Vigilance IT Raid: ରାଜ୍ୟର ବିଭିନ୍ନ ସ୍ଥାନରେ ଭିଜିଲାନ୍ସ,ଏବଂ ଆୟକର ଚଢାଉ
Latest Odisha News: ଲାଞ୍ଚ ଏବଂ ଆର୍ଥିକ କାରବାର ମାମଲାରେ ରାଜ୍ୟର ବିଭିିନ୍ନ ସ୍ଥାନରେ ଭିଜିଲାନ୍ସ ଏବଂ ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଇଛି।
Trending Photos
)
Vigilance IT Raid in Odisha: ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଛି ଭିଜିଲାନ୍ସ। କେନ୍ଦୁଝର ଜିଲ୍ଲା ଘଟଗାଁ ତହସିଲ ଅଫିସର ଜୁନିଅର ରେଭିନ୍ୟୁ ଆସିଷ୍ଟାଣ୍ଟ ଦେବାଶିଷ ପଣ୍ଡା ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡି ବସିଛି ଭିଜିଲାନ୍ସ। ଏନେଇ ମିଳିଥିବା ଅନୁଯାୟୀ ଟାଙ୍ଗରତଳି ଗ୍ରାମର ବନମାଳି ପଲେଇଙ୍କ ଠାରୁ ଜମି ଭାଗବଣ୍ଟା ମାମଲାର ସମାଧାନ ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ଜୁନିଅର ରେଭିନ୍ୟୁ ଆସିଷ୍ଟାଣ୍ଟ। ହେଲେ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରପଡିଛନ୍ତି ଦେବାଶିଷ ପଣ୍ଡା। ଭିଜିଲାନ୍ସ ଟିମ ତାକୁ ଗିରଫ କରି ଏହି ମାମଲାରେ ଅଧିକ ତଦନ୍ତ ଜାରି ରଖିଛି।
ସେହିପରି ଭଦ୍ରକ ଜିଲ୍ଲାରେ କଂଗ୍ରେସ ନେତା ଦଳର ଚାନ୍ଦବାଲି ଆସନର ପୂର୍ବତନ ବିଧାୟକ ପ୍ରାର୍ଥୀ ଦିଗମ୍ବର ଦାସଙ୍କ ଘରେ ଚଢ଼ାଉ କରିଛି ଆୟକର ବିଭାଗ। ଜିଲ୍ଲା ଚାନ୍ଦବାଲି ବ୍ଲକ ଵାଂଶଡା ପଞ୍ଚାୟତ ଛେଡାକ ଗ୍ରାମରେ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ପ୍ରାର୍ଥୀ ଦିଗମ୍ବର ଦାସଙ୍କ ଵାସ ଭବନରେ ଅଚାନକ ଆୟକର ବିଭାଗ ଚଢାଉ କରିଥିଲା। ଆୟକର ବିଭାଗର ଏକ ୫ ଜଣିଆ ଟିମ୍ ଘରେ ପହଞ୍ଚି ଖୋଳତାଡ଼ ଆରମ୍ଭ କରିଥିଲା। ପୂର୍ବରୁ ଅନେକ ଅଭିଯୋଗ ହୋଇଥିଵା ବେଳେ ଗୁରୁବାର ସକାଳ ସମୟରେ କୋଟିପତି ତଥା ପୂର୍ବତନ କଂଗ୍ରେସ ବିଧାୟକ ପ୍ରାର୍ଥୀଙ୍କ ଘରେ ଆୟକର ବିଭାଗ ଟିମ ଚଢାଉ କରିଥିଲା। ଚଢାଉ ବେଳେ ଆୟକର ବିଭିନ୍ନ ପ୍ରକାର କାଗଜ ପତ୍ର ଯାଞ୍ଚ କରୁଥିଲାl ଦିଗମ୍ବର ଦାସ ଏକ ଚିଙ୍ଗୁଡ଼ି ଫାଇନାନ୍ସ କମ୍ପାନୀ ଏଜେନ୍ସି ନେଇଥିବାର ଖବର ମିଳିଥିଲା।
ଅନ୍ୟପଟେ କେଉଁଝର ଜିଲ୍ଲାର ଚମ୍ପୁଆ ଆସନର ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟଙ୍କ ବିଭିନ୍ନ ଠିକଣା ଉପରେ ଚଢ଼ାଉ କରିଥିଲା ଆୟକର ବିଭାଗ। କେଉଁଝର ଜିଲ୍ଲାର ଯୋଡ଼ା ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଥିଲା। ପୂର୍ବତନ ଚମ୍ପୁଆଙ୍କ ବିଭିନ୍ନ ଠିକଣାରେ ଚଢାଉ କରିଥିଲା ଆୟକର ବିଭାଗ। ଟ୍ୟାକ୍ସ ଫାଙ୍କିବା ଅଭିଯୋଗରେ ଆୟକର ବିଭାଗ ପକ୍ଷରୁ ପୂର୍ବତନ ବିଧାୟକଙ୍କ ବିଭିନ୍ନ ସ୍ଥାନ ଉପରେ ଏକକାଳୀନ ଚଢାଉ ହୋଇଥିଲା। ଗୁରୁବାର ସକାଳେ ଯୋଡ଼ା ସାଇ ମନ୍ଦିର ନିକଟସ୍ଥ ବାସ ଭବନ ଏବଂ ବନେଇକଳା ଛକ ଠାରେ ରହିଥିବା ଖଣି କାର୍ଯ୍ୟାଳୟରେ ଆୟକର ବିଭାଗ ଅଧିକାରୀ ପହଞ୍ଚି କଡ଼ା ସୁରକ୍ଷା ବଳୟ ଭିତରେ ଚଢ଼ାଉ କରିଥିଲେ।
ଜିତୁ ପଟ୍ଟନାୟକଙ୍କ ବ୍ୟବସାୟ ସମ୍ବନ୍ଧୀୟ ସମସ୍ତ ନେଣଦେଣକୁ ନେଇ ଛାନାଭିନ କରୁଛି ଆୟକର ବିଭାଗ। ଆୟକର ବିଭାଗ ଚଢ଼ାଉ ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଭିତରକୁ ଯିବାପାଇଁ ଅନୁମତି ଦିଆଯାଇ ନଥିଲା କିମ୍ବା ଚଢ଼ାଉ ସମ୍ପର୍କରେ କୌଣସି ସୂଚନା ଦେଇନଥିଲେ ଆୟକର ଅଧିକାରୀ। ଆୟକର ଚଢାଉ ବାବଦରେ ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକଙ୍କୁ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇ ପାରିନାହିଁ।
More Stories