IND vs AUS: ରୋହିତ-ବିରାଟ ଭାଙ୍ଗିଲେ ପ୍ରଶଂସକଙ୍କ ହୃଦୟ! ବଡ଼ ମ୍ୟାଚରେ ବିଫଳ ବଡ଼ ଖେଳାଳି, ଦ୍ୱିତୀୟ ଦିନରେ ଅଷ୍ଟ୍ରେଲିଆର ଦବଦବା
Advertisement

IND vs AUS: ରୋହିତ-ବିରାଟ ଭାଙ୍ଗିଲେ ପ୍ରଶଂସକଙ୍କ ହୃଦୟ! ବଡ଼ ମ୍ୟାଚରେ ବିଫଳ ବଡ଼ ଖେଳାଳି, ଦ୍ୱିତୀୟ ଦିନରେ ଅଷ୍ଟ୍ରେଲିଆର ଦବଦବା

IND vs AUS WTC Final 2023 Day 2: ଭାରତୀୟ ବଡ଼ ବଡ଼ ଖେଳାଳି ମାନେ ଗୋଟିଏ ପରେ ଗୋଟିଏ ଶସ୍ତାରେ ଆଉଟ ହୋଇ ଯାଇଥିଲେ । ଅଧିନାୟକ ରୋହିତ ଶର୍ମା ଠାରୁ ଆରମ୍ଭ କରି ଓପନର୍ ଶୁଭମନ ଗିଲ ଶସ୍ତାରେ ନିଜ ୱିକେଟ୍ ହରାଇଥିଲେ । ଟିମ୍ ଇଣ୍ଡିଆ ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ବ୍ୟାକଫୁଟରେ ରହିଛି ।

 

ସୌ: ସୋସିଆଲ ମିଡିଆ

WTC Final 2023: ଭାରତୀୟ କ୍ରିକେଟ୍ ଦଳରେ ରୋହିତ ଶର୍ମା, ବିରାଟ କୋହଲି, ଚେତେଶ୍ୱର ପୂଜାରା ଓ ଶୁଭମନ ଗିଲଙ୍କ ଭଳି ବଡ ନାମ ରହିଛି । ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରେ ଭାରତୀୟ ପ୍ରଶଂସକମାନେ ଏହି ହିରୋମାନଙ୍କ ଠାରୁ ବହୁତ କିଛି ଆଶା କରିଥିଲେ, କିନ୍ତୁ ଓଭାଲରେ ଅଷ୍ଟ୍ରେଲିଆ ବିପକ୍ଷ ଏହି ସମ୍ମାନଜନକ ଫାଇନାଲର ଦ୍ୱିତୀୟ ଦିନରେ 'ଟିମ୍ ଇଣ୍ଡିଆର ସିଂହମାନେ ଛେଳି ପରି' ଦେଖାଯାଇଥିଲା । ଫଳସ୍ୱରୂପ, ବର୍ତ୍ତମାନ ଏହି ଟେଷ୍ଟ ମ୍ୟାଚ୍ ବଞ୍ଚାଇବା ଭାରତ ପାଇଁ କଷ୍ଟସାଧ୍ୟ ହୋଇପଡିଛି । ଯେଉଁ ପିଚ୍‌ରେ ଟ୍ରାଭିସ୍ ହେଡ୍ ଓ ଷ୍ଟିଭ୍ ସ୍ମିଥ୍ ଚମତ୍କାର ଶତକ ହାସଲ କରିଥିଲେ, ଭାରତର ତାରକା ବ୍ୟାଟ୍ସମ୍ୟାନ ମାନେ ସେଠାରେ ରନ୍ କରିବାକୁ ସଂଘର୍ଷ କରୁଥିବା ନଜର ଆସିଥିଲେ ।

ଟିମ୍ ଇଣ୍ଡିଆର ଟପ୍ ଅର୍ଡରର ୪ ୱିକେଟ୍ ୭୧ ରନ୍ ସ୍କୋରରେ ଖସି ପଡିଥିଲା । ରୋହିତ ଠାରୁ ବିରାଟ ପର୍ଯ୍ୟନ୍ତ ସମସ୍ତେ ଅଷ୍ଟ୍ରେଲୀୟ ପେସ୍ ଆକ୍ରମଣ ଆଗରେ ସଂଘର୍ଷ କରୁଥିବା ଦେଖିବାକୁ ମିଳିଥିଲା । କଙ୍ଗାରୁ ବୋଲରମାନେ ଭାରତୀୟ ବ୍ୟାଟ୍ସମ୍ୟାନ୍ଙ୍କୁ ଅଫ୍ ଷ୍ଟମ୍ପରେ ବୋଲିଂ କରି ନିଜ ଜାଲରେ ଫସାଇଥିଲେ । ଗିଲ ୧୩ ରନ୍ ସ୍କୋର କରିଥିବା ବେଳେ ରୋହିତ ୧୫ ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ । 

ପୂଜାରା ଓ ବିରାଟ ୧୪ ରନ୍ ଲେଖାଁଏ ସ୍କୋର କରିବା ପରେ ପାଭିଲିୟନକୁ ଫେରିଥିଲେ । ଏହାପରେ ରବିନ୍ଦ୍ର ଜାଡେଜା ଅଫ୍ ସ୍ପିନର ନାଥାନ୍ ଲିଓନଙ୍କ ଜାଲରେ ପଡ଼ି ଆଉଟ ହୋଇଥିଲେ । ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ଟିମ୍ ଇଣ୍ଡିଆ ୩୮ ଓଭରରେ ୫ ୱିକେଟ୍ ହରାଇ ୧୫୧ ରନ୍ ସଂଗ୍ରହ କରିଛି ଓ ଦଳ ବର୍ତ୍ତମାନ ୩୧୮ ରନ୍ ପଛରେ ରହିଛି । ଅଜିଙ୍କ୍ୟ ରାହାଣେ ୨୯ ଓ କେ.ଏସ୍ ଭରତ ୫ ରନ କରି ଅପରାଜିତ ଅଛନ୍ତି ।

ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୬୯ ରନ୍ ସଂଗ୍ରହ କରିଛି । ଟିମ୍ ଇଣ୍ଡିଆ ପାଇଁ ପ୍ରଥମ ଇନିଂସରେ ମହମ୍ମଦ ସିରାଜ ଚମତ୍କାର ପ୍ରଦର୍ଶନ କରିଥିଲେ । ସେ ୪ ଟି ୱିକେଟ୍ ନେଇଥିଲେ। ମହମ୍ମଦ ଶାମି ଏବଂ ଶାର୍ଦ୍ଦୁଲ ଠାକୁରଙ୍କୁ ୨ଟି ଲେଖାଁଏ ୱିକେଟ୍ ମିଳିଥିଲା । ଜାଡେଜା ମଧ୍ୟ ଏକ ସଫଳତା ପାଇଥିଲେ । ଟିମ୍ ଇଣ୍ଡିଆ ପ୍ରଥମ ଦିନରେ ମାତ୍ର ୩ ୱିକେଟ୍ ନେଇଥିଲା, କିନ୍ତୁ ଦ୍ୱିତୀୟ ଦିନରେ ଖେଳ ଆରମ୍ଭ ହେବା ମାତ୍ରେ ଏକ ଚମତ୍କାର ପ୍ରତ୍ୟାବର୍ତ୍ତନ କରି ସମଗ୍ର ଦଳକୁ ଅଷ୍ଟ୍ରେଲିଆ ୪୬୯ ରନରେ ସୀମିତ ରଖିଥିଲା ।

ଏହି ପିଚ୍ ତୃତୀୟ ଦିନରେ ମଧ୍ୟ ଦ୍ରୁତ ବୋଲରମାନଙ୍କ ପାଇଁ ଅନୁକୂଳ ରହିପାରେ । ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ଟିମ୍ ଇଣ୍ଡିଆ ୩୮ ଓଭରରେ ୫ ୱିକେଟ୍ ହରାଇ ୧୫୧ ରନ୍ ସଂଗ୍ରହ କରିଛି ଓ ଦଳ ବର୍ତ୍ତମାନ ୩୧୮ ରନ୍ ପଛରେ ରହିଛି । ଅଜିଙ୍କ୍ୟ ରାହାଣେ ୨୯ ଓ କେ.ଏସ୍ ଭରତ ୫ ରନ କରି ଅପରାଜିତ ଅଛନ୍ତି ।

ଏହା ବି ପଢନ୍ତୁ: WTC Final 2023: ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରେ ଅଷ୍ଟ୍ରେଲିଆ ଦଳର ବଡ ସଫଳତା; ଇତିହାସରେ ପ୍ରଥମ ଥର ପାଇଁ ଏହା ଘଟିଲା

ଏହା ବି ପଢନ୍ତୁ: WTC Final 2023: କାହିଁକି ବିଶ୍ୱ ନମ୍ବର-1 ବୋଲର ଅଶ୍ୱିନକୁ ପ୍ଲେଇଂ ଇଲେଭେନରୁ ବାଦ ଦେଲା ଟିମ୍ ଇଣ୍ଡିଆ? ଜାଣନ୍ତୁ ଏହାର କାରଣ