ODI World Cup 2023: ଦିନିକିଆ ବିଶ୍ୱକପ ୨୦୨୩ ପାଇଁ ଚୟନକର୍ତ୍ତା ଓ ରାହୁଲ ଦ୍ରାବିଡଙ୍କୁ ଏହି ଖାସ୍ ଅନୁରୋଧ କଲେ ସୌରଭ ଗାଙ୍ଗୁଲି
Advertisement

ODI World Cup 2023: ଦିନିକିଆ ବିଶ୍ୱକପ ୨୦୨୩ ପାଇଁ ଚୟନକର୍ତ୍ତା ଓ ରାହୁଲ ଦ୍ରାବିଡଙ୍କୁ ଏହି ଖାସ୍ ଅନୁରୋଧ କଲେ ସୌରଭ ଗାଙ୍ଗୁଲି

Sourav Ganguly On Vikrat Kohli ODI World Cup 2023: ପୂର୍ବତନ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଚଳିତ ବର୍ଷ ଭାରତରେ ଖେଳାଯିବାକୁ ଥିବା ଦିନିକିଆ ବିଶ୍ୱକପ ପାଇଁ ଚୟନକର୍ତ୍ତା ତଥା କୋଚ୍ ରାହୁଲ ଦ୍ରାବିଡଙ୍କୁ ମଧ୍ୟ ଏକ ବିଶେଷ ଅନୁରୋଧ କରିଛନ୍ତି । ଏକ ଚ୍ୟାନେଲ ସହ ବାର୍ତ୍ତାଳାପ ସମୟରେ ସୌରଭ ଗାଙ୍ଗୁଲି ବିରାଟ କୋହଲିଙ୍କ ଠାରୁ ନିଜ ଆଶା ବିଷୟରେ ସ୍ପଷ୍ଟ କରି କହିଛନ୍ତି ଯେ, ଭାରତୀୟ କ୍ରିକେଟ୍ ବିରାଟ କୋହଲିଙ୍କ ଉପରେ ନିର୍ଭରଶୀଳ । 

ODI World Cup 2023: ଦିନିକିଆ ବିଶ୍ୱକପ ୨୦୨୩ ପାଇଁ ଚୟନକର୍ତ୍ତା ଓ ରାହୁଲ ଦ୍ରାବିଡଙ୍କୁ ଏହି ଖାସ୍ ଅନୁରୋଧ କଲେ ସୌରଭ ଗାଙ୍ଗୁଲି

Sourav Ganguly On Vikrat Kohli ODI World Cup 2023: ଗତ କିଛି ମାସ ମଧ୍ୟରେ ପୂର୍ବତନ ଅଧିନାୟକ ତଥା ଟିମ୍ ଇଣ୍ଡିଆର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି (Virat Kohli) ଙ୍କ ବ୍ୟାଟରୁ ଯେପରି ନିଆଁକୁ ବାହାରୁଛି, ଏହାକୁ ଦେଖି କୁହାଯାଇପାରେ ଯେ ସେ ଦୀର୍ଘ ଦିନ ଧରି ହଜିଯାଇଥିବା "ପୁରୁଣା ବିରାଟ" ପ୍ରଶଂସକଙ୍କୁ ମିଳିଯାଇଛି! ବର୍ତ୍ତମାନ ତାଙ୍କ ବ୍ୟାଟରୁ ଶତକ ବାହାରିବା ଆରମ୍ଭ ହୋଇଛି । କିନ୍ତୁ ବର୍ତ୍ତମାନ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ କିଛି ଦିନ ମଧ୍ୟରେ ଆରମ୍ଭ ହେବାର ଅଛି, ଏହି ସମୟରେ ପୂର୍ବତନ ଅଧିନାୟକ ତଥା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ପୂର୍ବତନ ବସ୍ (Former BCCI President) ସୌରଭ ଗାଙ୍ଗୁଲି (Sourav Ganguly) ଚାହୁଁଛନ୍ତି ଯେ,  ବିରାଟ କୋହଲି ମଧ୍ୟ ଏହି ଫର୍ମାଟରେ ଉନ୍ନତ ପ୍ରଦର୍ଶନ କରନ୍ତୁ । 

ଏହା ସତ ଯେ ଧଳା-ବଲ ଫର୍ମାଟରେ ବ୍ୟାଟରୁ କଳଙ୍କି ଛଡ଼ାଇବାରେ ବିରାଟ କୋହଲି (Virat Kohli) ସଫଳତା ହାସଲ କରିଛନ୍ତି । କିନ୍ତୁ ଟେଷ୍ଟ କ୍ରିକେଟରେ ବିରାଟ ଏପର୍ଯ୍ୟନ୍ତ ତାଙ୍କର ଚିର ପରିଚିତ ରୂପରେ ଆସିପାରି ନାହାଁନ୍ତି । ଏଥିସହ ପୂର୍ବତନ ବିସିସିଆଇ ଅଧ୍ୟକ୍ଷ (Sourav Ganguly) ଚଳିତ ବର୍ଷ ଭାରତରେ ଖେଳାଯିବାକୁ ଥିବା ODI ବିଶ୍ୱକପ (ODI World Cup 2023) ପାଇଁ ଚୟନକର୍ତ୍ତା ତଥା କୋଚ୍ ରାହୁଲ ଦ୍ରାବିଡ (Rahul Dravid) ଙ୍କୁ ମଧ୍ୟ ଏକ ବିଶେଷ ଅନୁରୋଧ କରିଛନ୍ତି । ଏକ ଚ୍ୟାନେଲ ସହ ବାର୍ତ୍ତାଳାପ ସମୟରେ ସୌରଭ ଗାଙ୍ଗୁଲି ବିରାଟ କୋହଲିଙ୍କ ଠାରୁ ନିଜ ଆଶା ବିଷୟରେ ସ୍ପଷ୍ଟ କରି କହିଛନ୍ତି ଯେ, ଭାରତୀୟ କ୍ରିକେଟ୍ ବିରାଟ କୋହଲିଙ୍କ ଉପରେ ନିର୍ଭରଶୀଳ । ଏହି କାରଣରୁ ତାଙ୍କୁ ବର୍ତ୍ତମାନ ଟେଷ୍ଟରେ ପୁନର୍ବାର ଜଲୱା ଦେଖାଇବାର ଆବଶ୍ୟକତା ରହିଛି ।

ସୌରଭ ଗାଙ୍ଗୁଲି କହିଛନ୍ତି ଯେ, "ବିରାଟ କୋହଲି ଭଲ ପ୍ରଦର୍ଶନ କରୁଛନ୍ତି । ବାଂଲାଦେଶ ଓ ଶ୍ରୀଲଙ୍କା ବିପକ୍ଷରେ ବିରାଟ ଚମତ୍କାର ପ୍ରଦର୍ଶନ କରିଥିଲେ । କିନ୍ତୁ ବର୍ତ୍ତମାନ ତାଙ୍କୁ ଟେଷ୍ଟରେ ଭଲ ପ୍ରଦର୍ଶନ କରିବାକୁ ପଡିବ । କାରଣ ଭାରତୀୟ ଦଳ ତାଙ୍କ ଉପରେ ନିର୍ଭର କରୁଛି ।" 

ପୂର୍ବତନ ଅଧିନାୟକ କହିଛନ୍ତି ଯେ, "ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି । ମୁଁ ଆଶା କରୁଛି ଏହା କୋହଲିଙ୍କ ପାଇଁ ଭଲ ହେବ । ମୁଁ ଚାହୁଁଛି ଭାରତ ଓ ଅଷ୍ଟ୍ରେଲିଆ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ଖେଳନ୍ତୁ ।"

ଅଧିକ ପଢ଼ନ୍ତୁ:-ମଙ୍ଗଳ ଗ୍ରହରେ ଦେଖିବାକୁ ମିଳିଲା ଭାଲୁ! NASAର ଏହି ଉପଗ୍ରହ ଉଠାଇଲା ଫଟୋ

ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆ ପାଇଁ ଆସିଲା ବହୁତ ବଡ଼ ଖୁସି ଖବର, ବିଶ୍ୱକପ ୨୦୨୩ରୁ ବାହାର ହେଲେ ବିରାଟ-ରୋହିତଙ୍କ ସବୁଠାରୁ ବଡ଼ ଶତ୍ରୁ

ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆର ସବୁଠାରୁ ବଡ଼ 'ଶତ୍ରୁ'ଙ୍କ ହଠାତ୍ ଖୋଲିଲା ଭାଗ୍ୟ, ମିଳିଲା କ୍ରୀଡା ମନ୍ତ୍ରୀ ପଦ

ଏଥି ସହିତ ଚଳିତ ବର୍ଷ ଭାରତରେ ଖେଳାଯିବାକୁ ଥିବା ବିଶ୍ୱକପରେ ଭାରତର ଆଶା ବିଷୟରେ ସୌରଭ ଗାଙ୍ଗୁଲି କହିଛନ୍ତି ଯେ, "ଭାରତୀୟ ଦଳ ବହୁତ ମଜବୁତ । ଆମ ଦେଶରେ କ୍ରିକେଟ୍ ଖେଳୁଥିବା ଅନେକ ଖେଳାଳି ଅଛନ୍ତି । ପ୍ରତିଯୋଗିତା ଅତ୍ୟନ୍ତ କଠିନ ଥିବାରୁ ଅଧା ଖେଳାଳି ଜାତୀୟ ଦଳରେ ସୁଯୋଗ ପାଇ ନଥାଏ । ମୁଁ ବର୍ତ୍ତମାନର ଭାରତୀୟ ଦଳକୁ ବିଶ୍ୱକପ ପର୍ଯ୍ୟନ୍ତ ଖେଳିଥିବାର ଦେଖିବାକୁ ଚାହୁଁଛି । ମୁଁ ଚାହୁଁଛି ଚୟନକର୍ତ୍ତା ଓ ରାହୁଲ ଦ୍ରାବିଡ ଏହି ଦଳକୁ ବିଶ୍ୱକପ ପର୍ଯ୍ୟନ୍ତ ରଖନ୍ତୁ ।"