ଏହି ତାରିଖରୁ ଆରମ୍ଭ ହେବ IPL 2023, ସାମ୍ନାକୁ ଆସିଲା ଫାଇନାଲ୍ ମ୍ୟାଚର ଡେଟ୍ ବି! BCCI ଅଧିକାରୀ ଦେଲେ ବଡ଼ ଅପଡେଟ୍
Advertisement

ଏହି ତାରିଖରୁ ଆରମ୍ଭ ହେବ IPL 2023, ସାମ୍ନାକୁ ଆସିଲା ଫାଇନାଲ୍ ମ୍ୟାଚର ଡେଟ୍ ବି! BCCI ଅଧିକାରୀ ଦେଲେ ବଡ଼ ଅପଡେଟ୍

IPL 2023: ଆଇପିଏଲର ପରବର୍ତ୍ତୀ ସିଜନ ଚଳିତ ବର୍ଷ ଏପ୍ରିଲରେ ଆରମ୍ଭ ହୋଇପାରେ । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବା ବିସିସିଆଇ (BCCI) ର ଜଣେ ବରିଷ୍ଠ ଅଧିକାରୀ ଏ ସମ୍ପର୍କରେ ଏକ ଅପଡେଟ୍ ଦେଇଛନ୍ତି । କେବଳ ଏତିକି ନୁହେଁ, ଆଇପିଏଲ ୨୦୨୩ର ଫାଇନାଲ ମ୍ୟାଚ୍ ତାରିଖ ବିଷୟରେ ସୂଚନା ଦିଆଯାଇଛି ।

ଏହି ତାରିଖରୁ ଆରମ୍ଭ ହେବ IPL 2023, ସାମ୍ନାକୁ ଆସିଲା ଫାଇନାଲ୍ ମ୍ୟାଚର ଡେଟ୍ ବି! BCCI ଅଧିକାରୀ ଦେଲେ ବଡ଼ ଅପଡେଟ୍

IPL 2023 Starting Date: ଦୁନିଆର ସବୁଠାରୁ ଧନୀ କ୍ରିକେଟ୍ ଲିଗ୍ ଇଣ୍ଡିଆନ ପ୍ରିମିୟର ଲିଗ୍ (IPL) ଅନେକ ଖେଳାଳିଙ୍କୁ କୋଟିପତି କରିବା ସହ ଅନେକ ଖେଳାଳିଙ୍କ କ୍ୟାରିଅର୍ ଗଢ଼ିବାରେ ସାହାଯ୍ୟ କରିଛି । ଏହି ଟି-20 ଲିଗର ପରବର୍ତ୍ତୀ ସିଜନ (IPL-2023) ଚଳିତ ବର୍ଷ ଏପ୍ରିଲରେ ଆରମ୍ଭ ହୋଇପାରେ । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବା ବିସିସିଆଇ (BCCI) ର ଜଣେ ବରିଷ୍ଠ ଅଧିକାରୀ ଏ ସମ୍ପର୍କରେ ଏକ ଅପଡେଟ୍ ଦେଇଛନ୍ତି । କେବଳ ଏତିକି ନୁହେଁ, ଆଇପିଏଲ ୨୦୨୩ର ଫାଇନାଲ ମ୍ୟାଚ୍ ତାରିଖ (IPL 2023 Final Match Date) ବିଷୟରେ ସୂଚନା ଦିଆଯାଇଛି ।

ଆଇପିଏଲ ୨୦୨୩ (IPL 2023) ର ଯୋଜନା ଉପରେ ବିସିସିଆଇ ସମ୍ପୂର୍ଣ୍ଣ ଧ୍ୟାନ ଦେଉଛି । ଏହି ଟି-20 ଲିଗର ପରବର୍ତ୍ତୀ ସିଜନ ଏପ୍ରିଲ ୧ରୁ ଆରମ୍ଭ ହୋଇପାରେ । ଏହା ବ୍ୟତୀତ ଫାଇନାଲ ମ୍ୟାଚ୍ ମେ ୨୮ ଅର୍ଥାତ ରବିବାରରେ ଖେଳାଯାଇପାରେ । ଏହାର ମୁଖ୍ୟ କାରଣ ହେଉଛି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲ (World Test Championship Final) ମ୍ୟାଚ୍ ।

ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍  (WTC Final) ଜୁନ୍ ୮ରୁ ଓଭାଲ୍ ଗ୍ରାଉଣ୍ଡରେ ଖେଳାଯିବ । ଏହି କାରଣରୁ ବିସିସିଆଇକୁ ଆଇପିଏଲ୍ କାର୍ଯ୍ୟସୂଚୀକୁ ଟିକେ ଛୋଟ କରିବାକୁ ପଡିବ । ବୋର୍ଡର ଜଣେ ବରିଷ୍ଠ ଅଧିକାରୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଇନସାଇଡ୍ ସ୍ପୋର୍ଟ ଜଣେ ବିସିସିଆଇ ଅଧିକାରୀଙ୍କ ଉଦ୍ଧେଶ୍ୟରେ କହିଛି ଯେ, ଆଇପିଏଲ୍ (IPL 2023) ବିଷୟରେ ପ୍ରାରମ୍ଭିକ ଧାରଣା ୭୪ ଦିନିଆ ୱିଣ୍ଡୋରେ ଖେଳିବା ଥିଲା, ତଥାପି ବର୍ତ୍ତମାନ ଏହି ସିଜନ ମାତ୍ର ୫୮ ଦିନ ହେବ । ଫେବୃଆରୀ ପ୍ରଥମ ସପ୍ତାହରେ ଅନ୍ତିମ କାର୍ଯ୍ୟସୂଚୀ ପ୍ରକାଶ ପାଇବ ।

ଅଧିକ ପଢ଼ନ୍ତୁ:-ସେକ୍ସ ସର୍ଚ୍ଚ କରିବା କ୍ଷେତ୍ରରେ Googleରେ ସବୁଠାରୁ ଆଗରେ ଏସିଆ ମହାଦେଶର ଦେଶର ଲୋକ, ଜାଣନ୍ତୁ କେଉଁ ସ୍ଥାନରେ ଅଛି ଭାରତ

ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ସିରାଜ କେତେ କୋଟି ଟଙ୍କାର ମାଲିକ? ଜାଣିଲେ ଆପଣଙ୍କ ଉଡ଼ିଯିବ ହୋସ୍!

ବିସିସିଆଇ (BCCI) ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, "ଆଇପିଏଲ୍ ୨୦୨୩ (IPL 2023)  କାର୍ଯ୍ୟସୂଚୀ ପାଇଁ ଆମେ ଆଲୋଚନା ଶେଷ ପର୍ଯ୍ୟାୟରେ ଅଛୁ । ଆସନ୍ତା ମାସ ଆରମ୍ଭରେ ଏହା ଜାରି ହେବାର ସମ୍ଭାବନା ରହିଛି । ମହିଳା ଆଇପିଏଲ ଦଳ ଫାଇନାଲ ହେବା ପରେ ଆଇପିଏଲ (IPL) ର ଏକ ସାଧାରଣ ବୈଠକ ହେବ । ଏହା ପରେ ଆମେ ତାଲିକା ଚୂଡାନ୍ତ କରିବୁ । ବର୍ତ୍ତମାନ ପାଇଁ ବିଚାର ହେଉଛି ଆଇପିଏଲ୍ ମେ ମାସ ଶେଷ ସୁଦ୍ଧା ଶେଷ କରିବାର ଅଛି । କାରଣ ଜୁନ୍ ଦ୍ୱିତୀୟ ସପ୍ତାହରେ WTC ଫାଇନାଲ୍ ଅନୁଷ୍ଠିତ ହେବ । ଏହା ଏପ୍ରିଲ ୧ରୁ ଆରମ୍ଭ ହେବାର ଅଛି । ଏହି ସମୟରେ ଏହା ଚିନ୍ତା କରାଯାଉଛି ।