍ଧାନ କରାଯିବ ବୋଲି ସେ କହିଛନ୍ତି ।

ଅଧିକ ପଢ଼ନ୍ତୁ-ଟିମ୍ ଇଣ୍ଡିଆରେ ଏହି ଖେଳାଳିଙ୍କ ଏଣ୍ଟ୍ରିରୁ ଥରିବ କଙ୍ଗାରୁ ଦଳ, ନାମ ଶୁଣିବା ମାତ୍ରେ ଭୟଭୀତ ହୋଇଯାଆନ୍ତି ସ୍ମିଥ୍!

ଅଧିକ ପଢ଼ନ୍ତୁ-ଲୋକପ୍ରିୟ ଓଡ଼ିଆ DJ Azexଙ୍କ ନିଧନ, ରହସ୍ୟ ଘେରରେ ମୃତ୍ୟୁ

ଅଧିକ ପଢ଼ନ୍ତୁ-ଆପଣ ମଧ୍ୟ ଏକରୁ ଅଧିକ ବ୍ୟାଙ୍କରେ ଖୋଲିଛନ୍ତି କି ଆକାଉଣ୍ଟ? ତେବେ ହୋଇପାରେ ଏହି ୪ଟି ବଡ଼ କ୍ଷତି