Ind Vs SA: କୋହଲି, ରାହୁଲ ଏବଂ ଅଶ୍ୱିନଙ୍କୁ ମିଳିବ ଦଣ୍ଡ? DRS ନିଷ୍ପତ୍ତିକୁ ନେଇ କରିଥିଲେ ହଙ୍ଗାମା
Advertisement

Ind Vs SA: କୋହଲି, ରାହୁଲ ଏବଂ ଅଶ୍ୱିନଙ୍କୁ ମିଳିବ ଦଣ୍ଡ? DRS ନିଷ୍ପତ୍ତିକୁ ନେଇ କରିଥିଲେ ହଙ୍ଗାମା

IND vs SA: ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟେଷ୍ଟରେ ଅନେକ ବିବାଦୀୟ ଘଟଣା ମଧ୍ୟ ଦେଖିବାକୁ ମିଳିଥିଲା । ବିଶେଷକରି ଯେତେବେଳେ ଦକ୍ଷିଣ ଆଫ୍ରିକାର ଅଧିନାୟକ ଡିନ ଏଲଗରଙ୍କୁ DRS ରିଭ୍ୟୁରେ ନଟ ଆଉଟ ଦିଆଯାଇଥିଲା, ସେତେବେଳେ ଭାରତୀୟ ଦଳ ଅନେକ ହଙ୍ଗାମା କରିଥିଲେ ​​।

Ind Vs SA: କୋହଲି, ରାହୁଲ ଏବଂ ଅଶ୍ୱିନଙ୍କୁ ମିଳିବ ଦଣ୍ଡ? DRS ନିଷ୍ପତ୍ତିକୁ ନେଇ କରିଥିଲେ ହଙ୍ଗାମା

Stump Mic Controversy: ଦକ୍ଷିଣ ଆଫ୍ରିକା ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଟିମ୍ ଇଣ୍ଡିଆ ୨-୧ ରେ ପରାସ୍ତ ହୋଇଛି । ସିରିଜର ନିର୍ଣ୍ଣାୟକ ମ୍ୟାଚରେ ଭାରତ ୭ ୱିକେଟରେ ପରାଜୟ ହୋଇଥିଲା । ତୃତୀୟ ଟେଷ୍ଟରେ ଅନେକ ବିବାଦୀୟ ଘଟଣା ମଧ୍ୟ ଦେଖିବାକୁ ମିଳିଥିଲା ।​ ବିଶେଷକରି ଯେତେବେଳେ ଦକ୍ଷିଣ ଆଫ୍ରିକାର ଅଧିନାୟକ ଡିନ ଏଲଗରଙ୍କୁ DRS ରିଭ୍ୟୁରେ ନଟ ଆଉଟ ଦିଆଯାଇଥିଲା, ସେତେବେଳେ ଭାରତୀୟ ଦଳର କିଛି ଖେଳାଳି ଅନେକ ହଙ୍ଗାମା କରିଥିଲା ​​। ଯାହା ପରେ ଟିମ୍ ଇଣ୍ଡିଆକୁ ଦଣ୍ଡ ଦେବା ବିଷୟରେ ନିରନ୍ତର ଆଲୋଚନା ହେଉଥିଲା । ତେବେ ଏହି ବିବାଦ ଉପରେ ଦଳ ଦଣ୍ଡ ପାଇବାକୁ ନେଇ ଏକ ବଡ ଅପଡେଟ୍ ସାମ୍ନାକୁ ଆସିଛି ।

ଦଣ୍ଡ ପାଇବାକି ଟିମ୍ ଇଣ୍ଡିଆ?
ତୃତୀୟ ଟେଷ୍ଟରେ ଯେତେବେଳେ ମ୍ୟାଚର ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତରେ ଡିନ୍ ଏଲଗରଙ୍କୁ ଆଉଟ ଦିଆଯାଇନଥିଲା, ସେତେବେଳେ ଭାରତୀୟ ଅଧିନାୟକ ବିରାଟ କୋହଲି କ୍ରୋଧିତ ହୋଇ ପଡ଼ିଆରେ ନିଜ କ୍ଷୋଭ ପ୍ରକାଶ କରିଥିଲେ । ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଷ୍ଟମ୍ପ ମାଇକରେ ରାଗିଯାଇ କିଛି କହିଥିଲେ । ଏହା ବ୍ୟତୀତ କେଏଲ ରାହୁଲ ଏହା ମଧ୍ୟ କହିଥିଲେ ଯେ ସମଗ୍ର ଦେଶ ୧୧ ଖେଳାଳିଙ୍କ ବିପକ୍ଷରେ ଖେଳୁଛି । ଏହାପରେ ରବିଚନ୍ଦ୍ରନ ଅଶ୍ୱିନ୍ ମଧ୍ୟ ଅମ୍ପାୟାରଙ୍କୁ ଏହି ବିଷୟରେ କିଛି କହିଥିଲେ ।

ସାମ୍ନାକୁ ଆସିଲା ବଡ ଅପଡେଟ୍ 
ESPN Cricinfo ଅନୁଯାୟୀ, ଆଇସିସିର ମ୍ୟାଚ୍ ଅଧିକାରୀମାନେ ଦଳ ବିରୋଧରେ କୌଣସି ଆକ୍ସନ ନ ନେବାକୁ ନିଷ୍ପତ୍ତି ନେଇଛନ୍ତି । ମ୍ୟାଚ୍ ପରେ ଉଭୟ ଦଳର ଅଧିକାରୀ ମଧ୍ୟ ପରସ୍ପର ସହ କଥାବାର୍ତ୍ତା ହୋଇଥିଲେ ଏବଂ ଅଧିନାୟକ ବିରାଟ କୋହଲି ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ଏହି ସମୟ ମଧ୍ୟରେ ଟିମ୍ ଇଣ୍ଡିଆ ବିରୋଧରେ କେହି ଅଭିଯୋଗ କରିନାହାଁନ୍ତି । ଯେଉଁଥିପାଇଁ ଆଇସିସି ଦ୍ୱାରା ଭାରତୀୟ ଦଳକୁ କୌଣସି ଦଣ୍ଡ ଦିଆଯିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି ।

ଭାରତର ୨୧୨ ରନକୁ ପିଛାକରି ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଇନିଂସରେ ୩ ୱିକେଟ୍ ହରାଇ ଲକ୍ଷ୍ୟ ହାସଲ କରି ନେଇଥିଲା ​​। କିଗାନ୍ ପିଟରସନ ଏକ ଚମତ୍କାର ୮୧ ସ୍କୋର କରିଥିବାବେଳେ, ରସି ୱାନ୍ ଡେର୍ ଡୁସେନ୍ ୪୧ ଏବଂ ଟେମ୍ବା ବାଭୁମା ୩୨ ରନ୍ ସଂଗ୍ରହ କରି ନିଜ ଦଳକୁ ସ୍ମରଣୀୟ 7 ୱିକେଟ୍ ବିଜୟ ପ୍ରଦାନ କରିଥିଲେ । ସେଞ୍ଚୁରିଅନରେ ୧୧୩ ରନରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଜିତି ଟିମ୍ ଇଣ୍ଡିଆ ଚମତ୍କାର କରିଥିଲା, କିନ୍ତୁ ଜୋହାନ୍ସବର୍ଗ ଏବଂ କେପଟାଉନରେ ଉଭୟ ଟେଷ୍ଟରେ ହାରି ସିରିଜରେ ୧-୨ ରେ ପରାସ୍ତ ହୋଇଥିଲା । କହି ରଖୁଛୁ ଯେ ଆଜି ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା ମାଟିରେ ଭାରତ ଗୋଟିଏ ବି ଟେଷ୍ଟ ସିରିଜ୍ ଜିତି ନାହିଁ ।

ଏହା ବି ପଢ଼ନ୍ତୁ: ପ୍ରତିଦିନ ୧୪ ଟଙ୍କା ନିବେଶ କରି ସବୁ ମାସରେ ପାଆନ୍ତୁ ୫୦୦୦ ଟଙ୍କାର ଲାଭ, ଜାଣନ୍ତୁ କିପରି

ଏହା ବି ପଢ଼ନ୍ତୁ: Army Day କାହିଁକି ପାଳନ କରାଯାଏ ଏବଂ ଏହାର ଗୁରୁତ୍ୱ କ’ଣ? ଜାଣନ୍ତୁ ଡିଟେଲ୍ସ