Odisha News: ମହାପୁରୁଷ ଅତିବଡ଼ି ଜଗନ୍ନାଥ ଦାସଙ୍କ ଆବିର୍ଭାବ ଦିବସ , ଜାଣନ୍ତୁ ତାଙ୍କ ବିଷୟରେ କିଛି ରୋଚକ କଥା...
Odisha News: ୧୫ଶହ ଶତାବ୍ଦୀରେ ଉତ୍କଳୀୟ ବୈଷ୍ଣବ ବାଦର ପ୍ରଚାରକ ଥିଲେ ୫ ଜଣ ମହନ୍ତ ଯିଏ ପଞ୍ଚ ସଖା ନାମରେ ପରିଚିତ । ଉତ୍କଳରେ ପ୍ରାତଃସ୍ମରଣୀୟ ମହାପୁରୁଷ , ସିଦ୍ଧସାଧକ , ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ (lord jagannath)ଭକ୍ତ , ସଂସ୍କାରବାଦୀ କବି ମାନଙ୍କ ମଧ୍ୟରେ ଅତିବଡ଼ି ଜଗନ୍ନାଥ ଦାସ (Atibadi Jagannatha Dasa) ଥିଲେ ଅନ୍ୟତମ।
Trending Photos
)
Odisha News: ୧୫ଶହ ଶତାବ୍ଦୀରେ ଉତ୍କଳୀୟ ବୈଷ୍ଣବ ବାଦର ପ୍ରଚାରକ ଥିଲେ ୫ ଜଣ ମହନ୍ତ ଯିଏ ପଞ୍ଚ ସଖା ନାମରେ ପରିଚିତ । ଉତ୍କଳରେ ପ୍ରାତଃସ୍ମରଣୀୟ ମହାପୁରୁଷ , ସିଦ୍ଧସାଧକ , ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ (lord jagannath)ଭକ୍ତ , ସଂସ୍କାରବାଦୀ କବି ମାନଙ୍କ ମଧ୍ୟରେ ଅତିବଡ଼ି ଜଗନ୍ନାଥ ଦାସ (Atibadi Jagannatha Dasa) ଥିଲେ ଅନ୍ୟତମ। ଉତ୍କଳର ତତ୍କାଳୀନ ଗଜପତି ଶ୍ରୀ କପିଳେନ୍ଦ୍ରଦେବ , ପୁରୁଷୋତ୍ତମ କ୍ଷେତ୍ରର ଅନତି ଦୂରରେ ଗଜପତି କପିଳେନ୍ଦ୍ରଦେବଙ୍କ ଦ୍ଵାରା ପ୍ରତିଷ୍ଠିତ କପିଳେଶ୍ୱରପୁର ନାମକ ଜଣେ ବ୍ରାହ୍ମଣ ଶାସନ ଅବସ୍ଥିତ। ସେଠାରେ ଭଗବାନ ପୁରାଣ ପଣ୍ଡା ନାମକ ଜଣେ ଦରିଦ୍ର ବ୍ରାହ୍ମଣ ନିଜ ଧର୍ମ ପତ୍ନୀ ପଦ୍ମାବତୀଙ୍କ ସହ ବସବାସ କରୁଥିଲେ। ବିଶିଷ୍ଟ ସଂସ୍କୃତଜ୍ଞ ପଣ୍ଡିତ ଭାବରେ ତାଙ୍କର ଖ୍ୟାତି ଥିଲା। ପ୍ରତିଦିନ ଶ୍ରୀମନ୍ଦିରରେ ପୁରାଣ ପାଠ କରି ତାଙ୍କ ଜୀବିକା ଅତିବାହିତ କରୁଥିଲେ।
ମହାପ୍ରଭୁଙ୍କ ଅସୀମ କୃପାରୁ ତାଙ୍କ ଔରସରେ ଏକ ବାଳକ ଜନ୍ମ ହୋଇଥିଲା। ଭାଦ୍ରବ ମାସର ଶୁକ୍ଳ ଅଷ୍ଟମୀ ଦିନ ମଧ୍ୟାହ୍ନ ସମୟ ଅନୁରାଧା ବିଛା ରାଶିରେ ଜନ୍ମ ହୋଇଥିଲା ଏଇ ଦିବ୍ୟ ବାଳକ। ଶ୍ରୀ ରାଧାଙ୍କ ହାସ୍ୟାରୁ ଏହି ବାଳକ ମର୍ତ୍ତ୍ୟରେ ଅବତୀର୍ଣ୍ଣ ହୋଇଥିଲା ବୋଲି ଶ୍ରୀ ଜଗନ୍ନାଥ ଚରିତାମୃତରୁ ଜଣାଯାଏ । ମହାବାହୁ ଶ୍ରୀଜଗନ୍ନାଥଙ୍କ କୃପାରୁ ପୁତ୍ର ସନ୍ତାନ ପାଇଥିବାରୁ ପିତା ଭଗବାନ ପୁରାଣପଣ୍ଡା ପୁତ୍ରଟିର ନାମ ରଖିଥିଲେ "ଜଗନ୍ନାଥ " । ପିଲାଟି ଦିନରୁ ବାଳକ ଜଗନ୍ନାଥ କୃଷ୍ଣ ଭକ୍ତିରେ ବିଭୋର ଥିଲେ। ବହୁ ଅଳ୍ପ ଆୟୁଷ ରୁ ସେ ୪ ବେଦ , ଧର୍ମଶାସ୍ତ୍ର , ରାମାୟଣ , ମହାଭାରତ ଆଦି ଅଧ୍ୟୟନ କରିଥିଲେ। ଜଗନ୍ନାଥ ଦାସ ଅଷ୍ଟାଦଶ ବୟସରେ ନିଜ ପିତାଙ୍କୁ ହରାଇଥିଲେ। ଏହି ସମୟରେ ତାଙ୍କ ମାତା ପ୍ରତିଦିନ ଶ୍ରୀମନ୍ଦିର ଯାଇ ପୁରାଣ ଆଦି ଶୁଣୁଥିଲେ। ନିରକ୍ଷରା ବିଧବା ଜନନୀ ସଂସ୍କୃତ ଭାଷାରେ ପୁରାଣ ନ ବୁଝିପାରିବାରୁ ପୁତ୍ର ଜଗନ୍ନାଥ ଦାସ ଜନନୀ ଙ୍କର ଅନ୍ତିମ ଅଭିଳାଷ ପୁରଣ ନିମିତ୍ତ ସଂସ୍କୃତ ଭାଗବତକୁ ଓଡ଼ିଆ ଭାଷାରେ ଅନୁବାଦ କରି ତାଙ୍କୁ ଶୁଣାଇଥିଲେ। ଏହା ବ୍ୟତୀତ ଶ୍ରୀମନ୍ଦିରର ବଟଗଣେଶଙ୍କ ନିକଟରେ ବସି ଓଡ଼ିଆ ଭାଗବତ ପାଠ କରି ଜନ ମାନସଙ୍କ ହୃଦୟରେ ସମ୍ମାନସ୍ପଦ ସ୍ଥାନ ଲାଭ କରିଥିଲେ।
ଦିନେ ଜଣେ ବୋଇତ ବେପାରୀ ଶ୍ରୀକ୍ଷେତ୍ରକୁ ଜଗନ୍ନାଥ ଦର୍ଶନ ପାଇଁ ଆସିଥିଲେ । ସେ ଏକ ଚନ୍ଦନ କାଠ ଗଜପତିଙ୍କୁ ଉପହାର ସ୍ୱରୂପ ଦେଇଥିଲା। ଗଜପତି ପ୍ରତାପରୁଦ୍ର ଦେବ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି କରାଇବା ନିମିତ୍ତ ସେହି ଚନ୍ଦନ କାଠ ଟିକୁ ଅତିବଡ଼ି ଙ୍କୁ ଅର୍ପଣ କରିଥିଲେ। ଉକ୍ତ ଦିନ ରାତ୍ରୀରେ ଚନ୍ଦନ କାଠଟିକୁ ପୁରା ଘୋରିବା ସମୟରେ ସେ ନିଜେ ବାସ କରୁଥିବା ମଠର କାନ୍ଥରେ ବୋଳି ଦେଇଥିଲେ। ଏହା ଶୁଣି ଗଜପତି ତାଙ୍କୁ ଡକାଇ ଏପରି କରିବାର କାରଣ ପଚାରିବାରୁ ଜଗନ୍ନାଥ ଦାସ କହିଲେ , " ସେ ରାତ୍ରୀ ରେ ମହାପ୍ରଭୁଙ୍କ ଅଙ୍ଗରେ ଲାଗି କରାଇଛନ୍ତି। ଗଜପତି ବିସ୍ମିତ ହୋଇ ସେବକମାନଙ୍କୁ ସତ୍ୟାସତ୍ୟ ପରୀକ୍ଷା ପାଇଁ ଆଦେଶ ହେଇଥିଲେ। ଗୁଣ୍ଡିଚା ମନ୍ଦିରରେ ଥାନ୍ତି ମହାପ୍ରଭୁ , ସେବକମାନେ ସେଦିନ ଗର୍ଭଗୃହରୁ ଚନ୍ଦନ ର ମଧୁର ବାସ୍ନା ବାରି ପାରିଥିଲେ । ଗଜପତି ଏହା ଶୁଣି ଅତିବଡ଼ି ଙ୍କ ଚରଣ ବନ୍ଦନା ପୂର୍ବକ କ୍ଷମା ପାର୍ଥନା କରି ପ୍ରତି ବର୍ଷ ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ସର୍ବାଙ୍ଗ ଚନ୍ଦନ ଲାଗି ସେବା ଦେଇଥିଲେ । ଯାହା ଆଜି ମଧ୍ୟ ତାଙ୍କ ଦ୍ୱାରା ପ୍ରତିଷ୍ଠିତ ବଡ଼ଓଡ଼ିଆ ମଠ ଦ୍ୱାରା ସମ୍ପାଦନ ହେଉଛି।
ମହାପୁରୁଷ ଜଗନ୍ନାଥ ଦାସ ଓଡ଼ିଆ ଭାଗବତ ବ୍ୟତୀତ ଅନେକ ଗ୍ରନ୍ଥ ରଚନା କରିଛନ୍ତି। ଏହା ଛଡ଼ା ବହୁ ଛାନ୍ଦ , ଚମ୍ପୁ ଆଦି ରଚନା କରିଛନ୍ତି। ସେ ଥିଲେ ଜଣେ ଉଚ୍ଚକୋଟୀର ସିଦ୍ଧ ସାଧକ । ଅତିବଡ଼ି ଜଗନ୍ନାଥ ଦାସଙ୍କ ଦୃଷ୍ଟିରେ ବୃନ୍ଦାବନ , ଅଯୋଧ୍ୟା , ଗୋପ , ଦ୍ୱାରକା , , ବଦ୍ରିକା , କାଶୀ, ଗଙ୍ଗା , ଯମୁନା , ଗୋଦାବରୀ, ସିନ୍ଧୁ ସମନ୍ବିତ କ୍ଷେତ୍ର ହେଉଛି ଶ୍ରୀ ପୁରୁଷୋତ୍ତମ କ୍ଷେତ୍ର। ତେଣୁ ମହାପ୍ରଭୁ ଶ୍ରୀଜଗନ୍ନାଥ ବିନା ତାଙ୍କ ହୃଦୟରେ ଅନ୍ୟ କାହାର ସ୍ଥାନ ନଥିଲା ।