Odisha News: ଆଜିଠୁ ୨ ଦିନିଆ ଜିଲ୍ଲାପାଳ ସମ୍ମିଳନୀ
Advertisement
Article Detail0/zeeodisha/odisha2448561

Odisha News: ଆଜିଠୁ ୨ ଦିନିଆ ଜିଲ୍ଲାପାଳ ସମ୍ମିଳନୀ

Odisha News: ଆଜିଠାରୁ ଲୋକସେବା କନଭେନସନ ହଲରେ ଅନୁଷ୍ଠିତ ହେବ ୨ ଦିନିଆ ଜିଲ୍ଲାପାଳ ସମ୍ମିଳନୀ।   ନୂଆ ସରକାରଙ୍କ ଏହି  ପ୍ରଥମ ଜିଲ୍ଲାପାଳ ସମ୍ମିଳନୀରେ  କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରମୁଖ ଜନ କଲ୍ୟାଣ ଯୋଜନାକୁ କାର୍ଯ୍ୟକାରୀ କରିବା ସହ  ରାଜ୍ୟର ବିକାଶକୁ  ଆଗକୁ ନେବାକୁ ପ୍ରସ୍ତୁତ ହେବ ରୋଡ୍ ମ୍ୟାପ୍।

Odisha News: ଆଜିଠୁ ୨ ଦିନିଆ ଜିଲ୍ଲାପାଳ ସମ୍ମିଳନୀ
Odisha News: ଆଜିଠାରୁ ଲୋକସେବା କନଭେନସନ ହଲରେ ଅନୁଷ୍ଠିତ ହେବ ୨ ଦିନିଆ ଜିଲ୍ଲାପାଳ ସମ୍ମିଳନୀ।   ନୂଆ ସରକାରଙ୍କ ଏହି  ପ୍ରଥମ ଜିଲ୍ଲାପାଳ ସମ୍ମିଳନୀରେ  କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରମୁଖ ଜନ କଲ୍ୟାଣ ଯୋଜନାକୁ କାର୍ଯ୍ୟକାରୀ କରିବା ସହ  ରାଜ୍ୟର ବିକାଶକୁ  ଆଗକୁ ନେବାକୁ ପ୍ରସ୍ତୁତ ହେବ ରୋଡ୍ ମ୍ୟାପ୍। ଆଇନ ଶୃଙ୍ଖଳାକୁ ଅଗ୍ରାଧିକାର ଦେଇ ଦ୍ବୀତିୟ ଦିନ  ଏମପିମାନେ ମଧ୍ୟ  ଏହି ସମ୍ନିଳନୀରେ ସାମିଲ୍ ହେବେ। ଆଜି ୯ଟା ୧୫ରୁ ସମ୍ନିଳନୀ ଆରମ୍ଭ ହେବ।  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ମିଳନୀକୁ ଉଦଘାଟନ କରିବେ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା କିଭଳି ଯୋଗ୍ୟ ହିତାଧିକାରୀଙ୍କ  ନିକଟରେ ପହଞ୍ଚିବ  ସେନେଇ ଯୋର ଦିଆଯିବା। 
 
 
ନିକଟରେ ରାଜ୍ୟ ସରକାର ଆରମ୍ଭ କରିଥିବା ସୁଭଦ୍ରା ଯୋଜନା ସହ ଆଗକୁ  ଆୟୁଷ୍ମାନ ଭାରତ ମଧ୍ୟ ଲାଗୁ ହେବା ଉପରେ ଆଲୋଚନା କରାଯିବ। ଏହି ଯୋଜନାରୁ ଯେଭଳି ଜଣେ ହିତାଧିକାରୀ ବଞ୍ଚିତ ନ ହୁଅନ୍ତି । ସେଥିପ୍ରତି ଧ୍ୟାନ ଦେବାକୁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେବେ ମୁଖ୍ୟମନ୍ତ୍ରୀ। ସମ୍ମିଳନୀର ଦ୍ବୀତିୟ ଦିନରେ ଏହି ସମ୍ମିଳନୀରେ ଏମପିମାନେ ଯୋଗ ଦେବେ।   ଏହି ସମ୍ମିଳନୀରେ ପୋଲିସ ଡିଜି ୱାଇବି ଖୁରାନିଆ ସ୍ୱାଗତ ଅଭିଭାଷଣ ରଖିବେ । ମୁଖ୍ୟ ସଚିବ ମନୋଜ ଆହୁଜା ସମ୍ମିଳନୀ ସମ୍ପର୍କରେ ସମ୍ୟକ ସୂଚନା ଦେବାପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପ୍ରାୟ ୨୫ମିନିଟ୍ ଧରି ଏସପିମାନଙ୍କୁ ଗୁରୁମନ୍ତ୍ର ଦେବେ ବୋଲି ସ୍ଥିର ହୋଇଛି। ଥାନାରେ ଲୋକମାନଙ୍କୁ ନ୍ୟାୟ ମିଳିବା ସହ ଆଇନ୍ ଶୃଙ୍ଖଳା ନିୟନ୍ତ୍ରଣ  ନେଇ ସମ୍ମିଳନୀରେ ଚର୍ଚ୍ଚା ହେବ।