Umesh Yadav: ଏହି ଭାରତୀୟ କ୍ରିକେଟଙ୍କୁ ଧୋକା ଦେଲେ ନିଜ ବନ୍ଧୁ, ଆକାଉଣ୍ଟରୁ ଲୁଟି ନେଲେ ୪୪ ଲକ୍ଷ ଟଙ୍କା
Advertisement

Umesh Yadav: ଏହି ଭାରତୀୟ କ୍ରିକେଟଙ୍କୁ ଧୋକା ଦେଲେ ନିଜ ବନ୍ଧୁ, ଆକାଉଣ୍ଟରୁ ଲୁଟି ନେଲେ ୪୪ ଲକ୍ଷ ଟଙ୍କା

Umesh Yadav: ଉମେଶ ଯାଦବଙ୍କ ଅଭିଯୋଗ ପରେ ବର୍ତ୍ତମାନ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ସୂଚନାନୁସାରେ, ଉମେଶ ଯାଦବ ତାଙ୍କ ପୂର୍ବତନ ମ୍ୟାନେଜର ଶିଲେଶ ଠାକରେଙ୍କ ବିରୋଧରେ ଏହି ମାମଲା ରୁଜୁ କରିଛନ୍ତି । ଶିଲେଶ ଠାକରେଙ୍କ ପାଖରେ ଉମେଶ ଯାଦବଙ୍କ ଆୟ, ବ୍ୟାଙ୍କ ବିବରଣୀ ଏବଂ ଅନ୍ୟାନ୍ୟ ବିଷୟଗୁଡ଼ିକର ଦାୟିତ୍ୱ ଥିଲା । 

Umesh Yadav: ଏହି ଭାରତୀୟ କ୍ରିକେଟଙ୍କୁ ଧୋକା ଦେଲେ ନିଜ ବନ୍ଧୁ, ଆକାଉଣ୍ଟରୁ ଲୁଟି ନେଲେ ୪୪ ଲକ୍ଷ ଟଙ୍କା

Umesh Yadav: ଟିମ୍ ଇଣ୍ଡିଆ (Team India) ର ଦ୍ରୁତ ବୋଲର ଉମେଶ ଯାଦବ (Umesh Yadav) ଠକେଇର ଶିକାର ହୋଇଛନ୍ତି । ନାଗପୁରର କୋରାଡିରେ ଉମେଶ ଯାଦବ ନିଜ ବନ୍ଧୁ (Umesh Yadav Friend) ତଥା ପୂର୍ବତନ ମ୍ୟାନେଜରଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି । ଉମେଶ ଯାଦବଙ୍କ ସହ ତାଙ୍କୁ ବନ୍ଧୁ ପ୍ରାୟ ୪୪ ଲକ୍ଷ ଟଙ୍କାର ଠକେଇ କରିଛନ୍ତି । ଉମେଶ ଯାଦବଙ୍କ ଅଭିଯୋଗ ପରେ ବର୍ତ୍ତମାନ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ସୂଚନାନୁସାରେ, ଉମେଶ ଯାଦବ ତାଙ୍କ ପୂର୍ବତନ ମ୍ୟାନେଜର (Umesh Yadav Ex Manager) ଶିଲେଶ ଠାକରେ (Shailesh Thackeray) ଙ୍କ ବିରୋଧରେ ଏହି ମାମଲା ରୁଜୁ କରିଛନ୍ତି । ଶିଲେଶ ଠାକରେଙ୍କ ପାଖରେ ଉମେଶ ଯାଦବଙ୍କ ଆୟ, ବ୍ୟାଙ୍କ ବିବରଣୀ ଏବଂ ଅନ୍ୟାନ୍ୟ ବିଷୟଗୁଡ଼ିକର ଦାୟିତ୍ୱ ଥିଲା । ତେବେ ଉମେଶ ଯାଦବ ଅଭିଯୋଗ କରିଛନ୍ତି ଯେ ତାଙ୍କଠାରୁ ଟଙ୍କା ନେବା ପରେ ସେ କୌଣସି କାମ କରିନାହାଁନ୍ତି ।

ସୂଚନାଯୋଗ୍ୟ, ଯେଉଁ ପ୍ରସଙ୍ଗରେ ମାମଲା ରୁଜୁ ହୋଇଛି, ତାହା ସମ୍ପତ୍ତି ସହିତ ଜଡିତ । ଏକ ସମ୍ପତ୍ତି କିଣିବା ପାଇଁ ଉମେଶ ଯାଦବ (Umesh Yadav) ତାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ ଆକାଉଣ୍ଟରେ ୪୪ ଲକ୍ଷ ଟଙ୍କା ଜମା କରିଥିଲେ । କିନ୍ତୁ ଶିଲେଶ ଠାକରେ (Shailesh Thackeray) ଏହି ଟଙ୍କା ବାହାର କରି ନିଜ ନାମରେ ସମ୍ପତ୍ତି କିଣିଥିଲେ । ଉମେଶ ଯାଦବ (Umesh Yadav) ଏହି ଟଙ୍କା ଫେରସ୍ତ କରିନଥିଲେ । ଯେତେବେଳେ ଭାରତୀୟ କ୍ରିକେଟର ତାଙ୍କ ଟଙ୍କା ଫେରସ୍ତ ମାଗିଥିଲେ ସେତେବେଳେ ଶୈଲେଶ ଠାକରେ ଫେରାର ହୋଇଯାଇଥିଲେ । ଏହା ପରେ ସେ ବର୍ତ୍ତମାନ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ନାଗପୁର ସହରର କୋରାଡିରେ ଆଇପିସିର ଧାରା ୪୦୬, ୪୨୦ ଅନୁଯାୟୀ ପୋଲିସ ଏକ ମାମଲା ରୁଜୁ କରିଛି ।

ଅଧିକ ପଢ଼ନ୍ତୁ:-୨ ପତ୍ନୀ ବାଣ୍ଟି ନେଲେ ପତି; ସପ୍ତାହରେ ୩-୩ ଦିନ ରହିବ ଉଭୟଙ୍କ ସହିତ, ଦିନେ ନିଜ ପସନ୍ଦରେ

ଅଧିକ ପଢ଼ନ୍ତୁ:-'ବାଲ୍ମିକୀ ରାମାୟଣ ଅନୁଯାୟୀ ଭଗବାନ ରାମ ପ୍ରତିଦିନ ଅପରାହ୍ନରେ ସୀତାଙ୍କ ସହ ବସି ପିଉଥିଲେ ମଦ'

ଅଧିକ ପଢ଼ନ୍ତୁ:-ମୋଦି ସରକାରଙ୍କ ମାଷ୍ଟର ଷ୍ଟ୍ରୋକ, ରାସନକୁ ନେଇ ସାରା ଦେଶରେ ଲାଗୁ ହେଲା ନୂଆ ନିୟମ

ଯଦି ଆମେ ଉମେଶ ଯାଦବ (Umesh Yadav) ଙ୍କ ବିଷୟରେ କହିବା, ତେବେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ସେ ସ୍ଥାନ ପାଇଛନ୍ତି । ଏଭଳି ପରିସ୍ଥିତିରେ ଉମେଶ ଯାଦବ (Umesh Yadav) ଟିମ୍ ଇଣ୍ଡିଆର ପେସ୍ ବ୍ୟାଟେରୀ ୟୁନିଟରେ ଯୋଗଦେବେ । ଉମେଶ ଯାଦବ ଏପର୍ଯ୍ୟନ୍ତ ଭାରତ ପାଇଁ ୫୪ଟି ମ୍ୟାଚରେ ୧୬୫ ୱିକେଟ୍ ନେଇଥିବାବେଳେ ୭୫ଟି ଦିନିକିଆରେ ୧୦୬ ୱିକେଟ୍ ନେଇଛନ୍ତି ।

ଉମେଶ ଯାଦବ (Umesh Yadav) କେବଳ ଭାରତ ପାଇଁ ଟେଷ୍ଟ କ୍ରିକେଟ୍ ଖେଳୁଥିବା ଦେଖିବାକୁ ମିଳୁଛି । ଚଳିତ ବର୍ଷ ଉମେଶ ଯାଦବ (Umesh Yadav) କେକେଆର୍ ପାଇଁ ଆଇପିଏଲରେ ଜଲୱା ଦେଖାଉଥିବାର ନଜର ଆସିବେ । ଗତ ବର୍ଷ ମେଗା ନିଲାମରେ କେକେଆର ଦଳ ଉମେଶ ଯାଦବଙ୍କୁ ୧ କୋଟିର ବେସ୍ ମୂଲ୍ୟରେ କିଣିଥିଲା । ସେ ଆଇପିଏଲରେ ବୋଲିଂ କରି ବହୁତ ପ୍ରଭାବିତ କରିଛନ୍ତି । ଏହି ପ୍ରଦର୍ଶନ ଆଧାରରେ ଗତ ବର୍ଷ ଅଷ୍ଟ୍ରେଲିଆ ବିପକ୍ଷ ଟି-20 ସିରିଜରେ ପ୍ରାୟ ସାଢ଼େ ତିନି ବର୍ଷ ପରେ ଉମେଶ ଯାଦବ ଦଳକୁ ଫେରିଥିଲେ । କିନ୍ତୁ ସେ ଏହି ସିରିଜରେ କିଛି ବିଶେଷ କରିପାରିନଥିଲେ ।