ODI World Cup 2023: ଯଦି ଜିତିବାର ଅଛି ବିଶ୍ୱକପ ତ କରିବାକୁ ପଡ଼ିବ ଏହି ବଡ଼ କାମ, ସୌରଭ ଗାଙ୍ଗୁଲି ଦେଲେ ରୋହିତ ଶର୍ମାଙ୍କୁ ପରାମର୍ଶ
Advertisement

ODI World Cup 2023: ଯଦି ଜିତିବାର ଅଛି ବିଶ୍ୱକପ ତ କରିବାକୁ ପଡ଼ିବ ଏହି ବଡ଼ କାମ, ସୌରଭ ଗାଙ୍ଗୁଲି ଦେଲେ ରୋହିତ ଶର୍ମାଙ୍କୁ ପରାମର୍ଶ

ODI World Cup 2023: ଚଳିତ ବର୍ଷ ଦିନିକିଆ ବିଶ୍ୱକପ ୨୦୨୩ ଭାରତରେ ହିଁ ଆୟୋଜିତ ହେବ । ଏଥର ଟିମ୍ ଇଣ୍ଡିଆ ବିଶ୍ୱକପ୍ ଜିତିବା ପାଇଁ ଏକ ମଜବୁତ ପ୍ରତିଦ୍ୱନ୍ଦ୍ୱୀ ଭାବେ ସବୁଠାରୁ ଆଗରେ ରହିଛି । ଭାରତ ଏପର୍ଯ୍ୟନ୍ତ ଦୁଇଥର ଦିନିକିଆ ବିଶ୍ୱକପ ଟାଇଟଲ ଜିତିଛି । ବର୍ତ୍ତମାନ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବା ବିସିସିଆଇର ପୂର୍ବତନ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଏକଦିବସୀୟ ବିଶ୍ୱକପ ଜିତିବା ପାଇଁ ଟିମ୍ ଇଣ୍ଡିଆକୁ ଏକ ପରାମର୍ଶ ଦେଇଛନ୍ତି । 

ODI World Cup 2023: ଯଦି ଜିତିବାର ଅଛି ବିଶ୍ୱକପ ତ କରିବାକୁ ପଡ଼ିବ ଏହି ବଡ଼ କାମ, ସୌରଭ ଗାଙ୍ଗୁଲି ଦେଲେ ରୋହିତ ଶର୍ମାଙ୍କୁ ପରାମର୍ଶ

Sourav Ganguly On ODI World Cup 2023 Rohit Sharma Team: ସମସ୍ତ କ୍ରିକେଟ୍ ଦଳ ଦିନିକିଆ ବିଶ୍ୱକପ୍ ୨୦୨୩ (ODI World Cup 2023) ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଚଳିତ ବର୍ଷ ଦିନିକିଆ ବିଶ୍ୱକପ ୨୦୨୩ ଭାରତରେ ହିଁ ଆୟୋଜିତ ହେବ । ଏଥର ଟିମ୍ ଇଣ୍ଡିଆ ବିଶ୍ୱକପ୍ ଜିତିବା ପାଇଁ ଏକ ମଜବୁତ ପ୍ରତିଦ୍ୱନ୍ଦ୍ୱୀ ଭାବେ ସବୁଠାରୁ ଆଗରେ ରହିଛି । ଭାରତ ଏପର୍ଯ୍ୟନ୍ତ ଦୁଇଥର ଦିନିକିଆ ବିଶ୍ୱକପ ଟାଇଟଲ (ODI World Cup Trophy) ଜିତିଛି । ବର୍ତ୍ତମାନ ଟିମ୍ ଇଣ୍ଡିଆ (Team India) ର ପୂର୍ବତନ ଅଧିନାୟକ ତଥା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବା ବିସିସିଆଇ (BCCI) ର ପୂର୍ବତନ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି (Sourav Ganguly) ଏକଦିବସୀୟ ବିଶ୍ୱକପ ଜିତିବା ପାଇଁ ଟିମ୍ ଇଣ୍ଡିଆକୁ ଏକ ପରାମର୍ଶ ଦେଇଛନ୍ତି । 

ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା ବିସିସିଆଇର ପୂର୍ବତନ ମୁଖ୍ୟ ସୌରଭ ଗାଙ୍ଗୁଲି (Sourav Ganguly) କହିଛନ୍ତି ଯେ, "ଭାରତ କଦାପି ଦୁର୍ବଳ ଦଳ ହୋଇପାରିବ ନାହିଁ । ଯେଉଁ ଦେଶରେ ଏତେ ପ୍ରତିଭା ଅଛି, ଏହାର ଦଳ କେବେବି ଦୁର୍ବଳ ହୋଇପାରିବ ନାହିଁ । ଅଧା ଖେଳାଳିଙ୍କୁ ମଧ୍ୟ ସୁଯୋଗ ମିଳୁନାହିଁ । ମୁଁ ଚାହୁଁଛି ରାହୁଲ ଦ୍ରାବିଡ (Rahul Dravid), ରୋହିତ ଶର୍ମା (Rohit Sharma) ଏବଂ ଚୟନକର୍ତ୍ତାମାନେ ବିଶ୍ୱକପ (ODI World Cup 2023) ପର୍ଯ୍ୟନ୍ତ ଗୋଟିଏ ଦଳ ଉପରେ ଅଟଳ ରୁହନ୍ତୁ ।"

ସୌରଭ ଗାଙ୍ଗୁଲି (Sourav Ganguly) ଆହୁରି ମଧ୍ୟ କହିଛନ୍ତି ଯେ,  ବିଶ୍ୱକପ (ODI World Cup 2023) ରେ କୌଣସି ଚାପ ବିନା ଟିମ୍ ଇଣ୍ଡିଆ (Team India) ଖେଳିବା ଉଚିତ୍ । ଏହା ଗୁରୁତ୍ୱପୂର୍ଣ୍ଣ ନୁହେଁ କି ସେମାନେ ଟ୍ରଫି ଜିତୁଛନ୍ତି କି ନାହିଁ । ପୂର୍ବତନ ଅଧିନାୟକ ଆହୁରି ମଧ୍ୟ କହିଛନ୍ତି ଯେ, ଯେଉଁ ଦଳରେ ରୋହିତ ଶର୍ମା (Rohit Sharma), ବିରାଟ କୋହଲି (Virat Kohli), ସୂର୍ଯ୍ୟକୁମାର ଯାଦବ (Suryakumar Yadav), ଜସପ୍ରୀତ ବୁମ୍ରା (Jaspreet Bumrah), ରବିନ୍ଦ୍ର ଜାଡେଜା (Ravindra Jadeja) ଏବଂ ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ଙ୍କ ଭଳି ଖେଳାଳି ଅଛନ୍ତି । ସେହି ଦଳ ଦୁର୍ବଳ ହୋଇପାରିବ ନାହିଁ ।

ଅଧିକ ପଢ଼ନ୍ତୁ-ବ୍ଲୁ ଫିଲ୍ମ ତିଆରି କରୁଥିଲେ ମହିଳା ପୋଲିସ କର୍ମୀ, ଏବେ ଚାକିରିରୁ ହେଲେ ବିଦା

ଅଧିକ ପଢ଼ନ୍ତୁ-କେନ୍ଦ୍ର କର୍ମଚାରୀଙ୍କ ପାଇଁ ମଙ୍ଗଳ ହେବ ମଙ୍ଗଳବାର!

ଏଠାରେ କହି ରଖୁଛୁ ଯେ, ଭାରତୀୟ ଦଳ (Indian Cricket Team) ଗତ ୧୦ ବର୍ଷ ଧରି କୌଣସି ଆଇସିସି ଟୁର୍ଣ୍ଣାମେଣ୍ଟ (ICC Tournament) ଜିତି ନାହିଁ। ଭାରତ ଶେଷ ଥର ପାଇଁ ମହେନ୍ଦ୍ର ସିଂ ଧୋନି (Mahendra Singh Dhoni) ଙ୍କ ଅଧିନାୟକତ୍ୱରେ ଆଇସିସି ଚାମ୍ପିଅନ୍ସ ଟ୍ରଫି (ICC Champions Trophy) ଜିତିଥିଲା । ଏଥି ସହିତ ୨୦୧୭ ଚାମ୍ପିଅନ୍ସ ଟ୍ରଫିର ଫାଇନାଲରେ ଭାରତକୁ ପାକିସ୍ତାନ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା ।