ଆଜି ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକ; ଅତିରିକ୍ତ ବଜେଟକୁ ମିଳିପାରେ ଅନୁମୋଦନ
Advertisement
Article Detail0/zeeodisha/odisha2526752

ଆଜି ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକ; ଅତିରିକ୍ତ ବଜେଟକୁ ମିଳିପାରେ ଅନୁମୋଦନ

Additional budget: ବିଧାନସଭାର ଶୀତ ଅଧିବେଶନ ନଭେମ୍ବର ୨୬ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଆଗାମୀ ଅଧିବେଶନରେ ଆମ୍ବ ଟାକୁଆଜନିତ ମୃତ୍ୟୁ, ଭରତପୁର ଥାନା ଘଟଣା, ରାସନ୍ କାର୍ଡ, ମେଘନାଦ ପାଚେରୀରେ ଫାଟ ଏବଂ ଧାନ ମଣ୍ଡି ଆଦି ପ୍ରସଙ୍ଗରେ ସରଗରମ ହେବା ଆଶଙ୍କା କରାଯାଉଛି। ଆକ୍ରମଣ-ପ୍ରତି ଆକ୍ରମଣରେ ବେଶ୍‌ କମ୍ପିଥିଲା ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ। 

ଆଜି ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକ; ଅତିରିକ୍ତ ବଜେଟକୁ ମିଳିପାରେ ଅନୁମୋଦନ

ଭୁବନେଶ୍ଵର: ଆଜି ଅପରାହ୍ଣରେ ବସିବ ରାଜ୍ୟ ମନ୍ତ୍ରୀ ପରିଷଦର ଗୁରୁତ୍ବପୂର୍ଣ୍ଣ ବୈଠକ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଧ୍ୟକ୍ଷତାରେ ବସିବାକୁ ଥିବା ବୈଠକରେ ଅତିରିକ୍ତ ବଜେଟ୍ କୁ ଅନୁମୋଦନ ମିଳିପାରେ। ମନ୍ତ୍ରୀ ପରିଷଦ ବୈଠକ ପରେ କ୍ୟାବିନେଟ୍‌ ବୈଠକ ଆରମ୍ଭ ହେବ। ଆସନ୍ତା ୨୬ ତାରିଖରୁ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେଉଥିବା ସରକାର ପ୍ରଥମ ଅତିରିକ୍ତ ବଜେଟ୍ ଆଣିବେ। ଏନେଇ ବିଭିନ୍ନ ବିଭାଗ ଅତିରିକ୍ତ ବଜେଟ୍ ପାଇଁ ପ୍ରସ୍ତାବ ଦେଇଛନ୍ତି। କ୍ୟାବିନେଟ୍‌ରେ ମଧ୍ୟ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ଲାଗିପାରେ ମୋହର। 

ସୂଚନାଯୋଗ୍ୟ ଯେ, ବିଧାନସଭାର ଶୀତ ଅଧିବେଶନ ନଭେମ୍ବର ୨୬ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଆଗାମୀ ଅଧିବେଶନରେ ଆମ୍ବ ଟାକୁଆଜନିତ ମୃତ୍ୟୁ, ଭରତପୁର ଥାନା ଘଟଣା, ରାସନ୍ କାର୍ଡ, ମେଘନାଦ ପାଚେରୀରେ ଫାଟ ଏବଂ ଧାନ ମଣ୍ଡି ଆଦି ପ୍ରସଙ୍ଗରେ ସରଗରମ ହେବା ଆଶଙ୍କା କରାଯାଉଛି। ଆକ୍ରମଣ-ପ୍ରତି ଆକ୍ରମଣରେ ବେଶ୍‌ କମ୍ପିଥିଲା ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ।