Virat Kohli: '୯୯ ପ୍ରତିଶତ କଲରେ ଧୋନି ଭାଇ ମୋ ଫୋନ୍ ଉଠାନ୍ତି ନାହିଁ .. କିନ୍ତୁ ଖରାପ ସମୟରେ ୨ଟି ମେସେଜ ଆସିଥିଲା'
Advertisement

Virat Kohli: '୯୯ ପ୍ରତିଶତ କଲରେ ଧୋନି ଭାଇ ମୋ ଫୋନ୍ ଉଠାନ୍ତି ନାହିଁ .. କିନ୍ତୁ ଖରାପ ସମୟରେ ୨ଟି ମେସେଜ ଆସିଥିଲା'

Virat Kohli on Friendship With MS Dhoni: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପୋଡକାଷ୍ଟର ସିଜନ-2 ର ପ୍ରଥମ ଏପିସୋଡରେ ମହେନ୍ଦ୍ର ସିଂ ଧୋନିଙ୍କ ସହ ବନ୍ଧୁତା ଓ ସମ୍ପର୍କ ବିଷୟରେ ବିରାଟ କୋହଲି ଖୋଲାଖୋଲି ଭାବେ କାଠବାର୍ତ୍ତା କରିଛନ୍ତି । ଖରାପ ସମୟରେ ଧୋନି ନିଜେ ତାଙ୍କୁ ଦୁଇଥର ମେସେଜ୍ କରି କିପରି ଉତ୍ସାହିତ କରିଥିଲେ ଏହାକୁ ମଧ୍ୟ କୋହଲି କହିଛନ୍ତି ।

ସୌ: ସୋସିଆଲ ମିଡିଆ

Virat Kohli on Friendship With MS Dhoni: ମହେନ୍ଦ୍ର ସିଂ ଧୋନି ଓ ବିରାଟ କୋହଲି ଭାରତୀୟ କ୍ରିକେଟର ଦୁଇ ଷ୍ଟାର ଖେଳାଳି ଅଟନ୍ତି । କୋହଲି ଓ ଧୋନିଙ୍କ ମଧ୍ୟରେ ସମ୍ପର୍କ କିପରି ରହିଛି ସମସ୍ତେ ଜାଣିବାକୁ ଚାହାଁନ୍ତି? ବିରାଟ ଏହି ବିଷୟରେ ଅନେକ ଥର ନିଜର ମତ ରଖି ଆସିଛନ୍ତି । ବର୍ତ୍ତମାନ ପୁଣି ଥରେ ବିରାଟ କୋହଲି ଆଇପିଏଲ୍ ୨୦୨୩ ପୂର୍ବରୁ ମହେନ୍ଦ୍ର ସିଂ ଧୋନିଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ ଏକ ବଡ଼ ଖୁଲାସା କରିଛନ୍ତି । ଧୋନି ତାଙ୍କ ଖରାପ ସମୟରେ କିପରି ତାଙ୍କୁ ସାହାଯ୍ୟ କରିଛନ୍ତି ତାହା ମଧ୍ୟ କୋହଲି କହିଛନ୍ତି । କୋହଲି ତାଙ୍କ ଆଇପିଏଲ୍ ଫ୍ରାଞ୍ଚାଇଜ୍ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ପୋଡକାଷ୍ଟର ସିଜନ୍ 2 ର ପ୍ରଥମ ଏପିସୋଡରେ ଧୋନିଙ୍କ ସହ ଥିବା ତାଙ୍କ ସମ୍ପର୍କର ପୂରା କାହାଣୀ ବର୍ଣ୍ଣନା କରିଛନ୍ତି ।

ବିରାଟ କୋହଲି ଆରସିବି ପୋଡକାଷ୍ଟରେ କହିଛନ୍ତି ଯେ ନିକଟରେ ମୁଁ ମୋ କ୍ୟାରିୟରରେ ସମ୍ପୂର୍ଣ୍ଣ ଭିନ୍ନ ଭିନ୍ନ ପର୍ଯ୍ୟାୟ ଦେଖିଛି । ବ୍ୟାଟରୁ ରନ୍ ଆସୁ ନଥିଲା । କିନ୍ତୁ, ମୁଁ ବର୍ତ୍ତମାନ ସେହି ପର୍ଯ୍ୟାୟରେ ବାହାରି ସାରିଛି । ଏଥିରୁ ବାହାରିବାରେ ଦୁଇଜଣ ଲୋକ ମୋ ସହ ଠିଆ ହୋଇଥିଲେ ।

ଧୋନି ମୋତେ ଦୁଇଥର ମେସେଜ୍ କରିଥିଲେ: କୋହଲି
କୋହଲି ଏହି ବାର୍ତ୍ତାଳାପରେ କହିଛନ୍ତି, କୌତୁହଳର ବିଷୟ ହେଉଛି ପତ୍ନୀ ଅନୁଷ୍କା ଶର୍ମା ଯିଏ ମୋର ସବୁଠାରୁ ବଡ ଶକ୍ତି ତାଙ୍କ ବ୍ୟତୀତ, ମୋର ପିଲାଦିନର କୋଚ୍, ପରିବାର ଓ ମହେନ୍ଦ୍ର ସିଂ ଧୋନି ହିଁ ମୋ ସହିତ ଯୋଗାଯୋଗ କରିଥିଲେ ଓ ମୋତେ ଏହି ସମୟ ମଧ୍ୟରେ ଉତ୍ସାହିତ କରିଥିଲେ ।

ବିରାଟ କୋହଲି ଆହୁରି କହିଛନ୍ତି, “ଧୋନି ଭାଇଙ୍କ ସହ ଯୋଗାଯୋଗ କରିବା କଷ୍ଟକର । ଯଦି ଆପଣ ସାଧାରଣ ଦିନରେ କଲ୍ କରନ୍ତି, ତେବେ ୯୯% ସମ୍ଭାବନା ଥାଏ ଯେ ସେ ଆପଣଙ୍କ କଲ୍ ଉଠାଇବେ ନାହିଁ । କାରଣ ସେ ନିଜେ ଫୋନକୁ ମଧ୍ୟ ଦେଖନ୍ତି ନାହିଁ । ତେଣୁ ସେ ମୋ ସହିତ ଯୋଗାଯୋଗ କରିବା... ତାହା ପୁଣି ଦୁଇଥର । ଏହା ମୋ ପାଇଁ ବହୁତ ସ୍ପେଶାଲ ଥିଲା ।"

fallback

"ସେ (ଧୋନି) ମୋତେ ମେସେଜ୍ କରି କହିଥିଲେ ଯେ ଯେତେବେଳେ ଆପଣ ଶକ୍ତିଶାଳୀ ଥିବ ବୋଲି ଆଶା କରାଯାଏ । ଜଣକୁ ଶକ୍ତିଶାଳୀ ବ୍ୟକ୍ତି ଭାବରେ ଦେଖାଯାଏ, ସେତେବେଳେ ଲୋକମାନେ ଏହା ପଚାରିବାକୁ ଭୁଲିଯାଆନ୍ତି ଯେ ଆପଣ କିପରି ଅନୁଭବ କରୁଛନ୍ତି? ଧୋନିଙ୍କ ଏହି ଶବ୍ଦଗୁଡ଼ିକ ମୋତେ ଭିତରୁ ହଲାଇ ଦେଇଥିଲା । କାରଣ ଲୋକମାନେ ମୋତେ ସର୍ବଦା ଦେଖିଛନ୍ତି ଯିଏ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ଓ ଯିଏ ପ୍ରତ୍ୟେକ ପରିସ୍ଥିତିର ମୁକାବିଲା କରି ଆମକୁ ବାଟ ଦେଖାଇ ପାରିବେ । ମୁଁ ଯେଉଁସମୟ ଦେଇ ଯାଉଥିଲି, ସେଠାରୁ ମାହି ଭାଇ ଚାଲି ଯାଇଥିଲେ । ବୋଧହୁଏ ସେଥିପାଇଁ ସେ ମୋତେ ଏପରି କହିଥିଲେ ।”

ଏହା ବି ପଢ଼ନ୍ତୁ: ତୃତୀୟ ଟେଷ୍ଟରୁ ବାଦ ପଡ଼ିବେ ଏହି ଖେଳାଳି, ତାଙ୍କ ସ୍ଥାନରେ ଘାତକ ଖେଳାଳିଙ୍କ ଏଣ୍ଟ୍ରି ହେଲା ପକ୍କା