Team India: ଟିମ୍ ଇଣ୍ଡିଆରେ ଖୁବ୍ ଶୀଘ୍ର ପନ୍ତ-କାର୍ତ୍ତିକଙ୍କ ସ୍ଥାନ ଛଡ଼ାଇ ନେବେ ଏହି ଘାତକ ଖେଳାଳି? ମିଳିବ ୱିକେଟକିପରର ଦାୟିତ୍ୱ
Advertisement

Team India: ଟିମ୍ ଇଣ୍ଡିଆରେ ଖୁବ୍ ଶୀଘ୍ର ପନ୍ତ-କାର୍ତ୍ତିକଙ୍କ ସ୍ଥାନ ଛଡ଼ାଇ ନେବେ ଏହି ଘାତକ ଖେଳାଳି? ମିଳିବ ୱିକେଟକିପରର ଦାୟିତ୍ୱ

Team India: ଟି-20 ବିଶ୍ୱକପ ୨୦୨୨ ପରେ ଟିମ୍ ଇଣ୍ଡିଆରେ ଅନେକ ବଡ଼ ପରିବର୍ତ୍ତନ ହୋଇପାରେ । ଏଭଳି ପରିସ୍ଥିତିରେ ଋଷଭ ପନ୍ତ ଓ ଦୀନେଶ କାର୍ତ୍ତିକଙ୍କ ସ୍ଥାନରେ ଜଣେ ଷ୍ଟାର ଖେଳାଳିଙ୍କୁ ସୁଯୋଗ ଦିଆଯାଇପାରେ । ଟି-20 ବିଶ୍ୱକପ ୨୦୨୨ରେ ଦୀନେଶ କାର୍ତ୍ତିକଙ୍କ ପ୍ରଦର୍ଶନ ଅତ୍ୟନ୍ତ ନିରାଶାଜନକ ରହିଛି...

Team India: ଟିମ୍ ଇଣ୍ଡିଆରେ ଖୁବ୍ ଶୀଘ୍ର ପନ୍ତ-କାର୍ତ୍ତିକଙ୍କ ସ୍ଥାନ ଛଡ଼ାଇ ନେବେ ଏହି ଘାତକ ଖେଳାଳି? ମିଳିବ ୱିକେଟକିପରର ଦାୟିତ୍ୱ

Team India Wicketkeeper: ଟି-20 ବିଶ୍ୱକପ ୨୦୨୨ରେ ଭାରତୀୟ ଦଳକୁ ସେମିଫାଇନାଲ ମ୍ୟାଚ (India vs England Semi Final) ରେ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା । ଇଂଲଣ୍ଡ ବିପକ୍ଷରେ ଟିମ୍ ଇଣ୍ଡିଆକୁ ୧୦ ୱିକେଟରେ ଶୋଚନୀୟ ଭାବେ ପରାସ୍ତ କରିଥିଲା । ଋଷଭ ପନ୍ତ (Rishabh Pant) ଓ ଦୀନେଶ କାର୍ତ୍ତିକ (Dinesh Karthik) ଚଳିତ ଟି-20 ବିଶ୍ୱକପରେ ବହୁତ ଖରାପ ଖେଳ ପ୍ରଦର୍ଶନ କରିଛନ୍ତି । ଏହି ଉଭୟ ଖେଳାଳି ଟିମ୍ ଇଣ୍ଡିଆ ପାଇଁ ଏକ ବଡ଼ ବୋଝ ହୋଇସାରିଛନ୍ତି । ଟି-20 ବିଶ୍ୱକପ ୨୦୨୨ (T20 World Cup 2022) ପରେ ଟିମ୍ ଇଣ୍ଡିଆ (Team India) ରେ ଅନେକ ବଡ଼ ପରିବର୍ତ୍ତନ ହୋଇପାରେ । ଏଭଳି ପରିସ୍ଥିତିରେ ଋଷଭ ପନ୍ତ ଓ ଦୀନେଶ କାର୍ତ୍ତିକଙ୍କ ସ୍ଥାନରେ ଜଣେ ଷ୍ଟାର ଖେଳାଳିଙ୍କୁ ସୁଯୋଗ ଦିଆଯାଇପାରେ । ଟି-20 ବିଶ୍ୱକପ ୨୦୨୨ରେ ଦୀନେଶ କାର୍ତ୍ତିକଙ୍କ ପ୍ରଦର୍ଶନ ଅତ୍ୟନ୍ତ ନିରାଶାଜନକ ରହିଛି ।

ଦୀନଶ କାର୍ତ୍ତିକଙ୍କ ବ୍ୟାଟରୁ ରନ୍ ବାହାରିବା କଷ୍ଟକର ହୋଇପଡିଥିଲା । ଯେତେବେଳେ ବି ଟିମ୍ ଇଣ୍ଡିଆ ତାଙ୍କଠାରୁ ଏକ ବଡ଼ ଇନିଂସ ଆଶା କରୁଥିଲା, ସେ ଆଉଟ ହୋଇ ପାଭିଲିୟନକୁ ଫେରିଥିଲେ । ସେ ଟି-୨୦ ବିଶ୍ୱକପ ୨୦୨୨ର ମୋଟ ୪ଟି ମ୍ୟାଚରେ ମାତ୍ର ୧୪ ରନ୍ କରିବାରେ ସକ୍ଷମ ହୋଇଥିଲେ । ସେ ପାକିସ୍ତାନ ବିପକ୍ଷରେ ମାତ୍ର ୧ ରନ୍, ଦକ୍ଷିଣ ଆଫ୍ରିକା ମ୍ୟାଚରେ ୭ ରନ୍ ଏବଂ ବାଂଲାଦେଶ ବିପକ୍ଷରେ ୭ ରନ୍ ସ୍କୋର କରିବାରେ ସକ୍ଷମ ହୋଇଥିଲେ । ଏଭଳି ପରିସ୍ଥିତିରେ ଦଳରେ ଦୀନେଶ କାର୍ତ୍ତିକଙ୍କ ରହିବା ନେଇ ପ୍ରଶ୍ନ ଉଠିଛି । ତାଙ୍କୁ ୩୭ ବର୍ଷ ବୟସ ଓ ତାଙ୍କ ବୟସର ପ୍ରଭାବ ତାଙ୍କ ଖେଳର ପ୍ରଦର୍ଶନରେ ଦୃଶ୍ୟମାନ ହେଉଛି । ଚୟନକର୍ତ୍ତାମାନେ ତାଙ୍କୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜରେ ସାମିଲ କରିନାହାଁନ୍ତି ।

ଟି-୨୦ ବିଶ୍ୱକପ ୨୦୨୨ରେ ଋଷଭ ପନ୍ତଙ୍କୁ ଦୁଇଟି ମ୍ୟାଚ୍ ଖେଳିବାକୁ ମିଳିଥିଲା । ସେ ଜିମ୍ବାୱେ ବିପକ୍ଷରେ ୩ ରନର ଇଂନିସ ଖେଳିଥିଲେ । ଏଥି ସହିତ ଯେତେବେଳେ ଟିମ୍ ଇଣ୍ଡିଆ ତାଙ୍କୁ ଇଂଲଣ୍ଡ ବିପକ୍ଷରେ ଅଧିକ ଆବଶ୍ୟକ କରୁଥିଲା । ଏହି ମ୍ୟାଚରେ ସେ ମାତ୍ର ୬ ରନ୍ ସ୍କୋର କରିବାରେ ସକ୍ଷମ ହୋଇଥିଲେ । ତାଙ୍କର ୱିକେଟ୍ କିପିଂ ମଧ୍ୟ ଖରାପ ଥିଲା । ଚୟନକର୍ତ୍ତାମାନେ ତାଙ୍କୁ ଅନେକ ସୁଯୋଗ ଦେଇଛନ୍ତି । ଇଂଲଣ୍ଡ ବିପକ୍ଷରେ ଟିମ୍ ଇଣ୍ଡିଆର ପରାଜୟର ସେ ଏକ ପ୍ରମୁଖ କାରଣ ଥିଲେ ।

ଋଷଭ ପନ୍ତ କିଛି ସମୟ ହେବ ଟିମ୍ ଇଣ୍ଡିଆ ପାଇଁ ମ୍ୟାଚ୍ ବିଜେତା ଖେଳାଳି ବୋଲି ପ୍ରମାଣ କରିଆସୁଛନ୍ତି । କିନ୍ତୁ ଋଷଭ ପନ୍ତ ଟି-20 ଫର୍ମାଟରେ ନିଜର ଛାପ ଛାଡିବାରେ ଅସଫଳ ରହିଛନ୍ତି । ଋଷଭ ପନ୍ତ ବର୍ତ୍ତମାନ ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆ ପାଇଁ ୬୨ଟି ଟି-20 ମ୍ୟାଚ୍ ଖେଳିଛନ୍ତି, ଯେଉଁଥିରେ ସେ ୨୪.୦୨ ଏଭେରେଜରେ ୯୬୧ ରନ୍ ସ୍କୋର କରିପାରିଛନ୍ତି । ସେପଟେ ଏହି ମ୍ୟାଚଗୁଡିକରେ ଋଷଭ ପନ୍ତ ମାତ୍ର ୩ ଥର ୫୦ ରନର ଅଙ୍କ ଅତିକ୍ରମ କରିପାରିଛନ୍ତି । ଏଠାରେ କହି ରଖୁଛୁ ଯେ, ବର୍ତ୍ତମାନର ସମୟରେ ଅନ୍ୟତମ ଦମଦାର୍ କ୍ରିକେଟର ଭାବରେ ପରିଚିତ ଋଷଭ ପନ୍ତଙ୍କ ପାଇଁ ୨୦୨୨ରେ ସୀମିତ ଓଭର କ୍ରିକେଟରେ ଭଲ ବର୍ଷ ଭାବେ ଯାଇନାହିଁ । ସେ ମଧ୍ୟ ଏସିଆ କପ୍ ୨୦୨୨ରେ ଭିତର-ବାହାର ହେଉଥିଲେ । ଯେତେବେଳେ ଦୀନେଶ କାର୍ତ୍ତିକ ଫେରି ଆସିଲେ, ତାଙ୍କର ଅସୁବିଧା ଆହୁରି ବଢ଼ିଗଲା । ଟି-20 ବିଶ୍ୱକପ ପୂର୍ବରୁ ଅଭ୍ୟାସ ମ୍ୟାଚରେ ମଧ୍ୟ ଋଷଭ ପନ୍ତ ଖାସ୍ କିଛି କମାଲ କରିପାରି ନଥିଲେ । ଫଳରେ ଅଷ୍ଟ୍ରେଲିଆ ବିପକ୍ଷ ୱାର୍ମ ଅପ୍ ମ୍ୟାଚରେ ଦୀନେଶ କାର୍ତ୍ତିକଙ୍କୁ ସ୍ଥାନ ମିଳିଥିଲା ।

ଅଧିକ ପଢ଼ନ୍ତୁ:-୪ ଥର ଯୌନ ନିର୍ଯାତନା ପରେ ମହିଳାଙ୍କ ଗଳା ଚିପି ଥିଲେ ଏହି କ୍ରିକେଟର!

ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆର ପରାଜୟ ପରେ କଟାକ୍ଷ କଲେ ଗମ୍ଭୀର, ଶୁଣି ବରଦାସ୍ତ କରିପାରିବେନି ଅଧିନାୟକ ରୋହିତ!

ଅଧିକ ପଢ଼ନ୍ତୁ:-ଟି-20 ବିଶ୍ୱକପରେ ପରାଜୟ ପରେ ହଠାତ୍ ବଦଳିଲା ଟିମ୍ ଇଣ୍ଡିଆର କୋଚ! ଏହି ଦିଗଜ୍ଜଙ୍କୁ ମିଳିଲା କମାଣ

ସେପଟେ ସଞ୍ଜୁ ସାମସନ୍  (Sanju Samson) ଆଇପିଏଲ୍ ୨୦୨୨ରେ ବହୁତ ଭଲ ପ୍ରଦର୍ଶନ କରିଛନ୍ତି । ସେ ତାଙ୍କ ବ୍ୟାଟିଂ ସହିତ ସମସ୍ତଙ୍କ ହୃଦୟ ଜିତିଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷ ଏକ ଦିବସୀୟ (ODI) ସିରିଜରେ ବହୁ ରନ୍ ସ୍କୋର କରିଥିଲେ । ସେ ଯେକୌଣସି ବୋଲିଂ ଆକ୍ରମଣକୁ ସାମ୍ନା କରିବା କ୍ଷମତା ରଖିଥାଏ । ସେ ଭାରତ ପାଇଁ ୯ଟି ODI ମ୍ୟାଚ୍ ରେ ୨୯୪ ରନ୍, ୧୬ଟି ଟି-20 ମ୍ୟାଚରେ ୨୯୬ ରନ୍ କରିଛନ୍ତି ।