Uttar Pradesh: ଦ୍ୱିତୀୟ ସ୍ୱାମୀକୁ ଛାଡି଼ ଶ୍ୱଶୁରର ହାତ ଧରିଲା ବୋହୂ
Advertisement

Uttar Pradesh: ଦ୍ୱିତୀୟ ସ୍ୱାମୀକୁ ଛାଡି଼ ଶ୍ୱଶୁରର ହାତ ଧରିଲା ବୋହୂ

Uttar Pradesh:  ସ୍ୱାମୀର ମୃତ୍ୟୁ ପରେ ଦ୍ୱିତୀୟ ବିବାହ କରିଥିଲେ ମହିଳା । ସେଠାରେ ତାଙ୍କୁ ଭଲ ନ ଲାଗିବାରୁ ପ୍ରଥମ ସ୍ୱାମୀର ଘରକୁ ଫେରିଆସି କିଛି ଏମିତି କଲେ ଯାହା ଆପଣଙ୍କ ହୋସ ଉଡ଼ାଇ ଦେବ ।

ସୌ(ସୋସିଆଲ ମିଡିଆ)

Uttar Pradesh:  ସ୍ୱାମୀଙ୍କ ମୃତ୍ୟୁ ପରେ ଦ୍ୱିତୀୟ ବିବାହ ଆଉ ତାପରେ ଦ୍ୱିତୀୟ ସ୍ୱାମୀକୁ ଛାଡି଼ ପ୍ରଥମ ସ୍ୱାମୀର ପିତାଙ୍କ ସହ ହାତଗଣ୍ଠି । ଏପରି ଏକ ଲଜ୍ଜାଜନକ ଘଟଣା ଘଟିଛି ଉତ୍ତର ପ୍ରଦେଶର ଗୋରକପୁରରେ । ନିକଟରେ ସୋସିଆଲ ମିଡ଼ିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

ଘଟଣାଟି ଉତ୍ତର ପ୍ରଦେଶର ଗୋରକପୁର ଜିଲ୍ଲାର ଚାପିଆ ଉମ୍ରାଓ ଗାଁର । ଏହି ଗାଁର ୭୦ ବର୍ଷୀୟ କୌଳାଶ ଯାଦବଙ୍କ ୪ ଜଣ ସନ୍ତାନଙ୍କ ମଧ୍ୟରୁ ଚାରି ବର୍ଷ ତଳେ ତାଙ୍କ ତୃତୀୟ ପୁଅର ମୃତ୍ୟୁ ଘଟିଥିଲା । ପୁଅର ମୃତ୍ୟୁ ପରେ କୌଳାଶ ତାଙ୍କ କମ ବୟସର ବୋହୂକୁ ଅନ୍ୟତ୍ର ବିବାହ କରାଇଥିଲେ । ପରେ ମହିଳା ଜଣଙ୍କ ସେଠାରେ ଖୁସିରେ ରହିପାରିନଥିଲେ । ପରବର୍ତ୍ତୀ ସମୟରେ ସେ ନିଜ ପ୍ରଥମ ଶାଶୁ ଘରକୁ ଚାଲିଆସିଥିଲେ । ଆଉ ଏହା ପରେ ଯାହା ହୋଇଥିଲା ତାହାକୁ ନେଇ ସମଗ୍ର ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି ।

ଏହି ୨୮ ବର୍ଷୀୟା ମହିଳା ନିଜ ଦ୍ୱିତୀୟ ସ୍ୱାମୀଙ୍କୁ ଛାଡ଼ି ପ୍ରଥମ ସ୍ବାମୀଙ୍କ ୭୦ ବର୍ଷୀୟ ବୃଦ୍ଧ ବାପାଙ୍କ ବିବାହ କରିଥିଲେ । ଆଉ ଘଟଣା ବାହାରକୁ ଆସିବା ପରେ ସୋସିଆଲ ମିଡି଼ଆରେ ଶ୍ୱଶୁର ଓ ବୋହୂଙ୍କ ବିବାହ ସମୟର ଫଟୋ ବେଶ ଭାଇରାଲ ହେବାରେ ଲାଗିଛି । ତେବେ କୌଳାଶଙ୍କ ସ୍ତ୍ରୀଙ୍କର ୧୨ ବର୍ଷ ତଳେ ମୃତ୍ୟୁ ହୋଇଯାଇଥିଲା ।

ସୂଚନା ଅନୁଯାୟୀ, ବୟସ ତାରତମ୍ୟ ସତ୍ତ୍ବେ ବୋହୂ ଓ ଶ୍ୱଶୁରଙ୍କ ଉଭୟ ମଧ୍ୟରେ ନିବିଡ଼ତା ବଢିଥିଲା । ପରେ ନିବିଡ଼ ସମ୍ପର୍କ ପ୍ରେମରେ ପରିଣତ ହୋଇଥିଲା । ଏହାପରେ ଉଭୟ ମନ୍ଦିରେ ବିବାହ କରିଥିଲେ । ଉଭୟ ବିବାହ କରିଥିବା ନେଇ ସ୍ଥାନୀୟ ଗଣମାଧ୍ୟମ ଦାବି କରୁଥିବା ବେଳେ ପୋଲିସ ପକ୍ଷରୁ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

Also Read- Health Minister Naba Das: ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କୁ ଗୁଳିମାଡ଼, ପୋଲିସ ASI ମାରିଲେ ଗୁଳି

Also Read- Kagana Ranaut on Film Pathaan: ପଠାନକୁ ନେଇ କିଛି ଏମିତି କହିଲେ କଣ୍ଟ୍ରୋଭର୍ସି କୁଇନ

ଏନେଇ ପୋଲିସ ଅଧିକାରୀ ଜେ.ଏନ ଶୁକ୍ଲା କହିଛନ୍ତି ଯେ, ସୋସିଆଲ ମିଡ଼ିଆରେ ଏନେଇ ଖବର ଭାଇରାଲ ହେବା ପରେ ସେ ସୂଚନା ପାଇଥିଲେ । ତେବେ ପ୍ରକୃତରେ ସେମାନେ ବିବାହ କରିଛନ୍ତି ନା ଅତିରଞ୍ଜିତ କରି ଏପରି ଏକ ଫିଲ୍ମ ତିଆରି କରାଯାଇଛି ତାହାର ତଦନ୍ତ କରାଯାଉଛି । ଅନ୍ୟପଟେ କୌଳାଶ ଯାଦବ ତାଙ୍କ ବୋହୂଙ୍କର ଦ୍ୱିତୀୟ ବିବାହ କରିଥିଲେ । ତେବେ ସେହି ବିବାହରୁ ଛାଡ଼ପତ୍ର ପରେ ସେ ପୁର୍ନବାର ବିବାହ କରିଛନ୍ତି କି ନାହିଁ ତାହା ମଧ୍ୟ ଯାଞ୍ଚ କରାଯାଉଛି ।

କୌଳାଶ ଯାଦବ ବର୍ତ୍ତମାନ ଗୋରଖପୁର ବଡ଼ହଲଗଞ୍ଜ ଥାନାରେ ଜଗୁଆଳି ଭାବେ କାର୍ଯ୍ୟରତ ଅଛନ୍ତି । ତାଙ୍କର ଦ୍ୱିତୀୟ ପୁଅ ମଧ୍ୟ ସେଠାରେ ଜଗୁଆଳି ଭାବେ କାମ କରୁଛନ୍ତି ।