Sania Mirza Shoaib Malik Update: ସମ୍ପର୍କରେ ଫାଟ ନା ଶସ୍ତା ପ୍ରମୋସନ, ଏହି ଶୋ'କୁ ହୋଷ୍ଟ କରିବେ ସାନିଆ ଶୋଏବ
Advertisement

Sania Mirza Shoaib Malik Update: ସମ୍ପର୍କରେ ଫାଟ ନା ଶସ୍ତା ପ୍ରମୋସନ, ଏହି ଶୋ'କୁ ହୋଷ୍ଟ କରିବେ ସାନିଆ ଶୋଏବ

Sania Mirza Shoaib Malik Update: ଭାରତୀୟ ଟେନିସ୍ ଖେଳାଳି ସାନିଆ ମିର୍ଜା ଏବଂ ପାକିସ୍ତାନୀ କ୍ରିକେଟର ଶୋଏବ ମଲିକ୍ । ଏହି ଦମ୍ପତିଙ୍କ ମଧ୍ୟରେ କିଛି ଠିକ୍ ଚାଲିନାହିଁ । ଖୁବଶିଘ୍ରଙ୍କ ଏମାନଙ୍କ ଛାଡପତ୍ର ହୋଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି ।

ସୌଜନ୍ୟ : ସୋସିଆଲ ମିଡିଆ

Sania Mirza Shoaib Malik Update: ଭାରତୀୟ ଟେନିସ୍ ଖେଳାଳି ସାନିଆ ମିର୍ଜା ଏବଂ ପାକିସ୍ତାନୀ କ୍ରିକେଟର ଶୋଏବ ମଲିକ୍ । ଏହି ଦମ୍ପତିଙ୍କ ମଧ୍ୟରେ କିଛି ଠିକ୍ ଚାଲିନାହିଁ । ଖୁବଶିଘ୍ରଙ୍କ ଏମାନଙ୍କ ଛାଡପତ୍ର ହୋଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି । ଏପରିକି କିଛି ପାକିସ୍ତାନୀ ଗଣମାଧ୍ୟମ ଏମାନେ ଅଲଗା ହୋଇ ସାରିଥିବା ନେଇ ମଧ୍ୟ ଖବର ପ୍ରସାରଣ ମଧ୍ୟ କରିଛନ୍ତି । କିନ୍ତୁ ଏପର୍ଯ୍ୟନ୍ତୁ ଦୁହେଁ, ଏ ଘଟଣା ନେଇ ଗଣମାଧ୍ୟମ ଆଗରେ ଉଭୟେ କୌଣସି ପ୍ରତିକ୍ରିୟା ରଖି ନାହାଁନ୍ତି । 

ଆସୁଛି 'ମିର୍ଜା ମଲିକ୍ ଶୋ'

 
 
 
 

 
 
 
 
 
 
 
 
 
 
 

A post shared by UrduFlix (@urduflixofficial)

ନିକଟରେ ପାକିସ୍ତାନୀ ଗଣମାଧ୍ୟମରୁ ଲଗାତାର ଖବର ଆସୁଛି ଯେ, ସାନିଆ ଏବଂ ଶୋଏବ ମଧ୍ୟରେ ସବୁକିଛି ଠିକ ହୋଇନାହିଁ । ଗତ କିଛି ଦିନ ତଳେ ସାନିଆ, ନିଜ ପୁଅ ସହ ନିଜର ଏକ ଫଟୋ ଇନଷ୍ଟାରେ ସେୟାର କରିଥିଲେ। ଏହି ପୋଷ୍ଟରେ ଲେଖାଯାଇଥିବା କ୍ୟାପସନକୁ ନେଇ ଆରମ୍ଭ ହୋଇଥିଲା ବିବାଦ । ଯାହା ପରେ ଉଭୟଙ୍କ ତଲାକ ବିଷୟରେ ଆଲୋଚନା ଆରମ୍ଭ ହୋଇଥିଲା । ଏସବୁ ମଧ୍ୟରେ, ତାଙ୍କର ନୂଆ ଶୋ 'ଦି ମିର୍ଜା ମଲିକ୍ ଶୋ' (The Mirza Malik Show) ରିଲିଜ୍ ବିଷୟରେ ଏକ ଅପଡେଟ୍ ବର୍ତ୍ତମାନ ସାମ୍ନାକୁ ଆସୁଛି । 

ଏହାବି ପଢନ୍ତୁ : Sania Mirza And Shoaib Malik Divorce: ସାନିଆ ଶୋଏବଙ୍କ ସମ୍ପର୍କରେ ଫାଟ ପାଇଁ ଦାୟୀ କି ଆୟେଶା ? ଜାଣନ୍ତୁ କିଏ ଏହି ବିବାଦୀୟ ମଡେଲ

ଏହାବି ପଢନ୍ତୁ : Sania Mirza Shoaib Malik Divorce: ଶୋଏବ ମଲିକଙ୍କ ପ୍ରଥମ ପତ୍ନୀ ବି ଜଣେ ଭାରତୀୟ, ଛାଡପତ୍ର ବିନା ସାନିଆଙ୍କୁ କରିଥିଲେ ବିବାହ

 

 

ଇନଷ୍ଟାଗ୍ରାମରେ ଦିଆଯାଇଛି ଅଧିକ ଅପଡେଟ :  

ଉର୍ଦ୍ଦୁ ଫ୍ଲିକ୍ସ ନାମକ ଏକ ଇନଷ୍ଟାଗ୍ରାମ ଆକାଉଣ୍ଟରେ 'ଦ ମିର୍ଜା ମଲିକ ଶୋ'ର ପୋଷ୍ଟର ସେୟାର କରାଯାଇଛି। ଏହି ପୋଷ୍ଟରରେ ଦେଖିବାକୁ ମିଳିଛି ଯେ, ସାନିଆ ଏବଂ ଶୋଏବ ଏକାଠି ଠିଆ ହୋଇଛନ୍ତି, ଉଭୟ ବେଶ ଖୁସି ଥିବା ନଜର ଆସିଛନ୍ତି । ଏହା ପୋଷ୍ଟର କ୍ୟାପସନରେ ଲେଖା ହୋଇଛି - 'ମିର୍ଜା ମଲିକ୍ ଶୋ' (The Mirza Malik Show)  ଖୁବ୍ ଶୀଘ୍ର ଉର୍ଦ୍ଦୁ ଫ୍ଲିକ୍ସରେ ମୁକ୍ତିଲାଭ କରିବାକୁ ଯାଉଛି। ତେବେ, ଏଠାରେ ଆମେ ଆପଣଙ୍କୁ କହିବାକୁ ଚାହୁଁଛୁ, ଯେ, ମାର୍ଚ୍ଚ ,୨୦୨୨ ରେ ଶୋଏବ 'ମିର୍ଜା ମଲିକ୍ ଶୋ'ର ଘୋଷଣା କରିଥିଲେ।

ପୋଷ୍ଟକୁ ନେଇ ତାତିଲେ ଲୋକେ :

ଉଭୟଙ୍କ ସମ୍ପର୍କରେ ଫାଟ ହୋଇ ଥିବା ନେଇ ଖବର ଲଗାତର ଆସୁଥିବା ବେଳେ ଏବେ ତାଙ୍କ ନୂଆ ଶୋ' ପୋଷ୍ଟର ସାମ୍ନାକୁ ଆସିଛି । ଏହି ଖବର ନେଇ କିଛି ଲୋକ ଲୋକେ ଖୁସି ହୋଇଥିବା ବେଳେ ଆଉ କିଛି ଲୋକେ ଏହି ପୋଷ୍ଟ ଦେଖି କଡା ମନ୍ତବ୍ୟ ମଧ୍ୟ ଦେଇଛନ୍ତି । ଏଥି ସହିତ, କେହି କେହି ସେମାନଙ୍କ ଛାଡପତ୍ରର ଗୁଜବକୁ ଏକ ପ୍ରଚାର ପ୍ରସାର ବୋଲି କହିଛନ୍ତି।