Assam: ଶିକ୍ଷକଙ୍କୁ ପସନ୍ଦ ଆସିଲା ନାହିଁ ହେୟାରଷ୍ଟାଇଲ; ୩୦ ଛାତ୍ରଛାତ୍ରୀଙ୍କ ସହ କଲେ ଏଭଳି କାମ
Advertisement

Assam: ଶିକ୍ଷକଙ୍କୁ ପସନ୍ଦ ଆସିଲା ନାହିଁ ହେୟାରଷ୍ଟାଇଲ; ୩୦ ଛାତ୍ରଛାତ୍ରୀଙ୍କ ସହ କଲେ ଏଭଳି କାମ

School Student Hair Cutting Case: ଛାତ୍ରଛାତ୍ରୀଙ୍କ ହେୟାର ଷ୍ଟାଇଲ ପସନ୍ଦ ନ ଆସିବା ପରେ ଜଣେ ଶିକ୍ଷକ ଯେଉଁ କାମ କରିଛନ୍ତି ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଆସାମର ମାଜୁଲି ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଘଟଣା। 

Assam: ଶିକ୍ଷକଙ୍କୁ ପସନ୍ଦ ଆସିଲା ନାହିଁ ହେୟାରଷ୍ଟାଇଲ; ୩୦ ଛାତ୍ରଛାତ୍ରୀଙ୍କ ସହ କଲେ ଏଭଳି କାମ

School Teacher Cuts Students Hair: ଶିକ୍ଷକଙ୍କୁ ପସନ୍ଦ ଆସିଲା ନାହିଁ ଛାତ୍ରଛାତ୍ରୀଙ୍କ ହେୟାରଷ୍ଟାଇଲ। ଆଉ ନିଜେ କଇଁଚି ନେଇ ପିଲାଙ୍କ ଚୁଟି କାଟିବାକୁ ପଛେଇନାହାଁନ୍ତି ଶିକ୍ଷକ ଜଣଙ୍କ। ସଦ୍ୟ ଆସାମର ମାଜୁଲି ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଏକ ଆଶ୍ଚର୍ଯ୍ୟଜନକ ମାମଲା। ଜିଲ୍ଲାରେ ଅବସ୍ଥିତ ଏକ ବିଦ୍ୟାଳୟର ଜଣେ ଶିକ୍ଷକଙ୍କୁ ସେଠାରେ ପଢୁଥିବା ଛାତ୍ରଛାତ୍ରୀଙ୍କ ହେୟାରଷ୍ଟାଇଲ ପସନ୍ଦ ଆସିନଥିଲା। ପରେ ଶିକ୍ଷକ ଜଣଙ୍କ ନିଜେ କଇଁଚି ନେଇ ସକାଳର ପ୍ରାର୍ଥନା ସଭାରେ ୩୦ ଜଣ ପିଲାଙ୍କ ଚୁଟି କାଟି ଦେଇଥିବାର ଅଭିଯୋଗ ହୋଇଛି। ଏନେଇ କୁହାଯାଉଛି ଯେ ଶିକ୍ଷକ ଜଣଙ୍କ ପିଲାଙ୍କୁ ଶିକ୍ଷା ଦେବା ପାଇଁ ଏପରି କରିଥିଲେ। ଗତ ଗୁରୁବାର ଏହି ଘଟଣା ଘଟିଥିବା କୁହାଯାଉଛି। ଏହି ଘଟଣାରେ ପ୍ରତିକ୍ରିୟା ରଖି ଆସାମ ପୋଲିସ କହିଛି ଯେ ଏହାର ତଦନ୍ତ କରିବାକୁ ଡେପୁଟି କମିଶନର ଙ୍କୁ ନିର୍ଦ୍ଦେଶ ଦିଆଯାଇଛି। 

ଚୁଟି କଟାଯିବା ପରେ ପ୍ରତିକ୍ରିୟା ରଖିଲା ବିଦ୍ୟାଳୟ ପ୍ରଶାସନ
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଚୁଟି କଟାଯିବା ପରେ ପ୍ରତିକ୍ରିୟା ରଖିଛି ବିଦ୍ୟାଳୟ ପ୍ରଶାସନ। ଏନେଇ ସ୍କୁଲ ପ୍ରଶାସନ (School Administration) ପକ୍ଷରୁ କୁହାଯାଇଛି ଯେ କିଛି ଛାତ୍ରଛାତ୍ରୀଙ୍କ (School Student Assam) ଲମ୍ବା ଚୁଟି ରହିଥିଲା। ବିଦ୍ୟାଳୟର ନିର୍ଦ୍ଦେଶାବଳୀ ଅନୁଯାୟୀ (School Guidelines for Students) କୌଣସି ଛାତ୍ରଛାତ୍ରୀ ଏପରି ଲମ୍ବା ଚୁଟି ରଖିପାରିବେ ନାହିଁ। ପୂର୍ବରୁ ସେମାନଙ୍କୁ ଅନେକ ଥର ଚେତାବନୀ ଦିଆଯାଇଥିଲା। ସେମାନଙ୍କ ଅଭିବାବକଙ୍କୁ ମଧ୍ୟ ଏହି ଘଟଣା ବିଷୟରେ ଅବଗତ କରାଯାଇଥିଲା। ହେଲେ ଏହାର କୌଣସି ଫଳ ମିଳିନଥିଲା। ଏହା ପରେ ଛାତ୍ରଛାତ୍ରୀଙ୍କୁ କେବଳ ଅନୁଶାସନ ଶିକ୍ଷା (Discipline Education for School Students) ଦେବା ଉଦ୍ଦେଶ୍ୟରେ ଏପରି କରାଯାଇଛି। ଅନୁଶାସନ ଶିକ୍ଷା ଦେବାର ଏହା ହେଉଛି ଏକମାତ୍ର ଉପାୟ।

ପ୍ରାରମ୍ଭିକ ଅନୁସନ୍ଧାନରେ ଏହି ଘଟଣା ସାମ୍ନାକୁ ଆସିଥିଲା
ଡେପୁଟି କମିଶନର କାଭେରୀ ବି ଶର୍ମା ଶୁକ୍ରବାର ସନ୍ଧ୍ୟାରେ ସମ୍ପୃକ୍ତ ଅଧିକାରୀଙ୍କୁ ଏହି ଘଟଣାର ଅନୁସନ୍ଧାନ କରିବାକୁ ଏବଂ ତୁରନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ଡେପୁଟି କମିଶନର କହିଛନ୍ତି ଯେ ପ୍ରାଥମିକ ଅନୁସନ୍ଧାନ ଅନୁଯାୟୀ ଶିକ୍ଷକ ଜଣଙ୍କ କେବଳ ଛାତ୍ରଛାତ୍ରୀଙ୍କ ଚୁଟି ଏହାକୁ ଛୋଟ କରି ଦେଇଥିଲେ। ହେଲେ ଏହାକୁ ଟ୍ରିମ କରିନଥିଲେ।

ବିଦ୍ୟାଳୟ ପ୍ରଶାସନ ଉପରେ ତାତିଉଠିଲେ ଅଭିଭାବକ
ଛାତ୍ରଛାତ୍ରୀଙ୍କ ଚୁଟି କାଟି ଦେବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଶିକ୍ଷକ। ଏନେଇ ଶିକ୍ଷକ ଜଣଙ୍କ କହିଛନ୍ତି ଯେ ସେ ନିଜେ କିଛି କରିନାହାଁନ୍ତି। ସେ କେବଳ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଆଦେଶ ପାଳନ କରିଥିଲେ। ହେଲେ ଏହି ଘଟଣା ସାମ୍ନାକୁ ଆସିବା ପରେ ଛାତ୍ରଛାତ୍ରୀ ସ୍କୁଲ ଯିବାକୁ ମନା କରୁଛନ୍ତି। ଅନ୍ୟପଟେ ଏହି ପ୍ରସଙ୍ଗରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କ ଅଭିଭାବକ କହିଛନ୍ତି ଯେ ବିଦ୍ୟାଳୟ ପ୍ରଶାସନ ପାଖରେ ଅନୁଶାସନ କାର୍ଯ୍ୟକାରୀ କରିବାର ସ୍ୱାଧୀନତା ରହିଛି। ହେଲେ ଏହାର ଏକ କିଛି ସୀମା ରହିଛି। ଏହା ଠିକ ଯେ ଛାତ୍ରଛାତ୍ରୀ ନିଜକୁ ସଫାସୁତୁରା ଏବଂ ପରିଷ୍କାର ପରିଚ୍ଛନ ରଖିବା ଆବଶ୍ୟକ। ସେମାନେ ୟୁନିଫର୍ମ ପିନ୍ଧି ବିଦ୍ୟାଳୟ ଆସିବା ଆବଶ୍ୟକ। ହେଲେ ପ୍ରାର୍ଥନା ସଭା ସମୟରେ ପୁରା ବିଦ୍ୟାଳୟ ସାମ୍ନାରେ ଛାତ୍ରଛାତ୍ରୀଙ୍କ ଚୁଟି କାଟିଦେବା ଅପମାନଜନକ।