Shocking News: ଜଙ୍ଗଲକୁ ଯାଇ ହଠାତ୍ ଅଦୃଶ୍ୟ ହୋଇଗଲେ ମହିଳା, ଆଉ ତାପରେ...
Advertisement

Shocking News: ଜଙ୍ଗଲକୁ ଯାଇ ହଠାତ୍ ଅଦୃଶ୍ୟ ହୋଇଗଲେ ମହିଳା, ଆଉ ତାପରେ...

Shocking News of Indonesia: ବଣ ଜଙ୍ଗଲକୁ ଯିବା ସମୟରେ ଲୋକଙ୍କୁ ଅନେକ ପ୍ରକାର ଅସୁବିଧାର ସାମ୍ନା କରିବାକୁ  ପଡ଼ିଥାଏ। କେଉଁଠି ଜଙ୍ଗଲରେ ପ୍ରବେଶ କରିବା ଉପରେ କଟକଣା ଜାରି କରାଯାଇ ଥାଏ। ଆଉ କେଉଁଠି ବଣରେ ରହୁଥିବା ଜୀବଜନ୍ତୁଙ୍କ ଭୟ ଲୋକଙ୍କୁ ଘାରିଥାଏ। 

Shocking News: ଜଙ୍ଗଲକୁ ଯାଇ  ହଠାତ୍ ଅଦୃଶ୍ୟ ହୋଇଗଲେ ମହିଳା, ଆଉ ତାପରେ...

Woman Disappeared in Forest: ଜାଳେଣୀ କାଠ ହେଉ କିମ୍ବା ଅନ୍ୟ କୌଣସି ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରିବା ପାଇଁ ବଣ ଜଙ୍ଗଲକୁ ଯାଇଥାନ୍ତି ଲୋକେ। ହେଲେ ବଣ ଜଙ୍ଗଲକୁ ଯିବା ସମୟରେ ଲୋକଙ୍କୁ ଅନେକ ପ୍ରକାର ଅସୁବିଧାର ସାମ୍ନା କରିବାକୁ  ପଡ଼ିଥାଏ। କେଉଁଠି ଜଙ୍ଗଲରେ ପ୍ରବେଶ କରିବା ଉପରେ କଟକଣା ଜାରି କରାଯାଇ ଥାଏ। ଆଉ କେଉଁଠି ବଣରେ ରହୁଥିବା ଜୀବଜନ୍ତୁଙ୍କ ଭୟ ଲୋକଙ୍କୁ ଘାରିଥାଏ। ଏପରିକି ଜଙ୍ଗଲରେ ପ୍ରବେଶ କରିବା ପରେ ମଧ୍ୟ କୋଣସି ନା କୌଣସି ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ। 

ସଦ୍ୟ ଦକ୍ଷିଣ-ପୂର୍ବ ଏସୀୟ ଦେଶ ଇଣ୍ଡୋନେସିଆରେ ଘଟିଯାଇଛି ଏକ ହୃଦୟ ବିଦାରକ ଘଟଣା। ଯେଉଁଠି ଏକ ୨୨ ଫୁଟ ଲମ୍ବା ଅଜଗର ଜଣେ ୫୪ ବର୍ଷୀୟ ମହିଳାଙ୍କୁ ଗିଳି ଦେଇଛି। ଏହି ଘଟଣାର ଭିଡ଼ିଓ ଏବେ ସୋସିଆଲ ମିଡି଼ଆ ଜରିଆରେ ଭାଇରାଲ ହେବାରେ ଲାଗିଛି। ଏହି ମହିଳାଙ୍କ ମୃତଦେହ ତାଙ୍କୁ ଗିଳି ଦେଇଥିବା ସେହି ବିଶାଳକାୟ ଅଜଗର ପେଟରୁ ମିଳିଛି।

ଦେଶର ଜଣେ ମହିଳାଙ୍କୁ ଅଜଗର ଗିଳି ଦେବା ଘଟଣାରେ ପ୍ରତିକ୍ରିୟା ରଖିଛି ଇଣ୍ଡୋନେସିଆ ପୋଲିସ। ଏନେଇ ପୋଲିସ କହିଛି ଯେ ଗତ ରବିବାର ଜହରା ନାମକ ଜଣେ ୫୪ ବର୍ଷୟ ମହିଳା ଦେଶରେ ଜାମ୍ବି ଅଞ୍ଚଳରେ ଅବସ୍ଥିତ ଏତ ବଗିଚାରୁ ରବର ସଂଗ୍ରହ କରିବାକୁ ଯାଇଥିଲେ। ହେଲେ ଯେତେବେଳେ ସେ ଘରକୁ ଫେରି ନଥିଲେ ସେତେବେଳେ ତାଙ୍କୁ ଖୋଜାଖୋଜି କରିବା ଆରମ୍ଭ ହୋଇଥିଲା। ବେତାରା ଜାମ୍ବି ପୋଲିସ ମୁଖ୍ୟ ଏକେପି ହେରାଫାଙ୍କ କହିବା ଅନୁସାରେ ନିଖୋଜ ହୋଇଯିବା ପରେ ଜହରାଙ୍କ ସ୍ୱାମୀ ତାଙ୍କୁ ଖୋଜିବା ପାଇଁ ସେହି ଅଞ୍ଚଳକୁ ଯାଇଥିଲେଷ। ମାତ୍ର ସେ ତାଙ୍କ ପତ୍ନୀଙ୍କ ଚପଲ, ଜ୍ୟାକେଟ, ହେଡସ୍କାର୍ଫ ଏବଂ ଛୁରୀ ପାଇଥିଲେ।

ଏହାର ପର ଦିନ ଜହରାଙ୍କ ସ୍ୱାମୀ ଏକ ଅନୁସନ୍ଧାନକାରୀ ଦଳ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେଠାରେ ପହଞ୍ଚିଥିବା ଜଣେ ଅଧିକାରୀଙ୍କ କହିବା ଅନୁସାରେ ଘଟଣାସ୍ଥଳରେ ସେ ଏକ ବିଶାଳକାୟ ଅଜଗର ଦେଖିବାକୁ ପାଇଥିଲେ। ଯାହାର ଶରୀର ମଝିରେ ଫୁଲି ରହିଥିବାର ଦେଖିବାକୁ ମିଳିଥିଲା। ଜହରାଙ୍କୁ ଅଜଗର ଗିଳି ଦେଇଥିବାର ସନ୍ଦେହ କରା ଯାଇଥିଲେ। ଏହା ପରେ ଜଣେ ସ୍ୱେଚ୍ଛାସେବୀ ଅଜଗର ମୁଣ୍ଡକୁ ତଳ ଭାଗରୁ ଧରି ନେଇଥିଲେ। ଏହି ସମୟରେ ଅନ୍ୟମାନେ ଅଜଗରକୁ ପିଠି ପଟରୁ ପିଟିବା ଆରମ୍ଭ କରି ଦେଇଥିଲେ।  ଯାହା ଦ୍ୱାରା ଯଦି ଏହି ଅଜଗର କାହାକୁ ଗିଳି ଦେଇଛି ତାହେଲେ ଏହାକୁ ସେ ତାହାର ଶରୀର ମଧ୍ୟରୁ ବାହାର କରିଦେବ। ହେଲେ ଯେତେବେଳେ ଏହି ଉଦ୍ୟମ ସଫଳ ହେଲା ନାହିଁ, ସେତେବେଳେ ଘଟଣାସ୍ଥଳରେ ଉପସ୍ଥିତ ରହିଥିବା ଲୋକେ ଅଜଗର ପେଟକୁ ଚିରି ଦେଇଥିଲେ। ଏହି ସାପ ପେଟ ମଧ୍ୟରୁ ଜହରାଙ୍କ ମୃତଦେହ ବାହାର କରାଯାଇଥିଲା। 

ଏହି ଘଟଣାର ଭିଡ଼ିଓ ଏବେ ସୋସିଆଲ ମିଡି଼ଆ ଜରିଆରେ ଭାଇରାଲ ହେଉଛି। ଯେଉଁଥିରେ ଦେଖିବାକୁ ମିଳୁଛି ଘଟଣାସ୍ଥଳରେ ଉପସ୍ଥିତ ଲୋକ ଅଜଗରର ମଧ୍ୟଭାଗକୁ ଅତି ଯତ୍ନର ସହ ଖୋଲୁଛନ୍ତି। ଜାଣିବାକୁ ମିଳିଛି ଯେ ନିଖୋଜ ହୋଇ ଯାଇଥିବା ମହିଳା ଜହରାଙ୍କୁ ଅଜଗର ଗିଳି ଦେଇଥିଲା। ସ୍ଥାନୀୟ ତେର୍ଜୁନ ଗଜାହ ଗ୍ରାମର ମୁଖିଆ ଏଣ୍ଟୋ କହିଛନ୍ତି ସମସ୍ତେ ଏହି ଘଟଣା ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଆମେ ଯେଉଁ ମହିଳାଙ୍କୁ ଖୋଜୁଥିଲୁ ସେ ଏହି ବିଶାଳକାୟ ସାପର ପେଟରେ ଥିଲେ। ଏଣ୍ଟୋ ଅନୁମାନ କରିଛି ଯେ ଅଜଗର ମହିଳାଙ୍କୁ କାମୁଡ଼ିବା ପରେ ଗୁରେଇ ହେବା ସହ ଏବଂ ଗିଳିବା ପାଇଁ ଅତି କମରେ ୨ ଘଣ୍ଟା ସମୟ ନେଇ ଥାଇପାରେ।  ଗାଁ ମୁଖିଆ ଦାବି କରିଛନ୍ତି ଯେ ଏହି ଅଜଗର ତାଙ୍କ ଅଞ୍ଚଳର ନୁହେଁ। କାରଣ ଏତେ ଲମ୍ବା ବିଶାଳକାୟ ଅଜଗର ପୂର୍ବରୁ ଏଠାରେ କେବେ ଦେଖାଯାଇ ନଥିଲା।