Top 10 News Today:ଭୁବନେଶ୍ୱରରେ ପହଞ୍ଚିଲେ ଅଜିତ ଡୋଭାଲ, ଗୃହମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଆସୁଛନ୍ତି ଏବଂ ଅପରାହ୍ଣର ପ୍ରମୁଖ୍ୟ ଖବର
Advertisement
Article Detail0/zeeodisha/odisha2536529

Top 10 News Today:ଭୁବନେଶ୍ୱରରେ ପହଞ୍ଚିଲେ ଅଜିତ ଡୋଭାଲ, ଗୃହମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଆସୁଛନ୍ତି ଏବଂ ଅପରାହ୍ଣର ପ୍ରମୁଖ୍ୟ ଖବର

Top 10 News: ଚୁଟକୀରେ ପଢିନିଅନ୍ତୁ ଅପରାହ୍ଣର କିଛି ଗୁରୁତ୍ତ୍ୱପୂର୍ଣ୍ଣ ଖବର

Top 10 News Today:ଭୁବନେଶ୍ୱରରେ ପହଞ୍ଚିଲେ ଅଜିତ ଡୋଭାଲ, ଗୃହମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଆସୁଛନ୍ତି ଏବଂ ଅପରାହ୍ଣର ପ୍ରମୁଖ୍ୟ ଖବର

ଆସୁଛନ୍ତି ପ୍ରଧାନମନ୍ତ୍ରୀ, ପହଞ୍ଚିଲେ ଗୃହମନ୍ତ୍ରୀ
ଆଜିଠୁ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଛି ସର୍ବଭାରତୀୟ ଡିଜିପି ସମ୍ମିଳନୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଗୃହମନ୍ତ୍ରୀ ଅମିତ ଶାହ ବି ଏହି ସମ୍ମିଳନୀରେ ଯୋଗ ଦେବେ। ସେଥିନିମନ୍ତେ ଆଜିଠୁ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହ । ଅପରାହ୍ନରେ ମୋଦି ଓ ଶାହ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ଏହାପରେ ବିମାନବନ୍ଦର ନିକଟରେ ଆୟୋଜିତ ଏକ ସଭାରେ ଉଦବୋଧନ ଦେବେ ମୋଦି । ସେଠାରୁ ସିଧାସଳଖ ରାଜଭବନ ଯିବେ । ସନ୍ଧ୍ୟାରେ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଯିବେ । ସେଠାରେ ପ୍ରାୟ ୨ ଘଣ୍ଟା ରହିବେ। ଦଳର ବରିଷ୍ଠ ପଦାଧିକାରୀଙ୍କ ସମେତ ଜନପ୍ରତିନିଧିଙ୍କ ସହିତ କରିବେ ରୁଦ୍ଧଦ୍ୱାର ବୈଠକ। ଫୋକସରେ ରହିବ ସରକାର ଓ ସଂଗଠନ।

ପହଞ୍ଚିଲେ ଜାତୀୟ ସୁରକ୍ଷା ପରାମର୍ଶ ଦାତା ଅଜିତ ଡୋଭାଲ
ଭୁବନେଶ୍ୱରରେ ପହଞ୍ଚିଲେ ଜାତୀୟ ସୁରକ୍ଷା ପରାମର୍ଶଦାତା ଏନଏସଏ ଅଜିତ ଡୋଭାଲ । ବିମାନବନ୍ଦରରେ ସ୍ୱାଗତ କଲେ ପୋଲିସ ଡିଜି । ଓଡ଼ିଶାରେ ଆୟୋଜିତ ଡିଜି-ଆଇଜି ସମ୍ମିଳନୀରେ ସାମିଲ ହେବେ ଡୋଭାଲ । ଆଜିଠୁ ଭୁବନେଶ୍ୱରରେ ୫୯ ତମ ଡିଜି-ଆଇଜି ସମ୍ମିଳନୀ । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ସାମିଲ ହେବେ । ତିନି ଦିନ ଧରି ଭାରତର ସୁରକ୍ଷା ବ୍ୟବସ୍ଥା ଉପରେ ଡିଜିପି ସମ୍ମିଳନୀରେ ଚର୍ଚ୍ଚା ଓ ଆଲୋଚନା ହେବ । କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି ସମସ୍ତ ରାଜ୍ୟର ଡିଜି ଆଇଜିପି ଓ ବିଭିନ୍ନ ସୁରକ୍ଷା ବଳର ମୁଖ୍ୟ ।

ଆରମ୍ଭ ହେଲା ଡିଜିପି ସମ୍ମିଳନୀ
ଆଜିଠୁ ଭୁବନେଶ୍ୱରରେ ୫୯ ତମ ଡିଜି-ଆଇଜି ସମ୍ମିଳନୀ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ସାମିଲ ହେବେ। ତିନି ଦିନ ଧରି ଭାରତର ସୁରକ୍ଷା ବ୍ୟବସ୍ଥା ଉପରେ ଡିଜିପି ସମ୍ମିଳନୀରେ ଚର୍ଚ୍ଚା ଓ ଆଲୋଚନା ହେବ। କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି ସମସ୍ତ ରାଜ୍ୟର ଡିଜି ଆଇଜିପି ଓ ବିଭିନ୍ନ ସୁରକ୍ଷା ବଳର ମୁଖ୍ୟ। ଗୃହମନ୍ତ୍ରୀ ଅମିତ ଶାହ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ ସିଧାସଳଖ ଲୋକସେବା ଭବନ କନ୍‌ଭେନସନ୍‌ ହଲକୁ ଯିବେ। ସେଠାରେ ଡିଜି-ଆଇଜିପି ସମ୍ମିଳନୀକୁ ଉଦ୍‌ଘାଟନ କରିବେ। ରାତି ୮ଟା ପର୍ଯ୍ୟନ୍ତ ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା କରାଯିବ। ବୈଠକ ସରିବା ପରେ ଅମିତ ଶାହ ଆଇପିଏସ୍‌ ମେସ୍‌କୁ ଯାଇ ରାତ୍ରିଯାପନ କରିବେ ବୋଲି ସୂଚନା ମିଳିଛି।

କଡ଼ା ସୁରକ୍ଷା ବଳୟରେ ରାଜଧାନୀ
ଆଜିଠୁ ତିନିଦିନ ଯାଏ ରାଜଧାନୀ ଭୁବନେଶ୍ୱର ସହରର ଗଳି କନ୍ଦିରେ ରହିବ କଡ଼ା ସୁରକ୍ଷା ପହରା।  ଲୋକଙ୍କ ଯାତାୟାତଠୁ ଆରମ୍ଭ କରି ସ୍କୁଲ୍‍, କଲେଜ, ହାଟ, ବଜାର ସବୁଠି ଲାଗିଗଲାଣି କଟକଣା। କାରଣ ଦେଶର ଆଭ୍ୟନ୍ତରୀଣ ସୁରକ୍ଷାର ସମସ୍ତ ଶୀର୍ଷ ନେତୃତ୍ୱ ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଆଉ କିଛିସମୟ ପରେ ଏଠାରେ ଆରମ୍ଭ ହେବାକୁ ଯାଉଛି ଅନ୍ତରୀଣ ସୁରକ୍ଷାର ମହା ସମ୍ମିଳନୀ- ୫୯ତମ ଡିଜି ପୁଲିସ ସମ୍ମିଳନୀ। ଏହି ସମ୍ମିଳନୀ ସାରା ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ସମ୍ମିଳନୀ ଭାବେ ଗ୍ରହଣ କରାଯାଏ। ଦେଶର ଆନ୍ତରୀଣ ସମମ୍ୟାକୁ କିପରି ମୁକାବିଲା କରାଯାଇପାରିବ, ଦେଶର ନେତୃତ୍ୱଙ୍କ ଲକ୍ଷ୍ୟ ତଥା ତାହାକୁ ସଫଳତାର ସହ ହାସଲ କରିବା ଲାଗି ନୀତି ନିର୍ଦ୍ଧାରଣ କରିବା ହେଉଛି ଏହି ସମ୍ମିଳନୀର ଉଦ୍ଦେଶ୍ୟ। ସେଥିଲାଗି ଦେଶର ଗୁଇନ୍ଦା ମୁଖ୍ୟଙ୍କଠାରୁ ଆରମ୍ଭ କରି ସୁରକ୍ଷା ପରାମର୍ଶଦାତା ତଥା ଗୃହମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଏହି ସମ୍ମିଳନୀରେ ଯୋଗ ଦେବାକୁ ଯାଉଛନ୍ତି। 

ରାଜଧାନୀରେ ଆଜି ଦିନ ଗୋଟାଏ ପରେ ସବୁ ସ୍କୁଲ ଛୁଟି
ରାଜଧାନୀ ଭୁବନେଶ୍ୱରରେ ଆଜି ହାଫ୍ ଡେ' ସ୍କୁଲ । ଦିନ ଗୋଟାଏ ଯାଏଁ ଖୋଲା ରହିବ ସବୁ ସ୍କୁଲ୍ । ଦିନ ଗୋଟାଏ ପରେ ସବୁ ସ୍କୁଲ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଶାହଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଏହି ଘୋଷଣା କରାଯାଇଛି । ଟ୍ରାଫିକ କଟକଣା ଯୋଗୁ ଯାତାୟତ କରିବାରେ ପିଲାମାନେ ଅସୁବିଧାରେ ସମ୍ମୁଖୀନ ହେବେ । ଏହି ଆଶଙ୍କାରେ ଆଜି ହାଫ୍ ଡେ' ସ୍କୁଲ କରାଯିବା ପାଇଁ ଘୋଷଣା ହୋଇଛି ।

ରାଜ୍ୟରେ ଶୀତ ଲହରୀ ଜାରି
ରାଜ୍ୟରେ ଜାରି ରହିଛି ଶୀତର ଲହରୀ। ଆକାଶ ମେଘୁଆ ରହିପାରେ। ପାଣିପାଗ ବିଭାଗର ତାଜା ସୂଚନା ଅନୁସାରେ,  ତାମିଲନାଡୁ ଓ ଶ୍ରୀଲଙ୍କା ଉପକୂଳରେ ହେବାକୁ ଥିବା ବାତ୍ୟା ପ୍ରଭାବରେ ରାଜ୍ୟରେ କାଁ ଭାଁ ବର୍ଷା ହୋଇପାରେ। ଉପକୂଳ ଏବଂ ଦକ୍ଷିଣ ଓଡିଶାରେ କାଁ ଭାଁ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ଆଜି , ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, କଟକ, ଖୋର୍ଦ୍ଧା, ଗଂଜାମ, ନୟାଗଡ, ଗଜପତି, ଗଂଜମ , କୋରାପୁଟ୍, ମାଲକାନଗିରି  ଜିଲ୍ଲାର ଗୋଟିଏ ୨ ଟି ଜାଗାରେ ହାଲୁକାରୁ ମଧ୍ୟମ ଧରଣର  ବର୍ଷା ହେବାର ସମ୍ଭାବନା ରହିଛି। ବାକି ଅଞ୍ଚଳରେ ପାଗ ଶୁଖିଲା ରହିବ। ସୁନ୍ଦରଗଡ, କେନ୍ଦୁଝର,କନ୍ଧମାଳ ଓ କଳାହାଣ୍ତିରେ ଗୋଟିଏ ଦୁଇଟି ସ୍ଥାନରେ ମଧ୍ୟମ ଧରଣର କୁହୁଡି ହୋଇପାରେ।

ବାଲିଷ୍ଟିକ ମିସାଇଲର ସଫଳ ପରୀକ୍ଷଣ
ପ୍ରଥମ ଥର ପାଇଁ ଭାରତୀୟ ନୌସେନା  ବୁଡ଼ା ଜାହାଜ ଆଇଏନଏସ ଆରିଘାତରୁ କେ -୪ ବାଲିଷ୍ଟିକ ମିସାଇଲର ସଫଳ ପରୀକ୍ଷଣ କରିଛି । ଏହି ନବନିର୍ମିତ କ୍ଷେପଣାସ୍ତ୍ରର ରେଞ୍ଜ 3500କିମି ରହିଛି । ନଭେମ୍ବର 27ରୁ 30 ମଧ୍ୟରେ ବଙ୍ଗୋପସାଗରରେ 3490 କିମି ଉଡ଼ାଣ କରିଡରରେ ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ରର ପରୀକ୍ଷଣ ପାଇଁ ଭାରତ କିଛି ଦିନ ପୂର୍ବରୁ ସାର୍ବଜନୀନ କ୍ଷେତ୍ର ଚେତାବନୀ ଓ ଏୟାରମ୍ୟାନ କୁ ନୋଟିସ ଜାରି କରିଥିଲା ।

ମହାରାଷ୍ଟ୍ରରେ ଟ୍ୱିଷ୍ଟ୍; ସରକାର ଗଠନ ପୂର୍ବରୁ ଗାଁକୁ ପଳେଇଲେ ସିନ୍ଦେ
ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ମହାୟୁତିର ମହାବିଜୟ ପରେ ସରକାର ଗଠନ ନେଇ ଲାଗି ରହିଛି ଅନିଶ୍ଚିତତା। ଏହାରି ମଧ୍ୟରେ ଆଉ ଏକ ଟ୍ୱିଷ୍ଟ ଦେଖିବାକୁ ମିଳିଛି। ମନ୍ତ୍ରୀପଦ ବଣ୍ଟନ ନେଇ ଆଜି ମହାୟୁତି ମହାମେଣ୍ଟର ଜରୁରୀ ବୈଠକ ବସିବାର ଥିଲା, ମାତ୍ର ଏହା ପୂର୍ବରୁ ଗାଁକୁ ପଳାଇଛନ୍ତି ଏକନାଥ ସିନ୍ଦେ। ଗତକାଲି ତିନି ଦଳର ପ୍ରମୁଖ ନେତା ବିଜେପିର ଦେବେନ୍ଦ୍ର ଫଡନାଭିସ୍, ଶିବସେନାର ଏକନାଥ ସିନ୍ଦେ ଏବଂ ଏନସିପିର ଅଜିତ ପାୱାର ଦିଲ୍ଲୀରେ ଅମିତ ଶାହ ଏବଂ ଜେପି ନଡ୍ଡାଙ୍କୁ ଭେଟିବା ପରେ ମୁମ୍ବାଇ ଫେରିଥିଲେ। ସେଠାରେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ପଦ ବଣ୍ଟନ ନେଇ ଆଲୋଚନା ହୋଇଥିଲା।

ଓଡ଼ିଶାକୁ ମିଳିଛି ସ୍ୱାସ୍ଥ୍ୟ ଭିତ୍ତିଭୂମୀ ଲାଗି ୪୩୦ କୋଟି ଟଙ୍କା
ଆଜି ତୃତୀୟ ଦିନରେ ଗୃହକାର୍ଯ୍ୟ ଆରମ୍ଭ କରିବାକୁ ଯାଇ ବାଚସ୍ପତି ଓମ ବିର୍ଲା କର୍ଣ୍ଣାଟକର ସଦସ୍ୟ ଯଦୁବୀର ୱାଡିଆରଙ୍କ ପ୍ରଶ୍ନର ଉତ୍ତର ଦେବାକୁ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଆଦେଶ ଦେଇଥିଲେ। ସ୍ୱାସ୍ଥ୍ୟ ମନ୍ତ୍ରୀ ଏ ବାବଦରେ କହିଛନ୍ତି ଯେ ସରକାର ସମଗ୍ର ଦେଶରେ ସ୍ୱାସ୍ଥ୍ୟ ବିଭାଗରେ ପ୍ରାଥମିକ ସ୍ୱାସ୍ଥ୍ୟ ପରିଚାଳନା କ୍ଷେତ୍ରରେ ପିଏମ ଭୀମ ବା ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମୀ ମିଶନ କାର୍ଯ୍ୟକାରୀ କରୁଛନ୍ତି। ଏହି କ୍ରମରେ ପ୍ରାଥମିକ ସ୍ତରରୁ ଆରମ୍ଭ କରି ଦ୍ୱିତୀୟ ଏବଂ ତୃତୀୟ ସ୍ତର ଯାଏଁ ଭିତ୍ତିଭୂମୀ ବିକାଶ କରାଯାଉଛି। କେନ୍ଦ୍ର ସରକାର ଏବାବଦରେ ୬୪୧୮୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା ରଖିଛନ୍ତି। ୨୦୨୧-୨୨ରୁ ଏହି ଯୋଜନା ଆରମ୍ଭ ହୋଇଛି ଯାହା ୨୦୨୫-୨୬ ଯାଏଁ ଚାଲିବ। ତେବେ ସ୍ୱାସ୍ଥ୍ୟ ଭିତ୍ତିଭୂମୀ ଉନ୍ନୟନ କ୍ଷେତ୍ର ସହିତ ଜଡ଼ିତ ବିଭିନ୍ନ ଯୋଜନା ଅଧିନରେ ମୋଟ ୪୩୦ କୋଟି ଟଙ୍କା ପ୍ରଦାନ କରାଯାଇଛି। 

ଚାମ୍ପିଅନସ ଟ୍ରଫି ଆୟୋଜନକୁ ନେଇ ଆଇସିସିର ବୈଠକ
ପାକିସ୍ତାନରେ ପ୍ରସ୍ତାବିତ ଚାମ୍ପିଅନ୍ସ ଟ୍ରଫି ଉପରେ ଆଇସିସି ଆଜି ଏହାର ନିଷ୍ପତ୍ତି ଦେଇପାରେ। ଆଜି ଶୁକ୍ରବାର ୨୯ ନଭେମ୍ବରରେ ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ ବୋର୍ଡର ଏକ ଭର୍ଚୁଆଲ୍ ବୈଠକ ହେବାକୁ ଯାଉଛି। ବିଶେଷ କରି ଭାରତ ଏବଂ ପାକିସ୍ତାନର ପ୍ରତିନିଧୀମାନେ ମଧ୍ୟ ଏଥିରେ ଅଂଶଗ୍ରହଣ କରିବେ। ପାକିସ୍ତାନ ଯିବାକୁ ଭାରତ ସ୍ପଷ୍ଟ ଭାବେ ମନା କରିଦେଇଛି। ଏହା ପରେ ପାକିସ୍ତାନରେ ଚାମ୍ପିଅନସ ଟ୍ରଫି ଆୟୋଜନକୁ ନେଇ ମୁଣ୍ଡ ବିନ୍ଧା ବଢିବାରେ ଲାଗିଛି। ପିସିବି କୌଣସି ପରିସ୍ଥିତିରେ ଭାରତକୁ ନିଜ ଦେଶକୁ ଆମନ୍ତ୍ରଣ କରିବାକୁ ଚାହୁଁଛି କିନ୍ତୁ ବିସିସିଆଇ ଆଇସିସିକୁ କହିଛି ଯେ ଭାରତ କୌଣସି ସ୍ଥିତିରେ ପାକିସ୍ତାନ ଯିବ ନାହିଁ। ଭାରତ ପାକିସ୍ତାନ ଯିବାକୁ ମନା କରିବା ପରେ ହାଇବ୍ରିଡ ମଡେଲ ଅଧୀନରେ ଏହି ଟୁର୍ନାମେଣ୍ଟ ଆୟୋଜିତ ହେବା ନେଇ ଚର୍ଚ୍ଚା ଜୋର ଧରିଛି।