Puri News: ଜଗା ଦର୍ଶନ ପାଇଁ ଲାଗୁ ହେବ କି ପାଇଁ ସ୍ଲଟ୍ ବୁକିଂ ବ୍ୟବସ୍ଥା?
Advertisement
Article Detail0/zeeodisha/odisha2311601

Puri News: ଜଗା ଦର୍ଶନ ପାଇଁ ଲାଗୁ ହେବ କି ପାଇଁ ସ୍ଲଟ୍ ବୁକିଂ ବ୍ୟବସ୍ଥା?

Puri News: ଆଗକୁ ଆସୁଛି ରଥଯାତ୍ରା। ଆଉ ତା ପୂର୍ବରୁ ପୁରୀରେ ଭକ୍ତଙ୍କ ପ୍ରବଳ ଭିଡ଼ ବଢିବାରେ ଲାଗିଛି । ଖାସ୍ କରି ଯେବେ ଠାରୁ ଚାଲିଦ୍ବାର ଖୋଲିଲା ସେବେଠାରୁ ପୁରୀକୁ ଭକ୍ତଙ୍କ ସୁଅ ଛୁଟୁଛି। ଭିଡ ଯୋଗୁଁ ଭକ୍ତମାନେ ଶୃଙ୍ଖଳିତ ଭାବେ ଦର୍ଶନ କରିପାରୁ ନାହାଁନ୍ତି। ଯାହାକୁ ନେଇ ଅସନ୍ତୋଷ ବଢିବାରେ ଲାଗିଛି। 

Puri News: ଜଗା ଦର୍ଶନ ପାଇଁ ଲାଗୁ ହେବ କି ପାଇଁ ସ୍ଲଟ୍ ବୁକିଂ ବ୍ୟବସ୍ଥା?

Puri News: ଆଗକୁ ଆସୁଛି ରଥଯାତ୍ରା। ଆଉ ତା ପୂର୍ବରୁ ପୁରୀରେ ଭକ୍ତଙ୍କ ପ୍ରବଳ ଭିଡ଼ ବଢିବାରେ ଲାଗିଛି । ଖାସ୍ କରି ଯେବେ ଠାରୁ ଚାଲିଦ୍ବାର ଖୋଲିଲା ସେବେଠାରୁ ପୁରୀକୁ ଭକ୍ତଙ୍କ ସୁଅ ଛୁଟୁଛି। ଭିଡ ଯୋଗୁଁ ଭକ୍ତମାନେ ଶୃଙ୍ଖଳିତ ଭାବେ ଦର୍ଶନ କରିପାରୁ ନାହାଁନ୍ତି। ଯାହାକୁ ନେଇ ଅସନ୍ତୋଷ ବଢିବାରେ ଲାଗିଛି। ତେବେ, ଏହାରି ଭିତରେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଏକ ସାକ୍ଷତାକାର ଦେଖିବାକୁ ମିଳିଛି।  ସେ ଏହି ସାକ୍ଷାତକାରରେ ନିଜର ପ୍ରତିକ୍ରିୟା ରଖିଛନ୍ତି। 

ALSO READ: Weather Update: ଆଜି ରାଜ୍ୟରେ ପ୍ରବଳ ବର୍ଷା ନେଇ ଏହି ସବୁ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି

ALSO READ: Today Horoscope: ଆଜି ସତର୍କ ରୁହନ୍ତୁ ଏହି ସବୁ ରାଶି, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶୁକ୍ରବାର?

 ଶ୍ରଦ୍ଧାଳୁଙ୍କ ଗହଳି କମାଇବା ପାଇଁ ସେ ଏକ ଆପ୍ସ ଡେଭଲପମେଣ୍ଟ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଯେଉଁଥିରେ ଅନ୍ ଲାଇନ୍ ସ୍ଲଟ ବୁକିଂ ଭଳି ବ୍ୟବସ୍ଥା ରହିବ। ଏବଂସ୍ଲଟ ବୁକିଂ ନମ୍ବରକୁ ରିସେପସନରେ ଦେଖାଇଲେ ମନ୍ଦିର ଭିତରକୁ ପ୍ରବେଶ ପାଇଁ ଅନୁମତି ମିଳିବ। ସ୍ଲଟ୍ ବୁକିଂରେ ଯଦି ସମୟ ଅପରାହ୍ନ ଗୋଟାଏ ସମୟ ଦେଖାଇବ। ତାହେଲେ ସମ୍ପକ୍ତ ବ୍ୟକ୍ତି ପୁରୀର ଅନ୍ୟ ସ୍ଥାନ ବୁଲିପାରିବେ। ଆଉ ଗୋଟାଏ ବେଳକୁ ମନ୍ଦିର ପାଖରେ ଆସି ପହଂଚିଲେ ସ୍ଲଟ ବୁକିଂ ନମ୍ବର ଦେଖାଇ ମନ୍ଦିର ଭିତରେ ପ୍ରବେଶ କରି ଦର୍ଶନ କରିପାରିବେ। ଏପରି କଲେ ନିର୍ଦ୍ଦିଷ୍ଟ ଶ୍ରଦ୍ଧାଳୁ ମନ୍ଦିର ଭିତରେ ଦର୍ଶନ କରିପାରିବେ। ଯାହାକୁ ପରିଚାଳନା କରିବ ସହଜ ହେବ ।  କିନ୍ତୁ କୋଭିଡ ପରଠାରୁ ଶ୍ରୀମନ୍ଦିରେ ପ୍ରବେଶ କଟକଣା ରହିଥିଲା। କିନ୍ତୁ ପରିକ୍ରମା ପ୍ରକଳ୍ପ ପରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢିଛି। ସେପଟେ, ରତ୍ନ ଭଣ୍ତାର ନେଇ ଗଜପତି ମହାରାଜ କହିଛନ୍ତି ଯେ, ରତ୍ନ ଭଣ୍ତାର ଗଣତି,  ମରମତି ଆବଶ୍ୟକ।