IPL 2023: ଗୁଜୁରାଟ ଟାଇଟାନ୍ସ ଦଳରେ କେନ୍ ୱିଲିୟମସନଙ୍କ ସ୍ଥାନ ନେବେ ଏହି ଅଷ୍ଟ୍ରେଲିଆ ଖେଳାଳି!
Advertisement

IPL 2023: ଗୁଜୁରାଟ ଟାଇଟାନ୍ସ ଦଳରେ କେନ୍ ୱିଲିୟମସନଙ୍କ ସ୍ଥାନ ନେବେ ଏହି ଅଷ୍ଟ୍ରେଲିଆ ଖେଳାଳି!

Steve Smith Can Replace Kane Williamson: ଷ୍ଟିଭ୍ ସ୍ମିଥ୍ ଗୁଜୁରାଟ ଟାଇଟାନ୍ସରେ ଯୋଗ ଦେଇ ପାରନ୍ତି । ଆହତ ହୋଇଥିବା ଗୁଜରାଟର ବ୍ୟାଟ୍ସମ୍ୟାନ୍ କେନ୍ ୱିଲିୟମ୍ସନ୍ଙ୍କୁ ସ୍ଥାନ ନେଇ ସ୍ମିଥ୍ ଏହି ପ୍ରଞ୍ଚାଇଜରେ ନଜର ଆସିପାରନ୍ତି । କହିରଖୁଛୁ ଯେ ଷ୍ଟିଭ୍ ସ୍ମିଥ୍ ବର୍ତ୍ତମାନର ଆଇପିଏଲରେ ଜଣେ କାମେଣ୍ଟ୍ରିଟର ଭାବରେ ନିଜ ଦାୟିତ୍ୱ ନିବାହନ କରୁଛନ୍ତି ।

ସୌ: ସୋସିଆଲ ମିଡିଆ

Cricket News In Odia: ଆଇପିଏଲ୍ ୨୦୨୩ ଆରମ୍ଭରେ ଡିଫେଣ୍ଡିଂ ଚାମ୍ପିଅନ୍ ଗୁଜୁରାଟ ଟାଇଟାନ୍ସ (Gujarat Titans) ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି । ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ (Chennai Super Kings) ଖେଳାଯାଇଥିବା ପ୍ରଥମ ମ୍ୟାଚରେ ଫିଲ୍ଡିଂ କରିବା ବେଳେ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ୍ କେନ୍ ୱିଲିୟମ୍ସନ୍ (Kane Williamson) ଆହତ ହୋଇଥିଲେ । ବର୍ତ୍ତମାନ ଦଳର ୱିଲିୟମସନଙ୍କ ସ୍ଥାନରେ ଅଷ୍ଟ୍ରେଲିଆର ତାରକା ବ୍ୟାଟ୍ସମ୍ୟାନ୍ ଷ୍ଟିଭ ସ୍ମିଥ (Steve Smith) ଏଣ୍ଟ୍ରି ମାରିପାରନ୍ତି । ସ୍ମିଥ୍ ଆଇପିଏଲ୍ ୨୦୨୩ (IPL 2023) ପାଇଁ ଗୁଜୁରାଟ ଟାଇଟାନ୍ସର ଏକ ଅଂଶ ହୋଇପାରନ୍ତି ।

ଷ୍ଟିଭ୍ ସ୍ମିଥ୍ ବର୍ତ୍ତମାନର ଆଇପିଏଲର ଚଳିତ ସିଜିନରେ ଜଣେ କାମେଣ୍ଟ୍ରିଟର ଭାବରେ ନିଜ ଦାୟିତ୍ୱ ନିବାହନ କରୁଛନ୍ତି । କିନ୍ତୁ ବର୍ତ୍ତମାନ, ୱିଲିୟମସନଙ୍କ ଆଘାତ ପରେ, ସ୍ମିଥ ଆଇପିଏଲ ୨୦୨୩ ପାଇଁ ଗୁଜରାଟ ଟାଇଟାନ୍ସରେ ଯୋଗ ଦେଇପାରନ୍ତି ବୋଲି କଳ୍ପନାଜଳ୍ପନା ଚାଲିଛି । ଡିସେମ୍ବର ୨୦୨୨ ରେ ଆଇପିଏଲ୍ ୧୬ ପାଇଁ ମିନି ନିଲାମରେ ଷ୍ଟିଭ୍ ସ୍ମିଥ୍ ବିକ୍ରି ହୋଇନଥିଲେ । ଏହି ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନଙ୍କ ମୂଳ ମୂଲ୍ୟ 2 କୋଟି ଟଙ୍କା ଥିଲା । ତଥାପି ସ୍ମିଥଙ୍କୁ କିଣିବାକୁ ନେଇ କୌଣସି ଦଳ ଆଗ୍ରହ ଦେଖାଇ ନଥିଲେ ।

କିପରି ଆହତ ହୋଇଥିଲେ ୱିଲିୟମ୍ସନ୍?
ପ୍ରଥମ ଇନିଂସରେ ଫିଲ୍ଡିଂ କରୁଥିବାବେଳେ ୱିଲିୟମ୍ସନ୍ ଆହତ ହୋଇଥିଲେ । ୧୩ ତମ ଓଭରରେ ଏକ ବଲକୁ ବାଉଣ୍ଡ୍ରି ପାଖରେ ଅଟକାଇବା ବେଳେ ୱିଲିୟମ୍ସନ୍ ଆଣ୍ଠୁରେ ଆଘାତ ପାଇଥିଲେ । ଏହି ଘଟଣା ପରେ ୩୨ ବର୍ଷୀୟ ୱିଲିୟମସନ ପଡ଼ିଆରୁ ବାହାରକୁ ଚାଲି ଯାଇଥିଲେ ଓ ବ୍ୟାଟିଂ ମଧ୍ୟ କରିନଥିଲେ । ତାଙ୍କ ସ୍ଥାନରେ ସାଇ ସୁଦର୍ଶନ ଏକ ପ୍ରଭାବ ଖେଳାଳି ଭାବରେ ଦଳରେ ପ୍ରବେଶ କରିଥିଲେ । ବର୍ତ୍ତମାନ ୱିଲିୟମସନ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛନ୍ତି । ଏଭଳି ପରିସ୍ଥିତିରେ ସ୍ମିଥ ତାଙ୍କ ସ୍ଥାନରେ ଗୁଜରାଟର ଏକ ଅଂଶ ହୋଇପାରନ୍ତି ବୋଲି ବିଶ୍ୱାସ କରାଯାଏ ।

fallback

ସ୍ମିଥଙ୍କ ଆଇପିଏଲ୍ କ୍ୟାରିୟର
କହିରଖୁଛୁ ଯେ ଷ୍ଟିଭ୍ ସ୍ମିଥ୍ ଏପର୍ଯ୍ୟନ୍ତ ଆଇପିଏଲରେ ମୋଟ ୧୦୩ ଟି ମ୍ୟାଚ୍ ଖେଳିଛନ୍ତି । ଏହି ମ୍ୟାଚଗୁଡିକର ୯୩ ଇନିଂସରେ ବ୍ୟାଟିଂ କରି ସ୍ମିଥ୍ ହାରାହାରି ୩୪.୫୨ ରେ ୨୪୮୫ ରନ୍ କରିଛନ୍ତି ଓ ଏହି ସମୟରେ ତାଙ୍କ ଷ୍ଟ୍ରାଇକ୍ ରେଟ୍ ୧୨୮.୦୯ ଥିଲା । ଏହି ସମୟ ମଧ୍ୟରେ ସେ ଗୋଟିଏ ଶତକ ଓ ୧୧ଟି ଅର୍ଦ୍ଧଶତକ ହାସଲ କରିଥିବାବେଳେ, ତାଙ୍କର ସର୍ବାଧିକ ସ୍କୋର ୧୦୧ ରନ୍ ରହିଛି ।

ଉଲ୍ଲେଖନୀୟ ବିଷୟ ହେଉଛି, ସ୍ମିଥ୍ ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ଏପର୍ଯ୍ୟନ୍ତ ମୋଟ ୯୬ ଟେଷ୍ଟ, ୧୪୨ ଟି ODI ଓ ୬୩ଟି ଟି-୨୦ ଅନ୍ତର୍ଜାତୀୟ ଖେଳିଛନ୍ତି । ସେ ଟେଷ୍ଟରେ ୮୭୯୨ ରନ୍, ODI ରେ ୪୯୩୯ ରନ୍ ଓ ଟି-୨୦ ଇଣ୍ଟରନ୍ୟାସନାଲରେ ୧୦୦୮ ରନ୍ ସ୍କୋର କରିଛନ୍ତି ।

ଏହା ବି ପଢ଼ନ୍ତୁ: MS ଧୋନିଙ୍କ ପାଦ ଛୁଇଁ ମୁଣ୍ଡିଆ ମାରିଲେ ଅରିଜିତ ସିଂ, ଦେଖନ୍ତୁ ଏହି ଭିଡିଓ

ଏହା ବି ପଢ଼ନ୍ତୁ: IPL 2023: ଗୁଜୁରାଟ ଟାଇଟାନ୍ସ ବିପକ୍ଷରେ CSK ର ପରାଜୟର ୫ଟି ବଡ଼ କାରଣ, ଜାଣନ୍ତୁ...