T20 World Cup: ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ 'ଠେଙ୍ଗା' ଦେଖାଇଲେ ଇରଫାନ ପଠାନ, ଟ୍ୱିଟ କରି କହିଲେ ଏହି କଥା
Advertisement

T20 World Cup: ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ 'ଠେଙ୍ଗା' ଦେଖାଇଲେ ଇରଫାନ ପଠାନ, ଟ୍ୱିଟ କରି କହିଲେ ଏହି କଥା

Irfan Pathan slams Shahbaz Sharif: ଶାହାବାଜ ସରିଫଙ୍କ ଟ୍ୱିଟର ଜବାବ ଦେଇ ଇରଫାନ ପଠାନ ଲେଖିଛନ୍ତି, 'ଏହା ତୁମ ଓ ଆମ ମଧ୍ୟରେ ପାର୍ଥକ୍ୟ । ଆମେ ଆମ ଖୁସିରେ ଖୁସି ଓ ଆପଣ ଅନ୍ୟମାନଙ୍କ ଦୁଃଖରେ ଖୁସି । ସେଥିପାଇଁ ନିଜ ଦେଶର ଉନ୍ନତି ଉପରେ କୌଣସି ଧ୍ୟାନ ନାହିଁ ।

ସୌ: ସୋସିଆଲ ମିଡିଆ

T20 World Cup 2022: Irfan Pathan, ଟି-୨୦ ବିଶ୍ୱକପ ସେମିଫାଇନାଲରେ ଟିମ୍ ଇଣ୍ଡିଆର ପରାଜୟ ଉପରେ ପାକିସ୍ତାନର (Pakistan) ପ୍ରଧାନମନ୍ତ୍ରୀ ଶେହବାଜ ସରିଫ (Shahbaz Sharif) ଟ୍ୱିଟରରେ ଟିମ୍ ଇଣ୍ଡିଆକୁ (Team India) ପରିହାସ କରିଥିଲେ । ବର୍ତ୍ତମାନ ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଇରଫାନ ପଠାନ (Irfan Pathan) ପାକିସ୍ତାନ ପ୍ରଧାନମନ୍ତ୍ରୀ ଟ୍ୱିଟର କଡ଼ା ଜବାବ ଦେଇଛନ୍ତି । ଇଂଲଣ୍ଡ (England) ବିପକ୍ଷରେ ଭାରତର ୧୦ ୱିକେଟ୍ ସେମିଫାଇନାଲ ହାରିଯିବା ପରେ ଶେହବାଜ ସରିଫ ଟ୍ୱିଟ୍ କରି କହିଥିଲେ, 'ତେବେ ଏହି ରବିବାର ଦିନ ଏହା ହେଉଛି: ୧୫୨/୦ ବନାମ ୧୭୦/୦' । ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଏହି ଟ୍ୱିଟରେ ଦୁଇଟି ସ୍କୋର ଉଲ୍ଲେଖ କରାଯାଇଛି, ପ୍ରଥମଟି ହେଉଛି ଗତ ବର୍ଷ ଟି-୨୦ ବିଶ୍ୱକପ୍‌ରେ ଭାରତ ବିପକ୍ଷରେ ପାକିସ୍ତାନ ରନ୍‌ ସ୍କୋର ଓ ଦ୍ୱିତୀୟ ସ୍କୋର ଚଳିତ ବିଶ୍ୱକପରେ ଭାରତ ବିପକ୍ଷରେ ଇଂଲଣ୍ଡ ଟି-୨୦ ବିଶ୍ୱକପ ସେମିରେ ସ୍କୋର ।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫଙ୍କ ଏହି ଟ୍ୱିଟର ଜବାବରେ ଇରଫାନ ପଠାନ ଲେଖିଛନ୍ତି, 'ଏହା ତୁମ ଓ ଆମ ମଧ୍ୟରେ ପାର୍ଥକ୍ୟ । ଆମେ ଆମର ଖୁସିରେ ଖୁସି ଓ ଆପଣ ଅନ୍ୟମାନଙ୍କ ଦୁଃଖରେ ଖୁସି । ସେଥିପାଇଁ ନିଜ ଦେଶର ଉନ୍ନତି ଉପରେ କୌଣସି ଧ୍ୟାନ ନାହିଁ ।'

fallback

ଆପଣଙ୍କୁ କହିରଖୁଛୁ ଯେ, ଏହି ଟ୍ୱିଟ୍ ପରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହାବାଜ ସରିଫଙ୍କୁ ବହୁତ ଟ୍ରୋଲ ସହିବାକୁ ପଡ଼ିଥିଲା । ଇଂଲଣ୍ଡ ବିପକ୍ଷ ଅନ୍ତିମ ମ୍ୟାଚ୍ ପୂର୍ବରୁ ସାମ୍ବାଦିକମାନେ ଏହି ପ୍ରସଙ୍ଗରେ ସାମ୍ବାଦିକ ସମ୍ମିଳନୀରେ କ୍ୟାପଟେନ ବାବର ଆଜାମଙ୍କୁ ମଧ୍ୟ ପ୍ରଶ୍ନ ପଚାରିଥିଲେ । ବାବର ଆଜାମ ନିଜ ନିରବତାକୁ ଭାଙ୍ଗି ଏହାର ଜବାବରେ କହିଛନ୍ତି, 'ଆମ ଉପରେ କୌଣସି ଚାପ ନାହିଁ, କିନ୍ତୁ ମୋତେ କ୍ଷମା କରିବେ କାରଣ ଏହି ଟ୍ୱିଟ୍ ବିଷୟରେ ମୋ ପାଖେ କୌଣସି ସୂଚନା ନାହିଁ । କିନ୍ତୁ ହଁ, ଏହା ନିଶ୍ଚିତ ଯେ ଆମେ ବିପକ୍ଷ ଦଳ ବିରୁଦ୍ଧରେ ଯଥାସମ୍ଭବ ଚେଷ୍ଟା କରିବୁ ।

ଜଣେ ସାମ୍ବାଦିକ ବାବରଙ୍କୁ ପଚାରିଥିଲେ, 'ଯଦି ଆମେ ଆଇପିଏଲରେ ଖେଳିବାର ଲାଭ ବିଷୟରେ କଥାବାର୍ତ୍ତା କରୁ, ତେବେ ଆପଣ ଭାବୁଥିବେ ଯେ ଏଥିରେ କିମ୍ବା ଆପଣଙ୍କ ଦଳ ଏଥିରେ ଖେଳିବା ଦ୍ୱାରା ଲାଭ ପାଇପାରିବେ? ଭବିଷ୍ୟତରେ ଆଇପିଏଲରେ ଖେଳିବାର ଆପଣଙ୍କର କୌଣସି ଆଶା ଅଛି କି?'

ବାବର ଏହି ପ୍ରଶ୍ନରେ ଅତ୍ୟନ୍ତ ଖୁସି ନଥିଲେ, ଯାହା ପରେ ମିଡିଆ ମ୍ୟାନେଜର ସାମ୍ବାଦିକଙ୍କୁ ବୁଝାଇଥିଲେ । ଏହି ପ୍ରଶ୍ନର ତୁରନ୍ତ ପରେ ବାବର ମିଡିଆ ମ୍ୟାନେଜରଙ୍କୁ ଦେଖିଲେ ଓ ମିଡିଆ ମ୍ୟାନେଜର ଏହି ମାମଲାରେ ନିଜ ତରଫରୁ ହସ୍ତକ୍ଷେପ କରିଥିଲେ । 

କହିରଖୁଛୁ ଯେ ଭାରତକୁ ପରାସ୍ତ କରି ଇଂଲଣ୍ଡ ଟି-୨୦ ବିଶ୍ୱକପ ୨୦୨୨ ର ଫାଇନାଲରେ ପ୍ରବେଶ କରିଛି । ନଭେମ୍ବର ୧୩ ଅର୍ଥାତ ରବିବାର ଦିନ ମେଲବୋର୍ଣ୍ଣ ଗ୍ରାଉଣ୍ଡରେ ପାକିସ୍ତାନ ସହିତ ଇଂଲଣ୍ଡର ମୁହାଁମୁହିଁ ହେବ ।

ଏହା ବି ପଢ଼ନ୍ତୁ: IPL କୁ ନେଇ ପ୍ରଶ୍ନରେ ଉପରେ ଅସହଜ ହୋଇପଡିଲେ ବାବର; ମ୍ୟାନେଜର କଲେ ହସ୍ତକ୍ଷେପ, ଦେଖନ୍ତୁ Video

ଏହା ବି ପଢ଼ନ୍ତୁ: BCCI: ଟିମ୍ ଇଣ୍ଡିଆରେ ହେବାକୁ ଯାଉଛି ଏକ ବଡ଼ ପରିବର୍ତ୍ତନ, ଏହି ଭେଟେରାନ୍ ଖେଳାଳିଙ୍କ କ୍ୟାରିୟରରେ ପଡିବ ପୂର୍ଣ୍ଣଚ୍ଛେଦ!