Cyber Crime: ଦେଶରେ ବଢିଛି ସାଇବର କ୍ରାଇମ୍, ଜାଣନ୍ତୁ ବର୍ଷ ୨୦୨୨ରେ କେତୋଟି ସରକାରୀ ୱେବସାଇଟ୍ ହ୍ୟାକ୍ ହୋଇଛି ?
Advertisement

Cyber Crime: ଦେଶରେ ବଢିଛି ସାଇବର କ୍ରାଇମ୍, ଜାଣନ୍ତୁ ବର୍ଷ ୨୦୨୨ରେ କେତୋଟି ସରକାରୀ ୱେବସାଇଟ୍ ହ୍ୟାକ୍ ହୋଇଛି ?


Government Websites Hacked: ଦେଶରେ ଦିନକୁ ଦିନ ବଢିଚାଲିଛି ସାଇବର ଅପରାଧ । ଆଉ ଏହି ଅପରାଧରେ ଦେଶର ଅଧିକାଂଶ ଯୁବପୀଢି ସାମିଲ ଥିବା ସୂଚନା ମିଳିଛି । ୨୦୨୨-୨୩ ରେ ପ୍ରାୟ ୫୦ଟି ସରକାରୀ ୱେବସାଇଟ୍ ହ୍ୟାକ୍ ହୋଇଛି । କେନ୍ଦ୍ର ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସୂଚନା ଅନୁସାରେ ୨୦୨୦, ୨୦୨୧ ଏବଂ ୨୦୨୨ରେ ପ୍ରାୟ ୫୯, ୪୨ ଏବଂ ୫୦ ଟି ସରକାରୀ ୱେବସାଇଟ୍ ହ୍ୟାକ୍ ହୋଇଛି । 

ସୌଜନ୍ୟ- ସୋସିଆଲ ମିଡିଆ

Government Websites Hacked: ଦେଶରେ ଦିନକୁ ଦିନ ବଢିଚାଲିଛି ସାଇବର ଅପରାଧ । ଆଉ ଏହି ଅପରାଧରେ ଦେଶର ଅଧିକାଂଶ ଯୁବପୀଢି ସାମିଲ ଥିବା ସୂଚନା ମିଳିଛି । ୨୦୨୨-୨୩ ରେ ପ୍ରାୟ ୫୦ଟି ସରକାରୀ ୱେବସାଇଟ୍ ହ୍ୟାକ୍ ହୋଇଛି । କେନ୍ଦ୍ର ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସୂଚନା ଅନୁସାରେ ୨୦୨୦, ୨୦୨୧ ଏବଂ ୨୦୨୨ରେ ପ୍ରାୟ ୫୯, ୪୨ ଏବଂ ୫୦ ଟି ସରକାରୀ ୱେବସାଇଟ୍ ହ୍ୟାକ୍ ହୋଇଛି । ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ CERT-In ଅନୁଯାୟୀ, ୨୦୨୦,୨୦୨୧ ଏବଂ ୨୦୨୨ ମସିହାରେ ପ୍ରାୟ ୨,୮୩,୫୮୧,୪,୩୨,୦୫୭,୩,୨୪,୬୨୦ ସ୍କାମ ଚିହ୍ନଟ ହୋଇ ବନ୍ଦ ହୋଇଯାଇଛି । ଅର୍ଥାତ୍ ୨୦୨୨ ମସିହାରେ ମୋଟ୍ ୩ ଲକ୍ଷରୁ ଅଧିକ ସ୍କାମକୁ ଚିହ୍ନଟ କରାଯାଇଛି । ହ୍ୟାକରମାନେ ସିଷ୍ଟମର ପରିଚୟ ଲୁଚାଇବା ପାଇଁ ଲୁକ୍କାୟିତ ସର୍ଭର ବ୍ୟବହାର କରି ସାଇବର ଆଟକ୍ କରନ୍ତି ।

ସେ ଏହା ମଧ୍ୟ କହିଛନ୍ତି ଯେ, ଅନେକ ସନୟରେ ଦେଶ ଭିତରୁ ଏବଂ ଦେଶ ବାହାରୁ ଭାରତୀୟ ସାଇବର ସ୍ପେସରେ ସାଇବର ଆଟକ୍ କରିବା ପାଇଁ ଚେଷ୍ଟା କରାଯାଇଛି । ଭାରତୀୟ କମ୍ପ୍ୟୁଟର ଜରୁରୀକାଳୀନ ପ୍ରତିକ୍ରିୟା ଦଳ (CERT-In) ଏପରି କାର୍ଯ୍ୟ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଏବଂ ଯାଞ୍ଚ୍ କରନ୍ତି । ଯେତେବେଳେ ସାଇବର୍ ଆଟାକ୍ ହୁଏ ସେତେବେଳେ ସିଇଆରଟି ପ୍ରଭାବିତ ସଂସ୍ଥାଗୁଡ଼ିକୁ ସଚେତନ କରିବା ସହ ଏହା ଉପରେ ଯାଞ୍ଚ ଆରମ୍ଭ କରିଥାଏ ।

ଏହାବି ପଢନ୍ତୁ : Crime News: ଇନଷ୍ଟାଗ୍ରାମରୁ ଆରମ୍ଭ ହୋଇଥିଲା ବନ୍ଧୁତା, ପରେ ହୋଟେଲରେ ଦୁଷ୍କର୍ମ କରି ଝିଅର ମା'ପାଖକୁ ଅଭିଯୁକ୍ତ ପଠାଇଲା ଅଶ୍ଲୀଳ ଫଟୋ

ଏହାବି ପଢନ୍ତୁ : Rape Case: ସମ୍ପର୍କରେ ଲାଗିଲା କଳଙ୍କର ଛିଟା, ଭାଣିଜୀ ସହ କୁକର୍ମ କଲା ସମ୍ପର୍କୀୟ ମାମୁ

ସୋସିଆଲ ମିଡିଆ ଆକାଉଣ୍ଟ ହ୍ୟାକିଂ ମାମଲା : ସରକାରୀ ସୋସିଆଲ ମିଡିଆ ଆକାଉଣ୍ଟ, ଇମେଲ ଏବଂ ୱେବସାଇଟ ତୁଳନାରେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦେଇଥିବା ସଂଖ୍ୟା ଖୁବ୍ କମ୍ ଅଟେ । ଏପ୍ରିଲ୍ ୨୦୨୨ରେ କେନ୍ଦ୍ର ଦେଇଥିବା ସୂଚନା ଅନୁସାରେ, ଗତ ୫ ବର୍ଷ ମଧ୍ୟରେ ମୋଟ୍ ୬୪୧ଟି ସରକରୀ ଟ୍ୱିଟର ଆକାଉଣ୍ଟ, ଇମେଲ ଏବଂ ୱେବସାଇଟ୍ ଟ୍ୟାମ୍ପରିଂ ଏବଂ ହ୍ୟାକ୍ ହୋଇଛି ।

ଦିଲ୍ଲୀ AIIMS ସର୍ଭର ହ୍ୟାକ୍ କରାଯାଇଥିଲା: ଦିଲ୍ଲୀର ଅଲ ଇଣ୍ଡିଆ ମେଡିକାଲ ଇନଷ୍ଟିଚ୍ୟୁଟର ସର୍ଭର ମଧ୍ୟ ହ୍ୟାକ୍ କରାଯାଇଥିଲା । ଯେଉଁଥି ପାଇଁ କିଛି ଦିନ ପର୍ଯ୍ୟନ୍ତ ଡାକ୍ତରଖାନାର ସମସ୍ତ ଡିମାର୍ଟମେଣ୍ଟକୁ ଅନେକ ସମସ୍ୟାର ସମ୍ମୁଖୀନ ହେବା ପାଇଁ ପଡିଥିଲା । ଏହି ଘଟଣା ପରେ ସରକାର ହ୍ୟାକିଂ ବିରୋଧରେ ଆହୁରି କଠୋର ପଦକ୍ଷେପ ନେଇଥିଲେ ।

ଏହାବି ପଢନ୍ତୁ : Bihar News: ସାନ ଭାଇଙ୍କ ପତ୍ନୀଙ୍କୁ ନେଇ ଫେରାର ବଡ଼ ଭାଇ, ଦେଢଶୁର ପାଇଁ ୨ ସନ୍ତାନର ମା' ଭୁଲିଲା ଲୋକଲଜ୍ଜା

ଏହାବି ପଢନ୍ତୁ : Uttar Pradesh: ବୋହୂ ୪୨୦, କନ୍ୟା ସାଜି ପ୍ରଥମେ ବିବାହ କରୁଥିଲା ଆଉ ପରେ ଲୁଟୁ ଥିଲା ବରର ସମ୍ପତ୍ତି